ପାଠପଢ଼ାରୁ ବିରାମ ନେବା ପାଇଁ 5ଟି କଥା ଆପଣ ଚେଷ୍ଟା କରି ଦେଖିପାରିବେ

 

 

ପରୀକ୍ଷା ସମୟ ଅତ୍ୟନ୍ତ ଚାପପୂର୍ଣ୍ଣ ହୋଇପାରେ। ଭୋକ ନ ଲାଗିବା, ନିଦ ନହେବା, ଏକାଗ୍ରତା ରକ୍ଷା କରିନପାରିବା ଆପଣଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିପାରେ। କେତୋଟି ସରଳ ପଦକ୍ଷେପ ଆପଣଙ୍କ ଚାପ ଦୂର କରିପାରେ ଏବଂ ସୁନିଶ୍ଚିତ କରିଥାଇପାରେ ଯେ ଆପଣଙ୍କ ଉପରେ ପରୀକ୍ଷା ସମୟରେ ଚାପ କମ୍ ରହିଥାଇପାରେ, ସମୟ ସମୟରେ ବିରାମ ନେବାକୁ ଅନ୍ତର୍ଭୁକ୍ତ କରି ।

ପାଠପଢ଼ାରୁ ବିରାମ ନେବା ପାଇଁ ଆପଣ ଯେଉଁ 5ଟି ଜିନିଷ କରିବା ଉଚିତ୍:

1) ଜଣେ ସାଙ୍ଗଙ୍କୁ ଫୋନ୍ କରନ୍ତୁ

ଆପଣଙ୍କର ଭଲ ବନ୍ଧୁଙ୍କୁ କଲ କରନ୍ତୁ ମନ ଖୋଲି ହସନ୍ତୁ ଏବଂ ଖେଳ ବିଷୟରେ ଆଲୋଚନା କରି ମନକୁ ହାଲ୍କା କରନ୍ତୁ। ପ୍ରିୟ ପରିଜନଙ୍କ ସହିତ ସାମାନ୍ୟ କଥାବାର୍ତ୍ତା ମଧ୍ୟ ମନକୁ ତାଜା କରିଦେଇପାରେ- ଆପଣ ସୁନିଶ୍ଚିତ କରନ୍ତୁ ଯେ ନିଜ ପାଇଁ ଧାର୍ଯ୍ୟ କରିଥିବା ସମୟଠାରୁ ଅଧିକ ସମୟ କଥାବାର୍ତ୍ତା କରନ୍ତି ନାହିଁ! ଏକ କୌତୁକିଆ ପ୍ରଶ୍ନ ଉତ୍ତର ଖେଳ ଖେଳିବା ଦ୍ୱାରା ଆପଣ ଜାଣିଥିବା ବିଷୟ ସମ୍ପର୍କରେ ସାଙ୍ଗକୁ ପ୍ରଶ୍ନ ପଚାରି ମନକୁ ହାଲ୍କା କରିପାରିବେ।

2) ବ୍ରେନରସାଇଜ୍

ବ୍ରେନ୍ ଟ୍ରେନିଂ କାର୍ଯ୍ୟକଳାପ ସମସ୍ୟା ସମାଧାନ ଦକ୍ଷତାରେ ଉନ୍ନତି ଆଣେ, ଆପଣଙ୍କର ଶବ୍ଦଜ୍ଞାନ ବଢ଼ାଏ ଏବଂ ଅଧ୍ୟୟନ ଉପରେ ଚାପ ହ୍ରାସ କରେ। ଏକ ଶବ୍ଦଧନ୍ଦା, ସୁଡୋକୁ ସମାଧାନ କରିବା କିମ୍ବା ଲୁମୋସିଟି ଗେମ୍ ଖେଳିବା ଦ୍ୱାରା ବିରାମରେ ଆପଣଙ୍କର ଚେତନା ଶକ୍ତି ଅଧିକ ସତର୍କ ହୋଇଥାଏ ଏବଂ ଆପଣ ପରବର୍ତ୍ତୀ ଅଧ୍ୟୟନ ଅଧିବେଶନ ପାଇଁ ପ୍ରସ୍ତୁତ ହୋଇଥାନ୍ତି।

3) ଉତ୍ସାହିତ ହୁଅନ୍ତୁ

ଅଧ୍ୟୟନ ପାଇଁ ବସିବା ପୂର୍ବରୁ ଯେଉଁ ଲୋକମାନେ ଆପଣଙ୍କୁ ଉତ୍ସାହିତ କରିପାରିବେ ବା ଯେଉଁ ବିଷୟ ଆପଣଙ୍କୁ ଅନୁପ୍ରାଣିତ କରିପାରେ ସେସବୁର ତାଲିକା କରନ୍ତୁ। ଆପଣ ଡେସ୍କ ପାଇଁ ଏକ ପ୍ରୋତ୍ସାହନମୂଳକ ମୁଡବୋର୍ଡ ସୃଷ୍ଟି କରିବାକୁ ସେମାନଙ୍କର ଛବି ବା କୋଟ୍ ବ୍ୟବହାର କରିପାରିବେ। ଆପଣଙ୍କର ଲକ୍ଷ୍ୟ ଏବଂ ଆପଣ ଯେଉଁ ପୁରସ୍କାର ପାଇପାରନ୍ତି ତାହାକୁ ଲେଖିନେବା ମଧ୍ୟ ଏକ ଚମତ୍କାର ସଂଯୋଗ ହୋଇଥାଏ! ଆପଣଙ୍କ ବିରାମ ସମୟରେ ଟେଡ୍ ଟକ୍ ଦେଖିବା କିମ୍ବା ପଢ଼ିବା ଫଳରେ ଆପଣ ଉତ୍ସାହିତ ଅନୁଭବ କରିପାରନ୍ତି।

4) ସୃଜନଶୀଳ ହୁଅନ୍ତୁ

ଆପଣଙ୍କ ସୃଜନଶୀଳତା ଆପଣଙ୍କ ମାର୍ଗଦର୍ଶନ କରିବାକୁ ଦିଅନ୍ତୁ! ଏପରି କାର୍ଯ୍ୟକଳାପରେ ଜଡ଼ିତ ରହନ୍ତୁ ଯାହାକି ଆପଣଙ୍କ ଅଧ୍ୟୟନ ସହିତ ସମ୍ପର୍କିତ ନୁହେଁ, ଯେପରିକି ଗୀଟାର୍ ବଜାଇବା କିମ୍ବା ଡୁଡଲିଂ ଯାହାକି ଆପଣଙ୍କ ମନକୁ ଉଜ୍ଜୀବିତ କରେ ଏବଂ ମାନସିକ ସ୍ଥିତିରେ ଉନ୍ନତି ଆଣେ। ଏହା ସୁନିଶ୍ଚିତ କରେ ଯେ ଆପଣ ତାଜା ମନ ନେଇ ଓ ଅଧିକ ଏକାଗ୍ରତାର ସହିତ ଆପଣଙ୍କ କାର୍ଯ୍ୟକୁ ଫେରିଥାନ୍ତି।

5) ଆପଣଙ୍କ ବକେଟ୍ ତାଲିକା ଅପଡେଟ୍ କରନ୍ତୁ

ଏକ ବକେଟ୍ ତାଲିକା ତିଆରି କରିବା ଆପଣଙ୍କୁ ଆପଣଙ୍କ ଲକ୍ଷ୍ୟ ଆଡକୁ ଆଗେଇ ନେବା ପାଇଁ ଏକ ଚମତ୍କାର ଉପାୟ ହୋଇଥାଏ! ଯଦି ଆପଣ ନିଜର ବକେଟ୍ ତାଲିକା ଆରମ୍ଭ କରିନାହାନ୍ତି, ବର୍ତ୍ତମାନ ତାହା ଆରମ୍ଭ କରିବାର ସମୟ! ଆପଣ ଯେଉଁସବୁ ସ୍ଥାନକୁ ଯିବାକୁ ଚାହାଁନ୍ତି, ଯେଉଁ ଖାଦ୍ୟ ଖାଇବାକୁ ଚାହାଁନ୍ତି ଓ ଯେଉଁ ଆଡଭେଞ୍ଚର ଚାହାଁନ୍ତି ସେସବୁ ଏକ ୱାର୍ଡ ଡକୁମେଣ୍ଟରେ ଟିପି ରଖନ୍ତୁ ଏବଂ ସେହି ତାଲିକାରେ ଲିଙ୍କ ଓ ଛବି ଯୋଗ କରି ରଖନ୍ତୁ। ପ୍ରତିଥର ଆପଣ ଷ୍ଟଡି ପ୍ଲାନରେ ଗୋଟିଏ ମାଇଲ୍ ଷ୍ଟୋନ୍ ହାସଲ କରିବା ସହିତ ଆପଣଙ୍କ ବକେଟ୍ ତାଲିକାରେ କିଛି ନୂଆ ଜିନିଷ ଯୋଗ କରି ନିଜକୁ ପୁରସ୍କୃତ କରନ୍ତୁ।

ପ୍ରୋଜେକ୍ଟଠାରୁ ପ୍ରେଜେଣ୍ଟେସନ୍ ପର୍ଯ୍ୟନ୍ତ ସବୁକିଛି ଠିକ୍ ସମୟରେ କରିବା ପାଇଁ ସଠିକ୍ ଟେକ୍ନିକାଲ୍ ଟୁଲ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଅଧ୍ୟୟନକୁ ଅଧିକ ସରଳ କରିବାକୁ ଭୁଲନ୍ତୁ ନାହିଁ।