4 ମାଇକ୍ରୋସଫ୍‌ଟ ଅଫିସ୍ ଲେସନ୍ ପ୍ଲାନ୍ ଯାହାକି ଆପଣଙ୍କ ପିଲାମାନେ ଭଲ ପାଇବେ

ମାଇକ୍ରୋସଫ୍ଟ ଅଫିସ ହେଉଛି ଏକ ଅତ୍ୟନ୍ତ ସହାୟକ ଟୁଲ୍ ଯାହାକି ବ୍ୟାପକ ଭାବରେ କାର୍ଯ୍ୟାଳୟରେ, ଘରେ ଏବଂ ବିଦ୍ୟାଳୟରେ ସୂଚନା, ତଥ୍ୟ ଏବଂ ଚିତ୍ରକୁ ସଂଯୋଜିତ କରିବା ପାଇଁ, ପରିଚାଳନା କରିବା ପାଇଁ ଓ ଉପସ୍ଥାପନ କରିବା ପାଇଁ ବ୍ୟବହୃତ ହେଉଛି।

 

 

ଏଠାରେ ଦିଆଯାଇଛି 4 ମାଇକ୍ରୋସଫ୍ଟ ଅଫିସ ଲେସନ୍ ପ୍ଲାନ୍ ଯାହାକି ଆପଣଙ୍କ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଲାଭକୁ  କୌତୁକିଆ କରିବାରେ ସାହାଯ୍ୟ କରିବ।

  • ମାଇକ୍ରୋସଫ୍ଟ ୱାର୍ଡ ଲେସନ୍ ପ୍ଲାନ୍ - ୱାର୍ଡ ହେଉଛି ଏକ ଲୋକପ୍ରିୟ ପ୍ରୋଗ୍ରାମ୍ ଯାହାକି ପ୍ରାଥମିକ ଭାବରେ ରଚନା, ପରୀକ୍ଷା ଏବଂ ପ୍ରଶ୍ନୋତ୍ତର ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇଥାଏ। ୱାର୍ଡରେ ବହୁ ସରଳ ଏବଂ ଉପାଦେୟ ବୈଶିଷ୍ଟ୍ୟ ରହିଛି ଯାହାକି ଅଧ୍ୟୟନ କରିବା ଓ ସୂଚନା ପ୍ରସାରଣକୁ ଅଧିକ ସହଜ କରିଥାଏ।  ଉଦାହରଣସ୍ୱରୂପ ଏହା ଇଂରାଜୀ ରଚନା ଲେଖିବାରେ ସାହାଯ୍ୟ କରିଥାଏ, ଲେଖିଲା ବେଳେ ବ୍ୟାକରଣ ତ୍ରୁଟିକୁ ହାଇଲାଇଟ୍ କରିଥାଏ ଏବଂ ବ୍ୟାକରଣ ତ୍ରୁଟି ସଂଶୋଧନ ପାଇଁ ପରାମର୍ଶ ଦେଇଥାଏ।
  • ମାଇକ୍ରୋସଫ୍ଟ ଏକ୍ସସେଲ ଲେସନ୍ ପ୍ଲାନଗୁଡ଼ିକ - ଏକ୍ ସେଲ୍ ଡାଟା ବା ତଥ୍ୟକୁ ନାଭିଗେଟ୍ କରିବା ପାଇଁ ସହଜରେ ସାଇତି ରଖିଥାଏ, ଯାହାକି ମୌଳିକ ତଥା ଜଟିଳ ଗାଣିତିକ ପ୍ରଶ୍ନ ବା ଅଙ୍କର ସମାଧାନ କରିପାରେ। ଏହା ମଧ୍ୟ ଗଦା ଗଦା ତଥ୍ୟକୁ ରଙ୍ଗିନ୍ ଚାର୍ଟ ଓ ଡାଇଗ୍ରାମ୍ ରେ ରୂପାନ୍ତରିତ କରି ପୂର୍ବାନୁମାନ ସମୀକ୍ଷା କରିଥାଏ।  ଉଦାହରଣ ସ୍ୱରୂପ ଛାତ୍ରଛାତ୍ରୀମାନେ ଏକ୍ ସେଲ୍ ବ୍ୟବହାର କରି ସଠିକ ସୂତ୍ର ବାଛି ଅଙ୍କ ଯେପରିକି ଫେଡ଼ାଣ କରିପାରିବେ।
  • ମାଇକ୍ରୋସଫ୍ଟ ପାୱାରପଏଣ୍ଟ୍ ଲେସନ୍ ପ୍ଲାନ୍ସ - ପାୱାର ପଏଣ୍ଟ ବୃତ୍ତିଗତ ଏବଂ ସୁସଂଯୋଜିତ ଧାରାରେ ତଥ୍ୟ ସଂଯୋଜିତ କରି ଉପସ୍ଥାପନ କରିବାରେ ସାହାଯ୍ୟ କରିଥାଏ।  ଏହା ବିଷୟବସ୍ତୁ ପାଇଁ ସଚିତ୍ର ପୃଷ୍ଠଭୂମି ପ୍ରଦାନ କରେ ଏବଂ ଅଧିକ ଆକର୍ଷଣୀୟ ଦିଶିବା ପାଇଁ ସ୍ଲାଇଡ୍ ଗୁଡ଼ିକୁ ଆନିମେଟ୍ କରିଥାଏ। ଏହା ଛାତ୍ରଛାତ୍ରୀମାନଙ୍କୁ ଇତିହାସ, ଭୂଗୋଳ, ବିଜ୍ଞାନ ପାଠ୍ୟପୁସ୍ତକରୁ ପଢ଼ିବା ପରିବର୍ତ୍ତେ ଅଧିକ କୌତୁକିଆ ଢ଼ଙ୍ଗରେ ଶିକ୍ଷା କରିବାକୁ ସାହାଯ୍ୟ କରିଥାଏ।
  • ମାଇକ୍ରୋସଫ୍ଟ ପବ୍ଲିସର ଲେସନ୍ସ ପ୍ଲାନ୍ସ - ପବ୍ଲିସର ଛାତ୍ରଛାତ୍ରୀଙ୍କୁ ଅଧିକ ସୃଜନଶୀଳ, କଳାତ୍ମକ ଓ କଳ୍ପନାବିଳାସୀ କରିଥାଏ। ଏହା ନିମ୍ନଲିଖିତ କାରଣରୁ ଶ୍ରେଣୀଗୃହ ପାଇଁ ଉପାଦେୟ ହୋଇପାରେ: 
    • ଛାତ୍ରଛାତ୍ରୀମାନେ ତାଙ୍କର ପ୍ରେଜେଣ୍ଟେସନ୍ ବା ମୌଖିକ ପରୀକ୍ଷା ସମୟରେ ଏକ କାହାଣୀ ଲେଖିପାରନ୍ତି ଏବଂ ସଚିତ୍ର ବର୍ଣ୍ଣନା କରିପାରନ୍ତି 
    • ସେମାନେ ପ୍ରକଳ୍ପ/ ଆସାଇନମେଣ୍ଟ ପାଇଁ ଇଣ୍ଟରଆକ୍ଟିଭ୍ ନ୍ୟୁଜଲେଟର ପ୍ରସ୍ତୁତ କରିପାରନ୍ତି
    • ଡିଜିଟାଲ୍ କାଟାଲଗ୍ ତିଆରି କରିବା ପାଇଁ ଏବଂ ଆର୍ଟ ଓ କ୍ରାଫ୍ଟ ପାଇଁ ଅଭିନନ୍ଦନ ପତ୍ର ତିଆରି କରିବା ପାଇଁ ପବ୍ଲିସର ବ୍ୟବହାର କରାଯାଇପାରିବ  

ଜଣେ ଶିକ୍ଷକ ଭାବରେ ଆପଣ ନିଶ୍ଚିତ ଭାବରେ ମାଇକ୍ରୋସଫ୍ଟ ଅଫିସ ସାର୍ଟିଫିକେସନ୍ ପାଇଁ ପ୍ରସ୍ତୁତ ହେବା ଉଚିତ। ଏହି ସାର୍ଟିଫିକେସନ ଆପଣଙ୍କୁ ଉପରୋକ୍ତ ଅଧ୍ୟାୟକୁ ଅଧିକ ପ୍ରଭାବଶାଳୀ ଭାବରେ ଶିଖାଇବା ପାଇଁ ସହାୟକ ହେବ ଏବଂ ଏଥିରେ ସର୍ବାଧୁନିକ ଉପକରଣ ଓ ଜ୍ଞାନକୌଶଳ ରହିଛି ଯାହାକି ସାରା ବିଶ୍ୱରେ ସ୍ୱୀକୃତିପ୍ରାପ୍ତ ମାନାଙ୍କ ଅନୁଯାୟୀ ଆପଣଙ୍କର ଦକ୍ଷତା ବୃଦ୍ଧି କରିବ। ଏହି ଦକ୍ଷତାଗୁଡ଼ିକ ଆପଣଙ୍କ ଛାତ୍ରଛାତ୍ରୀଙ୍କର ଶିକ୍ଷା ଲାଭ ସହିତ ସମ୍ପର୍କକୁ ଅଧିକ ଦୃଢ଼ ଓ ଉନ୍ନତ କରିବ।