ପିଲାମାନେ ଖରା ଛୁଟିକୁ ଭାରି ଭଲପାଆନ୍ତି! ୬୦ ଦିନର କୌତୁକ, ଖରା, ଆରାମ ଆଉ ସ୍କୁଲ ଛୁଟି। ଏହି ଛୁଟିଦିନରେ ସାଧାରଣ ନିୟମିତ ପାଠପଢ଼ା ଜଞ୍ଜାଳରୁ ମୁକ୍ତି ମିଳେ। କିନ୍ତୁ କୌଣସି ଫଳ ହୋଇନଥାଏ। ଗବେଷଣାରୁ ଜଣାପଡ଼ିଛି ଯେ ଖରାଛୁଟିରେ କିଛି ପିଲା ପଢ଼ାପଢ଼ି କରୁନଥିବାରୁ ପରବର୍ତ୍ତୀ ଶିକ୍ଷାବର୍ଷରେ ପଛେଇ ଯାଇଥାନ୍ତି। ଛୁଟିରେ ପାଠ ଭୁଲି ଯାଇଥାନ୍ତି ତେଣୁ ପରୀକ୍ଷାରେ କମ୍ ନମ୍ବର ରଖିଥାନ୍ତି। ଏହାକୁ କୁହାଯାଏ ‘ଖରାଦିନିଆ ପାଠପଢ଼ା ହାନି’।
୧. ଛାତ୍ରଛାତ୍ରୀମାନେ ଛୁଟି ଶେଷରେ ପରୀକ୍ଷାରେ ସ୍କୋର ଛୁଟି ଦିନ ଆରମ୍ଭରେ ଯେଉଁ ନମ୍ବର ରଖିଥାନ୍ତି ତାହାଠାରୁ କମ୍ ହୋଇଥାଏ।
୨. ସେମାନେ ଅଙ୍କ ହିସାବ କରିବା ଦକ୍ଷତା ହରାଇବା ଅନୁଭବ କରିଥାନ୍ତି।
୩. ସେମାନଙ୍କର ପଢ଼ିବା ଓ ବନାନ କ୍ଷମତା ପ୍ରଭାବିତ ହୋଇଥାଏ।
ଯଦିଓ ଏହା ସେମାନଙ୍କ ପାଇଁ କୌତୁକିଆ ହୋଇନପାରେ ଖରାଦିନରେ ଦିନକୁ ତିନିରୁ ଚାରିଟି ଅଙ୍କ କଷିବା ଆପଣଙ୍କ ଶିଶୁର ଅଙ୍କ କରିବାର କ୍ଷମତା ତୀକ୍ଷ୍ଣ ରଖିଥାଏ। ଆପଣ ମଧ୍ୟ ଅନଲାଇନ ଟୁଲ୍ ଓ ଭିଡିଓ ଦେଖି ସେମାନଙ୍କୁ ଅଙ୍କ ବୁଝିବାରେ ସାହାଯ୍ୟ କରେ। ଏପରି ଏକ ଚ୍ୟାନେଲ ହେଉଛି ପ୍ୟାଟ୍ରିକ୍ ଜେଏମଟି- ଏହା ହେଉଛି ୟୁଟ୍ୟୁବର ଅତ୍ୟନ୍ତ ଲୋକପ୍ରିୟ ଶିକ୍ଷା ଚ୍ୟାନେଲ୍ ମଧ୍ୟରୁ ଗୋଟିଏ ଯାହାକି ମାଗଣାରେ ଅଙ୍କ ଭିଡିଓ ୧୫୦,୦୦୦ ସବ୍ସ୍କ୍ରାଇବରଙ୍କୁ ପ୍ରଦାନ କରୁଛି।
ଆପଣଙ୍କ ଶିଶୁ ଭାଷାଗତ ଦକ୍ଷତା ହରାଉନାହିଁ ସୁନିଶ୍ଚିତ କରିବା ପାଇଁ ଏହା ଶିଶୁର ବ୍ୟାକରଣ ସମୀକ୍ଷା ଏବଂ ଶିଶୁ ପରବର୍ଷର ପାଠ୍ୟକ୍ରମ ଆରମ୍ଭ କରିବା ମଧ୍ୟ ସହାୟକ ହୋଇଥାଏ। ଆପଣଙ୍କର ଶିଶୁ ଇଂରାଜୀ ବ୍ୟାକରଣ ୧୦୧ (English Grammar 101) ପରି ଭିଡିଓ ଏବଂ ୱେବସାଇଟ୍ ବ୍ୟବହାର କରି ଭାଷାଗତ ଦକ୍ଷତା ସୁନିଶ୍ଚିତ କରିପାରିବେ।
ଆପଣଙ୍କ ସନ୍ତାନକୁ ଗୋଟିଏ ବ୍ଲଗ୍ ଆରମ୍ଭ କରିବା ପାଇଁ ଉତ୍ସାହିତ କରନ୍ତୁ। ସେମାନେ ଭ୍ରମଣ କାହାଣୀ, ଛୁଟି କାଟିବା ସମୟର କାହାଣୀ, ସଫଳତାର କାହାଣୀ କିମ୍ବା ସେମାନଙ୍କୁ ଅନୁପ୍ରାଣିତ କରୁଥିବା ଯେ କୌଣସି ବିଷୟରେ ଲେଖା ଲେଖିପାରିବେ। ଏହା ସେମାନଙ୍କର ସୃଜନଶୀଳତା ବୃଦ୍ଧି କରିବ ଏବଂ ସେମାନଙ୍କୁ କୌଣସି କାର୍ଯ୍ୟରେ ଲଗାଇ ରଖିବ ଏବଂ ସରଳ ଭାବରେ ଲେଖିବାରେ ସାହାଯ୍ୟ କରିବ।
ପିଲାମାନେ ସବୁବେଳେ ଅତି କମ୍ରେ କୌଣସି ନା କୌଣସି ବିଷୟରେ ଦୁର୍ବଳ ଥାଆନ୍ତି। ଖରାଛୁଟି ସେହି ବିଷୟରେ କାମ କରିବା ଏବଂ ବିରକ୍ତିକର ବିଷୟକୁ ଆୟତ କରି ଦକ୍ଷତା ହାସଲ କରିବା ପାଇଁ ଉପଯୁକ୍ତ ସମୟ ହୋଇଥାଏ! ଏଡୁରାଇଟ୍ ହେଉଛି ଡେଲ୍ ପ୍ରଡକ୍ଟର ଆଉ ଏକ ସଂଯୋଜକ ଯାହାକି ଇଣ୍ଟରଆକ୍ଟିଭ୍ ଅଧ୍ୟାୟ ଉପସ୍ଥାପନ କରେ । ତାହା ଆପଣଙ୍କ ସନ୍ତାନର ସବୁ ବିଷୟରେ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହୋଇଥାଏ, ଯାହାଫଳରେ ଆପଣଙ୍କ ସନ୍ତାନ ପରବର୍ତ୍ତୀ ଶିକ୍ଷା ବର୍ଷରେ ସାମଗ୍ରିକ ଜ୍ଞାନ ସହିତ ଅଧ୍ୟୟନ ଆରମ୍ଭ କରିଥାନ୍ତି।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ