1) ମୁଁ ପଢ଼ିବାକୁ ଏକ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବି
କାଳ୍ପନିକ କାହାଣୀ ହେଉ ବା ସତ୍ୟ ଘଟଣା, ଏପରିକି ଯଦି ଆପଣ ଆପଣଙ୍କ ପିସିରେ ବା ବହି ଧରି ଦୈନିକ ଗୋଟିଏ ଅଧ୍ୟାୟ ପଢ଼ନ୍ତି- ତେବେ ଆପଣ ଆପଣଙ୍କ ସହପାଠୀଙ୍କଠାରୁ ଢେର ଆଗରେ ରହିବେ। କାରଣ ଆପଣ ନୂଆ ନୂଆ କଥା ଶିଖିବା ସହିତ ନିଜକୁ ମଧ୍ୟ ଚାପମୁକ୍ତ କରିଛନ୍ତି!
2) ମୁଁ ଗୋଟିଏ ସମୟରେ ଗୋଟିଏ କାମ କରିବି
ପ୍ରଥମତଃ ଏହା କଷ୍ଟକର ମନେ ହେଉଛି, କିନ୍ତୁ ଥରକରେ ଗୋଟିଏ କାମ କରିବା ପାଇଁ ଉଦ୍ୟମ କଲେ ଆପଣ ନିଜର ଧ୍ୟାନକେନ୍ଦ୍ରିତ କରିପାରିବେ ଏବଂ ଛୋଟ ଛୋଟ ଭୁଲ୍ ହେବାର ଆଶଙ୍କା ହ୍ରାସ ପାଇବ। ଏକ ଘଣ୍ଟା ପର୍ଯ୍ୟନ୍ତ କୌଣସି ବାଧା ବ୍ୟତୀତ ଆପଣଙ୍କ ରଚନା ଲେଖିବା ଦ୍ୱାରା ଆପଣ ପୂର୍ବାପେକ୍ଷା ଅଧିକ ଦକ୍ଷ ହୋଇପାରିବେ।
3) ମୁଁ କ୍ଲାଉଡ୍ ଷ୍ଟୋରେଜ୍ ବ୍ୟବହାର କରି ସମସ୍ତ ଫାଇଲର ବ୍ୟାକଅପ୍ ନେବି
ଘରେ ବା ସ୍କୁଲ୍ରେ ଆପଣ ଅଲଗା ଅଲଗା ପିସି ବ୍ୟବହାର କରୁଥିଲେ ମଧ୍ୟ, ଏକାଠି କାମ କରିବା ଆବଶ୍ୟକ କରୁଥିବା ଗ୍ରୁପ୍ ଆସାଇନମେଣ୍ଟ ପାଇଁ ଆପଣଙ୍କ ଫାଇଲର ଅତିରିକ୍ତ ବ୍ୟାକ୍ ଅପ୍ ନିମନ୍ତେ ଶ୍ରେଷ୍ଠ ହେଉଛି କ୍ଲାଉଡ୍ ଷ୍ଟୋରେଜ୍। ଆପଣଙ୍କୁ ସୁନିଶ୍ଚିତ କରିବାକୁ ହେବ ଯେ ଇଣ୍ଟରନେଟ୍ ଆକ୍ସେସ୍ ରହିଛି।
4) ମୁଁ ସୋସିଆଲ୍ ମିଡ଼ିଆରେ ଯାହା ପୋଷ୍ଟ କରେ ସେଥିପ୍ରତି ଧ୍ୟାନ ଦେବି
ସୋସିଆଲ୍ ମିଡ଼ିଆ କୌତୁକିଆ ହୋଇଥାଏ ଏବଂ ପ୍ରାୟ ସମସ୍ତେ ଏହାକୁ ଉପଭୋଗ କରିଥାନ୍ତି। ଯେହେତୁ ଆପଣ ଯାହାକିଛି ପୋଷ୍ଟ କରିଥାନ୍ତି ସ୍କ୍ରିନ୍ ସଟ୍ ସହିତ ସ୍ଥାୟୀ ଭାବରେ ତେଣୁ ଆପଣ ଯାହା ସେୟାର୍ କରୁଛନ୍ତି ସେଥିପ୍ରତି ଅତ୍ୟନ୍ତ ଯତ୍ନବାନ୍ ହୁଅନ୍ତୁ। ଏହା ଅନ୍ୟମାନଙ୍କୁ ଏପରିକି ଆପଣଙ୍କୁ ମଧ୍ୟ ବୃତ୍ତିଗତ ଭାବେ ବା ବ୍ୟକ୍ତିଗତ ଭାବେ ପ୍ରଭାବିତ କରିଥାଏ।
5) ମୁଁ ଘୋଷି ଶିକ୍ଷା କରିବି ନାହିଁ
&lsquo&lsquoଘୋଷା ପାଠ&rsquo&rsquo ଆମେ ସମସ୍ତେ ପଢ଼ିଥାଉ ଏବଂ ଆପଣଙ୍କ ବନ୍ଧୁ ଓ ଅନ୍ୟ କନିଷ୍ଠମାନଙ୍କୁ ମଧ୍ୟ ଏହା କରିବାକୁ କହିଥାଉ। ଏବର୍ଷ ସଚେତନ ଭାବରେ ଆପଣ ଯାହା ଶିକ୍ଷା କରୁଛନ୍ତି ତାହାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ, ଯାହାଫଳରେ ଆପଣ ପରୀକ୍ଷା ପରେ ଦୀର୍ଘଦିନ ପର୍ଯ୍ୟନ୍ତ ଏସବୁ ମନେ ରଖିପାରିବେ।
ଘୋଷି ଶିକ୍ଷା କରିବା ଅଧିକ ସହଜ ମନେ ହୋଇପାରେ ଏବଂ ଶୀଘ୍ର ଶିକ୍ଷା କରିବାର ମାଧ୍ୟମ ହୋଇଥାଏ କିନ୍ତୁ ଟିକେ ଚିନ୍ତା କରନ୍ତୁ- ଆପଣ ଅଧ୍ୟାୟ ପରେ ଅଧ୍ୟାୟ ମନେ ରଖିବା ପାଇଁ ଘଣ୍ଟା ପରେ ଘଣ୍ଟା ବିତାଇ ଦିଅନ୍ତି, ପରୀକ୍ଷା ପରେ ସବୁ ଭୁଲିଯାନ୍ତି! ଏହା ପରିବର୍ତ୍ତେ ସଠିକ୍ ସାଧନ ବା ରାଇଟ୍ ଟୁଲ୍, ସମୟ ଏବଂ ଏକାଗ୍ରତା ସହିତ ଆପଣ ବର୍ଷ ବର୍ଷ ଧରି ଏହି ବିଷୟରେ ଦକ୍ଷ ହୋଇ ରହିଥାନ୍ତି।
ଏ ବିଷୟରେ ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଭିଡ଼ିଓ ଦେଖନ୍ତୁ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.