ପରୀକ୍ଷା ସରିଯାଇଛି, ପିଲାମାନେ ବର୍ଷସାରା କଷ୍ଟକରି ପାଠ ପଢ଼ିବା ପରେ ଏବେ ଛୁଟି ପାଳନ କରିବା ପାଇଁ ପ୍ରସ୍ତୁତ। ପିଲାମାନେ ଖରାଛୁଟିକୁ ଭାରି ଭଲ ପାଆନ୍ତି। ପ୍ରଥମ କଥା ହେଉଛି ଏହା ଅଧିକ ଦିନର ହୋଇଥାଏ ଆଉ ସେମାନଙ୍କୁ ଚିରାଚରିତ ଭାବରେ ସ୍କୁଲ ଯିବାକୁ ପଡ଼େ ନାହିଁ। ଏହି ସମୟରେ ପିତାମାତା ଭାବରେ ସେମାନଙ୍କୁ କେବଳ ତାଙ୍କର କମ୍ପ୍ୟୁଟର ବା ଅନ୍ୟାନ୍ୟ ଖେଳନା ସହିତ ଛାଡ଼ି ନ ଦେଇ ସେମାନଙ୍କୁ ଶିଖିବାରେ ଓ ନୂଆ ନୂଆ କଥା ଜାଣିବାରେ ସାହାଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
ଛୁଟିଦିନିଆ କାର୍ଯ୍ୟକଳାପରେ ପାଠ ପଢ଼ାରେ ଯାଇଥିବା ବିଷୟକୁ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ପାଇଁ ସୁଯୋଗ ମିଳିଥାଏ। ଏହି ସମୟ ପିଲାମାନଙ୍କୁ ନିଜର ସୃଜନଶୀଳତା ଉପଯୋଗ କରି ସେମାନେ ପଢ଼ୁଥିବା ବିଷୟକୁ ନେଇ ପରୀକ୍ଷା ନିରୀକ୍ଷା କରିବାକୁ ସୁବର୍ଣ୍ଣ ସୁଯୋଗ ଦେଇଥାଏ।
ଏହି ଚାରିଟି ଖରାଦିନିଆ କାର୍ଯ୍ୟକଳାପ ସହିତ ଆପଣଙ୍କର କୁନି କୁନି ପିଲାମାନେ ଟେକ୍ନୋଲୋଜି ବ୍ୟବହାର ସହିତ ନୂଆ ଦକ୍ଷତା ଶିଖିପାରିବେ ଏବଂ ଅସୀମ ସମ୍ଭାବନାରେ ଭରପୂର ପୃଥିବୀ ବିଷୟରେ ନୂଆ ନୂଆ କଥା ଆବିଷ୍କାର କରିପାରିବେ।
ପିଲାମାନଙ୍କୁ ଭିଡିଓ ରେକର୍ଡ କରି ପିସିରେ ଭିଡିଓ ତିଆରି କରିବାକୁ କହନ୍ତୁ। ଏହା କେବଳ ମୌଳିକ ଟେକ୍ନୋଲୋଜି ବୁଝିବା ପାଇଁ ସେମାନଙ୍କ ସାହାଯ୍ୟ କରିନଥାଏ ତାହା ସହିତ ଅନେକ ମୁଖ୍ୟ ବିଷୟ ଯେମିତିକି କାହାଣୀ କହିବା ଏବଂ କୌଣସି ବିଷୟ ଜଣାଇବା ପାଇଁ ଭିଡିଓ ବ୍ୟବହାର ପଦ୍ଧତିକୁ ବୁଝିବାକୁ ଦେଇଥାଏ।
ସେମାନେ ଯେଉଁ ବିଷୟରେ ରୁଚି ରଖନ୍ତି ସେହି କ୍ଷେତ୍ରର କ୍ଷୁଦ୍ର ଅନଲାଇନ ପାଠ୍ୟକ୍ରମରେ ସେମାନଙ୍କୁ ସାଇନ୍ ଇନ କରନ୍ତୁ। ଏହା ଫଳରେ ସେମାନେ ଘରେ ମଧ୍ୟ ବ୍ୟସ୍ତ ରହିଥାନ୍ତି ଓ ତାଙ୍କର ରୁଚି ଅଧିକ ବିକଶିତ ହୋଇଥାଏ। ଏହା ସ୍କୁଲ୍ ବିଷୟ ହୋଇନଥିବ କିନ୍ତୁ ସେମାନେ ଜାଣିବାକୁ ଚାହୁଁଥିବା କୌଣସି ନୂତନ କ୍ଷେତ୍ର ସମ୍ପର୍କିତ ହୋଇଥିବ।
ପିଲାମାନଙ୍କୁ ଦିନ ଦିନ ଧରି କୌଣସି ପ୍ରୋଜେକ୍ଟରେ ଜଡିତ ରଖିବା ଓ ଛୁଟିଦିନର ସ୍ମୃତି ଧରିରଖିବା ପାଇଁ ଏହା ଏକ ବଢ଼ିଆ ପ୍ରୋଜେକ୍ଟ। ସ୍କ୍ରାପ୍ବୁକ୍ ତିଆରି କରିବା ପିଲାମାନଙ୍କୁ କିପରି ଭାବରେ ନିଜର ଜ୍ଞାନକୁ କଳାରେ ରୂପାୟିତ କରିବେ ଓ ବିଭିନ୍ନ ମୁହୂର୍ତ୍ତକୁ ଧରିରଖିବେ ଶିଖାଇଥାଏ। କାଗଜ ଧରି ଅଳିଆ କରିବା ପରିବର୍ତ୍ତେ ପିସି ବ୍ୟବହାର କରି ଜୀବନର ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକ ସଂରକ୍ଷିତ ରଖିବାକୁ ଦିଅନ୍ତୁ।
ପିଲାମାନେ ଛୁଟି ଦିନ ସମୟରେ ଅନଲାଇନରେ ଗେମ୍ ଖେଳିବାକୁ ଉପଭୋଗ କରିଥାନ୍ତି। ଅବଶ୍ୟ କେତୋଟି ଗେମ୍ ଯେପରିକି ଲେଗୋ, ଫ୍ଲାଇଟ୍ ସିମୁଲେଟର ଏବଂ ଆହୁରି ଅନେକ ଆପଣଙ୍କ ଶିଶୁର ମନକୁ ତାଲିମ ଦେଇପାରେ ଏବଂ ଆପଣଙ୍କ ଶିଶୁର ସୃଜନଶୀଳ ଚିନ୍ତାଧାରାକୁ ତୀକ୍ଷ୍ଣ କରିପାରେ।
ଏକ ପିସି ଆପଣଙ୍କ ଶିଶୁର ମନୋରଞ୍ଜନ କରିବା ସହିତ ଶିକ୍ଷାଲାଭର ମଧ୍ୟ ସହାୟକ ହୋଇଥାଏ ଏବଂ ଏହା ଛୁଟିଦିନ ପାଇଁ ପ୍ରକୃତ ବନ୍ଧୁ ହୋଇପାରିବ। ଆପଣଙ୍କ ସନ୍ତାନ ପାଇଁ ଗୋଟିଏ ପିସିରେ ନିବେଶ କରନ୍ତୁ ଏବଂ ସେମାନଙ୍କୁ ଏଥର ଖରାଛୁଟିରେ ଉପରେ ଦିଆଯାଇଥିବା କାର୍ଯ୍ୟକଳାପ କରିବା ପାଇଁ ଉତ୍ସାହିତ କରନ୍ତୁ। ସତ କହିବାକୁ ଗଲେ ସବୁଠାରୁ ଭଲ ଖରାଛୁଟି ହେଉଛି ସେହି ଛୁଟି ଯାହାକି କୌତୁକିଆ ହୋଇଥାଏ!
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ