ଶିକ୍ଷା କ୍ଷେତ୍ର ବର୍ଷ ବର୍ଷ ଧରି ଏକ ଗତିଶୀଳ ପରିବର୍ତ୍ତନ ଦେଇ ଗତି କରିଛି। ସୂଚନାର ବିତରଣ ଠାରୁ ଆରମ୍ଭ କରି ପ୍ରିଣ୍ଟିଂ ପ୍ରେସର ଉଦ୍ଭାବନ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପର୍ଯ୍ୟନ୍ତ, ଆମେ ବର୍ତ୍ତମାନ ଶିକ୍ଷା ଉଦ୍ୟୋଗ କ୍ଷେତ୍ରରେ ଆଉ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖୁଛୁ।
 
ଅନଲାଇନ୍ ଶିକ୍ଷାଦାନ ହେଉଛି ଶିକ୍ଷାର ଭବିଷ୍ୟତ। ବର୍ତ୍ତମାନର ପରିସ୍ଥିତିରେ, ଯେଉଁଠାରେ ସମୟ ବଦଳିଛି, ଆସନ୍ତାକାଲିର ଶିକ୍ଷକମାନେ ପରିସ୍ଥିତି ସହ ତାଳ ଦେଇ ଶିକ୍ଷାର ନୂଆ ଢାଞ୍ଚା ସହିତ ଖାପ ଖୁଆଇଛନ୍ତି। ପାରମ୍ପାରିକ ଶିକ୍ଷାଦାନ ପ୍ରଣାଳୀ ପ୍ରତି ସେମାନଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ଓ ନୂଆ ପଦ୍ଧତିକୁ ଗ୍ରହଣ କରି ଶିକ୍ଷକମାନେ ପ୍ରଭାବଶାଳୀ ଭର୍ଚୁଆଲ୍ ଶିକ୍ଷଣ ପରିବେଶ ସୃଷ୍ଟି କରିବାକୁ ତାଲିମ ଗ୍ରହଣ କରିଛନ୍ତି।
 
 
ଇ-ଲାଇବ୍ରେରୀ, ଅଡିଓ/ଭିଜୁଆଲ୍ ଟୁଲ୍, ଇଣ୍ଟରାକ୍ଟିଭ୍ ଶ୍ରେଣୀଗୃହ, ଏବଂ ଟେକ୍ ନିକାଲ ସମସ୍ୟାଗୁଡ଼ିକ ଯାହା ଶ୍ରେଣୀଗୃହରେ ଉପୁଜିପାରେ ସେଗୁଡ଼ିକ ସହ ନିଜକୁ ପରିଚିତ କରାଇ, ଶିକ୍ଷକମାନେ ନିଶ୍ଚିତ କରିଛନ୍ତି ଯେ ଅଭିବୃଦ୍ଧି ଏବଂ ଶିକ୍ଷା ଯେପରି ବନ୍ଦ ନହୁଏ।
 
ଏହି ଶିକ୍ଷକମାନେ କେବଳ ଶିକ୍ଷା ପାଇଁ PC ସହିତ ପରିଚିତ ନୁହଁନ୍ତି ବରଂ ଅତିରିକ୍ତ ପଥ ମଧ୍ୟ ଅତିକ୍ରମ କରିଛନ୍ତି। ଇଣ୍ଟରାକ୍ଟିଭ୍ ଅନଲାଇନ୍ କ୍ଲାସ୍ ସୃଷ୍ଟି କରି ସେମାନେ ପୂର୍ଣ୍ଣ-ମୂଲ୍ୟାଙ୍କନ, ଆସାଇନମେଣ୍ଟ, ପରୀକ୍ଷା, ପ୍ରଗତି ରେକର୍ଡ ଏବଂ ଏକ ଭର୍ଚୁଆଲ୍ ମାଧ୍ୟମରେ ତତ୍କାଳ ମତାମତ ପ୍ରାପ୍ତ କରିଥାନ୍ତି।
 
 
ଡେଲ ଆରାମ୍ଭ ରେ, ଆମେ ଶିକ୍ଷକମାନଙ୍କୁ ୱେବିନାର୍ ମାଧ୍ୟମରେ PC ସକ୍ଷମ ଶିକ୍ଷଣକୁ ନାଭିଗେଟ୍ କରିବା ପାଇଁ ସାହାଯ୍ୟ କରିବାକୁ ଚାହୁଁଥିଲୁ। ଆମେ 75-90 ମିନିଟର ଲମ୍ବା ୱେବିନାର୍ ଡିଜାଇନ୍ କରି ସେମାନଙ୍କୁ ବିଷୟବସ୍ତୁ ସହିତ ପରିଚିତ କରାଇଥିଲୁ ଯେପରିକି:
 
ଶିକ୍ଷା ବିତରଣ ଏବଂ ଗ୍ରହଣର ପଦ୍ଧତି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଯାହା ଆମକୁ ଶିକ୍ଷାର ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚାଇବ। ଗୁରୁ ଦିବସ ଅବସରରେ, ଆମେ ଏହି ମହତ୍ୱପୂର୍ଣ୍ଣ ପରିବର୍ତ୍ତନର ଶୀର୍ଷରେ ଥିବା ଲୋକମାନେ, ସେହି ଶିକ୍ଷକମାନଙ୍କ ଉଦ୍ୟମକୁ ସ୍ୱୀକାର କରିବାକୁ ଏବଂ ପ୍ରଶଂସା କରିବାକୁ ଚାହୁଁଛୁ!
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ବିଶ୍ୱର ବର୍ତ୍ତମାନ ପରିସ୍ଥିତିରେ ପିଲାମାନେ ବହୁଳ ମାତ୍ରାରେ ପ୍ରଭାବିତ ହୋଇଛନ୍ତି l ସବୁ ଜିନିଷ ବନ୍ଦ ହୋଇଯିବାରୁ, ପିଲାମାନେ ବାଧ୍ୟ ହୋଇ ସେମାନଙ୍କ ଶ୍ରେଣୀ ଗୃହ, ସାଙ୍ଗସାଥି, ଏବଂ ଶିକ୍ଷଣ ପରିବେଶକୁ ଛାଡ଼ିଲେ l ଟେକ୍ନୋଲୋଜି ସହିତ ଯୁଝି ଯୁଝି ଏବଂ ନିଜେ ସେମାନେ ଉପକରଣଗୁଡିକ ସହିତ ପ୍ରସ୍ତୁତ ହୋଇ ଏକ ଅନୁକୂଳ ଶିକ୍ଷଣ ପରିବେଶ ସୃଷ୍ଟି କରିବା ପାଇଁ, ଜ୍ଞାନ ଆହରଣ ପାଇଁ ଗୋଟିଏ ନିରାପଦ ଜାଗା ସୃଷ୍ଟିକରିବାର ଦାୟିତ୍ୱ ପିତାମାତାମାନଙ୍କ ଉପରକୁ ଆସିଲା l
 
ପିତାମାତାମାନେ ଏହି ଅପରିଚିତ ଇଲାକାରେ ଗତି କରୁଥିବା ବେଳେ ସହାନୁଭୂତି ଏବଂ ଦୟା ପ୍ରଦର୍ଶନ କରିବାକୁ ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ l ଏପରିକି ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷକମାନେ ମଧ୍ୟ ସେମାନଙ୍କର ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ନାକେଦମ ହୋଇଛନ୍ତି l ଦୂରରେ ରହି ସେମାନେ ପାଠ ପଢୁ ଥିବାବେଳେ ସେମାନେ କିପରି ଧ୍ୟାନ ଦେଇ ପାରିବେ, କିପରି ଆଗ୍ରହୀ ହୋଇପାରିବେ, ଏବଂ ସନ୍ତୁଳିତ ହୋଇପାରିବେ ସେଥିରେ ସାହାଯ୍ୟ କରିବାକୁ ଆପଣ କ'ଣ କରିପାରିବେ ତାହା ଏଠାରେ ଦିଆଯାଇଛି:
 
 
ପିତାମାତା ଏବଂ ପିଲାମାନେ ସେମାନଙ୍କର ଅନୁଭୂତିଗୁଡିକରୁ ଅଭିବୃଦ୍ଧି ଲାଭ କରିବା ପାଇଁ ଏକ ସହାନୁଭୂତିପୂର୍ଣ୍ଣ ତଥା ଦୟାର ପରିବେଶ ସୃଷ୍ଟି କରିବା ବିଷୟରେ ଅଧିକ ଜାଣିବା ପାଇଁ ଆମର ୱେବିନାରରେ ଯୋଗ ଦିଅନ୍ତୁ l
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ
କିପରି ପ୍ରଭାବଶାଳୀ ଅନଲାଇନ ଶିକ୍ଷା ସୃଷ୍ଟି କରିବାକୁ ହେବ, ଯାହାକୁ ପିଲାମାନେ ଭଲପାଇବେ