10ଟି ପିସି ସମ୍ପର୍କିତ ପଦ ଆପଣ ଜାଣିବା ଉଚିତ୍

ଏକ ପିସି ହେଉଛି ଆପଣଙ୍କର ପ୍ରିୟ ଖେଳନା, ଆପଣଙ୍କ ଲାଇବ୍ରେରୀ ଏବଂ ଗୋଟିଏ କ୍ଲିକରେ ମନୋରଞ୍ଜନ ପ୍ରଦାନକାରୀ ଇତ୍ୟାଦିର ଏକକ ସମାହାର। ଘରେ ଏବଂ ବିଦ୍ୟାଳୟରେ ଗୋଟିଏ ପିସି ପାଖରେ ରହିବା ଆପଣଙ୍କୁ ଆପଣଙ୍କ ନିଜ ଶୈଳୀରେ ଅଧ୍ୟୟନ କରିବାକୁ ସୁଯୋଗ ଦେଇଥାଏ। ଆପଣ କେବଳ ସୂଚନା ପଢ଼ିନଥାନ୍ତି- ପ୍ରକୃତରେ ଆପଣ ଯାହା ପଢ଼ନ୍ତି ତାହାକୁ ଭିଡ଼ିଓ, ଚିତ୍ର ଏବଂ ଆହୁରି ଅନେକ ମାଧ୍ୟମରେ ଦେଖିପାରନ୍ତି ଓ ବୁଝିପାରନ୍ତି।

କିନ୍ତୁ ଆପଣଙ୍କ ପିସି ଭିତରେ କ’ଣ ଅଛି ଆପଣ ଜାଣନ୍ତି କି?

ଏଠାରେ ଆପଣଙ୍କ ଜାଣିବା ପାଇଁ 10ଟି ପିସି ସମ୍ପର୍କିତ ପଦ ଦିଆଯାଇଛି:

 

 

ଭାଇରସ୍ ହେଉଛି ଏକ କୋଡ୍ ଯାହାକି ପ୍ରତିକୂଳ ପ୍ରଭାବ ସହିତ ଏହା ନିଜକୁ କପି କରିବାକୁ ସକ୍ଷମ ହୋଇଥାଏ, ଯେପରିକି ସିଷ୍ଟମକୁ କରପ୍ଟ କରିପାରେ କିମ୍ବା ଆପଣଙ୍କ ଡାଟା ନଷ୍ଟ କରିପାରେ।

 

 

ଏକ ବ୍ୟାକ୍ ଅପ୍, କିମ୍ବା ବ୍ୟାକଅପର ପ୍ରକ୍ରିୟା କହିଲେ ଆପଣଙ୍କ କମ୍ପ୍ୟୁଟର ଡାଟା କପି କରିବା ଏବଂ ଆର୍କାଇଭ୍ କରିବାକୁ ସୂଚାଏ। ଯାହାଫଳରେ ଡାଟା ଲସ୍ ଘଟଣା ପରେ ଏହାକୁ ରିଷ୍ଟୋର କରିହୁଏ ଏବଂ ବ୍ୟବହାର କରିହୁଏ।

 

 

ଡାଟାକୁ ପ୍ରସାରଣଯୋଗ୍ୟ ଏବଂ କମ୍ପ୍ୟୁଟରରେ କିମ୍ବା ସ୍ମାର୍ଟଫୋନରେ ସଂରକ୍ଷଣଯୋଗ୍ୟ ସୂଚନା ଭାବରେ ସାଇତି ରଖାଯାଇଥାଏ ଯେପରିକି ଆପଣଙ୍କର ଆସାଇନମେଣ୍ଟ ଛବି ଏବଂ ଭିଡ଼ିଓଗୁଡ଼ିକ।

 

 

ଏକ ଡେସ୍କଟପ୍ କମ୍ପ୍ୟୁଟର ହେଉଛି ଏକ ପର୍ସନାଲ୍ କମ୍ପ୍ୟୁଟର ଯାହାକି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କିମ୍ବା ଏକ ଡେସ୍କରେ କିମ୍ବା ଟେବୁଲରେ ଏହାର ଆକାର କିମ୍ବା ପାୱାର ଆବଶ୍ୟକତା କାରଣରୁ ରଖିବାକୁ ପଡ଼ିଥାଏ।

 

 

କର୍ସର ହେଉଛି ଏକ ଚଳନକ୍ଷମ ମାର୍କ ଯାହାକି କମ୍ପ୍ୟୁଟର ସ୍କ୍ରିନ ଉପରେ ଆପଣ ଉପଭୋକ୍ତାଙ୍କଠାରୁ ନେଉଥିବା ଇନପୁଟକୁ ଗତି କରାଇବା ବିନ୍ଦୁକୁ ଚିହ୍ନିତ କରାଇଥାଏ।

 

 

ହୋମପେଜ୍ ହେଉଛି ସାଧାରଣତଃ ୱେବସାଇଟର ପରିଚୟ ପ୍ରଦାନକାରୀ ପୃଷ୍ଠା, ସାଧାରଣତଃ ସାଇଟର ସୂଚୀପତ୍ର କିମ୍ବା ଇଣ୍ଟରନେଟ୍ ବ୍ରାଉଜରର ସେଟ୍ ଡିଫଲଟ ୱେବପେଜ୍ ଭାବରେ କାର୍ଯ୍ୟ କରିଥାଏ।

 

 

ଏକ ପାସୱାର୍ଡ ହେଉଛି କେତେକ ବର୍ଣ୍ଣର ସମାହାର ଯାହାକି ଜଣେ ବ୍ୟକ୍ତିଙ୍କୁ ଏକ କମ୍ପ୍ୟୁଟରରେ, ଇମେଲରେ କିମ୍ବା ଅନ୍ୟାନ୍ୟ ସୁରକ୍ଷିତ ପ୍ରଣାଳୀରେ ଲଗ୍ ଇନ୍ କରିବାକୁ ଦେଇଥାଏ।

 

 

ସଫ୍ଟଓୟାର, ଅତି ସାଧାରଣ ଭାବରେ କହିଲେ ଏହା ହେଉଛି ଏକ ପିସିକୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯେପରିକି ମାଇକ୍ରୋସଫ୍ଟ ୱାର୍ଡରେ ଏକ ରଚନା ଲେଖିବା ପରି କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଉଥିବା ପ୍ରୋଗ୍ରାମ୍ ଏବଂ ନିର୍ଦ୍ଦେଶାବଳିର ସମାହାର ହୋଇଥାଏ।

 

 

ଏକ ସ୍କ୍ରିନ୍ ସେଭର ହେଉଛି ଏକ ଆନିମେସନ୍ କିମ୍ବା ଇମେଜ୍ ଯାହାକି ନିଷ୍କ୍ରିୟତାର ଅବଧି ପରେ ଅପିରବର୍ତ୍ତନୀୟ କମ୍ପ୍ୟୁଟର ଡିସପ୍ଲେ ପ୍ରତିସ୍ଥାପିତ କରିଥାଏ।

 

 

ସଟ୍ କଟ ହେଉଛି ଏକ ଫାଇଲର,ୱେବସାଇଟର କିମ୍ବା ଅନ୍ୟାନ୍ୟ ଡାଟାର ଠିକଣାର ରେକର୍ଡ, ଯାହାକି ଦ୍ରୁତ ଆକ୍ସେସ କିମ୍ବା, କିବୋର୍ଡ କମାଣ୍ଡ ଯେପରିକି ଡାଟା କପି କରିବା ପାଇଁ Ctrl + C ବ୍ୟବହାର କରିବାକୁ ସକ୍ଷମ କରିଥାଏ।

ଯେଉଁମାନେ ଦୈନିକ ବିଦ୍ୟାଳୟରେ ଏବଂ ଘରେ ପ୍ରାୟତଃ ପିସି ବ୍ୟବହାର କରନ୍ତି, ସେମାନେ ଧୀରେ ଧୀରେ ପିସି ସମ୍ପର୍କିତ ବିଭିନ୍ନ ପଦାବଳି ସହ ପରିଚିତ ହେବା ସହ ନିହାତି ଆବଶ୍ୟକ ହୋମୱାର୍କ ହେଲ୍ପ ପାଇବେ। ଅଧ୍ୟୟନ ଆନନ୍ଦମୟ ହେଉ।