ଡିଜିଟାଲ୍ ସମୟରେ ପିଲାମାନଙ୍କର ଅଧିକାରକୁ ଆମେ କିପରି ଅଧିକ ଆଗକୁ ବଢାଇପାରିବା ?

ନୂତନ ମାଧ୍ୟମର ପ୍ରଯୁକ୍ତି ବିଦ୍ୟା ସହିତ ପିଲାମାନେ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ପରିମାଣରେ ଡିଜିଟାଲ ଦୁନିଆ ସହିତ ପରିଚିତ ହୋଇଛନ୍ତି, ଯାହା ସେମାନଙ୍କର ଅଧିକ ସମୟ ନେଉଛି l ଲାପଟପ୍ ସାମ୍ନାରେ ଘଣ୍ଟା ଘଣ୍ଟା ସମୟ ବସିବା ଏବଂ ଇଣ୍ଟରନେଟ ଆକ୍ସେସ କରିବା ଗୋଟିଏ ପିଲାର ଜୀବନରେ ଏକ ଜରୁରୀ ଅଂଶ ହୋଇଯାଇଛି l  ପିଲାମାନଙ୍କୁ ନୂତନ ଜ୍ଞାନ ଶିଖିବାରେ, ଗ୍ରହଣ କରିବାରେ, ଏବଂ ଆବିଷ୍କାର କରିବାରେ ଇଣ୍ଟରନେଟ ଯେତିକି ପରିମାଣରେ ସାହାଯ୍ୟ କରେ, ପ୍ରତି 3 ଜଣ ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରେ 1 ପିଲା ରହୁଛି, ଏହା ମଧ୍ୟ କ୍ଷତିର କାରଣ ଅଟେ l

 

  • ସେମାନଙ୍କ ଇଣ୍ଟରନେଟ ବ୍ୟବହାରକୁ ପର୍ଯ୍ୟବେକ୍ଷଣ କରନ୍ତୁ: ଆପଣ ନିଜ ପିଲାକୁ ଇଣ୍ଟରନେଟ ଜଗତରୁ ବାହାର କରି ଆଣିପାରିବେ ନାହିଁ, କିନ୍ତୁ ସେମାନଙ୍କ ସେମାନଙ୍କ ବ୍ୟବହାରକୁ ପର୍ଯ୍ୟବେକ୍ଷଣ କରି ଏବଂ ସେମାନେ ପରିଦର୍ଶନ କରୁଥିବା ସାଇଟଗୁଡ଼ିକୁ ପର୍ଯ୍ୟବେକ୍ଷଣ କରି ସେମାନଙ୍କୁ କ୍ଷତିରୁ ରକ୍ଷା କରିପାରିବେ l କେତେକ ୱେବସାଇଟରେ ପାରେଣ୍ଟାଲ୍ ଲକ୍ ପକାଇବା ମଧ୍ୟ ଅନୁମୋଦନୀୟ ଅଟେ ଏବଂ ପାଠ ବ୍ୟବହାର ବ୍ୟତୀତ ସେମାନଙ୍କ ସ୍କ୍ରିନ୍ ସମୟକୁ ସୀମିତ କରିବା ଅନୁମୋଦନୀୟ ଅଟେ  l

 

  • ସେମାନଙ୍କୁ ଶିକ୍ଷା ଦିଅନ୍ତୁ: ଆପଣଙ୍କର ପିଲାମାନଙ୍କୁ ଇଣ୍ଟରନେଟରେ ଥିବା ସୁଯୋଗଗୁଡ଼ିକ ବିଷୟରେ ଶିକ୍ଷା ଦେବା ଏବଂ ସେମାନଙ୍କୁ ଟିକେ ବିଶ୍ୱାସ ପ୍ରଦାନ କରିବା ସେମାନଙ୍କୁ ୱାର୍ଲଡ ୱାଇଡ ୱେବର ଜଟିଳତାଗୁଡ଼ିକୁ  ବୁଝିବାରେ ବହୁତ ସାହାଯ୍ୟ କରିବ l ଦ୍ଵିଧାଗ୍ରସ୍ତ ହେବା ପରିବର୍ତ୍ତେ ସେମାନେ କିପରି ଇଣ୍ଟରନେଟକୁ ବ୍ୟବହାର କରିପାରିବେ ସେ ସମ୍ପର୍କରେ ସେମାନଙ୍କୁ ଶିକ୍ଷା ଦିଅନ୍ତୁ l

 

  • ସେମାନଙ୍କୁ ବ୍ୟବସ୍ଥିତ ହେବାରେ ସାହାଯ୍ୟ କରନ୍ତୁ: ଇଣ୍ଟରନେଟରେ ସମୁଦ୍ର ଭଳି ଜ୍ଞାନ ରହିଛି, ଟିକେ ବ୍ୟବସ୍ଥିତ ହୋଇ ଏହାକୁ ଜୟ କରାଯାଇ ପାରିବ l ଆପଣଙ୍କ ପିଲାମାନଙ୍କୁ ସେମାନଙ୍କ ସାମଗ୍ରୀ ବ୍ୟବସ୍ଥିତ କରିବାରେ ସାହାଯ୍ୟ କରି ଏବଂ ସେମାନଙ୍କୁ କେତେକ କ୍ଷତିହୀନ ଦିଗଗୁଡ଼ିକୁ ନିଜେ ଅନୁସନ୍ଧାନ କରିବାକୁ ଅନୁମତି ଦେଇ ଡିଜିଟାଲ୍ ସମୟକୁ ଗୁଣବତ୍ତାସମ୍ପର୍ଣ୍ଣ ସମୟରେ ପରିବର୍ତ୍ତନ କରନ୍ତୁ l

 

ଆପଣଙ୍କ ପିଲାର ଶାରୀରିକ, ବୌଦ୍ଧିକ, ସାମାଜିକ ଏବଂ ଆବେଗିକ ବିକାଶର ସାହାଯ୍ୟ ପାଇଁ ଆପଣ କିପରି ଭଲ ଭାବରେ ଯୋଜନା କରିବେ ଏବଂ ପ୍ରସ୍ତୁତି କରିବେ ତାହା ଶିଖିବା ପାଇଁ ଆମର ୱେବିନାର ସହିତ ଯୋଡ଼ି ହୋଇ ରୁହନ୍ତୁ - https://www.dellaarambh.com/webinars/



କିପରି ପ୍ରଭାବଶାଳୀ ଅନଲାଇନ ଶିକ୍ଷା ସୃଷ୍ଟି କରିବାକୁ ହେବ, ଯାହାକୁ ପିଲାମାନେ ଭଲପାଇବେ

ଜଣେ ଛାତ୍ର ପାଇଁ ଶ୍ରେଣୀଗୃହର ଅନୁଭୂତି ସମ୍ପୂର୍ଣ୍ଣ ବଦଳିଯାଇଛି l ତୁମ ଟିଫିନ ବାକ୍ସର ଖାଇବା ସେୟାର କରିବା ଆଉ କ୍ୟାଣ୍ଟିନର ବଡା-ପାଓ, ବେଳେ ବେଳେ ଶିକ୍ଷକଙ୍କ ଅନୁପସ୍ଥିତିରେ ଶ୍ରେଣୀ ଗୃହରେ 2-ମିନିଟର ହୋ ହାଲ୍ଲା ଆଉ ଖେଳ ପିରିୟଡ଼ରେ ଫୁଟବଲ୍ ମ୍ୟାଚର ମଜା ଦିନ ସବୁ ଚାଲିଯାଇଛି l

 

ସବୁକିଛି ଡିଜିଟାଲ୍ ହୋଇଯାଇଛି l ଯେତେବେଳେ ଏତେ ସବୁ ବଦଳି ଯାଇଛି, ଶିକ୍ଷଣ ବଦଳି ନାହିଁ, ତାହା ନିଶ୍ଚିତ କରିବାକୁ ଏଠାରେ କେତେଗୁଡ଼ିଏ ଉପାୟ ଦିଆଯାଇଛି l

  1. ନିର୍ଦ୍ଧାରିତ ସ୍ଥାନ: ବେଞ୍ଚ ଠାରୁ ଆରମ୍ଭ କରି ବିଦ୍ୟାଳୟର ଘଣ୍ଟି ପର୍ଯ୍ୟନ୍ତ ସବୁ ଜିନିଷ ଶ୍ରେଣୀଗୃହର ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରନ୍ତି l ସମାନ ଭାବରେ, ନିଜ ପାଇଁ ପାଠ ପଢିବା ପାଇଁ ସ୍ଥାନ ସୃଷ୍ଟି କରିବା ଏବଂ ସୂଚନାଗୁଡ଼ିକୁ ଗ୍ରହଣ କରିବା ପାଇଁ ଗୋଟିଏ ନିର୍ଦ୍ଧାରିତ ସ୍ଥାନ ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା ଅଟେ l
  2. ଅନ୍ୟମନସ୍କତା: କିଛି ସମୟ ଅନଲାଇନ କ୍ଲାସ କରିବା ପରେ ବୋର୍ ନ ହେବା ବହୁତ କଷ୍ଟକର ଅଟେ l  ଅତି କମରେ କହିବାକୁ ଗଲେ ଅସ୍ଥିରତା ଦେଖାଯାଏ, ବିଦ୍ୟାର୍ଥୀମାନେ ସୋସିଆଲ ମେଡିଆ ଦେଖନ୍ତି ଏବଂ ସେମାନେ ନିଜକୁ ଖୁସି କରିବାକୁ ଲଗାତାର ଭାବରେ ସ୍କ୍ରୋଲ କରିଚାଲନ୍ତି l ଆପଣ ଆପ୍ ବ୍ଲକର୍ କିମ୍ବା ଏକ୍ସଟେନସନଗୁଡ଼ିକ ଇନଷ୍ଟଲ କରିପାରିବେ ଯାହା ଦିନର ଏକ ନିର୍ଦ୍ଧିଷ୍ଟ ସମୟରେ କେତେକ ନିର୍ଦ୍ଧିଷ୍ଟ ଆପ୍ ଆକ୍ସେସ କରିବାକୁ ଦୂରେଇ ପାରିବ l
  3. ଜିଜ୍ଞାସା ସକ୍ରିୟ କରି: ଅନଲାଇନ କ୍ଲାସଗୁଡ଼ିକରେ ଛାତ୍ର-ଶିକ୍ଷକ ସମ୍ପର୍କ ମାନ୍ଦା ହୋଇଥାଏ ଏବଂ ଆଖିର ଯୋଗାଯୋଗ ରହି ନଥାଏ, ଏବଂ ପଚରାଉଚରା କରିବାକୁ ସେମାନଙ୍କ ପାଇଁ କେହି ନଥିବାରୁ ବିଷୟଗତ ଧାରଣାକୁ ବୁଝିନପାରିବା ସହଜ l ପିଲାମାନେ ସେମାନଙ୍କର ସନ୍ଦେହ ପଚାରିବାକୁ ପ୍ରେରଣା ଦିଅନ୍ତୁ ଏବଂ ସେମାନଙ୍କ ପାଇଁ ପାଠ୍ୟଦାନର ରେକର୍ଡିଙ୍ଗ କରିବାକୁ ସେମାନଙ୍କୁ ଅନୁରୋଧ କରନ୍ତୁ, ଯାହା ଫଳରେ ପରବର୍ତ୍ତୀ ସମୟରେ ସେମାନେ ବିଶ୍ଳେଷଣ କରିପାରିବେ ଏବଂ ବୁଝିପାରିବେ l
  4. ସ୍କ୍ରିନ୍ ସମୟ ପରିଚାଳନା: ନୂତନ ମାଧ୍ୟମ ସହିତ, ବିଦ୍ୟାର୍ଥୀମାନେ ଦିନର ଅଧିକ ସମୟ ଗୋଟିଏ ସ୍କ୍ରିନ୍ ଉପରେ ଧ୍ୟାନ ରଖିବା ଦରକାର, ଏପରିକି ସ୍ୱଳ୍ପକାଳୀନ ଭିତିରେ ମଧ୍ୟ ଏହା ହାନୀକାରକ ଅଟେ l ଡିଜିଟାଲ୍ ଜଗତରୁ ନିୟମିତ ଭାବରେ ବିରତି ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ - ସନ୍ଧ୍ୟା ବେଳେ ଟିକେ ଚାଲିବା କିମ୍ବା ବ୍ୟାଡମିଣ୍ଟନ ଖେଳ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଅଟେ l

ଆପଣଙ୍କ ପିଲାଙ୍କ ପାଇଁ ମଧ୍ୟ ଶିକ୍ଷାକୁ କିପରି କୌତୁକିଆ କରାଯାଇ ପାରିବ ତାହା ଜାଣିବା ପାଇଁ ଆମର ୱେବିନାର ସହିତ ଯୋଡ଼ି ହୋଇ ରୁହନ୍ତୁ - https://www.dellaarambh.com/webinars/