#DigiParents - ପିଲାମାନଙ୍କର ଇଣ୍ଟରନେଟ୍ ସମୟର କାର୍ଯ୍ୟକାରୀ ପରିଚାଳନା ପାଇଁ 3 ଟିପ୍ସ|

 

ଗେମସ୍ ଏବଂ ଅନ୍ତହୀନ ସ୍କ୍ରୋଲିଂ ପାଇଁ ପିଲାମାନେ ଇଣ୍ଟରନେଟକୁ ଭଲ ପାଆନ୍ତି| ଅସୀମ ଶିକ୍ଷଣୀୟ ଏବଂ ଆନନ୍ଦଦାୟକ ବିଷୟବସ୍ତୁର ବ୍ୟାପକ ପରିସର ପାଇଁ ଉପଲବ୍ଧ|

 

ତେବେ, ଏଥିରେ ସ୍ପଷ୍ଟ ଅସୁବିଧା ରହିଛି| ପ୍ରାୟତଃ ନହେଲେବି, TV ଶୋ ଏବଂ କାର୍ଟୁନ୍ ଦେଖିବା ସମୟରେ ସ୍କ୍ରୋଲି ଅମନଯୋଗୀ ଏବଂ ବିପଜ୍ଜନକ ଭାବେ ଦୀର୍ଘ ପରିମାଣରେ ସମୟ ନଷ୍ଟ ହୋ&zwjଇପାରେ| ଏବଂ ଏଥିପାଇଁ ଆମେ ଏହି ସହଜ ଟିପ୍ସଗୁଡ଼ିକ ଆପଣ ପିତାମାତା ହିସାବରେ ଭାଗ କରୁଅଛୁ, ଯାହାଦ୍ୱାରା ଆପଣ ଆପଣଙ୍କ ପିଲାମାନଙ୍କ ଇଣ୍ଟରନେଟ ଏବଂ ସ୍କ୍ରିନ ସମୟ କାର୍ଯ୍ୟକାରୀ ଭାବେ ପରିଚାଳନା କରିବାରେ ତୁରନ୍ତ ବ୍ୟବହାର କରିପାରିବେ|

 

  1. ନୂତନ କୌଶଳ ଶିଖିବାକୁ ଉତ୍ସାହିତ କରନ୍ତୁ

 

ଏହା ସୁନିଶ୍ଚିତ କରନ୍ତୁ ଯେ ପିଲାମାନେ ଅରିଗାମି ଏବଂ ବିଜ୍ଞାନ ପ୍ରୋଜେକ୍ଟ ଠାରୁ ଆରମ୍ଭ କରି ଗୀତ ଏବଂ ଏକ ନୂତନ ଭାଷା ଶିଖିବା ପରି ନୂତନ କୌଶଳ ଶିଖିବାରେ ବିଭିନ୍ନ ମିଡିଆ ଏବଂ ଇ-ଲର୍ନିଂ ପ୍ଲାଟଫର୍ମ ଏବଂ ଆପ୍&zwjଗୁଡ଼ିକ ବ୍ୟବହାର କରୁଛନ୍ତି|

 

ସେମାନଙ୍କର କାର୍ଯ୍ୟ ସମଗ୍ର ବିଶ୍ ସହିତ ଅଂଶୀଦାର କରନ୍ତୁ| ଆପଣଙ୍କ ପିଲାମାନଙ୍କୁ ଯଥାସମ୍ଭବ ମତାମତ ପାଇବାକୁ ଦିଅନ୍ତୁ| ଆପଣଙ୍କ ସୁବିଧା ପାଇଁ ଇଣ୍ଟରନେଟ, କିଡସ୍ ଏଣ୍ଡ ଟେକ୍ ବ୍ୟବହାର କରନ୍ତୁ, ବିଶ୍ୱାସ କରନ୍ତୁ| ଅତି କମ ସମୟ ମଧ୍ୟରେ, ସେମାନେ ସେମାନେ ପ୍ରତିଦିନ ପଲଙ୍କରେ ଶୋଇବା ଏବଂ କାର୍ଟୁନ୍ ଦେଖିବା ଅପେକ୍ଷା ଅନେକ କିଛି କରିବେ|

 

  1. ହବି ବା ସ&zwjଉକ ଏବଂ ସମାଲୋଚନାମୂଳକ ଚିନ୍ତାଧାରାଗୁଡ଼ିକୁ ପ୍ରୋତ୍ସାହିତ କରନ୍ତୁ

 

ଆପଣଙ୍କ ପିଲାମାନଙ୍କୁ ବିଭିନ୍ନ ବହିର୍ମୂଖୀ କାର୍ଯ୍ୟକଳାପର କ୍ଲାସ୍ ନେବାପାଇଁ ଉତ୍ସାହିତ କରନ୍ତୁ| ସମ୍ଭବତଃ ଆପଣଙ୍କ ପିଲା ପିଆନୋ ପରି ଏକ ବାଦ୍ୟଯନ୍ତ୍ର ବଜାଇବାକୁ ଚାହେଁ| ଅନେକ ଅନଲାଇନ୍ ପ୍ଲାଟଫର୍ମ ରହିଛି ଯାହା ବିଭିନ୍ନ ପାଠ୍ୟକ୍ରମ ପ୍ରଦାନ କରେ| ଆବେଗଗୁଡ଼ିକ ଦିଗକୁ ସେମନଙ୍କୁ ଧିରେ ଧିରେ ଠେଲି ଦିଅନ୍ତୁ|

 

ଆପଣ ସେମାନଙ୍କୁ ସୁଡୋକୁ ଏବଂ କ୍ରସ୍ ୱାର୍ଡ ପରି ମାନସିକ ବିକାସର ଗେମ୍ ଗୁଡ଼ିକ ଖେଳିବା ଦିଗରେ ମଧ୍ୟ ଠେଲି ପାରନ୍ତି, ଯାହା ସହଜରେ ଅନଲାଇନ୍ ରେ ଉପଲବ୍ଧ| ଏହା ସେମାନଙ୍କ ସ୍ମୃତିଶକ୍ତି ଏବଂ ଯୁକ୍ତିଶକ୍ତିର ଦକ୍ଷତା ବୃଦ୍ଧି କରିଥାଏ|

 

କ୍ଲକ୍ ୱାର୍କ ବ୍ରେନ୍ କିମ୍ବା ବ୍ରେନ୍ ବିନ୍ ପରି ଆପ୍ ଗୁଡ଼ିକ ଧନ୍ଦା, ସ୍ମୃତିଶକ୍ତି ଏବଂ ଅନ୍ୟାନ୍ୟ ଏଡୁ-ଗେମସ୍ ମାଧ୍ୟମରେ ଆପଣଙ୍କ ପିଲାମାନଙ୍କୁ ଚ୍ୟାଲେଞ୍ଜ ଏବଂ ଶିକ୍ଷିତ କରିପାରେ| ସମାଲୋଚନାମୂଳକ ଚିନ୍ତାଧାରା ହେଉଛି 21 ଶତାବ୍ଦୀର ଅତ୍ୟାବଶ୍ୟକୀୟ ଏବଂ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ ଯେ ସମସ୍ତ ଆସନ୍ତାକାଲିର ପିଲାମାନେ ଏହାର ବିକାସ କରିବେ|

 

  1. ପରିଚାଳିତ ଏବଂ ସୀମିତ ପ୍ରବେଶାଧିକାର

 

‘ପରିଚାଳିତ ପ୍ରବେଶାଧିକାର’ ପରି ବୈଶିଷ୍ଟଗୁଡ଼ିକ ଆପଣ ନିର୍ଦ୍ଦିଷ୍ଟ ଆପ୍ ଗୁଡ଼ିକୁ ପ୍ରବେଶ କରିବାକୁ ସମୟ ସୀମିତ କରନ୍ତି| ଖେଳ ଏବଂ ଷ୍ଟ୍ରିମିଂ ଆପ୍ ଉପରେ ଅଧିକ ପ୍ରତିବନ୍ଧକ ସହିତ ବିଭିନ୍ନ ଆପ୍ ପାଇଁ ଆପଣ ବିଭିନ୍ନ ସୀମା ସେଟ୍ କରିପାରିବେ| ପରିଚାଳିତ ପ୍ରବେଶାଧିକାର ଆପଣଙ୍କ ପିଲାମାନଙ୍କୁ ଟେକ୍ନୋଲୋଜି ସହିତ ସେମାନଙ୍କର ସମୟର ବ୍ୟବହାର ଅଧିକ ଉତ୍ପାଦନନଶୀଳ ଉପାୟରେ କରିବାରେ ସାହାଯ୍ୟ କରିବ|