ଟେକ୍ନୋଲୋଜିକୁ ଆପଣାନ୍ତୁ, ଏହାକୁ ଡରନ୍ତୁ ନାହିଁ - 3ଟି କାରଣ କାହିଁକି ?

ଡିଜିଟାଲ୍ ଦୁନିଆରେ ପିଲାମାନଙ୍କ ଲାଳନପାଳନ କରିବା ଏକ ଆହ୍ୱାନ ଅଟେ l କିନ୍ତୁ ଜଣେ ଅଭିଭାବକ ଭାବରେ ଆପଣ ଯଦି ଟେକ୍ନୋଲୋଜିକୁ ଆପଣାନ୍ତି ଏବଂ ଏହାକୁ ଡରନ୍ତି ନାହିଁ ତେବେ ଆପଣଙ୍କ ପିଲା ଉପରେ ଏହାର ଏକ ସକାରାତ୍ମକ ପ୍ରଭାବ ରହିବ l ଆପଣଙ୍କ ପିଲାର ଏକ ନିରାପଦ ଡିଜିଟାଲ୍ ଯାତ୍ରା ପାଇଁ ଆପଣ ଡିଜିଟାଲ୍ ଉପକରଣଗୁଡ଼ିକର ଫାଇଦା ଉଠାଇପାରିବେ l ଅନେକ ଉପାୟରେ ଟେକ୍ନୋଲୋଜି ଶିକ୍ଷାପ୍ରଦ ହୋଇପାରିବ l

 

୧. ଜିଜ୍ଞାସାକୁ ପ୍ରେରଣା ଦେଉଛି

 

ଟେକ୍ନୋଲୋଜି ଅସୀମ ଜିଜ୍ଞାସାକୁ ପ୍ରେରଣା ଦିଏ l କୌଣସି ବିଷୟରେ ଆପଣଙ୍କ ପିଲାମାନଙ୍କର ଜିଜ୍ଞାସାକୁ ସେମାନଙ୍କ ସହପାଠୀ ଏବଂ ଶିକ୍ଷକମାନଙ୍କ ସହିତ ସେୟାର୍ କରିବାକୁ ଏହା ସୁବିଧା ଦିଏ –ଚ୍ୟାଟ୍ କିମ୍ବା ଅନଲାଇନ୍ ଫୋରମଗୁଡ଼ିକ ମାଧ୍ୟମରେ l ଆପଣଙ୍କ ପିଲାମାନଙ୍କୁ ଭଲ ଲାଗୁଥିବା ବିଷୟଗୁଡ଼ିକ ସମ୍ପର୍କରେ ଅଧିକ ଜାଣିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରେ-ରୋବଟଗୁଡ଼ିକ କିପରି ତିଆରି କରାଯାଏ କିମ୍ବା କିପରି କାଗଜର ସାଜସଜ୍ଜା କରାଯାଏ ସେ ସବୁ ବିଷୟରେ ଯଦି ଆପଣଙ୍କର ପିଲା ଶିଖିବାକୁ ଇଚ୍ଛା କରନ୍ତି l ଏହି ଜିଜ୍ଞାସା ହିଁ ଆପଣଙ୍କ ପିଲାଠାରେ ବିଭିନ୍ନ ଆଗ୍ରହର ବିକାଶ କରିପାରିବ କିମ୍ବା ଏହା ଦ୍ୱାରା ଆକର୍ଷଣୀୟ କ୍ୟାରିଅରଗୁଡ଼ିକ ଚୟନ କରିପାରିବ l

 

୨. ଉନ୍ନତିକୁ ଟ୍ରାକକରୁଛି

 

ଟେକ୍ନୋଲୋଜି ଅଭିଭାବକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଏକ ଅଧିକ ସୁସଙ୍ଗତ କଥୋପକଥନକୁ ସକ୍ଷମ କରିଛି l କେଉଁ କେଉଁ କ୍ଷେତ୍ରରେ ଅତିରିକ୍ତ କାମ ଦରକାର ତାହା ଚିହ୍ନଟ କରିବା ପାଇଁ ପିଲାର ଉନ୍ନତିକୁ ଟ୍ରାକ୍ କରିବା ହିଁ ଆପଣଙ୍କୁ ସାହାଯ୍ୟ କରିବ l ତାହା ପରେ ଆପଣ ସେହି କ୍ଷେତ୍ରରେ କାମ କରିବା ପାଇଁ ସମର୍ଥ ହେବା ପାଇଁ ଏବଂ ଆପଣଙ୍କ ପିଲାର ପୂର୍ଣ୍ଣ ସାମର୍ଥ୍ୟକୁ ଉନ୍ମୋଚନ କରିବା ନିମନ୍ତେ ନିଜର ଶିକ୍ଷକଙ୍କ ସହିତ ସହଯୋଗ କରିପାରିବେ l

 

୩. ଖୋଲା କଥାବାର୍ତ୍ତା

 

ଟେକ୍ନୋଲୋଜିର ମୌଳିକ ଏବଂ କ୍ରମାଗତ ବିକାଶ ସମ୍ପର୍କରେ ଖୋଲା କଥାବାର୍ତ୍ତା ହିଁ ନିଶ୍ଚିତ କରିବ ଯେ, ଆପଣଙ୍କ ପିଲା କେବଳ ସୁରକ୍ଷିତ ଅନୁଭବ କରୁଛି, ତାହା ନୁହେଁ ଆହୁରି ମଧ୍ୟ ସେ ଟେକ୍ନୋଲୋଜିର ଫାଇଦା ଉଠାଇବା ପାଇଁ ଦୃଢ଼ ମନୋବଳସମ୍ପର୍ଣ୍ଣ ଅଟେ l ସହଯୋଗ ଏବଂ ସ୍ୱାଧୀନତା ମଧ୍ୟରେ ସନ୍ତୁଳନ ରକ୍ଷାକରିବା ହିଁ ମୁଖ୍ୟ କଥା ଅଟେ l

 

ଡିଜିଟାଲ୍ ପ୍ୟାରେଣ୍ଟିଙ୍ଗ୍ ସମ୍ପର୍କରେ ଅଧିକ ସୂଚନା ପାଇବା ନିମନ୍ତେ ଆମର ୱେବିନାରଗୁଡ଼ିକ ସହିତ ଯୋଡ଼ି ହୋଇ ରୁହନ୍ତୁ - https://www.dellaarambh.com/webinars/