ଡେଲ୍‌ ଆରମ୍ଭ: କାହିଁକି, କଣ ଓ କିପରି - ଏପର୍ଯ୍ୟନ୍ତ ସୁଦ୍ଧା ଯାତ୍ରା

 

ଦିନଟି ଥିଲା ଜୁନ୍ 6, 2016 - ଏହି ଦିନ ଆମେ ସମଗ୍ର ଭାରତରେ ଡେଲ୍ ଆରମ୍ଭର ଶୁଭାରମ୍ଭ କରିଥିଲୁ, ସମଗ୍ର ଦେଶରେ ଥିବା ସହରଗୁଡ଼ିକରେ ପିସି (PC) ଶିକ୍ଷା ପ୍ରଦାନ କରିବାକୁ, ନିର୍ଦ୍ଦିଷ୍ଟ ଭାବେ ଟାୟାର 2 ରୁ ଟାୟାର 4 ସହରରେ ଯଥା ମିରଟ, ରାଞ୍ଚି ଓ ନାସିକ୍ ।

2016 ମସିହାରେ, ଭାରତରେ ଟେଲିଡେନସିଟି 50.63% 1 କୁ ବୃଦ୍ଧି ପାଇଥିଲା କିନ୍ତୁ ଗ୍ରାମାଞ୍ଚଳର ଲୋକମାନେ ଟେକ୍ନୋଲୋଜି ସମ୍ପର୍କରେ ଆଶଙ୍କିତ ଥିଲେ । ଆଉ ସେହି ସମୟରେ ଆମେ ଲୋକଲୋଚନକୁ ଆସିଥିଲୁ ।

ଏହା କରିବା ପାଇଁ, ଆମକୁ ରୋଟ୍ ଲର୍ନିଂର ପାରମ୍ପରିକ ପଦ୍ଧତିରୁ ଦୂରେଇ ଯିବାକୁ ପଡିଥିଲା ଏବଂ ଶିକ୍ଷଣ ବା ଲର୍ନିଂର ଏକ ପଦ୍ଧତି ଦିଗରେ ଅଗ୍ରସର ହେବାକୁ ପଡିଥିଲା ଯାହା ଉଭୟ ମୁଗ୍ଧକର ଓ ପ୍ରଭାବୀ ଥିଲା । ମାଆ, ଶିକ୍ଷ ଓ ବିଦ୍ୟାର୍ଥୀମାନଙ୍କୁ ଗୋଟେ ମଜାଦାର, ମୁଗ୍ଧକର ଓ ସ୍ପର୍ଶ ବା ହ୍ୟାଣ୍ଡସ୍ -ଅନ୍ ଉପାୟରେ ପିସି (PC) ଦକ୍ଷତାଗୁଡ଼ିକ ଶିକ୍ଷା ଦେବା ପାଇଁ ଶିକ୍ଷାବିତ୍ ମାନଙ୍କର ଗୋଟେ ସମୂହ ସହିତ ଗୋଟେ ନେଟୱାର୍କ୍ ର ବିକାଶ କରିଥିଲୁ ।

 

ତେବେ ଆମର ଯାତ୍ରା କିପରି ଥିଲା?

ଶିକ୍ଷଣ ମାଧ୍ୟମରେ ସେମାନଙ୍କର ଦକ୍ଷତାକୁ ବୃଦ୍ଧି କରିବାକୁ, ଗୋଟେ ପିସି (PC) ବ୍ୟବହାର କରିବା ପାଇଁ ସେମାନେ ଆବଶ୍ୟକ କରୁଥିବା ଜ୍ଞାନ ସହିତ ଆମର ଯାତ୍ରା ବିଦ୍ୟାର୍ଥୀ, ଶିକ୍ଷକ ଓ ମାଆମାନଙ୍କୁ ସଶକ୍ତିକରଣ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଛି । ଶିକ୍ଷକମାନଙ୍କ ପାଇଁ ତାଲିମର ଗୁଣମାନକୁ ସର୍ବାଧିକ କରିବାକୁ ଆମେ ସେଣ୍ଟର୍ ଫର୍ ଟିଚର୍ ଆକ୍ରେଡିଟେସନ (ସିଇଏନ୍ ଟିଏ (CENTA)) ସହିତ ଭାଗୀଦାର ହୋଇଛୁ, ଏବଂ ଆମେ ମଧ୍ୟ ଗୋଟେ ମଜାଦାର ଓ ପ୍ରତିଦ୍ୱନ୍ଦିତାମୂଳକ ଟିଚିଂ ପ୍ରଫେସନାଲ୍ସ ଅଲମ୍ପିଆଡର ଶୁଭାରମ୍ଭ କରିଛୁ ।

ପଲିସି ହ୍ୟାକ୍ ମାଧ୍ୟମରେ, ଆମେ ଶିକ୍ଷକମାନେ ଶ୍ରେଣୀଗୃହରେ ଓ ବାହାରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ପାଇଁ ଅଭିନବ ସମାଧାନଗୁଡ଼ିକ ପାଇବା ପାଇଁ ଶିକ୍ଷାବିତ୍ ମାନଙ୍କୁ ଚ୍ୟାଲେଞ୍ଜ କରିଛୁ । ଅତିରିକ୍ତ ଭାବେ, ଟାଟା କ୍ଲାସଏଜ୍ ସହିତ ଆମର ଭାଗୀଦାରୀ ଆମର ଡିଜିଟାଲ ତାଲିମକୁ ବିଦ୍ୟାଳୟଗୁଡ଼ିକ ନିକଟରେ ପହଞ୍ଚାଇବା ପାଇଁ ଆମକୁ ଅନୁମତି ଦେଉଛି, ଯାହା ଫଳରେ ଆମେ ଶ୍ରେଣୀଗୃହଗୁଡ଼ିକରେ ଟେକ୍ନୋଲୋଜି ଲାଗୁ କରିବା ପାଇଁ ଆବଶ୍ୟକ ହେଉଥିବା ଜ୍ଞାନ ଶିକ୍ଷକମାନଙ୍କୁ ପ୍ରଦାନ କରିପାରିବୁ ।

ଏହି ବୈଶିଷ୍ଟ୍ୟ ବା ଫିଚର୍ କିପରି ଚାଲିଛି?

ଶିକ୍ଷକମାନଙ୍କୁ ୟୁନେସ୍କୋ ଏମ୍ ଜିଆଇଇପି (UNESCO MGIEP) ଦ୍ୱାରା ବିକଶିତ ତାଲିମ ବିଷୟବସ୍ତୁ ସହିତ ଫ୍ରେମସ୍ପେସ୍ ପ୍ଲାଟଫର୍ମ ମାଧ୍ୟମରେ ତାଲିମ ଦେବା ପାଇଁ, ତିନି ବର୍ଷ ହେଲା ଆମେ ୟୁନେସ୍କୋ (UNESCO) ମାହାତ୍ମାଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଫର୍ ପିସ୍ ଆଣ୍ଡ ସଷ୍ଟେନେବୁଲ୍ ଡେଭଲପମେଣ୍ଟ (UNESCO-MGIEP) ସହିତ ଭାଗୀଦାରୀରେ ଜଡିତ ହୋଇଛୁ । ଏହା ଏକ ତିନି ଦିନିଆ କର୍ମଶାଳା ହେବ ତାପରେ 200 ଘଣ୍ଟାର ଅନଲାଇନ୍ ତାଲିମକୁ ସାମିଲ କରିବ ।

ଏବଂ ତାହା ଆଦୌ ନୁହେଁ...

 

4,507 ଟି ବିଦ୍ୟାଳୟ ଲାଭାନ୍ୱିତ ହେବା ସହିତ, 83,501 ଜଣ ଶିକ୍ଷକ ତାଲିମପ୍ରାପ୍ତ ଓ ସ୍ୱୀକୃତିପ୍ରାପ୍ତ ହୋଇଛନ୍ତି, ଏବଂ 1,13,708 ଜଣ ମାଆ ତାଲିମ ଲାଭ କରିଛନ୍ତି, ଏହି ତାଲିମ ଆମର ଦେଶରେ ବ୍ୟାପାକ ପ୍ରଭାବ ସୃଷ୍ଟି କରିଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି, 2020 ଆରମ୍ଭ ପାଇଁ ଗୋଟେ ସ୍ୱତନ୍ତ୍ର ବର୍ଷ ହେବାକୁ ଯାଉଛି, କାରଣ ଏବେ ଏହି ତାଲିମପ୍ରାପ୍ତ ଶିକ୍ଷକାମେ ଅଧିକ ଲୋକଙ୍କୁ ତାଲିମ ପ୍ରଦାନ କରିବାକୁ ସମର୍ଥ ହେବେ – ଯାହା ବ୍ୟକ୍ତିବିଶେଷଙ୍କର ଗୋଟେ ଶୃଙ୍ଖଳ ସୃଷ୍ଟି କରିବ ଯିଏକି ପିସି (PC) କେବଳ ଶିକ୍ଷା ପାଇଁ ନୁହେଁ, ବରଂ ଜୀବନ ପାଇଁ ବ୍ୟବହାର କରିବାରେ ସିଦ୍ଧହସ୍ତ ଓ ଆତ୍ମବିଶ୍ୱାସୀ ହୋଇଥାନ୍ତି ।