ଗୁଗୁଲ୍ ସୁରକ୍ଷିତ ସନ୍ଧାନ ବା ସେଫ୍‌ ସର୍ଚ୍ଚ ବିଷୟରେ ଆପଣଙ୍କ ପାଇଁ ଜାଣିବାର ବିଷୟ

 

ଆମେ ବାସ କରୁଥିବା ଇଣ୍ଟରନେଟ୍ ଯୁଗରେ ସୂଚନା ମାତ୍ର କେଇ ପାଦ ଦୂରରେ ମିଳିଥାଏ।  ଯେତେବେଳେ କି ଇଣ୍ଟରନେଟ୍ ଆପଣଙ୍କ ସନ୍ତାନ ପାଇଁ ଦୃଢ଼ ସୂଚନାର ଉତ୍ସ ହୋଇପାରେ, ଏହା ଏକ ଅନ୍ଧକାର ଶୂନ୍ୟ ସୂଚନା ହୋଇପାରେ ଯାହାକି ଯୁବ ସୁଲଭ ପ୍ରାଣରେ ଛାପ ଛାଡିଯାଏ, ସେମାନଙ୍କ ପାଇଁ ଅସୁରକ୍ଷିତ ହୋଇଥାଏ।  ଜଣେ ଡିଜିଟାଲ୍ ପିତାମାତା ଭାବରେ ଆପଣ ହେଉଛନ୍ତି ସେମାନଙ୍କର ଅନଲାଇନ୍ ସନ୍ଧାନ ଆଚରଣର ଅଭିଭାବକ, ଆପଣ ସୁନିଶ୍ଚିତ କରନ୍ତି ଯେ ସେମାନେ ଅନଲାଇନରେ ସୁରକ୍ଷିତ ଅଛନ୍ତି ଏବଂ  ନିରାପଦ ଅଛନ୍ତି। ଏହି କାର୍ଯ୍ୟ ଏକ ସରଳ, ପ୍ରଭାବଶାଳୀ ଟୁଲ୍ ଯାହାକି ଗୁଗୁଲ୍ - ସେଫ୍ ସର୍ଚ୍ଚ ଦ୍ୱାରା କରାଯାଇପାରିବ।

ଗୁଗୁଲ୍ ହେଉଛି ଇଣ୍ଟରନେଟ୍ ର ମୁଖ୍ୟ ସର୍ଚ୍ଚ ଇଞ୍ଜିନ୍, ଅନୁପଯୁକ୍ତ ସାଇଟ୍ ପ୍ରତି ଅପ୍ରତିବନ୍ଧିତ ଅଭିଗମ୍ୟତା ଗୋଟିଏ ବଟନ୍ ଟ୍ୟାପ୍ କରି ଆପଣଙ୍କ ଦ୍ୱାରା କରାଯାଇପାରିବ।

 

କିନ୍ତୁ ପ୍ରଥମତଃ, ଏହା କ’ଣ ହୋଇଥାଏ?

 ଗୁଗୁଲ୍ ହେଉଛି  ଆମର ଅଧିକାଂଶ ଡିଭାଇସରେ ପ୍ରାଧାନ୍ୟ ଦିଆଯାଉଥିବା ସର୍ଚ୍ଚ ଇଞ୍ଜିନ୍ ଏବଂ ଅବଶ୍ୟ ପିତାମାତାଙ୍କର ସର୍ଚ୍ଚ ଫଳାଫଳ ଉପରେ କଣ୍ଟ୍ରୋଲ୍ ରହିଥାଏ, ନିର୍ଦ୍ଦିଷ୍ଟ ସର୍ଚ୍ଚ କ୍ୱେରି ବା ପ୍ରଶ୍ନ ଅନୁପଯୁକ୍ତ ବିଷୟବସ୍ତୁ ଆଣିଦେଇପାରେ  ସେଫ୍ ସର୍ଚ୍ଚ ଏହି ପ୍ରକାରର ବିଷୟବସ୍ତୁ ସର୍ଚ୍ଚ ରେଜଲ୍ଟରୁ ଫିଲଟରିଂ ଦ୍ୱାରା (ଛବି ଓ ଭିଡ଼ିଓ ଅନ୍ତର୍ଭୁକ୍ତ କରି) ଏହା ପ୍ରତିହତ କରିବାରେ ସହାୟକ ହୋଇଥାଏ ଏବଂ ଏହା ହେଉଛି  ମୁଖ୍ୟ ଉପାୟ ଯାହା ମାଧ୍ୟମରେ ଗୁଗୁଲ୍ ପିତାମାତାଙ୍କୁ ପ୍ରକୃତ କାର୍ଯ୍ୟ ଉପରେ ପିତାମାତାଙ୍କର ନିୟନ୍ତ୍ରଣ ଧାର୍ଯ୍ୟ କରିବାରେ ସହାୟକ ହୋଇଥାଏ।

 

ଗୁଗୁଲ୍  ସେଫ୍ ସର୍ଚ୍ଚ  କିପରି ସେଟ୍ କରିବେ?

  • ଆପଣଙ୍କ ୱେବ୍ ବ୍ରାଉଜରରେ  ସେଫ୍ ସର୍ଚ୍ଚ  ଆକ୍ଟିଭେଟ୍ କରିବା ପାଇଁ, ଗୁଗୁଲ୍ ସର୍ଚ୍ଚ ସେଟିଂ ପେଜ୍: google.com/preferences ଭିଜିଟ୍ କରନ୍ତୁ।
  • ‘‘ଟର୍ଣ୍ଣ ଅନ୍ ସେଫ୍ ସର୍ଚ୍ଚ’’ ବକ୍ସ ଯାଞ୍ଚ କରନ୍ତୁ।
  • ଏହା ପରେ ଥିବା ନୀଳ ରଙ୍ଗର ପାଠ୍ୟରେ କ୍ଲିକ୍ କରନ୍ତୁ - ‘‘ଲକ୍ ସେଫ୍ ସର୍ଚ୍ଚ’’ (“Lock SafeSearch”)।
  • ଯଦି ଆପଣ ନିଜର ଜିମେଲ୍ ଆକାଉଣ୍ଟରେ ଲଗ୍ ଇନ୍ କରିନାହାନ୍ତି ଆପଣ ସେଫ୍ ସର୍ଚ୍ଚ ସେଟିଂ ଲକ୍ କରିବା ପୂର୍ବରୁ ଲଗ୍ ଇନ୍ କରିବା ଆବଶ୍ୟକ ହେବ (କେହି ବ୍ରାଉଜ୍ କରିବା ପୂର୍ବରୁ କେବଳ ସେଫସର୍ଚ୍ଚ ଅଫ୍ କରିବା ପ୍ରତିହତ କରିବା ପାଇଁ)।
  • ଆପଣ ମଧ୍ୟ ନିଜର ବ୍ରାଉଜର୍ ସେଟିଂକୁ ‘‘ସଦାସର୍ବଦା କୁକିଜ୍ ସ୍ୱୀକାର କରନ୍ତୁ’’କୁ ବଦଳାଇବା ଆବଶ୍ୟକ ହେବ (ଯଦି ଆପଣ ଏହା କିପରି କରିବେ ନିଶ୍ଚିତ ନୁହନ୍ତି ଗୁଗୁଲ୍ ଏକ ଲିଙ୍କ୍ ପ୍ରଦାନ କରିଥାଏ)।
  • ଥରେ ହୋଇଯିବା ପରେ,  “Lock SafeSearch”  ବଟନ୍ ରେ କ୍ଲିକ୍ କରନ୍ତୁ।

 

ଏବେ ଆପଣ ଜାଣନ୍ତି ଯେ କିପରି ଆପଣ  ସେଫସର୍ଚ୍ଚ ଆକ୍ଟିଭେଟ୍ କରିବେ, ଆପଣ ପଛରେ ବସିପାରିବେ ଏବଂ ସୁନିଶ୍ଚିତ କରିପାରିବେ ଯେ ଆପଣଙ୍କ ସନ୍ତାନର ଏକ ଅନୁକୂଳ ଡିଜିଟାଲ୍ ଫୁଟପ୍ରିଣ୍ଟ ରହିଛି।