ବିୱାଇଓଡି : ଶିକ୍ଷାର ଧାରା ଯାହାକୁ ଆପଣ ଅଣଦେଖା କରିପାରିବେ ନାହିଁ

 

ଆପଣଙ୍କ ସନ୍ତାନ ପାଇଁ ଘରକୁ ଗୋଟିଏ ପିସି ଆଣିବା ଅର୍ଥ ହେଉଛି ଆପଣଙ୍କ ସନ୍ତାନକୁ ତାହା ମନପସନ୍ଦ ଖେଳନା ଉପହାର ଦେବ । ଆପଣଙ୍କ ସନ୍ତାନ କେବଳ ଗୋଟିଏ ବଟନ୍ କ୍ଲିକ୍କରି ଖେଳିପାରିବ, ପଢିପାରିବ ଓ ଦୁନିଆକୁ ଆବିଷ୍କାର କରିପାରିବ – ବର୍ତ୍ତମାନ ଆପଣ ସେହି ଉତ୍ତେଜନାର କଳ୍ପନା କରନ୍ତୁ ଯାହା ଆପଣଙ୍କ ସନ୍ତାନ ବିଦ୍ୟାଳୟରେ ନିଜ ପିସି ବ୍ୟବହାର କରି ପଢିପାରିଲେ ଅନୁଭବ କରିବ !

ବିୱାଇଓଡି ବା ନିଜର ଉପକରଣ ନିଜେ ଆଣନ୍ତୁ ବର୍ତ୍ତମାନ ଏକ ବିଶ୍ୱବ୍ୟାପୀ ଧାରାରେ ପରିଣତ ହେବାରେ ଲାଗିଛି. ଆପଣଙ୍କ ଜାଣିବା ଆବଶ୍ୟକ ସମସ୍ତ ବିଷୟ ଏଠାରେ ଦିଆଯାଇଛି ।

ତେବେ, ବିୱାଇଓଡି ମାନେ କଣ?

ଏକ ସଦ୍ୟତମ ସର୍ଭେରେ, ପ୍ରମୁଖ ସଫ୍ଟୱେର୍ ପ୍ଲେୟାର୍, ଏବୋଡ୍, ଏହି ସିନ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ପ୍ରାୟ 85% ଶିକ୍ଷା ଅନୁଷ୍ଠାନ ଏହା ବିଶ୍ୱାସ କରନ୍ତି ଯେ ଏପରି ଏକ ପରିବେଶ ଯୋଗାଯିବା ଆବଶ୍ୟକ ଯେଉଁଥିରେ ଉଭୟ ଟେକ୍ନୋଲୋଜି ଓ ଶିକ୍ଷା ସଠିକ୍ ପରିମାଣରେ ରହିଥିବ । [1] ପ୍ଟେକ୍ନୋଲୋଜିକୁ ଓ ଦୈନନ୍ଦିନ ଶିକ୍ଷାକୁ ପରସ୍ପର ସହିତ ମିଶାଇବାପାଇଁ ବିୱାଇଓଡି ଅଭ୍ୟାସ କରାଯିବା ଜରୁରୀ ଅଟେ ଯାହା ସବୁ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ।

ଥରେ ସଠିକ୍ ଭିତ୍ତିଭୂମି ପ୍ରସ୍ତୁତ ହୋଇଯିବା ପରେ, ଯେପରିକି ଇଣ୍ଟର୍ନେଟ୍ ଆସେସ୍ ଓ ଆବଶ୍ୟକ ମୁତାବକ ଚାର୍ଜ କରିବା ପଏଣ୍ଟ ଆଦି, ସମସ୍ତ ପିଲା ସ୍କୁଲ୍କୁ ନିଜ ପିସି ସାଥିରେ ନେଇ ଆସିବା ଉଚିତ ।

ଏହା ଆବଣଙ୍କ ସନ୍ତାନ ପାଇଁ କିଭଳି ଭାବେ ସହାୟକ ହୋଇପାରିବ?

ପାଠ ପଢିବା ପାଇଁ କମ୍ପ୍ୟୁଟର୍ ବ୍ୟବହାର କରି ଲାଭାନ୍ୱିତ ହେବା ପାଇଁ ଜଣେ ପିଲା କ୍ଷେତ୍ରରେ ବୟସ ବାଧକ ସାଜେ ନାହିଁ । ଏହି ଲାଭ ସେତେବେଲେ ବହୁଗୁଣିତ ହୋଇଯାଏ ଯେତେବେଳେ ପିଲାଙ୍କ ପାଖରେ ଶ୍ରେଣୀରେ ଶିକ୍ଷା ଗ୍ରହଣ କରିବା ବେଳେ ନିଜସ୍ୱ ପିସି ରହିଥିବ । ବାରମ୍ବାର ବ୍ୟବହାର କରିବା ଦ୍ୱାରା, ପିଲାଟି ନିଜ ପିସିର କାର୍ଯ୍ୟଶୈଳୀକୁ ଭଲଭାବେ ବୁଝିପାରେ – ଯାହାଦ୍ୱାରା ସେମାନେ ବିଦ୍ୟାଳୟରେ ନୂଆ ଟେକ୍ନୋଲୋଜି ଗ୍ରହଣ କରିବା ବେଳେ ସେମାନଙ୍କର ସମୟ ଓ ପରିଶ୍ରମ ଉଭୟ ବଞ୍ଚିଥାଏ । ସେହି ସମୟକୁ କିଛି ପଢିବା ପାଇଁ ଓ ନୂଆ ଆସାଇନ୍ମେଣ୍ଟ ଉପରେ କାମ କରିବା ପାଇଁ ସେମାନେ ବ୍ୟବହାର କରିପାରିବେ । ଅଧିକନ୍ତୁ, ଏହା ସେମାନଙ୍କର ନିଜସ୍ୱ ପିସି ହୋଇଥିବାରୁ, ପିଲାମାନେ ନିଜ କାମପାଇଁ ନିଜକୁ ଦାୟୀ ମନେକରନ୍ତି, ଯାହା ଫଳରେ ସେମାନେ ପଢିବା ପାଇଁ ମଧ୍ୟ ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି । ଜୋର୍ନାଲ୍ ଅନୁସାରେ ବିୱାଇଓଡି ହେଉଛି ଶିକ୍ଷାର୍ଥୀମାନେ “ନିଜ ଚେଷ୍ଟାରେ ନିଜେ ଶିଖିବା ପାଇଁ” ଏକ ରାସ୍ତା – ଏକ ଦକ୍ଷତା ଯାହା ପ୍ରତ୍ୟେକ ପିଲା ନିଜର ଭାବି କ୍ୟାରିଅର୍ ନିର୍ମାଣ କରିବା ବେଳେ ଆବଶ୍ୟକ କରିଥାଏ । [2]

ଭବିଷ୍ୟତରେ କଣ ଅଛି?

ଆମ ଭବିଷ୍ୟତ ହେଉଛି ଆମ ଜୀବନର ପ୍ରତ୍ୟେକ ଦିଗପାଇଁ ଟେକ୍ନୋଲୋଜିକୁ ଆପଣେଇବା ଓ ଯଥାଶୀଘ୍ର ପରିବର୍ତ୍ତନ ଗୁଡିକୁ ଗ୍ରହଣ କରିବା । ଏଣୁ, ଆଜିକାଲିର ପିଲାମାନେ ଛୋଟବେଳୁ ଏପରି କରିବାକୁ ଆରମ୍ଭ କରିବା ଉଚିତ । ବିଦ୍ୟାଳୟରେ ଥିବା ଆଇଟି ଗୃହ ଗୁଡିକ ଆରମ୍ଭ କରିବା ପାଇଁ ଭଲ ସ୍ଥାନ ଅଟେ ଓ ଏହା ଭାରତର ଅଧିକାଂଶ ବିଦ୍ୟାଳୟରେ ଏହା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ଅଟେ ।

ପରବର୍ତ୍ତୀ ପଦକ୍ଷେପ ଯାହା ହେବା ଉଚିତ ତାହା ହେଉଛି ନିୟମିତ ପାଠପଢା ପାଇଁ ଉଭୟ ଘରେ ଓ ବିଦ୍ୟାଳୟରେ ବ୍ୟବହାର କରିବାପାଇଁ ପ୍ରତ୍ୟେକ ପିଲାଙ୍କ ପାଖରେ ନିଜସ୍ୱ ପିସି ରହିବା ଯାହାଦ୍ୱାରା ସେମାନେ କେବଳ ବିଷୟକୁ ଘୋଷି ମନେରଖିବା ପରିବର୍ତ୍ତେ ଏହାକୁ ଭଲଭାବେ ବୁଝିବେ ଓ ଅଧିକ ଶିଖିବାପାଇଁ ଆଗ୍ରହ ପ୍ରକାଶ କରିବେ ।