ଆପଣଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଲାଭକୁ ଅଧିକ କୌତୁକିଆ ଓ ଇଣ୍ଟରଆକ୍ଟିଭ୍ କରିବାକୁ ଚାହାଁନ୍ତି କି? ଆପଣ ଛାତ୍ରଛାତ୍ରୀଙ୍କ ମନ ଲଗାଇ ରଖିବାକୁ ଚାହାଁନ୍ତି କି? ଏହାର ସହଜ ଚାବିକାଠି ହେଉଛି ଅନଲାଇନ୍ ଟିଚିଂ ଟୁଲ୍ ବା ଶିକ୍ଷାଦାନ ସାଧନ। ଭିଡିଓ, ସ୍ଲାଇଡ୍ ସୋ, ଗେମ୍ ଏବଂ ଇଣ୍ଟରଆକ୍ଟିଭ୍ ଦଳଗତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ମୁଖ୍ୟ ସାଧନ ହେବା ଉଚିତ୍ ଏବଂ ଆପଣ ଯେତେବେଳେ ଛାତ୍ରଛାତ୍ରୀଙ୍କ ପରି ଟେକ୍ନୋଲୋଜି ସହିତ ଅଭ୍ୟସ୍ତ ହୋଇଯିବେ ଶ୍ରେଣୀଗୃହରେ ଚମତ୍କାର ଉନ୍ନତି ଦେଖାଦେବ। କମ୍ପ୍ୟୁଟରକୁ ଶ୍ରେଣୀଗୃହରେ ସଂଯୋଜିତ କରିବା କେବଳ ପିଲାମାନଙ୍କ ମଧ୍ୟରେ ଦୃଢ଼ ପ୍ରାଦ୍ୟୋଗିକ ଦକ୍ଷତା ସୃଷ୍ଟି କରେ ନାହିଁ ତାହା ସହିତ ଏକବିଂଶ ଶତାଦ୍ଦୀରେ ଆଗରେ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରି ରଖେ ଏବଂ ଶିକ୍ଷାଦାନରେ ଉନ୍ନତି ଆଣେ। [1]
ଆପଣଙ୍କ ଛାତ୍ରଛାତ୍ରୀଙ୍କ ମନୋନିବେଶ ପାଇଁ ଏଠାରେ ଛଅଟି ସାଧନ ଦିଆଯାଇଛି ଏବଂ ସେଗୁଡ଼ିକ ବିଷୟକୁ ଅଧିକ ଭଲ ଭାବରେ ମନେରଖିବାରେ ସାହାଯ୍ୟ କରେ!
ପିଲାମାନେ ଦଳ ହୋଇ ପଢ଼ିବାକୁ ଭଲ ପାଆନ୍ତି। ତାହା ସହିତ ପିଲାମାନେ ମଧ୍ୟ ଡିଜିଟାଲ୍ ଜଗତରେ ପ୍ରବେଶ କରିବା ପାଇଁ ଉତ୍ସାହୀ ହୋଇଥାନ୍ତି। ଉଭୟ ଦିଗକୁ ଦୃଷ୍ଟିରେ ରଖି ଏଡମୋଡୋ ଏକ ନିୟନ୍ତ୍ରିତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଶିକ୍ଷକମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଯାହା ଦ୍ୱାରା ଶିକ୍ଷକ ଅନଲାଇନରେ ହୋମ୍ୱାର୍କ ଦେବା ସହ ଗ୍ରେଡ୍ ମଧ୍ୟ ଦେଇପାରିବେ। ଏହି କାରଣରୁ ପିଲାମାନେ ଠିକ୍ ସମୟରେ ହୋମ୍ୱାର୍କ ସଂଶୋଧନ କରାଇବା ପାଇଁ ଉତ୍ସାହିତ ହୋଇଥାନ୍ତି। ସେମାନେ ମଧ୍ୟ ପରବର୍ତ୍ତୀ ଶ୍ରେଣୀରେ କଣ ଘଟିବାକୁ ଯାଉଛି ଆଗୁଆ ଜାଣିବାକୁ ଚାହିଁଥାନ୍ତି।
ଏଥିପାଇଁ ଆପଣଙ୍କୁ କେବଳ ଆପଣଙ୍କ ବିଦ୍ୟାଳୟ ତରଫରୁ ସାଇନ୍ ଅପ୍ କରିବାକୁ ହେବ ଏବଂ ଏକ ଅଧ୍ୟୟନ ଗୋଷ୍ଠୀ ସୃଷ୍ଟି କରିବାକୁ ହେବ। ଶେଷ ହେବା ପରେ ଆପଣ ଗ୍ରୁପ୍ କୋଡ୍କୁ ଆପଣଙ୍କ ଛାତ୍ରଛାତ୍ରୀଙ୍କ ସହ ଅଂଶିଦାର କରିପାରିବେ ଏବଂ ଆରମ୍ଭ କରିପାରିବେ। ଏଠାରେ ଆପଣ ସାଇନ୍ ଇନ୍ କଲା ବେଳେ ଓ ଆପଣଙ୍କ କ୍ଲାସଗ୍ରୁପ୍ ସୃଷ୍ଟି କଲା ବେଳେ ପ୍ଲାଟଫର୍ମ କିପରି ଦିଶେ ତାହାର ସ୍କ୍ରିନ୍ ସଟ୍ ଦିଆଯାଇଛି।
ଶ୍ରେଣୀରେ ପ୍ରଶ୍ନାବଳି ଓ ପ୍ରଶ୍ନ ତିଆରିରେ ସାହାଯ୍ୟ ଚାହାଁନ୍ତି କି? କହୁଟ! ଏହା ଆପଣଙ୍କ ସେବାରେ ନିୟୋଜିତ ଏକ ମାଗଣା ଉପଭୋକ୍ତାଙ୍କ ପାଇଁ ଅନୁକୂଳ ଉପଲବ୍ଧ ଟୁଲ୍। ଜଣେ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀଙ୍କର ଜ୍ଞାନ ପରୀକ୍ଷା କରିବା ପାଇଁ ଏକ ପ୍ରଶ୍ନୋତ୍ତର, ସର୍ବେକ୍ଷଣ କିମ୍ବା ପ୍ରଶ୍ନମାଳା ପରିକଳ୍ପନା କରିପାରିବେ। ଛାତ୍ରଛାତ୍ରୀମାନେ ବିଭିନ୍ନ ଡିଭାଇସ ବ୍ୟବହାର କରି ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରିବେ। ପ୍ରଶ୍ନ ଏବଂ ଉତ୍ତରଗୁଡ଼ିକୁ ‘‘କହୁଟ’’ ଭାବରେ ଦର୍ଶାଯାଇଥାଏ, ଏଗୁଡ଼ିକ ଶ୍ରେଣୀଗୃହରେ ଗେମ୍ ପରିବେଶ ସୃଷ୍ଟି କରିବା ପାଇଁ ପରିକଳ୍ପନା କରାଯାଇଛି। ପ୍ଲେୟାରମାନେ ନିଜ ନିଜ କମ୍ପ୍ୟୁଟରରେ ଉତ୍ତର ଦେଇଥାନ୍ତି ଯେତେବେଳେ କି ଗେମ୍ ଶ୍ରେଣୀକୁ ବାନ୍ଧି ରଖିବା ପାଇଁ ଏକ ଅଂଶିଦାର ହୋଇଥିବା ସ୍କ୍ରିନ୍ରେ ପ୍ରଦର୍ଶିତ ହୋଇଥାଏ- ଏକ ‘‘କ୍ୟାମ୍ପ ଫାୟାରମୁମେଣ୍ଟ’’ ସୃଷ୍ଟି କରିଥାଏ। ଏଠାରେ ଦେଖନ୍ତୁ ଆପଣଙ୍କ ନିଜର ପ୍ରଶ୍ନ ତିଆରି କରିବା କେତେ ସହଜ।
ବେଳେ ବେଳେ କେଉଁ କେଉଁ ବିଷୟ ପଢ଼ାଯାଇଛି ଓ କେଉଁ କେଉଁ ବିଷୟ ପଢ଼ାଯିବାକୁ ବାକି ଅଛି ଜାଣିବା କଷ୍ଟକର ହୋଇଥାଏ। ଏଠାରେ ଲର୍ଣ୍ଣିଂ ମ୍ୟାନେଜମେଣ୍ଟ୍ ସିଷ୍ଟମ (ଏଲଏମଏସ) କଥା ମନକୁ ଆସେ।
ସ୍କୁଲୋଜି ହେଉଛି ଏକ ଶିକ୍ଷାଲାଭ ପରିଚାଳନା ପ୍ରଣାଳୀ ଯାହାକି ଶ୍ରେଣୀ ରୋଷ୍ଟର, ପାଠ୍ୟଖସଡ଼ା ଏବଂ କ୍ୟାଲେଣ୍ଡର ତିଆରି କରିବା ପାଇଁ ସୁବିଧା ପ୍ରଦାନ କରିଥାଏ। ଏହା ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇଣ୍ଟରଆକ୍ସନ ଟ୍ରାକ୍ କରେ ଏବଂ ଅନ୍ୟାନ୍ୟ ବିଷୟ ସହିତ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ଟ୍ରାକ୍ କରିଥାଏ। ଆପଣ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଲାଭକୁ ଅଧିକ କୌତୁକିଆ କରିବା ପାଇଁ ଆସାଇନମେଣ୍ଟ, ପ୍ରଶ୍ନ, ମିଡିଆ ଆଲବମ୍ ଏବଂ ଅନ୍ୟାନ୍ୟ ଉତ୍ସ ଯୋଗ କରିପାରିବେ। ଏହା ଇଣ୍ଟରଆକ୍ଟିଭ ଲର୍ଣ୍ଣିଂକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମହତ୍ୱପୂର୍ଣ୍ଣ ସାଧନ ଏବଂ ଏହାର ମୌଳିକ ପ୍ୟାକେଜ୍ ମାଗଣା। ଏହି ଟୁଲ୍ ପ୍ରଦାନ କରୁଥିବା ଅସୀମ ସମ୍ଭାବନା ଉପରେ ଏଠାରେ ନଜର ପକାନ୍ତୁ।
ଗୋଟିଏ ବୋର୍ଡରେ ଗ୍ରାଫ୍ ତିଆରି କରିବା ପାଇଁ ଆପଣଙ୍କୁ ବହୁତ ସମୟ ଲାଗିଥାଏ। ଯେହେତୁ ପ୍ରତ୍ୟେକ ବିଷୟକୁ ସ୍କୁଲରେ ସୀମିତ ସମୟ ନ୍ୟସ୍ତ କରାଯାଇଥାଏ। ତେଣୁ ତତ୍କାଳ ଗ୍ରାଫ୍ ତିଆରି କରିବା ଓ ଦର୍ଶାଇବା ପାଇଁ ଏକ ସାଧନ ବହୁତ ସହାୟକ ହୋଇଥାଏ।
ଡେସମୋସ ହେଉଛି ଗୋଟିଏ ଏହିପରି ଦ୍ରୁତ ଅନଲାଇନ କାଲକୁଲେଟର ଯାହାକି ଯେକୌଣସି କାଳ୍ପନିକ ପ୍ରକାର୍ଯ୍ୟର ଗ୍ରାଫ୍ ତିଆରି କରିପାରେ। ଏହା ମଧ୍ୟ ଉପଭୋକ୍ତାଙ୍କୁ ସ୍ଲାଇଡର ଯୋଗ କରିବାକୁ, ରିଗ୍ଲେସନ କରିବାକୁ ଏବଂ ସମ୍ପୂର୍ଣ୍ଣ ଡାଟା ଟେବୁଲରେ ପ୍ଲଗ୍ କରିବାକୁ ସକ୍ଷମ କରିଥାଏ। ଶ୍ରେଣୀରେ ଏହି ଜଟିଳ ବିଷୟଗୁଡ଼ିକ ଯେପରିକି କୋର୍ଡିନେଟ୍ ଜୋମେଟ୍ରି ଏବଂ ଲିନିଅର ଇକ୍ୟୁଏସନ ପଢ଼ାଇଲା ବେଳେ ପିଲାଙ୍କ ମନୋନିବେଶ କରି ରଖିବା କଷ୍ଟକର ହୋଇପାରେ। ଏ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିବ ଡେସମୋସ। ଏହି ସାଧନ ଜରିଆରେ ଆପଣ ପାଠ୍ୟପୁସ୍ତିକାରୁ ଊର୍ଦ୍ଧ୍ୱୁ ଯାଆନ୍ତି। ଆପଣଙ୍କ ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହରେ ମନଲଗାଇ ରଖିବା ପାଇଁ ସର୍ବାଧୁନିକ ସୂଚନା ପ୍ରଦାନ କରିଥାଏ।
ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ କରୁଥିବା ଭାଷା ପ୍ରତି ଆକୃଷ୍ଟ ହୁଅନ୍ତି ନାହିଁ। ଏହାର କାରଣ ହେଉଛି ସେମାନେ ଶୀଘ୍ର ବିରକ୍ତ ହୋଇଯାଆନ୍ତି। ନିରଶ ଶିକ୍ଷାଦାନ ପଦ୍ଧତି ମାଧ୍ୟମରେ ଭାଷା ଶିକ୍ଷା ଦେବା ମଧ୍ୟ କାର୍ଯ୍ୟକୁ ଅଧିକ ଆହ୍ୱାନପୂର୍ଣ୍ଣ କରେ।
ଶିକ୍ଷାଲାଭକୁ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ କୌତୁକିଆ ଓ ଇଣ୍ଟରଆକ୍ଟିଭ୍ କରିବା ପାଇଁ ଡୁଓଲିଙ୍ଗୋ ହେଉଛି ଏକ ଭାଷା ଶିକ୍ଷା କରିବା ଆପ୍ ଏବଂ ୱେବସାଇଟ୍ ଯେଉଁଥିରେ 20ଟି ଭାଷା ପାଇଁ ସମନ୍ୱିତ ମାର୍ଗଦର୍ଶନ ବିଶେଷତ୍ୱ ରହିଛି।
ଡୁଲିଙ୍ଗୋ ହେଉଛି ଅଧ୍ୟାୟର ଗାମୀଫିକେସନର ପ୍ରଭାବଶାଳୀତାର ବା ଉପାଦେୟତାର ପ୍ରାମଣ। ବହୁ ଟୁଲ୍ ଏବଂ ଆପ୍ଲିକେସନ ମୁଖ୍ୟତଃ ଷ୍ଟେମ୍ (ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମ୍ୟାଥମେଟିକ୍ସ) ଉପରେ ଆଧାରିତ ହୋଇଥିବା ବେଳେ ଡୁଲିଙ୍ଗୋ ଭାଷା ଶିକ୍ଷାକୁ ଉତ୍ସାହଜନକ କରିବା ପାଇଁ ଦୁସାହସ କରିଛି। ଏହା ଅକ୍ଷର ଶିକ୍ଷା କରିବାର, ତାହା ପରେ ଶଦ୍ଦ ଶିଖିବା ଏବଂ ତାହା ପରେ ବାକ୍ୟ ଶିଖିବାର କ୍ରମକୁ ଅନୁସରଣ କରେ ନାହିଁ। ଏହା ଏକ ସ୍ୱତନ୍ତ୍ର ଶିକ୍ଷାଲାଭ ପଦ୍ଧତିକୁ ଅନୁସରଣ କରେ ଯାହାକି ସରଳ ବାକ୍ୟ ଶିଖିବାରୁ ଆରମ୍ଭ ହୁଏ ଓ ପରେ ପରେ ଅଧିକ ଜଟିଳତା ଜଡ଼ିତ ହୋଇଥାଏ।
ଆପଣ ମଧ୍ୟ ସ୍କୁଲ ପାଇଁ ଡୁଓଲିଙ୍ଗୋ ବ୍ୟବହାର କରି ବିଭିନ୍ନ ଭାଷାରେ ପାଠ୍ୟକ୍ରମ ସୃଷ୍ଟି କରିପାରିବେ। ଏଠାରେ ଆପଣ ଏହା କରିପାରିବେ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ହାଇବ୍ରିଡ୍ ବନାମ ମିଶ୍ରିତ ଶିକ୍ଷା
ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ
ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ
ସାତଟି ଉପାୟରେ ଟେକ୍ନୋଲୋଜି ଶିକ୍ଷକମାନଙ୍କୁ କୌଶଳଗୁଡ଼ିକ ପଢ଼ାଇବାରେ ଆଗକୁ ବଢ଼ାଇଛି
ଶୀର୍ଷକ: ଦୂର ଶିକ୍ଷା - ଛୋଟ ପିଲାମାନଙ୍କର ମନଯୋଗ ରକ୍ଷା କରିବା ଏବଂ ନିୟୋଜିତ ରହିବାରେ ସାହାଯ୍ୟ କରିବା ପାଇଁ 8ଟି ଟିପ୍ପଣୀ