#ଡିଜିମମ୍‌ ସ‌- ଏହା‌ହେଉଛି‌ ଆପଣମାନଙ୍କ‌ପାଇଁ‌ଏକ‌ ମାର୍ଗଦର୍ଶିକା

 

ଆପଣ ହେଉଛନ୍ତି ଆପଣଙ୍କର କୁନି ସନ୍ତାନ ପାଇଁ ଏକମାତ୍ର ସୁପରଓମ୍ୟାନ୍ ଏବଂ ସବୁ ବିଷୟ ପାଇଁ ପ୍ରଥମ ଆଦର୍ଶ। ଭୁଲନ୍ତୁ ନାହିଁ ଆପଣ ମଧ୍ୟ ହେଉଛନ୍ତି ସେମାନଙ୍କର #ଡିଜିମମ୍। ତେଣୁ, ଆପଣ ଏ ବିଷୟରେ କ’ଣ କହିବେ?

 

1. ଉଦାର ହେବା ଉତ୍ତମ

ଉଦାରତା ହିଁ ଆପଣଙ୍କ ସଫଳତାର ଆଧାର, ଆପଣଙ୍କର ପରିଚୟ!

ଜଣେ ମା’ ଭାବରେ ନିଦରୁ ଉଠିବାଠାରୁ ଶଶିୁ ଶୋଇବା ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତ ଆପଣଙ୍କର ଉଦାରତା, ମାତୃତର୍ୱ ଏକ ପରୀକ୍ଷା ହୋଇଥାଏ। ଏହା କହିବା ବାହୁଲ୍ୟ ଯେ ଆପଣଙ୍କ ଶଶିୁ ବିଭିନ୍ନ ଜିନିଷ ଦାବି କରିଥାଏ ଏବଂ ଟେକ୍ନୋଲୋଜି ସମ୍ପର୍କିତ ଅନୁରୋଧ ଆପଣଙ୍କ ପାଇଁ କଠିନ ହୋଇପାରେ। ଆପଣଙ୍କ ଶିଶୁକୁ ଆପଣ ଶୁଣୁଛନ୍ତି, ସୁନିଶ୍ଚିତ କରିବା ପାଇଁ ପ୍ରତିଦିନ ନିମନ୍ତେ ଟେକ୍ ଟାଇମ୍ ନିର୍ଦ୍ଦିଷ୍ଟ କରନ୍ତୁ। ଏହା ଉଭୟେ ପିସି ଏବଂ ମୋବାଇଲ୍କୁ ଅନ୍ତର୍ଭୁକ୍ କରିପାରେ। ଯେତେବେଳେ ଆପଣଙ୍କ ସନ୍ତାନ ବୁଝିଯାଏ ଏହା ହେଉଛି ଟେକ୍ ଟାଇମ୍, ସେ ଅନ୍ୟ କୌଣସି ଅଯଥା ଦାବି କରିବ ନାହିଁ।

 

2. ଧୈର୍ଯ୍ୟ ହିଁ ଶକ୍ତି - ଏହା ବଢ଼ାନ୍ତୁ

ଯେତେବେଳେ ପିସିରେ ଆପଣଙ୍କ ସନ୍ତାନ ପାଇଁ ସଠିକ୍ ଅଧ୍ୟୟନ ଉତ୍ସ ବାଛିବା କଥା ଆସେ ଏହା ସତ୍ୟ ହୋଇଥାଏ। ଆପଣଙ୍କ ସନ୍ତାନକୁ ଏହା ବ୍ୟବହାର କରିବା ପାଇଁ ଦେବା ପୂର୍ବରୁ ପ୍ରତିଟି ୱେବସାଇଟ୍ ଦେଖନ୍ତୁ, ସୁନିଶ୍ଚିତ କରନ୍ତୁ ଯେ ଆପଣ ଚାହାଁନ୍ତି ନାହିଁ ଯେ ଆପଣଙ୍କ ସନ୍ତାନ ଏହି ସୂଚନାଗୁଡ଼ିକ ଦେଖନ୍ତୁ। ଆପଣମାନେ ଆଉ ଏକ ବିଷୟ ‘‘ମିଛ’’ ଖବର ଓ ତଥ୍ୟ ପ୍ରତି ଯତ୍ନବାନ୍ ହେବା ଆବଶ୍ୟକ ଏବଂ ଆପଣଙ୍କ ସନ୍ତାନକୁ ପ୍ରକୃତଘଟଣାଠାରୁ କାଳ୍ପନିକ ଘଟଣାକୁ ପୃଥକ କରି ଦେଖିବା ଶିଖାନ୍ତୁ।

 

3. ଧ୍ୟାନ ଦିଅନ୍ତୁ

ଆପଣଙ୍କ ସନ୍ତାନ ମନରେ ଅନେକ ପ୍ରଶ୍ନ ରହିଥାଏ, ଏବଂ ଆପଣ ଏହାର ଉତ୍ତର ଦେବେ ନଚେତ୍ ଇଣ୍ଟରନେଟ୍ ଏହାର ଉତ୍ତର ଦେବ। ଇଣ୍ଟରନେଟ୍ ଶୀଘ୍ର ଉତ୍ତର ଦେବ କିନ୍ତୁ ଠିକ୍ ଉତ୍ତର ଦେଇନପାରେ। ଏହି ପରିସ୍ଥିତିରେ ଶ୍ରେଷ୍ଠ ଉପାୟ ହେଉଛି ସରଳ ଭାବରେ ଏ ବିଷୟରେ ବିଚାର କରିବା ଏବଂ ଶୁଣିବl

ପ୍ରତ୍ୟେକ ମା’ ଏକ ଯାଞ୍ଚ ତାଲିକା ବା ଚେକ୍ ଲିଷ୍ଟ ପାଳନ କରିବାକୁ ଶପଥ କରିଥାନ୍ତି। ଏବଂ ଡିଜିଟାଲ୍ ପ୍ୟାରେଣ୍ଟିଂ ଏଥିରୁ ଭିନ୍ନ ନୁହେଁ- ଆପଣଙ୍କ ଯାଞ୍ଚ ଲିଷ୍ଟ ବା ଚେକ୍ଲିଷ୍ଟ ସଜାଇ ଦିଅନ୍ତୁ ଏବଂ ଖୁବ୍ କମ୍ ସମୟ ଭିତରେ ଆପଣ ଡିଜିଟାଲ ପ୍ୟାରେଣ୍ଟିଂ ସହିତ ଅଭ୍ୟସ୍ତ ହୋଇଯିବେ। ଏଠାରେ ମୁଖ୍ୟ ଆବଶ୍ୟକତା ହେଉଛି କିଛି ସମୟ ନେବେ। ଗୋଟିଏ ପିସି ଆପଣଙ୍କ ପାଇଁ ଓ ଆପଣଙ୍କ ପରିବାର ପାଇଁ କ’ଣ ପ୍ରଦାନ କରେ ସେ ବିଷୟରେ ଚିନ୍ତା କରିବେ। ଡିଜିଟାଲ୍ ପ୍ୟାରେଣ୍ଟିଂ ଆନନ୍ଦମୟ ହେଉ!