ପାଠ ପଢ଼ିବା ବା ଅଧ୍ୟୟନ କରିବା କେବଳ ପରୀକ୍ଷା ପୂର୍ବଦିନ ରାତିରେ କିମ୍ବା ପ୍ରୋଜେକ୍ଟ ଦାଖଲ ପୂର୍ବଦିନ ପଢ଼ିବାକୁ ବୁଝାଏ ନାହିଁ।
ଆପଣ ଯେତେଶୀଘ୍ର ଅଧ୍ୟୟନ ଆରମ୍ଭ କରିବେ ବିଷୟବସ୍ତୁକୁ ସେତେ ଅଧିକ ବୁଝିବ ଏବଂ ଏହା ଆପଣଙ୍କୁ ଭଲ ନମ୍ବର କରିବା ପାଇଁ ସୁଯୋଗ ଲାଭ କରିବାରେ ସାହାଯ୍ୟ କରିବ।[1]
ପିସି କେବଳ ପରୀକ୍ଷାରେ ଭଲ କରିବା ପାଇଁ ତୁମକୁ ସାହାଯ୍ୟ କରିନଥାଏ ତାହାସହିତ ଗବେଷଣାରେ ଜଟିଳ ବିଷୟଗୁଡ଼ିକୁ ହୃଦୟଙ୍ଗମ କରିବାରେ ମଧ୍ୟ ସାହାଯ୍ୟ କରିପାରେ।
ଏକ ପିସି ବ୍ୟବହାର କରି କିପରି ସର୍ବାଧିକ ଲାଭ ପାଇପାରିବେ ସେ ସମ୍ପର୍କରେ ଏଠାରେ 5ଟି ସୂଚନା ଦିଆଯାଇଛି:
ଏକ ଅଧ୍ୟୟନ ସୂଚୀ ପ୍ରସ୍ତୁତ କରିବା ଆପଣଙ୍କୁ କେତୋଟି ଅଧ୍ୟାୟ ପଢ଼ିବାକୁ ଅଛି ଓ ପ୍ରତିଟି ପାଇଁ କେତେ ସମୟ ଆବଶ୍ୟକ ସ୍ପଷ୍ଟ କରିବାରେ ସାହାଯ୍ୟ କରେ। ବିଭିନ୍ନ ସାଧନ ଯେପରିକି ଗୁଗୁଲ୍ କ୍ୟାଲେଣ୍ଡର ଏକ ସୁସଙ୍ଗତ ଅଧ୍ୟୟନ ରୁଟିନ୍ ପ୍ରସ୍ତୁତ କରିବା ପାଇଁ ସହାୟକ ହୋଇଥାଏ। ଆପଣଙ୍କ ସୂଚୀରେ ନିୟମିତ ବିରାମ ଯୋଜନା ମଧ୍ୟ କରନ୍ତୁ।
ଶ୍ରେଣୀରେ କୌଣସି ବିଷୟ ପଢ଼ାଯାଉଥିବା ସମୟରେ ନୋଟ୍ ଲେଖିନେବା ଏବଂ ପରେ ପରୀକ୍ଷା ପାଇଁ ଅଧ୍ୟୟନ ବା ପ୍ରକଳ୍ପ ପାଇଁ କାମ କରିବା ସମୟରେ ଏହାକୁ ବ୍ୟବହାର କରାଯାଇପାରିବ। କାଗଜପତ୍ର କାମ କରିବା ଠିକ୍ ହୋଇଥାଏ, ଅବଶ୍ୟ ୱାର୍ଡ ପ୍ରୋସେସର ମଧ୍ୟ ବ୍ୟବହାର କରିପାରିବେ କାରଣ ଏହା ଇଣ୍ଟରନେଟର ଲିଙ୍କ ଓ ରେଫରେନ୍ସ ସହିତ ନିଜର ପସନ୍ଦ ଅନୁଯାୟୀ ନୋଟ୍ ତିଆରି କରିବାରେ ସାହାଯ୍ୟ କରିଥାଏ।
ପଢ଼ିବା ସମୟରେ କିମ୍ବା ସଦାସର୍ବଦା ବିଷୟ ଓ ବାସ୍ତବତା ମଧ୍ୟରେ ରହିଥିବା ବ୍ୟବଧାନ ଦୂର କରନ୍ତୁ। ଦୈନନ୍ଦିନ ଜୀବନର ବିଷୟ ସହିତ ଶିକ୍ଷା କରାଯାଇଥିବା ବିଷୟଗୁଡ଼ିକର ସମ୍ପର୍କ ଖୋଜି ବାହାର କର ଯାହାକି ତୁମ୍ଭମାନଙ୍କୁ ସେଗୁଡ଼ିକ ଭଲ ଭାବରେ ମନେ ରଖିବାରେ ସାହାଯ୍ୟ କରିବ। ଭିଡ଼ିଓ ଦେଖିବା ଏକ ମେକର ସ୍ପେସ୍ ପ୍ରୋଜେକ୍ଟ [2] କରିବା ଏବଂ ଶିକ୍ଷା ସମ୍ପର୍କିତ ଗେମ୍ ଖେଳିବା ଯାହାକି ବିଷୟକୁ ଭଲ ଭାବରେ ମନେ ରଖିବା ପାଇଁ ଆପଣଙ୍କୁ ସାହାଯ୍ୟ କରିପାରେ।
ଗୋଟିଏ ବିଷୟ ଶିଖିବା ପରେ ବାରମ୍ବାର[3] ଗୋଟିଏ ବିଷୟ ଘୋଷିବା ପରିବର୍ତ୍ତେ ନିଜକୁ ପରୀକ୍ଷା କରିବା ହେଉଛି ଆପଣ ସେ ବିଷୟରେ କେତେ କଥା ମନେ ରଖିଛନ୍ତି ଜାଣିବାର ସଠିକ୍ ଉପାୟ। ଅନ୍ ଲାଇନ ଟୁଲ୍ ବ୍ୟବହାର କରି ଆପଣ ଯାହା ଶିକ୍ଷା କରିଛନ୍ତି ନିଜକୁ ନିଜେ ପରୀକ୍ଷା କରି ଜାଣିପାରିବେ ଏପରିକି ଯଦି ପ୍ରଥମେ ଠିକ ଉତ୍ତର ଦେଇପାରନ୍ତି ନାହିଁ ଆପଣ କେଉଁଠାରେ ଭୁଲ୍ ହେଲା ଜାଣିପାରିବେ। ତାହା ଆପଣଙ୍କୁ ଆରଥରକୁ ଭଲ କରିବାରେ ସାହାଯ୍ୟ କରିବ।
ସୁସଙ୍ଗତି ହେଉଛି ମୁଖ୍ୟ ଚାବିକାଠି। ଅଧ୍ୟୟନ ସାମଗ୍ରୀକୁ ବାରମ୍ବାର ପଢ଼ନ୍ତୁ ଏବଂ ଦୈନିକ ବା ସାପ୍ତାହିକ ଭାବରେ ଅନଲାଇନ ଦୃଷ୍ଟାନ୍ତ ଦେଖନ୍ତୁ। ଏହା କେବଳ ବିଷୟକୁ ବହୁଦିନ ଧରି ମନେ ରଖିବାରେ ସାହାଯ୍ୟ କରିବ ନାହିଁ ଏହା ମଧ୍ୟ ପରୀକ୍ଷା ପୂର୍ବଦିନର ଚାପ ହ୍ରାସ କରିବ।
ପ୍ରଭାବଶାଳୀ ଭାବରେ ଅଧ୍ୟୟନ କରିବା ଉତ୍ତମ ଶିକ୍ଷାଲାଭ ଓ ମନେ ରଖିବାକୁ ସାହାଯ୍ୟ କରିଥାଏ ଏହା ଛାତ୍ରଛାତ୍ରୀମାନଙ୍କୁ ବୁଦ୍ଧିମାନ କରିଥାଏ, ସମୟକ୍ରମେ ତୁମ୍ଭମାନଙ୍କୁ ପରୀକ୍ଷା ହେଉ ବା ସ୍କୁଲ୍ ପ୍ରୋଜେକ୍ଟ ସବୁଥିରେ ଅଧିକ ସଫଳତା ଲାଭ କରିବାରେ ସାହାଯ୍ୟ କରିଥାଏ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.