ଶ୍ରେଣୀଗୃହରେ ଭଲ ପାଠ ହେଉନଥିବା ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ୫ଟି ଉପାୟ

 

 

ଆମ ପାଖରେ ରହିଛି ଶ୍ରେଷ୍ଠ ଶିକ୍ଷାଦାନ ଯୋଜନା, ଅଗ୍ରଗତି ଉପରେ ନଜର ରଖିବା ପାଇଁ ଶ୍ରେଷ୍ଠ ମୂଲ୍ୟାୟନ ବିକଶିତ କରନ୍ତୁ, ସେମିଷ୍ଟାର ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ସୁନିଶ୍ଚିତ କରିବା ପାଇଁ ଯୋଜନା କରନ୍ତୁ ଏବଂ ମ୍ୟାପ୍ କରନ୍ତୁ, କିନ୍ତୁ ତଥାପି ମଧ୍ୟ କିଛି ଅଭାବ ରହିଯାଉଛି କି? ଜଣେ ସାଧାରଣ ଛାତ୍ର ବଡ଼ ସଫଳତା ପାଇବା ଏକ ଆନନ୍ଦର ବିଷୟ ହେବ ନାହିଁ କି?

ଏଠାରେ ପାଞ୍ଚୋଟି କୌଶଳ ଦିଆଯାଇଛି ଯାହାକି ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ପିସି ବ୍ୟବହାର କରି ଉପଯୋଗ କରାଯାଇପାରିବ:

  • ଏକ ଛାତ୍ରଙ୍କର ମନର କଥା ବ୍ୟାଖ୍ୟା କରନ୍ତୁ:  ଛାତ୍ରଛାତ୍ରୀଙ୍କର ଶିକ୍ଷାଲାଭ ବିଷୟରେ ଏକ ଲୁକ୍କାୟିତ ବିଶ୍ୱାସ ରହିଥାଏ। ସେମାନେ ବିଶ୍ୱାସ କରନ୍ତି ଯେ ସେମାନେ ନିର୍ଦ୍ଦିଷ୍ଟ ଅକ୍ଷମତା ସହିତ ଜନ୍ମ ହୋଇଛନ୍ତି ଏବଂ ସେମାନେ ଜନ୍ମରୁ ବୁଦ୍ଧିହୀନ ତେଣୁ ସେମାନଙ୍କୁ ଉତ୍ସାହିତ କରିବା ଦ୍ୱାରା ଶିକ୍ଷା ପ୍ରତି ଆକୃଷ୍ଟ କରାଯାଇପାରିବ।  ସବୁଠାରୁ ବଡ଼ କଥା ହେଉଛି ସେମାନଙ୍କୁ ପ୍ରଶଂସା କରିବା, ଉଦାହରଣ ସ୍ୱରୂପ: ତୁମେ ପ୍ରତି ସାପ୍ତାହିକ ପରୀକ୍ଷାରେ ଖୁବ୍ ଭଲ କରୁଛ ଆରେ ବଢ଼ିଆ, ତୁମେ ତ ପଢ଼ିବା ଅଭ୍ୟାସ କରୁଛ, ଚିତ୍ର ମଧ୍ୟ ଖୁବ୍ ବଢ଼ିଆ ଆଙ୍କୁଛ  ଦୀର୍ଘକାଳୀନ ଶିକ୍ଷାଲାଭକୁ ଉତ୍ସାହିତ କରିବା ସାମର୍ଥ୍ୟକୁ ପ୍ରଶଂସା କରନ୍ତୁ ଏବଂ ସେମାନଙ୍କୁ ଆରଥରକୁ ଆହୁରି ଭଲ କରିବାକୁ ଉତ୍ସାହିତ କରନ୍ତୁ।
  • ବଡ଼ି ମେଣ୍ଟରିଂ ପ୍ରୋଗ୍ରାମ୍ - ଆପଣଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ସବୁବେଳେ ଶିକ୍ଷକ ହୁଅନ୍ତୁ ନାହିଁ, ବରଂ ସେମାନଙ୍କର ବନ୍ଧୁ ପରି ହେବାକୁ ଚେଷ୍ଟା କରନ୍ତୁ। ଏହା ସେମାନଙ୍କୁ ଆତ୍ମବିଶ୍ୱାସ ଓ ଭରସା ଲାଭ କରିବାରେ ସାହାଯ୍ୟ କରିବ ଫଳରେ କାର୍ଯ୍ୟଦକ୍ଷତା ଉନ୍ନତ ହେବ। ଶିକ୍ଷା ଲାଭ କରିବା ଓ ଅନଲାଇନରେ ୱାନ୍ ଡ୍ରାଇଭ୍ ଏବଂ ଇମେଲ୍ ମାଧ୍ୟମରେ ସଂଯୁକ୍ତ ହୋଇ ରହିବା ହେଉଛି ଆଧୁନିକ ଉପାୟ।  ଆପଣ ଏହି ପ୍ଲାଟଫର୍ମଗୁଡ଼ିକରେ ନିଜର ତଥ୍ୟ ଷ୍ଟୋର୍ କରିପାରିବେ ଏବଂ ପରସ୍ପର ମଧ୍ୟରେ ଆଦାନପ୍ରଦାନ କରିପାରିବେ।
  • 2*4 କୌଶଳ ଚେଷ୍ଟା କରି ଦେଖନ୍ତୁ- ସରଳ ଏବଂ ପ୍ରଭାବଶାଳୀ ଏହି କୌଶଳ ସୂଚିତ କରୁଛି ଯେ ଛାତ୍ରଛାତ୍ରୀମାନେ 4 ଦିନ ପାଇଁ 2 ମିନିଟ୍ ଲେଖାଁଏ ପାଇଁ ନିଜର ଭାବନା ପ୍ରକାଶ କରିବେ।  ସେମାନେ ଚାହୁଁଥିବା ଯେକୌଣସି ବିଷୟରେ କଥାବାର୍ତ୍ତା ହୋଇପାରିବେ - ନିଜର ପ୍ରିୟ ବନ୍ଧୁଙ୍କଠାରୁ ସବୁଠାରୁ ଅଧିକ ପସନ୍ଦ କରୁଥିବା ବିଷୟ ପର୍ଯ୍ୟନ୍ତ?  ଆପଣ ନିଜ ଛାତ୍ରଛାତ୍ରୀଙ୍କ ବିଷୟରେ ଅଧିକ ଜାଣିବେ, ସୁସମ୍ପର୍କ ପ୍ରତିଷ୍ଠା କରିବେ ଏପରିକି କେଉଁ ବିଷୟରେ ଅସୁବିଧା ହେଉଛି ଆଲୋଚନା କରିବେ।
  • ଦଳଗତ କାର୍ଯ୍ୟକଳାପକୁ ଉତ୍ସାହିତ କରନ୍ତୁ - ଦଳଗତ କାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ  ପ୍ରୋତ୍ସାହିତ କରିବା ପାଇଁ, ସକ୍ରିୟ ଶିକ୍ଷାଲାଭ ଏବଂ ଯୋଗାଯୋଗକୁ ଉତ୍ସାହିତ କରିବା ପାଇଁ ଏକ ପ୍ରଭାବଶାଳୀ ପଦ୍ଧତି ହୋଇପାରେ। ଦଳଗତ କାର୍ଯ୍ୟରେ ଜଡ଼ିତ ହେଉଥିବା ଛାତ୍ରଛାତ୍ରୀମାନେ ପରସ୍ପରକୁ ସହଯୋଗ କରିଥାନ୍ତି ଏବଂ ଏକୁଟିଆ ଭାବରେ କାମ କରୁଥିବା ଛାତ୍ରଛାତ୍ରୀଙ୍କ ତୁଳନାରେ ସେମାନେ ଭଲ ଅଗ୍ରଗତି କରିଥାନ୍ତି ଏବଂ ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ (ଦ ନ୍ୟାସନାଲ ଏକାଡେମିସ୍ ପ୍ରେସ୍- https://www.nap.edu/read/5287/chapter/3)।

 

 

  • ଅଗ୍ରଗତି ଉପରେ ନଜର ରଖନ୍ତୁ - ମନୁଷ୍ୟମାନେ ଅନୁକୂଳ ବିଷୟ ପରିବର୍ତ୍ତେ ପ୍ରତିକୂଳ ବିଷୟକୁ ଦେଖିଥାନ୍ତି। ସୁନିଶ୍ଚିତ କରନ୍ତୁ ଯେ ଆପଣ ପିଲାମାନଙ୍କୁ ସେମାନଙ୍କର ପ୍ରୋଗ୍ରେସ୍ ରିପୋର୍ଟ ଦେଖାଇ ତାଙ୍କ ଭିତରେ ଅନୁକୂଳ ମନୋଭାବ ସୃଷ୍ଟି କରନ୍ତି। ଏହି ରିପୋର୍ଟ ଚିତ୍ର ମାଧ୍ୟମରେ ଏବଂ ଏକ୍ସେଲ୍ ମାଧ୍ୟମରେ ଦେଖାଇ ସେମାନେ କେତେ ଅଗ୍ରଗତି କରିଛନ୍ତି ସେମାନଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରାଯାଇପାରିବ।

ଅନୁପ୍ରାଣିତ କରୁଥିବା ଶିକ୍ଷକମାନେ ଛାତ୍ରମାନଙ୍କ ପ୍ରତି ଭଲପାଇବା ଓ ସମଭାବାପନ୍ନତା ପ୍ରଦର୍ଶନ କରିଥାନ୍ତି ଯାହାକି ନିଜର ଶ୍ରେଷ୍ଠ ସଂସ୍କରଣ ହୋଇଥାଏ, ଶିକ୍ଷାଦାନକୁ ଉତ୍ତମରୁ ଉତ୍କୃଷ୍ଟରେ ରୂପାୟିତ କରିଥାଏ!