ସେସବୁ ଦିନ ଚାଲିଗଲାଣି ଯେବେ ଜ୍ଞାନ ପ୍ରଦାନ କରିବାର ଏକମାତ୍ର ଉପାୟ ଥିଲା ବହି ଏବଂ ଶ୍ରେଣୀଗୃହ । ଟେକ୍ନୋଲୋଜିର ପ୍ରବଳ ମାତ୍ରାରେ ଅଭିବୃଦ୍ଧି ସହିତ, ବର୍ତ୍ତମାନ ଅନନ୍ୟ ଓ ଅସାଧାରଣ ଉପାୟରେ ଆସନ୍ତାକାଲିର ପିଲାମାନଙ୍କୁ ଶିକ୍ଷା ଦେବା ସମ୍ଭବ ଅଟେ ।
 
ପିତାମାତା ଭାବେ ଆପଣ ଆପଣଙ୍କ ପିଲାମାନେ ଶିକ୍ଷା ଲାଭ କରିବାର ଉପାୟରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିବାକୁ ଆପଣ ସୁବିଧା ପାଇଁ ସର୍ବୋତ୍ତମ ଭର୍ଚୁଆଲ୍ ଲର୍ନିଂକୁ ବ୍ୟବହାର କରିପାରିବ, ଫଳରେ ଉନ୍ନତ ଉପାଯରେ ସେମାନ ଶିକ୍ଷାଲାଭ କରିବାରେ ଆପଣ ସାହାଯ୍ୟ କରିପାରିବେ ।
 
ଏହା କରିବା ପାଇଁ ଚାରୋଟି ସହଜ ଉପାୟ ରହିଛି ।
ଆପଣଙ୍କ ପିଲାଙ୍କ ସହିତ, ଏକ ନୂଆ ଦକ୍ଷତା ବାଛନ୍ତୁ ଯାହାକୁ ଆପଣ ଦୁହେଁ ଏକାଠି ଶିଖିବାକୁ ଚାହାଁନ୍ତି । ଏହା ଗୀତ, ନାଚ କିମ୍ବା ସଙ୍ଗୀତ ଶିକ୍ଷା ପରି କିଛି ବି ହୋଇପାରେ । ସେହି ସମୟରେ ଆପଣଙ୍କ ସହିତ ମିଶିବା ବେଳେ ଏହା ସେମାନଙ୍କୁ ଏକ ନୂଆ ଦକ୍ଷତା ଆପଣାଇବାରେ ସାହାଯ୍ୟ କରିବ ।
 
ଏହା ଏକ ଅତି ଉତ୍ତମ ସୁସମ୍ପର୍କ ସ୍ଥାପନ ଏବଂ ଶିକ୍ଷଣ ଅନୁଭୂତି ଭାବେ କାମ କରିପାରିବ । ରେ ଏକ ସହଜ-ଅନୁସରଣ-ରେସିପି ଲେଖି ଏକାଠି ଶିଖିବା ଏବଂ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରିବା ପରି ସରଳ ଅଟେ । ରୋଷେଇ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଏବଂ ଖାଦ୍ୟ ଏକାଠି ରଖିବା ବେଳେ ଆପଣଙ୍କ ପିଲା ଶିଖିବ ।
 
ଅନଲାଇନରେ ଅନେକ ମଜାଳିଆ ଏବଂ ପାରସ୍ପରିକ ବା ଇଣ୍ଟରାକ୍ଟିଭ୍ ମଲ୍ଟିପ୍ଲେୟାର ଗେମ୍ ରହିଛି । କିଛି ବାଦି ସ୍କ୍ରାବଲ୍ ଆପଣଙ୍କ ପିଲାର ମସ୍ତିଷ୍କକୁ କାର୍ଯ୍ୟକ୍ଷମ କରିପାରେ ଏବଂ ଇ-ଶିକ୍ଷଣର ଏକ ଅତି ଉତ୍ତମ ଉପାୟ ଭାବରେ କାର୍ଯ୍ୟ କରିପାରିବ । ଏକାସାଙ୍ଗରେ, ଆପଣ ଦୁହେଁ ଏକାଠି ବହୁତ ମଜା କରିପାରିବେ ।
 
ଆପଣଙ୍କ ପିଲାଙ୍କ ଧ୍ୟାନ ଆକର୍ଷଣ କରିବାର ସବୁଠାରୁ ଭଲ ମାଧ୍ୟମ ହେଉଛି ଅଡିଓ-ଭିଜୁଆଲ୍ ଫର୍ମାଟ୍ । ଏକ ଆକର୍ଷଣୀୟ ଓ ଶିକ୍ଷଣୀୟ ଫିଲ୍ମକୁ ବଦଳାଇ, ଆପଣ କେବଳ ଏକାଠି ଭଲ ସମୟ ପାଇପାରିବେ ନାହିଁ ବରଂ ଫିଲ୍ମ ମାଧ୍ୟମରେ ସେମାନଙ୍କୁ କିଛି ଶିକ୍ଷା ମଧ୍ୟ ଦେଇପାରିବେ ।
 
ଏହି ସରଳ ପରାମର୍ଶମାନ ଅନୁସରଣ କରି, ଆପଣ ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନଙ୍କ ସହିତ ଏକ ଶିକ୍ଷଣୀୟ ଓ ଆକର୍ଷଣୀୟ ଅନୁଭୂତି ପାଇପାରିବେ ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.