ହାଇବ୍ରିଡ ଶିକ୍ଷାଦାନ ପାଇଁ 2ଟି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

ଆଧୁନିକ ଶିକ୍ଷା ଟେକ୍ନୋଲୋଜି ହାଇବ୍ରିଡ୍ ଶିକ୍ଷଣ ପରିବେଶ ସୃଷ୍ଟି ପାଇଁ ଅନୁମତି ଦେଇଛି, ଯେଉଁଠାରେ ଶିକ୍ଷାବିତମାନେ ଏକ ସାଙ୍ଗରେ ବ୍ୟକ୍ତିଗତ ଏବଂ ଦୂରବର୍ତ୍ତୀ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷା ଦେଇପାରିବେ ।

ଏହା ଏକ ମଡେଲ ଯାହା ଛାତ୍ରମାନେ ଅଧିକରୁ ଅଧିକ ଲାଭାନ୍ୱିତ ହେବାକୁ ଆଶା କରନ୍ତି । ଏହା ମଧ୍ୟ ଏକ ପନ୍ଥା ଯାହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି ଏବଂ ଆଗାମୀ ମାସ ଓ ବର୍ଷରେ ଏହାର ଚାହିଦା ବୃଦ୍ଧି ପାଇବାର ସମ୍ଭାବନା ଅଛି । ତେଣୁ, ହାଇବ୍ରିଡ୍ ଶିକ୍ଷଣର ପରାମର୍ଶକୁ ବୁଝିବା ପାଇଁ ଚେଷ୍ଟା କରିବା ଜରୁରୀ ।

ଉଭୟ ଗୋଷ୍ଠୀ ସମାନ ଧାନ ଦିଅନ୍ତୁ

ଆପଣ ଏକ ଶ୍ରେଣୀଗୃହରେ ଥିବା ବେଳେ ଆପଣ ଥିବା ପରି ବିଦ୍ୟାର୍ଥୀମାନେ ପାର୍ଥିବ ଭାବେ ଉପସ୍ଥିତ ଥାଆନ୍ତି, ତେଣୁ ସେହି ବିଦ୍ୟାର୍ଥୀମାନଙ୍କୁ ଅଧିକ ଗୁରୁତ୍ୱ ଦେବାର ସାଧାରଣ ଭାବାବେଗ ରହିଥାଏ । ଏହି ଫନ୍ଦିରେ ପଡ଼ିବା ଠାରୁ ଏଡ଼ାନ୍ତୁ ଏବଂ ଉଭୟ ଗୋଷ୍ଠୀକୁ ସମାନ ଧ୍ୟାନ ଦେବା ପାଇଁ ଚେଷ୍ଟା କରନ୍ତୁ ।

ଉଭୟ ଗୋଷ୍ଠୀ ଯେପରି ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ ତାହା ସୁନିଶ୍ଚିତ କରନ୍ତୁ

ଆପଣଙ୍କର ଅଫଲାଇନ୍ ଏବଂ ଅନଲାଇନ୍ ବିଦ୍ୟାର୍ଥୀମାନଙ୍କୁ ପରସ୍ପର ସହିତ କଥାବାର୍ତ୍ତା କରିବାର ସୁଯୋଗ ଦିଅନ୍ତୁ । ନିଶ୍ଚିତ କରନ୍ତୁ ଯେ ସେମାନେ ଏକତ୍ର କାର୍ଯ୍ୟକଳାପ ଏବଂ ପ୍ରୋଜେକ୍ଟରେ ଅଂଶଗ୍ରହଣ କରନ୍ତି, ତେଣୁ ଛାତ୍ରମାନଙ୍କ ମଧ୍ୟରେ କୌଣସି ଭେଦଭାବ ରହିବ ନାହିଁ ।

ହାଇବ୍ରିଡ୍ ଶିକ୍ଷଣ ଶିକ୍ଷା ବିଷୟରେ ଆମର ଚିନ୍ତାଧାରାକୁ ପରିବର୍ତ୍ତନ କରୁଛି ଏବଂ ପାରମ୍ପାରିକ ଭାବରେ ପୂର୍ବରୁ ରହିଥିବା ଅନେକ ପ୍ରତିବନ୍ଧକକୁ ଦୂର କରୁଛି । ଏହା କେବଳ ଛାତ୍ରମାନଙ୍କୁ ଅଧିକ ମାତ୍ରାରେ ନମନୀୟତା ଏବଂ କିପରି ଶିଖିବାକୁ ବାଛିବା ପାଇଁ ସ୍ୱାଧୀନତା ପ୍ରଦାନ କରିପାରିବ ତାହା ନୁହେଁ, ବରଂ ଏହା ଶିକ୍ଷାକୁ ଅଭିଗମ୍ୟତା ବା ଆକ୍ସେସକୁ ମଧ୍ୟ ବିସ୍ତାର କରିପାରିବ ।

ଅଧିକ ଜାଣିବା ପାଇଁ ହାଇବ୍ରିଡ୍ ଶିକ୍ଷଣ ଉପରେ ଆମର ୱେବନିଆରକୁ ଟ୍ୟୁନ୍ ଇନ୍ କରନ୍ତୁ– https://www.dellaarambh.com/webinars/