ଦୂର ଶିକ୍ଷା ସମୟରେ ବିଦ୍ୟାର୍ଥୀମାନଙ୍କୁ ନିୟୋଜିତ କରି ରଖିବା ଉଭୟ ମଜାଦାର ଏବଂ ଆହ୍ବାନମୂଳକ କଥା l ମୁଖ୍ୟ କଥାଟି ହେଉଛି ସେମାନଙ୍କୁ ଶିକ୍ଷା ସମ୍ପର୍କରେ ଆଗ୍ରହୀ କରି ରଖିବା ଏବଂ ସେମାନଙ୍କର ଜିଜ୍ଞାସାକୁ ପ୍ରେରଣା ପ୍ରଦାନ କରିବା l ଏଠାରେ କେତେକ ଟିପ୍ପଣୀ ପ୍ରଦାନ କରାଯାଇଛି ଯାହା ସାହାଯ୍ୟ କରିପାରିବ:
 
- ପିତାମାତାଙ୍କ ସହିତ ସହଯୋଗ କରନ୍ତୁ: ବିଦ୍ୟାର୍ଥୀମାନଙ୍କର ଉନ୍ନତିକୁ ଯାଞ୍ଚ କରିବାକୁ ଦୁଇ ମାସରେ ଥରେ ଭିଡିଓ-କନଫରେନ୍ସ ମିଟିଂ ବହୁତ ବଢ଼ିଆ ଅଟେ l ଜଣେ ଶିକ୍ଷକ ହିସାବରେ ଆପଣ ପିତାମାତାମାନଙ୍କୁ ମଧ୍ୟ ଡିଜିଟାଲ ଶିକ୍ଷଣ ଉତ୍ସଗୁଡିକର ଅଭିଗମ୍ୟତା ପ୍ରଦାନ କରିବା ଉଚିତ ଯାହାକୁ ସେମାନେ କ୍ଲାସରୁମ ସମୟ ପରେ ପିଲାମାନଙ୍କୁ ନିୟୋଜିତ କରି ରଖିବା ପାଇଁ ବ୍ୟବହାର କରିପାରିବେ l
- ଶିକ୍ଷଣକୁ ମଜାଦାର କରନ୍ତୁ: Tiktokରେ ‘60 ସେକେଣ୍ଡରେ ବିଜ୍ଞାନ ତଥ୍ୟାବଳୀ’ ଭଳି ସେସନ୍ ଆପଣଙ୍କୁ ଆପଣଙ୍କର ବିଦ୍ୟାର୍ଥୀମାନଙ୍କ ସହିତ ଅନେକ ଉପାୟରେ ଯୋଡ଼ି ଦେବ, ଯାହା ଆଗରୁ କେବେ ଆପଣଙ୍କ ପାଇଁ ହୋଇନାହିଁ l
- ସକାରାତ୍ମକ ଦୃଢ଼ୀକରଣ ଅଧିକ କରନ୍ତୁ: ହାତରେ ପ୍ରଦତ୍ତ ପୁରସ୍କାର, ମେଲରେ ପ୍ରେରିତ ପ୍ରମାଣପତ୍ର ଏବଂ ମୋଟାମୋଟି ସକାରାତ୍ମକ ମାନ୍ୟତା ଗୋଟିଏ ପିଲାକୁ ଗଭୀର ଭାବରେ ପ୍ରେରଣା ପ୍ରଦାନ କରିବ l
- ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ: ଦଳଗତ କିମ୍ବା ବ୍ୟକ୍ତିଗତ ପରାମର୍ଶ ସେସନର ଅଭିଗମ୍ୟତା ପ୍ରଦାନ କରନ୍ତୁ l  ଶିକ୍ଷା, ଆଚରଣ, ସାମାଜିକ ଆବଶ୍ୟକତା ନିମନ୍ତେ ଅତିରିକ୍ତ ସହଯୋଗ ଏହା ନିଶ୍ଚିତ କରିବ ଯେ, ସମସ୍ତ ବିଦ୍ୟାର୍ଥୀ ଅଂଶଗ୍ରହଣ କରିବାକୁ ଏବଂ ନିୟୋଜିତ ହେବାକୁ ସମର୍ଥ ଅଟନ୍ତି l
- ବିଷୟଗୁଡ଼ିକୁ ସରଳ କରିଦିଅନ୍ତୁ: ଆପଣ ଯାହା ପଢ଼ାଉଛନ୍ତି ଏବଂ ଯେପରି ଭାବରେ ଏହାକୁ ପଢ଼ାଉଛନ୍ତି ତାହାକୁ ସରଳ କରିଦିଅନ୍ତୁ l ପାଠ୍ୟ ଖସଡ଼ାରୁ ଦକ୍ଷତା ଏବଂ ଧାରଣାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ l ଏହା ନିଶ୍ଚିତ କରିବ ଯେ, ପିଲାଟି ଅଧିକ ଆଗକୁ ଯାଉଛି l
- ଟେକ୍ନୋଲୋଜିର ଲାଭ ଉଠାନ୍ତୁ: ବିଦ୍ୟାର୍ଥୀମାନଙ୍କ ପାଇଁ ଖେଳ ପରିବର୍ତ୍ତନ କରିବା ପାଇଁ ବିଷୟଗୁଡ଼ିକରେ ସଙ୍ଗୀତ, ଭିଡିଓ ଗେମିଙ୍ଗ୍, ସାଉଣ୍ଡ ଡିଜାଇନ ଏବଂ ଆହୁରି ଅନେକ ଜିନିଷ ଉପଯୋଗ କରନ୍ତୁ l
- ପରିବର୍ତ୍ତନ ସମୟର ଯାଞ୍ଚ କରନ୍ତୁ: ଆପଣ ନିଶ୍ଚିତ କରନ୍ତୁ ଯେ, ଆପଣ ଦୁଇଟି ବିଷୟ ମଧ୍ୟରେ ପରିବର୍ତ୍ତନ ସମୟକୁ ଯେପରି ବହୁ ପୂର୍ବରୁ ଯୋଜନା କରନ୍ତି, ଯାହା ଫଳରେ ସମୟ ନଷ୍ଟ ହୁଏ ନାହିଁ l ସ୍ଵଚ୍ଛନ୍ଦରେ ଗୋଟିଏ ଟାଇମର ବ୍ୟବହାର କରନ୍ତୁ l
- ଅତ୍ୟନ୍ତ ମନ୍ଦ ପାଇଁ ପ୍ରସ୍ତୁତ ରୁହନ୍ତୁ: 3ଟି ଶବ୍ଦ l ଝାପ୍ସା, ଇଣ୍ଟେର୍ନେଟ, ସଂଯୋଗ l କିନ୍ତୁ ଆପଣ ଯଦି ଆସ କରିବେ କି ସବୁ କିଛି ଭୁଲ୍ ହେବ, ଆପଣ ମଧ୍ୟ ନିଜର କ୍ଷତିକୁ ପରିଚାଳନା କରିବାରେ ଏବଂ ସମୟକୁ ଭଲ ଭାବରେ ପରିଚାଳନା କରିବାରେ ସକ୍ଷମ ହେବେ l
 
ଏହା ନିଶ୍ଚିତ ଭାବରେ ଏକ ଭଲ ଆରମ୍ଭ ହୋଇଥିବା ବେଳେ ଅଧିକ ଟିପ୍ପଣୀ ନିମନ୍ତେ ଆମର ୱେବିନାର ସହିତ ଯୋଡ଼ି ହୋଇ ରୁହନ୍ତୁ - https://www.dellaarambh.com/webinars/
Dell Aarambh Team
Dell Aarambh
-
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.