ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ

ଗତ ଦୁଇ ବର୍ଷରେ ସାରା ବିଶ୍ୱ ଲକଡାଉନରେ ଥିବା ବେଳେ ଲୋକମାନଙ୍କୁ ସେମାନଙ୍କ ଜୀବନ ଜୀଇଁବାରେ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକ ଜିନିଷ ଡିଜିଟାଲ୍ ମାଧ୍ୟମକୁ ପରିବର୍ତ୍ତନ ହୋଇଛି l ଯାହା ଫଳରେ ଅନଲାଇନ୍ କ୍ଲାସସବୁ ନୂତନ ସାଧାରଣ କଥା ହୋଇଯାଇଛି l କରୋନା ଘଟଣା ହ୍ରାସ ହେଉଥିବାରୁ ବର୍ତ୍ତମାନ ବିଦ୍ୟାଳୟଗୁଡ଼ିକ ଖୋଲୁଛି, ଅନେକ ପିଲାଙ୍କ ପକ୍ଷରେ ବିଦ୍ୟାଳୟକୁ ଫେରିବା କଷ୍ଟକର ହୋଇପଡ଼ିଛି l ଶୀଘ୍ର ପରିବର୍ତ୍ତନ ହେବା ଟିକେ କଷ୍ଟ ହେବ l ପିଲାଙ୍କର ବିଦ୍ୟାଳୟକୁ ଫେରିବା ପ୍ରକ୍ରିୟାକୁ ଅଧିକ ସୁଗମ କରିବାରେ ସାହାଯ୍ୟ କରିବା ପାଇଁ ନିମ୍ନରେ କେତେଗୋଟି ଟିପ୍ପଣୀ ଦିଆଯାଇଛି:

 

  1. ନୂତନ ରୋଟିନ୍: ଆପଣଙ୍କ ପିଲା ବିଦ୍ୟାଳୟକୁ ଯିବା ଆରମ୍ଭ କରିଲେ ତାହାର ଦୈନନ୍ଦୀନ ଜୀବନରେ ଅନେକ ଜିନିଷର ପରିବର୍ତ୍ତନ ଘଟିବ l ସେଇଥିପାଇଁ, ପିଲାମାନଙ୍କୁ ସେମାନଙ୍କର ସାଧାରଣ ବିଦ୍ୟାଳୟ ଦିବସ ସମ୍ପର୍କରେ ସୂଚନା ପ୍ରଦାନ କରିଲେ ଏହା ସେମାନଙ୍କୁ ପରିବର୍ତ୍ତନ ସହିତ ଖାପ ଖୁଆଇବାରେ ସାହାଯ୍ୟ କରିବ l
  2. ନିଦ୍ରା ସମୟସୂଚୀ: ଅନଲାଇନରେ ପାଠ ପଢିବା ଫଳରେ ନିଦ୍ରା ସମୟସୂଚୀରେ ମଧ୍ୟ ବିଘ୍ନ ଘଟିଛି l ପିଲାମାନଙ୍କୁ ଶୀଘ୍ର ଶୁଆଇ ଏବଂ ସେମାନଙ୍କର ସାଧାରଣ ବିଦ୍ୟାଳୟ ସମୟରେ ଉଠାଇ ଗୋଟିଏ ଶୋଇବା ସମୟର ରୋଟିନ ପ୍ରସ୍ତୁତ କରି ଆପଣ ସେମାନଙ୍କୁ ସାହାଯ୍ୟ କରିପାରିବେ, ଯାହା ଫଳରେ ସେମାନେ ଆଠ ଘଣ୍ଟା ଶୋଇ ପାରିବେ l
  3. ଯୋଗାଯୋଗ ହେଉଛି ମୁଖ୍ୟ କଥା: ଏତେ ବଡ଼ ପରିବର୍ତ୍ତନଗୁଡ଼ିକ ସହିତ ସହଜରେ ଆଡ଼ଜଷ୍ଟ କରିବା ଆପଣଙ୍କ ପିଲାପାଇଁ ଟିକେ କଷ୍ଟକର ହେବ l ଆପଣ ନିଶ୍ଚିତ କରନ୍ତୁ ଯେ, ଆପଣ ଯେପରି ଭଲ ଭାବରେ ସେମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି ଏବଂ ସେମାନଙ୍କ କଥା ଶୁଣୁଛନ୍ତି l ଯଦି ସମସ୍ୟା ଲାଗିରହେ, ତେବେ ସେମାନଙ୍କ ବିଦ୍ୟାଳୟକୁ ଯାଆନ୍ତୁ କିମ୍ବା ଜଣେ ବିଶ୍ୱସ୍ତ ଶିକ୍ଷକଙ୍କ ପାଖକୁ ଯାଆନ୍ତୁ l
  4. ଅବଲମ୍ବନ କରିବାରେ ସେମାନଙ୍କୁ ସାହାଯ୍ୟ କରନ୍ତୁ: ପରିବର୍ତ୍ତନଗୁଡ଼ିକୁ ଗ୍ରହଣ କରିବାରେ ପ୍ରତ୍ୟେକ ପିଲା ଅଲଗା ଅଲଗା ପରିମାଣର ସମୟ ନିଅନ୍ତି l ଆପଣଙ୍କ ପିଲାର ଗତିକୁ ବୁଝିବାକୁ ଚେଷ୍ଟା କରନ୍ତୁ l ଯଦି ସେମାନେ ସମସ୍ୟା ସାମ୍ନା କରୁଛନ୍ତି ତେବେ ଆପଣ ନିଶ୍ଚିତ କରନ୍ତୁ ଯେ, ସେମାନେ ଆପଣଙ୍କ ମାର୍ଗଦର୍ଶନ ଏବଂ ସହାୟତା ମାଗିବା ପାଇଁ ଯଥେଷ୍ଟ ସହଜ ଅନୁଭବ କରନ୍ତି l

 

ଡିଜିଟାଲ୍ ସମାଜରେ ଆପଣଙ୍କ ପିଲାର ଲାଳନପାଳନ କରିବା ପାଇଁ କିପରି ଉତ୍ତମ ରୂପେ ପ୍ରସ୍ତୁତ ହୋଇପାରିବେ ଏବଂ ସମର୍ଥ ହୋଇପାରିବେ ସେ ବିଷୟରେ ଶିଖନ୍ତୁ l https://www.dellaarambh.com/webinars/  ରେ ଆମର ୱେବିନାର ସହିତ ଯୋଡ଼ି ହୋଇଯାଆନ୍ତୁ l