ଆଜିକାଲିର ଡିଜିଟାଲ୍&zwnj ପିତାମାତା ହେଉଛନ୍ତି ଆମ ସମୟର ପ୍ରଡକ୍ଟ। ଏହି ନୂଆ ଯୁଗରେ ବାପାମା&rsquoଙ୍କର ସବୁଠାରୁ ବଡ଼ ଦାୟିତ୍ୱ ହେଉଛି ପିଲାମାନଙ୍କୁ ଜ୍ଞାନକୌଶଳ ସହ ପରିଚୟ କରାଇବା ଏବଂ ଦକ୍ଷ ପିତାମାତା ଭାବରେ ଲାଳନପାଳନର ଧାରା ବିଷୟରେ ଜାଣିବା।
ମୋଟିଭେସନାଲ କୋଚ୍ ଜୋଆଚିମ୍ ଡେ ପୋସାଡାଙ୍କ ଦ୍ୱାରା ପିଲାମାନେ ବଡ଼ ହେବା ସହିତ ଆତ୍ମସଂଯମ ଓ ସଫଳତା ମଧ୍ୟରେ ଏକ ଚମତ୍କାର ସଂଯୋଗ ପରିଲକ୍ଷିତ ହୋଇଥିଲା! ଏହି ଟକରେ ଭବିଷ୍ୟତର ସଫଳତାର ପୂର୍ବାନୁମାନ ପାଇଁ ଏକ ଅଭୂତପୂର୍ବ ପରୀକ୍ଷାରେ ଆପଣ ଦେଖିବେ ଯେ ପିଲାମାନେ ଏକ ଚାଞ୍ଚଲ୍ୟକର ଭିଡ଼ିଓରେ ମାର୍ସମାଲୋ ନ ଖାଇବାକୁ ଚେଷ୍ଟା କରୁଛନ୍ତି।
ଫାୟାର ଫାଇଟର କ୍ୟାରୋଲିନ୍ ପଲ୍ କୁନି କୁନି ଝିଅମାନଙ୍କୁ ସୀମା ବାହାରକୁ ଠେଲି ସେମାନଙ୍କୁ ନିଜର କ୍ଷମତା ଜାଣିବାରେ ସାହାଯ୍ୟ କରୁଛନ୍ତି। ଏହି ଭିଡ଼ିଓ ଏପରି କାହାଣୀକୁ ଦର୍ଶାଉଛି ଯେଉଁଥିରେ ଫାୟାର୍ ଫାଇଟର୍ ନିଜେ ଆରାମ କ୍ଷେତ୍ରରୁ ବାହାରି ଅନ୍ୟମାନେ ଯାହା ଭାବିପାରିବେ ନାହିଁ ସେପରି କାର୍ଯ୍ୟ କରୁଛନ୍ତି।
ପିତାମାତାଙ୍କ ପାଇଁ ଏକ ଯଥାର୍ଥ ଓ ସହାୟକ ଆଳାପ ଯେଉଁମାନଙ୍କର ଡିଜିଟାଲ୍&zwnj ଯୁଗରେ ସର୍ଜନାତ୍ମକ କ୍ଷେତ୍ରରେ କ୍ୟାରିଅର କରିବା ନେଇ ସନ୍ଦେହ ରହିଥାଏ, ସେହିପରି ପିତାମାତାଙ୍କ ପାଇଁ ଉପସ୍ଥାପନ କରିଛନ୍ତି ୟୁ ଟ୍ୟୁବର ଜ୍ୟାକ କୋଣ୍ଟେ। ନିୟମିତ ଉପାର୍ଜନ କରିବାଠାରୁ ନିଜର ମୂଲ୍ୟ ବୁଝିବା ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଏହି ଭିଡ଼ିଓକୁ ମହତ୍ୱପୂର୍ଣ୍ଣ କରିଛି।
ଯେଉଁ ପିତାମାତାମାନେ ତାଙ୍କର ସନ୍ତାନମାନଙ୍କୁ କ୍ୟାରିୟର ବାଛିବାରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ନିଶ୍ଚିତ ଭାବରେ ଶିଳ୍ପଦ୍ୟୋଗି ସ୍କଟ ଡିନସମୋରେଙ୍କ ଦ୍ୱାରା ଏହି ଟକ୍ ଦେଖିବା ଉଚିତ୍। ସେ ଆପଣଙ୍କ ପାଇଁ କ&rsquoଣ ଗୁରୁତ୍ୱପୂର୍ଣ୍ଣ ଜାଣିବା ପାଇଁ ଓ ତାହା ପରେ ଏ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିବା ବିଷୟରେ ସୂଚାଇଥାନ୍ତି।
ଗତ 70 ବର୍ଷ ଧରି ବ୍ରିଟିଶ ବୈଜ୍ଞାନିକମାନେ ହଜାର ହଜାର ଶିଶୁଙ୍କର ଜୀବନ ଉପରେ ଅଧ୍ୟୟନ କରୁଛନ୍ତି ଏବଂ ସେମାନେ ଜାଣିବାକୁ ଚାହୁଁଛନ୍ତି ଯେ କାହିଁକି କେତେକ ପିଲା ସ୍ୱାସ୍ଥ୍ୟବାନ ଓ ସୁଖି ହୋଇଥିଲା ବେଳେ ଆଉ କେତେକ ବିପରୀତ ପ୍ରକାରର ହୋଇଥାନ୍ତି। ବୈଜ୍ଞାନିକ ହେଲେନ୍ ପିଅର୍ସନଙ୍କର ବକ୍ତବ୍ୟ ସହିତ ବର୍ଷ ବର୍ଷର ବୈଜ୍ଞାନିକ ଅଧ୍ୟୟନ ସହିତ ଜଡ଼ିତ ଅନୁଧ୍ୟାନ ଯାହାକି ଅତ୍ୟନ୍ତ ମର୍ମସ୍ପର୍ଶୀ।
ଆପଣ ଭାବୁଛନ୍ତି କି ପିସି ସମୟ ମଧ୍ୟ ପାରିବାରିକ ସମୟ ହୋଇପାରିବ? ଏହା ହୋଇପାରିବ କେବଳ ଅନ୍ୟମାନଙ୍କୁ ଭଲ ଲାଗୁଥିବା କାର୍ଯ୍ୟକଳାପ ହାତକୁ ନେବା ଦ୍ୱାରା :)
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ