ଟେକ୍ନୋଲୋଜି ସହିତ ଶିକ୍ଷାଲାଭର ଦୃଶ୍ୟପଟରେ ପରିବର୍ତ୍ତନ ହେବାରେ ଲାଗିଛି, କେତେକ ଶିକ୍ଷାଲାଭର ପଦ୍ଧତି ଦେଶବ୍ୟାପୀ ବିଦ୍ୟାଳୟଗୁଡ଼ିକରେ ଲୋକପ୍ରିୟତା ଲାଭ କରୁଛି। ଫ୍ଲିପଡ କ୍ଲାସରୁମ୍ରୁ ଗ୍ରୁପ୍ ଲେସନ ଅନଲାଇନ ପର୍ଯ୍ୟନ୍ତ ଶିକ୍ଷକମାନେ ବିଭିନ୍ନ ପ୍ରକାରର କୌଶଳ ଓ ସଂରଞ୍ଜାମ ବ୍ୟବହାର କରି ସ୍ୱଦେଶୀ ଶିଶୁମାନଙ୍କୁ ଡିଜିଟାଲ ମାଧ୍ୟମରେ ଲିପ୍ତକରି ରଖୁଛନ୍ତି।
ମେକରସ୍ପେସ୍ ଏହିପରି ଗୋଟିଏ ଟୁଲ ଯାହାକି ନିଷ୍ଠାର ସହିତ, କେବଳ ଭାରତ ପାଇଁ ନୁହେଁ ସାରା ବିଶ୍ୱ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ପ୍ରସ୍ତୁତ କରାଯାଇଛି। ମେକରସ୍ପେସ କହିଲେ କ’ଣ ବୁଝାଏ? ମେକରସ୍ପେସ୍ ହେଉଛି ଶିକ୍ଷାର ଢ଼ାଞ୍ଚା ମଧ୍ୟରେ ଗୋଟିଏ ସ୍ପେସ୍ ଯାହାକି ମାଗଣାରେ ଶିଶୁମାନଙ୍କୁ ସୁବିଧା ଓ ସଂରଞ୍ଜାମ ଯୋଗାଇ ଦେଇଥାଏ, ଯାହାଫଳରେ ସେମାନେ ନିଜେନିଜର ଚିନ୍ତାଧାରା କାର୍ଯ୍ୟରେ ଉପଯୋଗ କରିପାରିଥାନ୍ତି।
ନିକଟରେ ମେକରସ୍ପେସ୍ ଶିକ୍ଷା କ୍ଷେତ୍ରରେ ଜ୍ଞାନ କୌଶଳରେ କେ-12 ଶିକ୍ଷା ପାଇଁ 6ଟି ଗୁରୁତ୍ୱପୂର୍ଣ୍ଣ ବିକାଶ ମଧ୍ୟରୁ ଗୋଟିଏ ଭାବରେ ନିଉ ମିଡ଼ିଆ କନସୋରସିଅନ (ଏନଏମସି)ହୋଇରାଇଜନ୍ ରିପୋର୍ଟ ୨୦୧୫ ଦ୍ୱାରା ଚିହ୍ନିତ ହୋଇଛି, ଯାହା ବର୍ଣ୍ଣନା କରେ ଯେ ମେକର ସ୍ପେସକୁ ଶିକ୍ଷାର୍ଥୀମାନଙ୍କୁ ସର୍ଜନାତ୍ମକ ଶିକ୍ଷାରେ ଲିପ୍ତ କରିବା ପାଇଁ, କାର୍ଯ୍ୟାଭ୍ୟାସ ଉପରେ ଆଧାରିତ ସମସ୍ୟା ସମାଧାନ, ଗଠନାତ୍ମକ ଏବଂ ବ୍ୟାଖ୍ୟାତ୍ମକ ସମସ୍ୟା ସମାଧାନର ଅଧିକ ଉତ୍ସାହଜନକ ପଦ୍ଧତି ଭାବରେ ଆଦୃତ ହେଉଛି। (ପୃଷ୍ଠା ୩୮)। ପିଲାମାନେ ନିଜର ବିଷୟଗତ ଜ୍ଞାନ ପରୀକ୍ଷା ସହିତ ମେକର୍ସ ସ୍ପେସରେ ଉପଲବ୍ଧ ସମସ୍ତ ସାଧନ ଓ ସୁବିଧା ବ୍ୟବହାର କରି ବାସ୍ତବ ଜୀବନରେ ତାହାର ଉପଯୋଗିତା ବିଷୟରେ ନିଜର ଚିନ୍ତାଧାରା ବ୍ୟକ୍ତ କରିଥାନ୍ତି।
ମେକରସ୍ପେସ ଛାତ୍ରଛାତ୍ରୀମାନଙ୍କୁ ସେମାନେ ଶ୍ରେଣୀଗୃହରେ ସମାଧାନ କରିବାକୁ ସକ୍ଷମ ହେଉନଥିବା ସମସ୍ୟାର ସମାଧାନ କରିବା ପାଇଁ ତଥା କଠିନ ପ୍ରଶ୍ନର ଉତ୍ତର ଦେବା ପାଇଁ ସକ୍ଷକ କରିଥାଏ। ସେମାନେ ବିଭିନ୍ନ ପ୍ରକାରର ବିଷୟ ଉପରେ ଆଧାରିତ ଜ୍ଞାନ, ଦକ୍ଷତା ଏବଂ ସାଧନ ତଥା ଅନୁଭୂତି ବ୍ୟବହାର କରିଥାନ୍ତି, ଯାହାକି ଜଟିଳ ବିଷୟକୁ ସରଳ ଭାବରେ ବୁଝିବାରେ ସାହାଯ୍ୟ କରିଥାଏ।
କେବଳ ସେତିକି ନୁହେଁ ମେକରସ୍ପେସ ସେମାନଙ୍କୁ ବିଭିନ୍ନ କାର୍ଯ୍ୟ କରିବା ପାଇଁ ନୂଆ ନୂଆ ଉପାୟ ଆବିଷ୍କାର କରିବାକୁ ଦେଇଥାଏ, ଯାହାକି ସେମାନଙ୍କର ପାଠ୍ୟକ୍ରମର ଅଂଶ ହୋଇନଥାଏ ସତ କିନ୍ତୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ। [2]
ବର୍ଷା ଭମ୍ବାନୀ, ଜଣେ ଶିକ୍ଷାବିତ୍, ପୂର୍ବରୁ ଆର ଏନ ପୋଦାର ସ୍କୁଲ, ମୁମ୍ବାଇରେ କାର୍ଯ୍ୟ କରୁଥିଲେ, କହନ୍ତି ଯେ ମେକରସ୍ପେସ୍ ମଧ୍ୟ ସାମାଜିକ ଓ ସାଂସ୍କୃତିକ ଜ୍ଞାନର ପ୍ରୟୋଗ ପାଇଁ ବ୍ୟବହାର କରାଯାଇପାରିବ । ଏହା ପିଲାମାନଙ୍କୁ କେବଳ ବିଷୟ ବୁଝିବାରେ ସାହାଯ୍ୟ କରିନଥାଏ ତାହା ସହିତ ସେମାନଙ୍କର ଚିନ୍ତାଧାରାରେ ବିକାଶ କରିବାରେ ମଧ୍ୟ ସହାୟକ ହୋଇଥାଏ।’’ ଆଜି, ଆର ଏନ୍ ପୋଦାର ସ୍କୁଲ୍ ହେଉଛି ନିଜର ମେକରସ୍ପେସ ରହିଥିବା ଅନେକ ସ୍କୁଲ ମଧ୍ୟରୁ ଗୋଟିଏ ଯେଉଁମାନେ କି ଜ୍ଞାନର ପ୍ରୟୋଗ ସହିତ ଗଭୀର ଶିକ୍ଷାଲାଭରେ ବିଶ୍ୱାସ କରନ୍ତି।
ଏହି ଯାତ୍ରା ଆରମ୍ଭ କରିବାରେ ସହାୟତା ପାଇଁ ଏଠାରେ ଆପଣଙ୍କ ବିଦ୍ୟାଳୟରେ ଏକ ମେକରସ୍ପେସ ସୃଷ୍ଟି କରିବା ପାଇଁ ସରଳ ଇନଫୋଗ୍ରାଫିକ୍ସ ଦିଆଯାଇଛି।
ଏହା ସହିତ, ଶ୍ରୀମତୀ ଭମ୍ବାନୀ ସୁପାରିଶ କରନ୍ତି ଯେ ଆପଣଙ୍କ ମେକରସ୍ପେସରେ ବିଭିନ୍ନ ପ୍ରକାର ଟୁଲ୍ ଏବଂ ସଫ୍ଟଓୟାର ଷ୍ଟକ୍ କରନ୍ତୁ, ଯେପରିକି ସ୍କ୍ରାଚ, ମାକେ ମାକେ, ମେକ୍ବ୍ଲକ୍, ଇତ୍ୟାଦି। ଏ ସବୁର ଗୋଟିଏ ତାଲିକା ଏଠାରେ ଦିଆଯାଇଛି। ଏହି ଟୁଲ୍ ବା ସାଧନଗୁଡ଼ିକ କମ୍ପ୍ୟୁଟର ସାହାଯ୍ୟରେ ପିଲାମାନଙ୍କର ସୃଜନଶୀଳତାର ବିକାଶରେ ସହାୟକ ହୋଇଥାଏ। କମ୍ପ୍ୟୁଟର ମେକରସ୍ପେସରେ ଜୀବନ ଭରିଦେଇଥାଏ, ଏହା ବିଲ୍ଡିଂ ବ୍ଲକ୍ ଭାବରେ କାର୍ଯ୍ୟ କରେ ଯାହାକି ପିଲାମାନଙ୍କୁ ସେମାନଙ୍କର ସୃଜନଶୀଳ ଭଙ୍ଗୀ ହାସଲ କରିବାରେ ସାହାଯ୍ୟ କରିଥାଏ। ମେକରସ୍ପେସରେ ପିଲାମାନେ ଏକ ପିସି ସହାୟତାରେ କିପରି ଭାବରେ ଡିଜାଇନ କରିବେ ଅନଲାଇନ ପାଠ୍ୟକ୍ରମ ମାଧ୍ୟମରେ ଶିକ୍ଷା କରିପାରିବେ, ସମୁଦାୟ ବହି ସ୍କ୍ରିନ୍ ପ୍ରିଣ୍ଟ କରିପାରିବେ କିମ୍ବା ଏପରିକି ଏକ 3D ପ୍ରିଣ୍ଟରରେ ଏକ ମଡେଲ ହାଉସ ସୃଷ୍ଟି କରିପାରିବେ। [1] ଏଥିପାଇଁ ଆପଣଙ୍କ ମେକରସ୍ପେସ ନିମନ୍ତେ ସଠିକ୍ ପିସି ଚୟନ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଯାହାକି ଆପଣଙ୍କ ପାଇଁ ଅସୀମ ସମ୍ଭାବନାର ଦ୍ୱାର ଖୋଲିଦେଇପାରେ।
ମେକରସ୍ପେସର ଶିକ୍ଷା ସମ୍ପର୍କିତ ବିଭିନ୍ନ ଲାଭ ରହିଛି। ଅବଶ୍ୟ, ଏଥିରେ ମଧ୍ୟ କମ୍ ସମସ୍ୟା ନଥାଏ। ମେକରସ୍ପେସର ଛାତ୍ରଛାତ୍ରୀଙ୍କର ଶିକ୍ଷାଲାଭ ଓ ବିକାଶ ଉପରେ ଯଥେଷ୍ଟ ପ୍ରଭାବ ରହିଥାଏ। ମେକରସ୍ପେସ ଆପଣଙ୍କ ବିଦ୍ୟାଳୟରେ ତିଆରି କରିବା ଫଳରେ ଆପଣ ଚମତ୍କାର ଫଳାଫଳ ପାଇଥାନ୍ତି। ପିଲାମାନଙ୍କ ମନରେ ବିଭିନ୍ନ ଉତ୍କଣ୍ଠା ଜାତ ହୋଇଥାଏ। ସେମାନେ ପ୍ରଶ୍ନର ଉତ୍ତର ପାଇବା ପାଇଁ ଉଦ୍ୟମ କରିଥାନ୍ତି। ମେକରସ୍ପେସ ମଧ୍ୟ ପିଲାମାନଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି କରିବାରେ ସହାୟକ ହୋଇଥାଏ, ତେଣୁ ଏହାକୁ ଭବିଷ୍ୟତର ପାଠାଗାର ମଧ୍ୟ କୁହାଯାଏ। ଆପଣଙ୍କ ବିଦ୍ୟାଳୟରେ ମେକରସ୍ପେସରେ ନିବେଶ କରିବା ଛାତ୍ରଛାତ୍ରୀଙ୍କ ପାଇଁ ସମ୍ଭାବନାର ଦ୍ୱାର ଖୋଲିବା ପାଇଁ ଚାବିକାଠି ହାସଲ କରିବା ସହ ସମାନ ହୋଇପାରେ। [5]
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ହାଇବ୍ରିଡ୍ ବନାମ ମିଶ୍ରିତ ଶିକ୍ଷା
ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ
ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ
ସାତଟି ଉପାୟରେ ଟେକ୍ନୋଲୋଜି ଶିକ୍ଷକମାନଙ୍କୁ କୌଶଳଗୁଡ଼ିକ ପଢ଼ାଇବାରେ ଆଗକୁ ବଢ଼ାଇଛି
ଶୀର୍ଷକ: ଦୂର ଶିକ୍ଷା - ଛୋଟ ପିଲାମାନଙ୍କର ମନଯୋଗ ରକ୍ଷା କରିବା ଏବଂ ନିୟୋଜିତ ରହିବାରେ ସାହାଯ୍ୟ କରିବା ପାଇଁ 8ଟି ଟିପ୍ପଣୀ