ଟେକ୍ନୋଲୋଜି କ୍ଷେତ୍ରରେ ସାଫଲ୍ୟ ଅର୍ଜନ କରିଥିବା 3 ଯୁବ ପ୍ରତିଭା ଯାହା ବିଷୟରେ ଆପଣ ଜାଣିବା ଉଚିତ୍!

ଚମତ୍କାରିତା ପାଇଁ କୌଣସି ବୟସ ସୀମା ନାହିଁ। ଆପଣ ବହୁ ଅଭିନବ କୌଶଳ ଉଦ୍ଭାବନକାରୀଙ୍କ ବିଷୟରେ ଜାଣିଥାଇପାରନ୍ତି। କେତେକ ଆପଣଙ୍କ ପରି କମ୍ ବୟସର ହୋଇପାରନ୍ତି ଆଉ କେତେକ ଆପଣଙ୍କଠାରୁ ମଧ୍ୟ ବୟସରେ ସାନ ହୋଇ ପାରନ୍ତି। ଏହି ଯୁବ ପ୍ରତିଭାମାନେ ସେମାନଙ୍କର ଉଦ୍ଭାବନ ଓ ଟେକ୍ନୋଲୋଜି କ୍ଷେତ୍ରରେ ଅଭିନବତା ପାଇଁ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି!

ବର୍ତ୍ତମାନ ସମୟ ହେଉଛି ଆପଣ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଜାଣିବେ!

 

1. ଟେନିଥ୍ ଆଦିତ୍ୟ- ସ୍ୱତନ୍ତ୍ର ଉଦ୍ଭାବନକାରୀ

କେବେ ଆଜଷ୍ଟ କରିହେଉଥିବା ବା ବଡ଼ ଛୋଟ କରି ହେଉଥିବା ଇଲେକ୍ଟ୍ରିସିଟି ବୋର୍ଡ ବିଷୟରେ ଏବଂ କଦଳୀ ପତ୍ର ସଂରକ୍ଷଣ କୌଶଳ ବିଷୟରେ ଶୁଣିଛନ୍ତି କି? ଟେନିଥ୍ ହେଉଛନ୍ତି ଏହି ଉଦ୍ଭାବନର ସ୍ରଷ୍ଟା! ତାଙ୍କ ନାମରେ 17ଟି ଉଦ୍ଭାବନ ସ୍ଥାନିତ ହେଲାଣି। 2013 ମସିହାରେ  ରାଷ୍ଟ୍ରପତି ଭବନରେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

 

2. ଅଙ୍ଗଦ ଦରୱାନୀ- ପରବର୍ତ ଇଲନ୍ ମସ୍କ!

କିଶୋର ଅଙ୍ଗଦ ଦରୱନୀ ମୁମ୍ବାଇର ବାସିନ୍ଦା ଯେ କି ଏକ ମୁକ୍ତ ଉତ୍ସ ସଫ୍ଟଓୟାର ବ୍ୟବହାର କରି ଦୃଷ୍ଟିହୀନମାନଙ୍କ ପାଇଁ ଏକ ଭର୍ଚୁଆଲ୍ ଇ-ରିଡର, ସୌରଶକ୍ତିରେ ଚାଲୁଥିବା ନୌକା, ଗାର୍ଡୁଇନୋ ନାମକ ଏକ ସ୍ୱୟଂଚାଳିତ ଗାର୍ଡେନିଂ ସିଷ୍ଟମ ସୃଷ୍ଟି କରିଛନ୍ତି ଏବଂ ତାହା ସହିତ ତାଙ୍କର ଅନ୍ୟତମ ସାଫଲ୍ୟ ହେଉଛି ଭାରତର ସବୁଠାରୁ ଶସ୍ତା ଥ୍ରିଡିପ୍ରିଣ୍ଟର ସାର୍କବୋଟ୍। ସେ ମଧ୍ୟ ସ୍କୁଲ ପାଠ ପଢ଼ା ଛାଡ଼ି କମ୍ ମୂଲ୍ୟରେ ପିଲାମାନଙ୍କ ପାଇଁ ଡିଆଇୱାଇ କିଟ୍ ବିକ୍ରି କରିବା ପାଇଁ ନିଜର କିଟ୍ କମ୍ପାନି ଆରମ୍ଭ କରିଛନ୍ତି।

 

3. ଆନନ୍ଦ ଗଙ୍ଗାଧରନ ଏବଂ ମୋହକ ଭଲ୍ଲା- ବିଜ୍ଞ ଯୋଡ଼ି

ଆନନ୍ଦ ଏବଂ ମୋହକ, ଦିଲ୍ଲୀରେ ବାସ କରିଥିବା ଦୁଇ ବନ୍ଧୁ ଏକ ଜୋତା ଉଦ୍ଭାବନ କରିଛନ୍ତି ଯାହାକି ମୋବାଇଲ୍ ଡିଭାଇସ ପାଇଁ ପୋର୍ଟେବୁଲ୍ ଚାର୍ଜର ଭାବରେ କାମ କରେ । ସେମାନେ ଏହାକୁ କହନ୍ତି "ୱାକି ମୋବି ଚାର୍ଜର" ଯାହାକି ଅଧିକାଂଶ ଚାର୍ଜର ୫ ଭୋଲ୍ଟ ଉତ୍ପନ୍ନ କରୁଥିବା ବେଳେ ୬ ଭୋଲ୍ଟ ଇଲେକ୍ଟ୍ରିସିଟି ଉତ୍ପନ୍ନ କରିଥାଏ।

 

ଏହି ଯୁବକ ଟେକ୍ନୋଲୋଜିର ସଠିକ ବ୍ୟବହାର କରି ଅଭିନବତା ଆଣିଦେଇଛନ୍ତି। ସେମାନେ ଜୀବନ୍ତ ପ୍ରମାଣ ଦର୍ଶାଇଛନ୍ତି ଯେ ଟେକ୍ନୋଲୋଜିର କୌଣସି ସୀମା ନାହିଁ, ଆପଣଙ୍କର ବୟସ ନିର୍ବିଶେଷରେ ଆପଣ ସାଫଲ୍ୟ ଅର୍ଜନ କରିପାରିବେ। ସେମାନଙ୍କ ଦ୍ୱାରା ଉତ୍ସାହିତ ହୋଇ ଆସନ୍ତୁ ଟେକ୍ନୋଲୋଜି ସହିତ ନିଜର ଦୁଃସାହସିକ ଯାତ୍ରା ଆରମ୍ଭ୍ କରନ୍ତୁ, ଏହି କୌତୁକିଆ ଟେକ୍ନୋଲୋଜି ସୌକ ପରୀକ୍ଷାକରି ଦେଖନ୍ତୁ!

କୌଣସି ବୟସ ପିଲାବେଳ ନୁହେଁ କୌଣସି ସ୍ୱପ୍ନ ବଡ଼ ନୁହେଁ। ଆଜି ଆରମ୍ଭ କରନ୍ତୁ!