ଉତ୍ତମ ଅନଲାଇନ୍ ଏବଂ ଅଫଲାଇନ୍ ଶିକ୍ଷାଦାନର ନିୟମାବଳୀ

ବର୍ତ୍ତମାନର ପରିସ୍ଥିତିରେ ଉଭୟ ଶିକ୍ଷକ ଏବଂ ଛାତ୍ର ଶିକ୍ଷାର ଏକ ନୂତନ ଦିଗର ସାମ୍ନା କରିଛନ୍ତି- ଅନଲାଇନ୍ ଶିକ୍ଷଣ l ଶିକ୍ଷକମାନଙ୍କୁ କେବଳ ଶ୍ରେଣୀଗୃହ ପରିବେଶ ଅନୁସାରେ ସେମାନଙ୍କର ଯୋଜନା ପ୍ରସ୍ତୁତ କରିବାକୁ ହେବ ତାହା ନୁହେଁ, ଆହୁରି ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଘରର ପରିବେଶ ବିଷୟରେ ବିଚାର କରିବାକୁ ହେବ l ଶିକ୍ଷକ ଭାବରେ ଏକ ଉତ୍ତମ ଶିକ୍ଷଣ ପରିବେଶ ସୃଷ୍ଟିକରିବାର ଦାୟିତ୍ୱ ଆପଣମାନଙ୍କ କାନ୍ଧରେ ରହିଛି l ଛାତ୍ରଛାତ୍ରୀମାନେ ଅନଲାଇନ୍ ଏବଂ ଅଫଲାଇନ୍ କ୍ଲାସଗୁଡ଼ିକର ସୁଫଳ ପାଉଛନ୍ତି ଏହା ଆପଣମାନେ କିପରି ନିଶ୍ଚିତ କରିପାରିବେ ସେହି କଥା ଏଠାରେ ଦିଆଯାଇଛି l

 

  • ଗୋଟିଏ ଶିକ୍ଷଣ ଗୋଷ୍ଠୀ ସୃଷ୍ଟି କରନ୍ତୁ:

ଏକ ଉପଯୁକ୍ତ ଶିକ୍ଷଣ ପରିବେଶ ଗଠନ କରିବାର ଏକ ଉତ୍ତମ ଉପାୟ ହେଉଛି କାର୍ଯ୍ୟାବଳୀ ସୃଷ୍ଟି କରି ଶିକ୍ଷାର୍ଥୀମାନଙ୍କର ଏକ ଗୋଷ୍ଠୀ ସୃଷ୍ଟି କରିବା, ଯାହା ସେମାନଙ୍କୁ ପରସ୍ପର ମଧ୍ୟରେ ସହଯୋଗୀତାର ସହିତ କାମ କରାଇବ l ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ ପରିବେଶ ଠାରୁ ଦୂରରେ ରହୁଥିବା ବେଳେ ମଧ୍ୟ ଗୋଷ୍ଠୀକାର୍ଯ୍ୟକୁ ଉତ୍ସାହିତ କରାଯିବା ଉଚିତ, ଯାହା ଫଳରେ ସେମାନେ ନେତୃତ୍ୱ ନେବାର ଦକ୍ଷତାଗୁଡ଼ିକ ବିକାଶ କରିପାରିବେ ଏବଂ ସ୍ୱାଧୀନ ଶିକ୍ଷାର୍ଥୀ ହୋଇପାରିବେ l

 

  • ପ୍ରତିକ୍ରିୟା:

ନିୟମିତ ପ୍ରତିକ୍ରିୟା ଏବଂ ଆସାଇନମେଣ୍ଟଗୁଡ଼ିକ ନିମନ୍ତେ ଏକ ଉପଯୁକ୍ତ ସିଡ୍ୟୁଲ୍ ଅନୁସରଣ କରିବା ନିଶ୍ଚିତ କରେ ଯେ, ଛାତ୍ରଛାତ୍ରୀମାନଙ୍କୁ ସପ୍ତାହ ସାରା ଅତ୍ୟନ୍ତ କ୍ଲାନ୍ତ କରାଯାଉ ନାହିଁ l

 

  • ବିସ୍ତୃତ ପାଠ୍ୟ ଖସଡ଼ା

ଏକ ବିସ୍ତୃତ, ସୁସଙ୍ଗଠିତ, ଅଭିଗମ୍ୟଯୋଗ୍ୟ ପାଠ୍ୟ ଖସଡ଼ା ଡିଜାଇନ କରନ୍ତୁ ଯାହା ଛାତ୍ରଛାତ୍ରୀମାନଙ୍କର ଶିକ୍ଷଣ ଶୈଳୀ ପ୍ରତି ସହାୟକ ହୋଇପାରେ l ଏକ ସମଗ୍ର ଶିକ୍ଷଣ ଅନୁଭୂତି ପ୍ରଦାନ କରିବା ପାଇଁ ପାଠ୍ୟ ଖସଡ଼ା ଛାତ୍ରଛାତ୍ରୀମାନଙ୍କର ଦକ୍ଷତାଗୁଡ଼ିକୁ ବ୍ୟବହାର କରେ, ସେମାନଙ୍କ ନୈତିକ ଏବଂ ଅବଧାରଣକୁ ବୃଦ୍ଧି କରିବାକୁ ଏକ ବଡ଼ ଉପକରଣ ଭାବରେ ଏହାକୁ ତିଆରି କରେ l

 

  • ଶିକ୍ଷାଭିତ୍ତିକ ଏବଂ କୌତୁକ ବିରତିଗୁଡ଼ିକ:

କୌଣସି ପ୍ରକାରର କୌତୁକ ବିରତି ବିନା ଲଗାତାର ଭାବରେ ଶ୍ରେଣୀରେ ବସିବା ଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠପଢ଼ାରୁ ଆଗ୍ରହ ହରାନ୍ତି l ପ୍ରତ୍ୟେକ ଶ୍ରେଣୀର ଆରମ୍ଭରେ ଏବଂ ଶେଷରେ ସେମାନଙ୍କ ସ୍ୱତନ୍ତ୍ର ଦକ୍ଷତାଗୁଡ଼ିକ ଉପରେ ଧ୍ୟାନ ଦେଉଥିବା କାର୍ଯ୍ୟାବଳୀ ନିଶ୍ଚିତ କରେ ଯେ ଆପଣଙ୍କ ଛାତ୍ରଛାତ୍ରୀମାନେ ଶିକ୍ଷଣ ସାମଗ୍ରୀ ପ୍ରତି ଗ୍ରହନଶୀଳ ଅଟନ୍ତି l

 

ଅନଲାଇନ୍ ଶିକ୍ଷଣ ପାଇଁ ଏକ ମୂଳଭିତ୍ତି ଗଢିବା ବର୍ତ୍ତମାନ ସମୟର ଜରୁରୀ ଆବଶ୍ୟକତା ହୋଇଯାଇଛି l ଆପଣଙ୍କ ଛାତ୍ରଛାତ୍ରୀମାନଙ୍କୁ କିପରି ସେମାନଙ୍କର ସର୍ବୋତ୍ତମ ଭାବରେ କରାଯାଇପାରିବ ସେହି ବିଷୟରେ ଅଧିକ ଜାଣିବା ପାଇଁ ଆମର ୱେବିନାରରେ ଯୋଗ ଦିଅନ୍ତୁ- https://www.dellaarambh.com/webinars/