ଆପଣଙ୍କ ସନ୍ତାନ ହାଇସ୍କୁଲ୍ ପଢ଼ିବା ବେଳକୁ 5ଟି ବ୍ୟାବହାରିକ ଦକ୍ଷତା ଶିକ୍ଷା କରିବା ଉଚିତ୍

 

‘‘ବ୍ୟାବହାରିକ ଦକ୍ଷତା’’ ହେଉଛି ଜଣେ ବ୍ୟକ୍ତିଙ୍କର ଦୈନନ୍ଦିନ ଜୀବନରେ ଦେଖା ଦେଉଥିବା ଆବଶ୍ୟକତା ଓ ଆହ୍ୱାନର ପ୍ରଭାବଶାଳୀ ଭାବରେ ସମ୍ମୁଖୀନ ହେବା ପାଇଁ ଅନୁକୂଳ ଆଚରଣ ଓ ସମୀଚୀନ କାର୍ଯ୍ୟର ସାମାଜିକ ମାନସିକ ସାମର୍ଥ୍ୟ।

ହାଇସ୍କୁଲରେ ପହଞ୍ଚିଲା ବେଳକୁ ଆପଣଙ୍କ ସନ୍ତାନମାନେ ପାଞ୍ଚଟି ବିଷୟ ଜାଣିବା ଉଚିତ୍:

1) ଠିକ୍ ସମୟରେ ଉଠନ୍ତୁ

ବର୍ତ୍ତମାନ ଆପଣ ହେଉଛନ୍ତି ‘‘ଆଲାର୍ମ କ୍ଲକ୍’’ କିନ୍ତୁ ଆପଣ ଯେତେବେଳେ ଆପଣଙ୍କ ସନ୍ତାନ ହଷ୍ଟେଲରେ ରହୁଥାନ୍ତି ବା କାମ କରୁଥାନ୍ତି ଏହା କରିବାକୁ ସକ୍ଷମ ହେବେ କି? ଆପଣଙ୍କ ପିଲାମାନଙ୍କୁ ଠିକ୍ ସମୟରେ କୌଣସି ସହାୟତା ବ୍ୟତୀତ ଉଠିବାରେ ଅଭ୍ୟସ୍ତ କରିବା ଏକ ଦକ୍ଷତା ହୋଇଥାଏ। ସବୁଠାରୁ ଭଲ କଥା ହେଉଛି ସ୍କୁଲ୍ ସବୁଦିନ ସମାନ ସମୟରେ ଆରମ୍ଭ ହୁଏ।

2) ଭୋଜନ ପ୍ରସ୍ତୁତ କରନ୍ତୁ

ଯେତେବେଳେ ଆପଣ ପିଲାମାନଙ୍କ ପାଖରେ ନଥାନ୍ତି ବାହାରେ ଖାଇବା କିମ୍ବା ବରାଦ ଦେଇ ଖାଇବାକୁ ପିଲାମାନେ ବାଧ୍ୟ ହୋଇଥାନ୍ତି। କିନ୍ତୁ ବେଳେ ବେଳେ ବାହାରେ ଖୁଆଇବା ଭଲ ହୋଇଥାଏ କିନ୍ତୁ ଘର ତିଆରି ବ୍ୟଞ୍ଜନର ବିକଳ୍ପ ନାହିଁ। ଆପଣଙ୍କ ପିଲାଙ୍କୁ ଛୋଟ ଛୋଟ କାମ ଯେପରିକି ଚା, ତିଆରି କରିବା ପାଇଁ ପାଣି ଫୁଟାଇବାରେ ଅଭ୍ୟସ୍ତ କରନ୍ତୁ ଏବଂ ଧୀରେ ଧୀରେ ଆପଣଙ୍କ ପିଲାଙ୍କୁ ଏପରି ଗଢ଼ନ୍ତୁ ଯେ ସେମାନେ ନିଜେ ନିଜ ପାଇଁ ସ୍ୱାଦିଷ୍ଟ ଭୋଜନ ତିଆରି କରିପାରିବେ।

3) ଆପଣଙ୍କ ପରିବାରର କମ୍ ବୟସର ପରିବାରର ସଦସ୍ୟଙ୍କ ଯତ୍ନ ନେବା

ଏହି ଛୋଟ ଛୋଟ ଜିନିଷକୁ ଅଣଦେଖା କରିପାରିବେ ନାହିଁ କାରଣ ଏହା ସହିତ ଘରୁ ଦାୟିତ୍ୱ ନେବା ଆରମ୍ଭ ହୋଇଥାଏ। ସାନ ଭାଇ ଭଉଣୀ, ସମ୍ପର୍କୀୟ ଭାଇ ଭଉଣୀ କିମ୍ବା ପଡୋଶୀଙ୍କ ପିଲାମାନଙ୍କର ଯତ୍ନ ନେବାରୁ ଆରମ୍ଭ କରନ୍ତୁ। ଏହାଦ୍ୱାରା ପିଲାମାନେ ନିଜକୁ ଦାୟୀ ମନେ କରିବେ ଏବଂ ଆପଣଙ୍କ ଉପରେ ଲୋକେ ନିର୍ଭର କରିବେ-ବାସ୍ତବରେ ବର୍ତ୍ତମାନ ସମୟରେ ଏସବୁ ନିହାତି ଆବଶ୍ୟକ।

4) ସୂଚୀ ପ୍ରସ୍ତୁତ କରନ୍ତୁ ଏବଂ ପାଳନ କରନ୍ତୁ

ଆପଣଙ୍କ ସନ୍ତାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାବହାରିକ ଦକ୍ଷତା ହେଉଛି ସୁରୁଖୁରୁରେ ସ୍କୁଲ୍, ଟ୍ୟୁସନ୍, ଖେଳ, ସାମାଜିକ ଜୀବନ ଓ ଦାୟିତ୍ୱ ଇତ୍ୟାଦି ସୁଚାରୁ ରୂପେ ନିର୍ବାହ କରିବା। ଦିନ ଶେଷ ବେଳକୁ ବିରକ୍ତ ନ ହେବା। ସମୟର ସୁପରିଚାଳନା ପିଲାବେଳୁ ଶିଖାଇଲେ ପରବର୍ତ୍ତୀ ସମୟର ବଡ଼ ବଡ଼ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିଥାନ୍ତି।

5) ପିସି ବ୍ୟବହାରରେ ସିଦ୍ଧହସ୍ତ ହୁଅନ୍ତୁ

ଜଣେ ଡିଜିଟାଲ୍ ପିତାମାତା ଭାବରେ, ଆପଣ ଜାଣନ୍ତି ଯେ ଟେକ୍ନୋଲୋଜିରୁ ନିସ୍ତାର ନାହିଁ। ଘର ହେଉ ବା ବିଦ୍ୟାଳୟ, ଆପଣଙ୍କ ସନ୍ତାନର ପ୍ରଥମ ଶିକ୍ଷାଲାଭ କରିବାର ଉପକରଣ ହେଉଛି ପିସି। ସମୟକ୍ରମେ ଓ ଅଭ୍ୟାସ ସହିତ ଆପଣଙ୍କ ସନ୍ତାନ ଶିକ୍ଷା ପାଇଁ ଏହାର ସର୍ବୋତ୍ତମ ବ୍ୟବହାର ବିଷୟରେ ଅବଗତ ହେବ, ନୂତନ ସଉକ୍ ଏପରିକି ମନୋରଞ୍ଜନର ମାଧ୍ୟମ ବାଛିବ।

ନିଃସନ୍ଦେହରେ, 2018 ହେଉଛି ପିସିର ବର୍ଷ!