ଘରେ ଏକ ଅନୁକୂଳ ଶିକ୍ଷଣ ପରିବେଶ ସୃଷ୍ଟି କରିବା

ସାମ୍ପ୍ରତିକ ଘଟଣାକୁ ଦୃଷ୍ଟିରେ ରଖି, ପିଲାମାନଙ୍କର ପାଠପଢ଼ା ସେମାନଙ୍କ ଶ୍ରେଣୀଗୃହରୁ ନିଜ ଘରକୁ ସ୍ଥାନାନ୍ତରିତ ହୋଇଛି ଅନଲାଇନ୍ କ୍ଲାସ୍ ନୂତନ ବ୍ୟବସ୍ଥାରେ ପରିଣତ ହେବା ସହିତ ଶିଶୁ, ଅଭିଭାବକ ଏବଂ ଶିକ୍ଷକମାନେ ଏହାର ଉପଯୋଗ କରିବାକୁ ନୂତନ ଜ୍ଞାନକୌଶଳ ପାଇଁ ଚେଷ୍ଟା କରୁଛନ୍ତି ଏପରି ସମୟରେ, ଶିକ୍ଷକ ଭାବରେ ଆପଣଙ୍କର ଭୂମିକା ପିତାମାତା ଏବଂ ଛାତ୍ରମାନଙ୍କୁ ଘରେ ଅନୁକୂଳ ଶିକ୍ଷଣ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରେ

ଏଠାରେ କିଛି ପଦକ୍ଷେପ ଅଛି ଯାହାକୁ ଆପଣ ଶ୍ରେଣୀରେ କାର୍ଯ୍ୟକାରୀ କରିବା ସହିତ ପିତାମାତାଙ୍କ ସହ ଅଂଶୀଦାର କରି ପିଲାଙ୍କୁ ଅନଲାଇନ୍ କ୍ଲାସକୁ ସର୍ବୋତ୍ତମ କରିବାରେ ସାହାଯ୍ୟ କରିପାରିବେ:

ପିତାମାତା ଏବଂ ଶିକ୍ଷକ:

  • ପିତାମାତାମାନଙ୍କୁ ସର୍ବୋତ୍ତମ ସହଯୋଗ କରିବାକୁ, ଅନଲାଇନ୍ କ୍ଲାସରୁମ୍ ପାଇଁ ଆପଣଙ୍କର ପସନ୍ଦର ରଣନୀତି ବିଷୟରେ ସହାୟକ ପରାମର୍ଶ ପଠାଇବାକୁ ଚିନ୍ତା କରନ୍ତୁ। ଆପଣ କିପରି କ୍ଲାସ୍ ଗୁଡ଼ିକ ପରିଚାଳନା କରନ୍ତି ସେ ସମ୍ବନ୍ଧରେ ପରାମର୍ଶ ଅଂଶୀଦାର ପିଲାକୁ ଘରେ ଏକ ପରିଚିତ ପରିବେଶରେ ରଖିବାରେ ସାହାଯ୍ୟ କରେ। ଏହା ପିଲାକୁ ବିଷୟ ଉପରେ ଉତ୍ତମ ରୂପେ ଧ୍ୟାନ କେନ୍ଦ୍ରିତ କରିବାକୁ ଅନୁମତି ଦେବ।
  • ପାଠପଢ଼ା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ କିମ୍ବା କ୍ଲାସ୍ ସମୟରେ ସେମାନଙ୍କ ସ୍ଥାନ ନିକଟରେ ଏକ ଛୋଟ “ଶ୍ରେଣୀ ବର୍ତ୍ତମାନ ଅଧିବେଶନରେ ଅଛି” ବ୍ୟାନର ରହିବା ସେମାନଙ୍କ ଏକାଗ୍ରତାକୁ ବହୁ ମାତ୍ରାରେ ଉନ୍ନତ କରିବାରେ ସହାୟକ ହୋଇପାରେ। ଶିକ୍ଷକ ଭାବରେ, ଅଧିବେଶନକୁ ଅଧିକ ବ୍ୟକ୍ତିଗତ ଏବଂ ଜୀବନ୍ତ କରିବାରେ ସାହାଯ୍ୟ କରିବା ପାଇଁ ଆପଣ ମଜାଳିଆ କାର୍ଯ୍ୟକଳାପ କରିବାକୁ ଛୋଟ ବିରତି ମଧ୍ୟ ନେଇପାରିବେ। ଜଣେ ଛାତ୍ରର ଆଗ୍ରହ ଏବଂ ପ୍ରବୃତ୍ତି ବିଷୟରେ ଆପଣ ଯେତେ ଅଧିକ ଜାଣିବେ, ଆପଣ ସେତେ ଭଲ ସେମାନଙ୍କୁ ଶିକ୍ଷା ଦେବାକୁ ସମର୍ଥ ହେବେ।

ଶିକ୍ଷକ ଏବଂ ଛାତ୍ର:

  • ଭର୍ଚୁଆଲ୍ ସମାବେଶ ଏବଂ ଅନଲାଇନ୍ PTA ମିଟିଂ କରିବାକୁ ବିଚାର କରନ୍ତୁ। ଏହା ପିତାମାତାଙ୍କୁ ଯେ କୌଣସି ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ ଯାହାକି ଏକ ସୁରକ୍ଷିତ ସ୍ଥାନରେ ଥାଇପାରେ।
  • ଆପଣ ସପ୍ତାହରେ ଥରେ ପିଲାଙ୍କ ସର୍ବୋତ୍ତମ କାର୍ଯ୍ୟକୁ ସେମାନଙ୍କ ପିତାମାତାଙ୍କୁ ପଠାଇ ପାରିବେ। ସେମାନଙ୍କର କାର୍ଯ୍ୟର ପ୍ରଶଂସା ଏବଂ ପ୍ରଦର୍ଶନ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ଉତ୍ସାହିତ କରିବ।

ଏକ ଶିଶୁର ଶିକ୍ଷାଗତ ଯାତ୍ରା ବିଷୟରେ ସଠିକ୍ ଅନ୍ତର୍ଦୃଷ୍ଟି ଭର୍ଚୁଆଲ୍ କ୍ଲାସରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିପାରେ ଏବଂ ପିତାମାତା-ଶିକ୍ଷକ ସହଯୋଗକୁ ବଢ଼ାଇପାରେ।

ଅନଲାଇନ୍ ଶିକ୍ଷା ପାଇଁ ଭିତ୍ତିଭୂମି ନିର୍ମାଣ ବିଷୟରେ ଅଧିକ ଜାଣିବା ପାଇଁ ଆମର ୱେବିନାରରେ ଯୋଗ ଦିଅନ୍ତୁ - https://www.dellaarambh.com/webinars/



ଭର୍ଚୁଆଲ୍ ଲର୍ନିଂ ସମୟରେ ପିତାମାତା ଏବଂ ଶିକ୍ଷକ ସହଯୋଗ

ବର୍ତ୍ତମାନ ସମୟ ସହିତ ତାଳ ଦେଇ ଭର୍ଚୁଆଲ୍ ଶିକ୍ଷଣ ବୃଦ୍ଧି ପାଇଛିଏହା ଏକ ନୂତନ ଦୃଷ୍ଟିକୋଣ ଆଣିଛି ଯାହା ଶିଶୁର ଶିକ୍ଷାଗତ ଯାତ୍ରାକୁ ବୁଝିବାରେ ସାହାଯ୍ୟ କରେଏହିପରି ଏକ କାରଣ ହେଉଛି ପିତାମାତା ଏବଂ ଶିକ୍ଷକମାନଙ୍କ ମଧ୍ୟରେ ନିରନ୍ତର କଥାବାର୍ତ୍ତା, ଯାହା ପିଲାଙ୍କ ଶିକ୍ଷଣ ଉପରେ ପ୍ରଭାବ ପକାଇଥାଏ

ପ୍ରଗତି ଟ୍ରାକିଂ

ପିତାମାତା ଭାବରେ, ଆପଣ ପିଲାଙ୍କ ଶିକ୍ଷଣ ଏବଂ ବିଦ୍ୟାଳୟରେ ଅଗ୍ରଗତି ବିଷୟରେ ଏକ ଗଭୀର ଅନ୍ତର୍ଦୃଷ୍ଟି ପାଇଥା’ନ୍ତି। ଆପଣଙ୍କ ପିଲା ସମସ୍ତ ଶିକ୍ଷାକୁ ସଠିକ୍ ଭାବରେ ଆହରଣ କରିଥିବା ସୁନିଶ୍ଚିତ କରିବା ପାଇଁ ଆପଣଙ୍କର ଘରେ ମଧ୍ୟ ଦାୟିତ୍ୱ ଏବଂ ସୁଯୋଗ ଅଛି। ‘ଆଜି ଶ୍ରେଣୀରେ ଘଟିଥିବା ସର୍ବୋତ୍ତମ ଘଟଣା କ’ଣ ଥିଲା ?’ କିମ୍ବା ‘ତୁମେ ଏହି ସପ୍ତାହରେ ଶ୍ରେଣୀରେ ଶିଖିଥିବା ଦୁଇଟି ନୂଆ କଥା ମୋତେ କୁହ’ ଭଳି ପ୍ରଶ୍ନ ପଚାରିବା ଅତ୍ୟନ୍ତ ଜରୁରୀ ଅଟେ।

କଥାବାର୍ତ୍ତା ଆରମ୍ଭ କରନ୍ତୁ

ଏହିପରି ପ୍ରଶ୍ନଗୁଡ଼ିକ ସ୍କୁଲରେ ଆପଣଙ୍କ ପିଲାଙ୍କ ସଂଘର୍ଷ ବିଷୟରେ ଏକ ଉତ୍ତମ ସୂଚନା ମଧ୍ୟ ଦେଇପାରେ। ତାପରେ, ଆପଣ ତୁରନ୍ତ ସେମାନଙ୍କ ଶିକ୍ଷକମାନଙ୍କ ସହିତ ସଂଘର୍ଷ କିମ୍ବା ଅସଙ୍ଗତି ବିଷୟରେ ଆଲୋଚନା କରିପାରିବ। ଏହି ନିରନ୍ତର, ସଚ୍ଚୋଟ କଥାବାର୍ତ୍ତା ଉଭୟ ଆପଣ ଏବଂ ଶିକ୍ଷକଙ୍କୁ ଆପଣଙ୍କ ପିଲାଙ୍କ ବିକାଶ ଏବଂ ଧାରଣ ଶକ୍ତି ଉପରେ ନଜର ରଖିବାରେ ସାହାଯ୍ୟ କରିପାରିବ। ଏହି ଉପାୟରେ, ଶିଶୁକୁ କୌଣସି ପ୍ରକାରେ ଚାପଗ୍ରସ୍ତ ନ କରି ଆରାମରେ ସମସ୍ୟାର ସମାଧାନ ହୋଇପାରିବ।

ସକରାତ୍ମକ ପ୍ରଭାବ

ଯଦି ପିଲାମାନେ ଜାଣିବାକୁ ପାଇଲେ ଯେ ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସକାରାତ୍ମକ ସମ୍ପର୍କ ଅଛି, ତେବେ ସେମାନେ ମଧ୍ୟ ତୁରନ୍ତ ସମସ୍ତ ପ୍ରକାରର ପ୍ରଶ୍ନ ପଚାରିବା ପାଇଁ ଯଥେଷ୍ଟ ଆତ୍ମବିଶ୍ୱାସୀ ଅନୁଭବ କରନ୍ତି। ଏହା ଉଭୟ ଶ୍ରେଣୀରେ ଏବଂ ଘରେ, ଅଧିକ କୌତୁହଳପ୍ରଦ ଏବଂ ଆକର୍ଷିତ ହେବାକୁ ଉତ୍ସାହିତ କରେ। ଏହା ମଧ୍ୟ ସେମାନଙ୍କୁ ଅନୁପ୍ରାଣିତ କରାଏ ଏବଂ ସେମାନଙ୍କ ଶିକ୍ଷା ବଜାୟ ରଖିବା ଓ ବିଦ୍ୟାଳୟରେ ବିଷୟଗୁଡିକ ଉପଭୋଗ କରିବାରେ ଉନ୍ନତ କରାଏ। ଏହା ସମସ୍ତଙ୍କ ପାଇଁ ଏକ ବିଜୟ ଅଟେ।

ପିତାମାତା ଭାବରେ, ଆପଣ ଆମର ୱେବିନାର୍ ରେ ଶିକ୍ଷକମାନଙ୍କ ସହିତ କିପରି ଭାବରେ ସହଯୋଗ ଜାରି ରଖିବେ ସେ ବିଷୟରେ ଆପଣ ଅଧିକ ଜାଣିପାରିବେ। ଏଠାରେ ଡିଜିଟାଲ୍ ନେଟିଭ୍ କୁ ଦକ୍ଷତାର ସହିତ ବୃଦ୍ଧି କରିବା ପାଇଁ ଆମର ୱେବିନାର୍ କୁ ଟ୍ୟୁନ୍ କରନ୍ତୁ: https://www.dellaarambh.com/webinars/



ରୋଟ୍‌ ଲର୍ନିଂ - ଶିକ୍ଷାର ଅପ୍ରଭାବୀ ଉପାୟ

ପିଲାମାନେ ସେମାନଙ୍କର ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବାକୁ ରୋଟ୍ ଲର୍ନିଂର ଅଭ୍ୟାସ ବିକଶିତ କରିବାର ସମ୍ଭାବନା ରହିଛି। ଅବଶ୍ୟ, ରୋଟ୍ ଲର୍ନିଂ ଏକ ଅପ୍ରଭାବୀ ପଦ୍ଧତି ଯେହେତୁ ଏହା ପିଲାମାନଙ୍କୁ ଧାରଣା ବୁଝିବାର ଶିକ୍ଷା ଦେଇନଥାଏ। ଏହାର କୌଣସି ଦୀର୍ଘକାଳୀନ ଉପକାରିତା ନାହିଁ କାରଣ ଏହି କୌଶଳ ମାଧ୍ୟମରେ ପିଲାମାନେ ଶିଖିଥିବା ଧାରଣାକୁ ଶୀଘ୍ର ଭୁଲି ଯାଇଥାନ୍ତି।

ରୋଟ୍ ଲର୍ନିଂର କିଛି ଉଲ୍ଲେଖନୀୟ ଅସୁବିଧା ନିମ୍ନରେ ରହିଛି:

ଭୁଲିବା ସହଜ -

ଯେତେବେଳେ ପରୀକ୍ଷା କଥା ଆସେ, ପିଲାମାନେ ଶିଖିବା ସମୟରେ ଧାରଣାକୁ ଭଲ ଭାବେ ବୁଝିବା ଆବଶ୍ୟକ। ଯଦି ସେମାନେ ରୋଟ୍ ଲର୍ନିଂ କରନ୍ତି, ତେବେ ପରୀକ୍ଷା ସମାପ୍ତ ହେବା ସଙ୍ଗେସଙ୍ଗେ ପିଲାମାନେ ସୂଚନାକୁ ସମ୍ପୂର୍ଣ୍ଣ ଭାବେ ଭୁଲିଯିବାର ଅଧିକ ସମ୍ଭାବନା ରହିଛି। ଏହା ଭବିଶ୍ୟତରେ ସେମାନଙ୍କର ପ୍ରଗତିକୁ ବାଧାପ୍ରାପ୍ତ କରେ ଯେହେତୁ ସେମାନେ ସହଜରେ ଉନ୍ନତ ଧାରଣା ଆପଣାଇବାକୁ ଅସମର୍ଥ ହୋଇଥାନ୍ତି।

ବିଷୟ ସମ୍ପର୍କରେ ଗଭୀର ବୁଝାମଣାକୁ ପ୍ରତିବନ୍ଧିତ କରେ -

ରୋଟ୍ ଲର୍ନିଂ ଯୋଗୁଁ ଯେ କୌଣସି ବିଷୟ ଉପରେ ଦୁର୍ବଳ ମୌଳିକ ଧାରଣା ସୃଷ୍ଟି ହୋଇଥାଏ, ଯାହାକି ପିଲାମାନେ ପ୍ରଗତି କରିବା ସମୟରେ ଅଧିକ ବଳିଷ୍ଠ ଧାରଣା ଶିଖିବାକୁ ବାଧିତ କରିଥାଏ। ଉଦାହରଣ ସ୍ୱରୂପ, କିପରି ଗୁଣନ କରିବେ ଜାଣିବା ବିନା ଜଣେ ଗୋଟିଏ ସମୀକରଣ ସମାଧାନ କରିପାରିବେ ନାହିଁ। ରୋଟ୍ ମେମୋରାଇଜେସନ ନିୟୋଜିତ କରିବା ଦ୍ୱାରା ପିଲାମାନେ ନୂଆ ଓ ପୁରୁଣା ଜ୍ଞାନ ମଧ୍ୟରେ ଜଟିଳ ସମ୍ପର୍କ ସ୍ଥାପନ କରିବାକୁ ସମର୍ଥ ହେବେ ନାହିଁ।

ମସ୍ତିଷ୍କକୁ ଚ୍ୟାଲେଞ୍ଜ ଦେଇନଥାଏ -

ଏକ ସମଧାନକୁ ମନେରଖିବା ପରିବର୍ତ୍ତେ ଏକ ସମାଧାନକୁ ପ୍ରମାଣିତ କରିବା ପାଇଁ ପିଲାମାନଙ୍କୁ ଚ୍ୟାଲେଞ୍ଜ କରିବା ଦ୍ୱାରା ଏହା ସେମାନଙ୍କୁ ଧାରଣା ସମ୍ପର୍କରେ ଗଭୀର ଜ୍ଞାନ ପ୍ରାପ୍ତ କରିବାରେ ସହାଯ୍ୟ୍ୟ କରେ। ଯେତେବେଳେ ପିଲାମାନେ ସେମାନଙ୍କର ମସ୍ତିଷ୍କକୁ ଚ୍ୟାଲେଞ୍ଜ କରିଥାନ୍ତି, ସେତେବେଳେ ସେମାନେ ଶିଖିବା ସହ ବିକାଶ କରିଥାନ୍ତି ଯାହାକି ସେମାନଙ୍କୁ ସେମାନଙ୍କ ଶ୍ରେଣୀର ଶୀର୍ଷରେ ରହିବାରେ ସାହାଯ୍ୟ କରେ।

ରୋଟ୍ ଲର୍ନିଂକୁ ନା କୁହନ୍ତୁ ଏବଂ ନିଜର ପିଲାଙ୍କୁ ସେମାନେ ଆବଶ୍ୟକ କରୁଥିବା ଭବିଷ୍ୟତ ଦିଅନ୍ତୁ ଯେଉଁଥିରେ ଜ୍ଞାନ, ଅଭିବୃଦ୍ଧି ଓ କୌତୁହଳତାରେ ଭରି ରହିଥାଏ। ଗୁରୁତ୍ୱପୂର୍ଣ୍ଣ ଧାରଣାକୁ ଆପଣାଇବା ପାଇଁ ଆମର ୱେବନିଆରରେ ଯୋଗ ଦିଅନ୍ତୁ ଏବଂ ଡିଜିଟାଲ ଦୃଷ୍ଟିରୁ ଶିକ୍ଷିତ ହେବା ସମ୍ପର୍କରେ ଶିକ୍ଷାଲାଭ କରନ୍ତୁ। - https://www.dellaarambh.com/webinars/