ଡିଜିଟାଲ୍&zwnj ଯୁଗରେ ଏବେ କୋଟି କୋଟି ଲୋକ ଅଗଣିତ ଜିନିଷ ସନ୍ଧାନ କରିବା ପାଇଁ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ଅସୀମ ସୂଚନା ଏବଂ ଉତ୍ସ ସହିତ ୱେବରେ ବୋଧହୁଏ ପୃଥିବୀର କୌଣସି କଥା ଅଛପା ନାହିଁ। କିନ୍ତୁ ଆପଣ କିପରି ଆରମ୍ଭ କରିବେ?[1]
ପ୍ରକୃତରେ ସବୁ ଜିନିଷ ପାଇଁ ପ୍ରସ୍ତୁତ ହୋଇ ରହିବା ଶ୍ରେଷ୍ଠ ହୋଇଥାଏ। ତେଣୁ, ଆପଣ ଯେତେବେଳେ ଏକ ସୂଚୀ ପ୍ରସ୍ତୁତ କରନ୍ତି କେବଳ ଆପଣ ଗବେଷଣା ପାଇଁ ଆବଶ୍ୟକ କରୁଥିବା ସମୟ ଅନ୍ତର୍ଭୁକ୍ତ କରନ୍ତୁ ନାହିଁ ବରଂ ତାହା ସହିତ ବହୁ ସମୟରେ ଆପଣଙ୍କ ଧ୍ୟାନ ଭଙ୍ଗ କରୁଥିବା ବିଷୟଗୁଡ଼ିକ ମଧ୍ୟ ଅଲଗା କରି ରଖିଥାନ୍ତି। ଏହା ଆପଣଙ୍କୁ ପ୍ରକୃତରେ ଗୋଟିଏ ବିଷୟରେ ଗବେଷଣା କରିବା ପାଇଁ କେତେ ସମୟ ଆବଶ୍ୟକ ବୁଝିବାରେ ଓ ସଠିକ୍ ଢଙ୍ଗରେ କାମ କରିବାରେ ସାହାଯ୍ୟ କରିବ।
ୱିକିପିଡ଼ିଆ ଏକ ନିର୍ଦ୍ଦିଷ୍ଟ ବିଷୟ ସମ୍ପର୍କରେ ସବିଶେଷ ଧାରଣା ପାଇଁ ଓ ଅତିରିକ୍ତ ଉତ୍ସ ପାଇବା ପାଇଁ ଚମତ୍କାର ହୋଇଥାଏ। ଆପଣ କୀ ୱାର୍ଡ (ମୁଖ୍ୟ ପଦଗୁଡ଼ିକ), ସମ୍ବଳ, ପରାମର୍ଶ ଦିଆଯାଉଥିବା ଏବଂ ସମ୍ପର୍କିତ ଲିଙ୍କ ଆପଣଙ୍କର ପରବର୍ତ୍ତୀ ଗବେଷଣା ପାଇଁ ବାଛିପାରିବେ କିନ୍ତୁ ଯେହେତୁ ଏହା ଏକ ଗୋଷ୍ଠୀରୁ ଉତ୍ପନ୍ନ ହେଉଥିବା ପ୍ଲାଟଫର୍ମ ହୋଇଥାଏ ଏହାକୁ କେବଳ ଆପଣଙ୍କ ଉତ୍ସ ଭାବରେ ବ୍ୟବହାର କରିବା ଏଡାନ୍ତୁ।
ଗୁଗୁଲରୁ ଯଥାସମ୍ଭବ ଲାଭ ପାଆନ୍ତୁ! କେତୋଟି ହ୍ୟାକ୍ ସହିତ, ଆପଣ ସ୍ୱତନ୍ତ୍ର କୀ ୱାର୍ଡ, ନିର୍ଦ୍ଦିଷ୍ଟ ପଦ ଏବଂ କମାଣ୍ଡ ସହିତ ଗୁଗୁଲର ଆଡଭାନ୍ସଡ ସର୍ଚ୍ଚ ବିକଳ୍ପରେ ଆପଣ ଚାହୁଁଥିବା ସୂଚନା ଅବିକଳ ପାଇପାରିବେ। ଉଦାହରଣ ସ୍ୱରୂପ &lsquo&lsquo&rsquo&rsquo ମଧ୍ୟରେ ଆପଣଙ୍କ ପଦ ସନ୍ଧାନ କରି ଆପଣ ଅବିକଳ ପଦ ସହିତ ଫଳାଫଳ ଦେଖିପାରିବେ।[2]
ଜଣାଶୁଣା ଲେଖକଙ୍କର ଦ୍ୱାରା ପାଠ୍ୟପୁସ୍ତକ ଏବଂ ଜର୍ଣ୍ଣାଲଠାରୁ ଅଧିକ ଭଲ କଥା ଆଉ କିଛି ହୋଇନପାରେ। ଆପଣ ଅଧ୍ୟୟନ କରୁଥିବା ବିଷୟରେ ଗଭୀର ଜ୍ଞାନ ଲାଭ କରିବାକୁ ଗବେଷଣା ପାଇଁ ଗୁଗୁଲ ସ୍କଲାର ଏବଂ ଗୁଗୁଲ ବୁକ୍&zwnjକୁ ଏକ ସାଥୀ କରନ୍ତୁ। ଏହା ସହିତ ଆପଣ ସନ୍ଧାନ କରୁଥିବା ବିଷୟ ସମ୍ପର୍କିତ ହଜାର ହଜାର ଫଳାଫଳ ଆପଣଙ୍କୁ ତର୍ଜମା କରିବାକୁ ହେବ ନାହିଁ!
କ୍ୱୋରା ହେଉଛି ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କର ଏକ ଗୋଷ୍ଠୀ ଯେଉଁଠାରେ ଲୋକେ ସକ୍ରିୟ ଭାବରେ ଆଲୋଚନା କରିଥାନ୍ତି। ଆପଣଙ୍କ ପ୍ରଶ୍ନର ଉତ୍ତର ପାଆନ୍ତୁ, ବିଭିନ୍ନ ମତାମତ ପଢ଼ନ୍ତୁ ଏବଂ ଆପଣଙ୍କ ପରି ଛାତ୍ରଛାତ୍ରୀଙ୍କଠାର ଆପଣଙ୍କର ବିଷୟ ସମ୍ପର୍କରେ ଜାଣନ୍ତୁ।
ପିସି ସଠିକ୍&zwnj ସୂଚନା ଶିଖିବାରେ ଏବଂ ଗବେଷଣା କରିବାରେ ବହୁମାତ୍ରାରେ ସହାୟକ ହୋଇପାରେ ଏବଂ ଟୁଲସ ଆପଣଙ୍କ ଅଧ୍ୟୟନକୁ ଅଧିକ ସଂଯୋଜିତ ଓ ଉପଭୋଗ୍ୟ କରିଥାଏ। ଅଧ୍ୟୟନ ଆନନ୍ଦମୟ ହେଉ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.