ଆଜିକାଲି ଆମ୍ଭେମାନେ ପ୍ରା୍ୟ ସବୁକାମ ପାଇଁ କମ୍ପ୍ୟୁଟର ବ୍ୟବହାର କରିଥାଉ- ହୋମୱାର୍କ କରିବାଠାରୁ ସାଙ୍ଗ ସାଥୀଙ୍କ ସହ ଯୋଗାଯୋଗ କରିବା ପର୍ଯ୍ୟନ୍ତ ସବୁକିଛି। କିନ୍ତୁ ଏପରିକି 50 ବର୍ଷ ତଳେ ପରିସ୍ଥିତି ଏପରି ନଥିଲା ଅପେକ୍ଷାକୃତ ଭାବରେ ବିଶ୍ୱ ଇତିହାସରେ ଏକ ନୂତନ ଉଦ୍ଭାବନ, କମ୍ପ୍ୟୁଟର, କଠିନ ପରିଶ୍ରମ, ଅଧ୍ୟୟନ, ଗବେଷଣା ଓ ସ୍ୱପ୍ନର ଫଳସ୍ୱରୂପ ଜନ୍ମନେଇଥିଲା, ଏକ ମେସିନ ଯାହାକି ଅସମ୍ଭବକୁ ସମ୍ଭବ କରିପାରେ।
ମହମ୍ମଦ ଇବନ ମୁସା ଅଲ-ଫାରିଜିମି ଜଣେ ପର୍ସିଆନ ଅଙ୍କ ବିଷାରଦ ମହାକାଶ ବିଜ୍ଞାନୀ ଜ୍ୟୋତିଷଶାସ୍ତ୍ର ବିଶେଷଜ୍ଞ, ଭୌଗୋଳିକ ଏବଂ ବାଗଦାଦର ହାଉସ୍ ଅଫ୍ ୱିଜଡମର ଜଣେ ବିଦ୍ୱାନ ଥିଲେ। ଖ୍ୱାରିଜିମି ଅଙ୍କରେ ଆଲଗୋରିଦିମ୍ ବିଷୟ ବିକଶିତ କରିଥିଲେ। ଏହି କାରଣରୁ ତାଙ୍କୁ କମ୍ପ୍ୟୁଟର ବିଜ୍ଞାନର ପିତାମହ କୁହାଯାଏ।
ଆଜିକାଲି, ଆମ୍ଭେମାନେ କେତେକ ନିର୍ଦ୍ଦେଶାବଳିର କ୍ରମ ସହାୟତାରେ ସଫ୍ଟଓୟାର ପ୍ରୋଗ୍ରାମ ପ୍ରସ୍ତୁତ କରିଥାଉ, ଯାହାକୁକି କୁହାଯାଏ ଆଲଗୋରିଦିମ। ଆଲଗୋରିଦିମ ବ୍ୟତୀତ ଆଧୁନିକ କମ୍ପ୍ୟୁଟରର ସ୍ଥିତି କଳ୍ପନା କରିହେବ ନାହିଁ। ଗୁଗୁଲର ସରଳ ସର୍ଚ୍ଚ କରିବାର କ୍ଷମତାଠାରୁ କମ୍ପ୍ୟୁଟର ସଟ୍ଡାଉନ୍ କରିବା ପର୍ଯ୍ୟନ୍ତ ସମସ୍ତ କ୍ଷମତା ଏହା ଉପରେ ନିର୍ଭର କରିଥାଏ, ଏସବୁ ଆଲଖ୍ୱାରିଜିମଙ୍କ ଦ୍ୱାରା ପ୍ରାୟ 1200 ବର୍ଷ ତଳେ ଲେଖାଯାଇଥିବା ନିୟମ ଉପରେ ଆଧାରିତ।
ଚାର୍ଲସ ବାବେଜ୍ 1791 ମସିହାରେ ଲଣ୍ଡନର ଏକ ବିତ୍ତଶାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ, ସାଧାରଣ ପ୍ରୋଗ୍ରାମେବୁଲ କମ୍ପ୍ୟୁଟର ଥିଲା ତାଙ୍କର କଳ୍ପନା ପ୍ରସୂତ। ସେ ଦୁଇଟି ଭିନ୍ନ ଭିନ୍ନ ପ୍ରକାରର କମ୍ପ୍ୟୁଟର ପ୍ରସ୍ତୁତ କରିବାର ଯୋଜନାରେ ସାରା ଜୀବନ ବିତାଇ ଦେଇଥିଲେ। ପ୍ରଥମଟିକୁ ସେ କହୁଥିଲେ, ଡିଫରେନ୍ସ ଇଞ୍ଜିନ, ଯାହାକି 1830 ଦଶକର ପ୍ରଥମ ଭାଗରେ ଆଂଶିକ ଭାବରେ ସମ୍ପୂର୍ଣ୍ଣ ହୋଇଥିଲା। ଆନାଲିଟିକାଲ୍ ଇଞ୍ଜିନ୍, ତାଙ୍କର ଦ୍ୱିତୀୟ ଡିଜାଇନ ଯାହାକି ଅଧିକ ଜଟିଳ ଥିଲା, ସମ୍ପୂର୍ଣ୍ଣ ହୋଇପାରିନଥିଲା, କିନ୍ତୁ ଉଭୟର ଶକ୍ତିଶାଳୀ ଗଣନ କ୍ଷମତା ରହିଥିଲା ଏବଂ ଚିନ୍ତାଧାରା ଓ ସେହି ସମୟର ବ୍ୟବହାର ଦୃଷ୍ଟିରୁ ବୈପ୍ଳବିକ ଉଦ୍ଭାବନ ଥିଲା।
ତାଙ୍କର ମେସିନଗୁଡ଼ିକ ଇତିହାସର ପ୍ରଥମ କମ୍ପ୍ୟୁଟର ଥିଲା!
ଆଲାନ ଟ୍ୟୁରିଙ୍ଗ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଜଣେ ପ୍ରସିଦ୍ଧ ବ୍ୟକ୍ତି ଥିଲେ । ସେ ତାଙ୍କର ଦଳ ସହିତ ବ୍ଲେଚଲେ ପାର୍କରେ ବୋମ୍ବେ ନାମକ କମ୍ପ୍ୟୁଟିଂ ମେସିନ ତିଆରି କରିଥିଲେ ଯାହାକି ନାଜି ଏନିଗ୍ମା ମେସିନ ବ୍ୟବହାର କରି ଏନକ୍ରିପଟେଡ୍ ସନ୍ଦେଶକୁ ଡିକୋଡ୍ କରୁଥିଲେ। ବୋଧହୁଏ ଆଲାନ ଟ୍ୟୁରିଙ୍ଗ ନଥିଲେ ଏହି ବିଶ୍ୱଯୁଦ୍ଧ ଆହୁରି 8 ବର୍ଷ ଧରି ଲାଗି ରହିଥାନ୍ତା।!
ତାଙ୍କର ଅଜସ୍ର ଅବଦାନ ରହିଛି ତାହା ସହିତ ଆଲାନ ଟ୍ୟୁରିଙ୍ଗ ମଧ୍ୟ କମ୍ପ୍ୟୁଟର ପ୍ରୋଗ୍ରାମିଂରେ ମାର୍ଗଦର୍ଶକ ଥିଲେ। ପୂର୍ବକାଳର କମ୍ପ୍ୟୁଟର ମେମୋରିରେ ପ୍ରୋଗ୍ରାମ୍ ଷ୍ଟୋର ହୋଇ ରହୁନଥିଲା। ଏହି କମ୍ପ୍ୟୁଟରକୁ ଏକ ନୂତନ କାର୍ଯ୍ୟ କରିବା ପାଇଁ ସେଟ୍ କରିବାକୁ ପଡ଼ୁଥିଲା, ଏଥିପାଇଁ ମେସିନର କେତେକ ଓୟାରିଂ ବଦଳାଇବା ଆବଶ୍ୟକ ହେଉଥିଲା, ହାତରେ କେବୁଲର ରୁଟ୍ ବଦଳାଇ ସୁଇଚ୍ ସେଟ୍ କରିବାକୁ ପଡ଼ୁଥିଲା। ପ୍ରାୟ 7 ଦଶନ୍ଧି ତଳେ ଆଲାନ ଟ୍ୟୁରିଙ୍ଗ୍ ପ୍ରଥମ କମ୍ପ୍ୟୁଟର ତିଆରି କଲେ ଯେଉଁ ପ୍ରୋଗ୍ରାମ ଷ୍ଟୋର ହୋଇପାରୁଥିଲା। ଯାହାକି କମ୍ପ୍ୟୁଟର ପାଇଁ ଏକ ଅମୂଲ୍ୟ ଅବଦାନ।
ଆପଣ ଭାବିପାରୁଛନ୍ତି କି ମାଉସ ବ୍ୟତୀତ କମ୍ପ୍ୟୁଟର ଚଲାଇବା କେତେ କଷ୍ଟକର ହୋଇଥାନ୍ତା? ଠିକ୍ ଅଛି, ମିଷ୍ଟର ଏଙ୍ଗଲବାର୍ଟ ଧନ୍ୟବାଦ ଦିଅନ୍ତୁ। ଆମକୁ ଏପରି ସମ୍ଭାବନା ବିଷୟରେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। ମାଉସ ସହଜରେ କମ୍ପ୍ୟୁଟର ସହିତ ଇଣ୍ଟରଆକ୍ଟ କରିବାକୁ ଦିଏ, କାର୍ଯ୍ୟ ଆଡକୁ ପଏଣ୍ଟ୍ କରିଥାଏ। ମାଉସର ଉଦ୍ଭାବନ ପୂର୍ବରୁ, ସମସ୍ତ କମାଣ୍ଡ୍ କେବଳ କୀବୋର୍ଡ ବ୍ୟବହାର କରି ପ୍ରବେଶ କରାଯାଉଥିଲା ଯେତେବେଳେ କି ଆଜିକାଲି ଆପଣଙ୍କୁ ମାଉସକୁ ଗାଇଡ୍ କରି କ୍ଲିକ୍ କରିବାକୁ ପଡ଼ୁଛି!
ହଁ, 25 ବର୍ଷ ତଳେ WWWର କୌଣସି ଅସ୍ଥିତ୍ୱ ନଥିଲା। 1960 ମସିହାରେ କମ୍ପ୍ୟୁଟର ମଧ୍ୟରେ ସୂଚନା ସ୍ଥାନାନ୍ତରଣ ପାଇଁ ଇଣ୍ଟରନେଟ୍ ବିକଶିତ ହେଲା। ଅବଶ୍ୟ, ଟିମ୍ ବର୍ଣ୍ଣର ଲି ସ୍ଥିର କଲେ ଯେ ଏହାକୁ ଜନସାଧାରଣଙ୍କ ପାଇଁ ଅଧିକ ବ୍ୟବହାର ଉପଯୋଗୀ କରିବେ। ସେ ୱାର୍ଲଡ ୱାଇଡ୍ ୱେବ ଉଦ୍ଭାବନ କରି ଏହି ଉଦ୍ଦେଶ୍ୟ ସାଧନ କରିଥିଲେ।
ତାଙ୍କର ଗୋଟିଏ ସାକ୍ଷାତକାରରେ, ଏହି ବ୍ରିଟିଶ କମ୍ପ୍ୟୁଟର ବିଜ୍ଞାନୀ ସୂଚାଇଥିଲେ ଯେ ୱେବରେ ଜଡିତ ସମସ୍ତ ଟେକ୍ନେ୍ାଲୋଜି ଅଦ୍ୟାବଧି ବିକଶିତ ହୋଇସାରିଛି ଏବଂ ତାଙ୍କର ଅବଦାନ ଥିଲା ସେସବୁକୁ ଏକାଠି କରିବା। ଏହାଠାରୁ ଅଧିକ ସାଧୁତାର ପରିଚୟ ଆଉ କ'ଣ ହୋଇପାରେ!
ଯେତେବେଳେ କି ବହୁ କମ୍ପ୍ୟୁଟର ଇଞ୍ଜିନିୟର ଏବଂ ବୈଜ୍ଞାନିକ କମ୍ପ୍ୟୁଟର କ୍ଷେତ୍ରରେ କାର୍ଯ୍ୟ କରୁଥିଲେ କିନ୍ତୁ ଏହି ପାଞ୍ଚ ଜଣଙ୍କର ଦୂରଦୃଷ୍ଟି ଓ କଠିନ ପରିଶ୍ରମ ଆଧୁନିକ କମ୍ପ୍ୟୁଟିଂକୁ ସମ୍ଭବ କରିଛି।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.