ପରୀକ୍ଷା ଜ୍ୱର: ଆପଣଙ୍କ ସନ୍ତାନକୁ ପରୀକ୍ଷା ଚାପର ମୁକାବିଲା କରିବାରେ ସାହାଯ୍ୟ କରନ୍ତୁ

 

ଆମେ ସମସ୍ତେ ଜାଣୁ ଯେ ପରୀକ୍ଷା ଅତ୍ୟନ୍ତ ଚାପପୂର୍ଣ୍ଣ ବ୍ୟାପାର ହୋଇଥାଏ। ଆପଣଙ୍କ ପିଲାମାନେ ବଡ଼ ହେବା ସହିତ ଅଧିକରୁ ଅଧିକ ଚାପ ଅନୁଭବ କରିଥାନ୍ତି। ଏହାଫଳରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପରିବର୍ତ୍ତେ ଚାପ ଉପରେ ଧ୍ୟାନ ଦେବାରେ ଅଧିକ ଶକ୍ତି ଲଗାଇଥାନ୍ତି। ଭଲ ଖବର ହେଉଛି ଆପଣ ସେମାନଙ୍କର ସହାୟତା କରିପାରିବେ- କିପରି ଏଠାରେ ଦିଆଯାଇଛି:

1) ରୁଟିନ୍ ବା ନିୟମିତ କାର୍ଯ୍ୟ ପ୍ରତି ଭଲ ପାଇବା ପାଇଁ

ଆପଣଙ୍କର ପରୀକ୍ଷା ଟାଇମ୍ ଟେବୁଲ୍ ହାତକୁ ଆସିବା ମାତ୍ରେ ଗୁଗୁଲ କ୍ୟାଲେଣ୍ଡର ଏବଂ ଆସନା ପରି ଟୁଲ୍ ବ୍ୟବହାର କରି ଏକ ବାସ୍ତବବାଦୀ ସୂଚୀ ପ୍ରସ୍ତୁତ କରନ୍ତୁ, ଏଥିରେ ଟ୍ୟୁସନ୍, ଖେଳ ଏବଂ ପ୍ଲେ ଟାଇମ୍ ମଧ୍ୟ ସାମିଲ୍ କରନ୍ତୁ। ଛାତ୍ରଛାତ୍ରୀଙ୍କର ଅଧ୍ୟୟନ ସମୟ ତତ୍ତ୍ୱାବଧାନ କରି ଉଚିତ୍ ସମୟରେ ବ୍ରେକ୍ ଦେଇ ପୁରସ୍କୃତ କରନ୍ତୁ, ଆପଣଙ୍କ ସନ୍ତାନ ରୁଟିନ୍ ଅନୁଯାୟୀ କାମ କରିବାକୁ ଉତ୍ସାହିତ ହେବ।

2) ଆପଣଙ୍କ ଶିଶୁ ପାଇଁ କେଉଁ ବିଷୟ କାର୍ଯ୍ୟ କରୁଛି ଚିହ୍ନଟ କରନ୍ତୁ

ଆପଣଙ୍କ ଶିଶୁର ପୂର୍ବ ପାଠର ଆଲୋଚନା ପାଇଁ ଏକ ପିସି ସହିତ କେବଳ ପାଠ୍ୟପୁସ୍ତକଗୁଡ଼ିକ ଆବଶ୍ୟକ ସାଧନ ହୋଇନଥାଏ, ୟୁଟ୍ୟୁବରେ ଶିକ୍ଷା ସମ୍ପର୍କିତ ଭିଡ଼ିଓ, ଏଜୁକେସନ ୱାର୍ଲଡର ୱାର୍କସିଟ୍, ଗୁଗୁଲ ସ୍କଲାର୍ ପଢ଼ିବା ପାଇଁ- ଏହିପରି ଆହୁରି ଅନେକ ଉପାୟରେ ଶିଶୁ ବିଷୟକୁ ଆହୁରି ଗଭୀର ଭାବରେ ବୁଝିପାରିବ। ଆପଣଙ୍କ ସନ୍ତାନକୁ କେବଳ ତାଙ୍କ ପାଇଁ କେଉଁଟି ସହାୟକ ହେଉଛି ଚିହ୍ନଟ କରିବା ଏବଂ ସେହି ଅନୁଯାୟୀ କାର୍ଯ୍ୟ କରିବା ଆବଶ୍ୟକ ହୋଇଥାଏ।

3) ସାହାଯ୍ୟ କରନ୍ତୁ କିନ୍ତୁ ଅତ୍ୟଧିକ ନୁହେଁ

ଆପଣଙ୍କ ଶିଶୁକୁ ସବୁବେଳେ ସାହାଯ୍ୟ କରିବା ପାଇଁ ପାଖରେ ରହନ୍ତୁ, ନୈତିକ ସାହାଯ୍ୟ ପ୍ରଦାନ କରନ୍ତୁ କିନ୍ତୁ ସେମାନେ ନିଜେ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରିବା ପରେ ଯଦି ସଫଳ ନୁହନ୍ତି ତେବେ ହିଁ କେବଳ ସାହାଯ୍ୟ କରିବାକୁ ଯାଆନ୍ତୁ। ଏହାଫଳରେ ସେମାନେ ଆତ୍ମନିର୍ଭରଶୀଳ ହେବେ ଏବଂ ମୁଁ କରିପାରିବି ମନୋଭାବ ଦୃଢ଼ ହେବ ଏବଂ ଏହା ସେମାନଙ୍କ ପାଇଁ ସବୁ ସମୟରେ ସହାୟକ ହେବ।

4) ଖେଳିବା ସମୟ ବିଷୟରେ ଭୁଲନ୍ତୁ ନାହିଁ

ବହୁ ପିତାମାତା ଭାବନ୍ତି ଯେ ପରୀକ୍ଷା ଶେଷ ହେବା ପରେ ହିଁ ଖେଳିବା ସମୟ ଆସେ। ଅବଶ୍ୟ ଯୋଜନାବଦ୍ଧ ଭାବରେ ବିରାମ ନେବା ଏବଂ ବିଭିନ୍ନ ଖେଳ ଓ ପିସି ଗେମ୍ ଖେଳିବା ଯେପରି ଗେମ୍ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ପୋର୍କଲରେ ରହିଥାଏ, ଏଗୁଡ଼ିକ ପିଲାମାନଙ୍କୁ ଏକାଗ୍ରତା ରକ୍ଷା କରିବାରେ ଓ ମନକୁ ହାଲ୍କା କରିବାରେ ସାହାଯ୍ୟ କରିଥାଏ। ସୁନିଶ୍ଚିତ କରନ୍ତୁ ଯେ ବିରାମଗୁଡ଼ିକ ଅଧା ଘଣ୍ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ବା ତାହାଠାରୁ କମ୍ ସମୟ ରହିଛି ଯାହାଫଳରେ ଆପଣଙ୍କ ଶିଶୁ ସହଜରେ ପାଠ ପଢ଼ିବାକୁ ଫେରିପାରିବ।

5) ଶେଷ ପରୀକ୍ଷା ଫଳାଫଳ ବିଷୟରେ ଅତ୍ୟଧିକ ଚିନ୍ତା କରିବା ଏଡାନ୍ତୁ

ପରୀକ୍ଷା ପରେ ପ୍ରଶ୍ନକୁ ଅତ୍ୟଧିକ ବିଶ୍ଲେଷଣ କରିବା ଏବଂ ଆପଣଙ୍କ ଶିଶୁ କେତେ ନମ୍ବର ରଖିବ ଅନୁମାନ କରିବା ଏକ ସାଧାରଣ ବିଧି ହୋଇଥାଏ। କିନ୍ତୁ ଏହାର ବିପରୀତ ଫଳ ହୋଇଥାଏ, ଆପଣଙ୍କ ଶିଶୁ ପୂର୍ବରୁ ପରୀକ୍ଷାର ଫଳ ବିଷୟରେ ଅତ୍ୟଧିକ ଆତ୍ମବିଶ୍ୱାସ ସମ୍ପନ୍ନ ହୋଇପାରେ କିମ୍ବା ପରବର୍ତ୍ତୀ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ନିରୁତ୍ସାହିତ ଅନୁଭବ କରିପାରେ।

ସବୁଠାରୁ ବଡ଼ ଉପାୟ ହେଉଛି ସୁନିଶ୍ଚିତ କରନ୍ତୁ ଯେ ପରୀକ୍ଷା ବିଷୟରେ ଅତ୍ୟଧିକ ଚିନ୍ତାଗ୍ରସ୍ତ ନୁହେଁ ଏବଂ ବୁଝନ୍ତୁ ଯେ ସେମାନେ କେଉଁ କଥା ଦ୍ୱାରା ଉତ୍ସାହିତ ହେଉଛନ୍ତି ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପିସିର ଯଥାସମ୍ଭବ ବ୍ୟବହାର କରନ୍ତୁ।