ଆପଣ 2020 ରେ ଦେଖିବାକୁ ଥିବା ପାଞ୍ଚୋଟି ଟେକ୍‌ ଟେଣ୍ଡ

 

ଭାରତ କ୍ରମବର୍ଦ୍ଧିଷ୍ଣୁ ଭାବେ ଗୋଟେ ଜ୍ଞାନ ସମ୍ପନ୍ନ ଅର୍ଥନୀତି ଦିଗରେ ଅଗ୍ରସର ହେଉଛି, ଯେଉଁଠାରେ ଅଭିବୃଦ୍ଧି ସୂଚନାର ଗୁଣବତ୍ତା ଉପରେ ନିର୍ଭର କରେ, ଏହା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି ଯେ ଆମର ପିଲାମାନଙ୍କୁ ଜରୁରୀ ଦକ୍ଷତା ସହାୟତାରେ ଭବିଷ୍ୟତ ପାଇଁ ସୁରକ୍ଷିତ କରିବା । ଶିଖିବା ପାଇଁ ସାମର୍ଥ୍ୟ ଏବଂ ଟେକ୍ନୋଲୋଜି ସହିତ ଆରାମଦାୟକ ହେବା ପିତାମାତାମାନେ ସେମାନଙ୍କ ପିଲାମାନଙ୍କୁ ପ୍ରଦାନ କରିବା ଉଚିତ ଥିବା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ମଧ୍ୟରୁ ଅନ୍ୟତମ ଅଟେ ।

 

1. ଭଏସ୍ ଟେକ୍ନୋଲୋଜି

 

 

ଭଏସ୍ ଟେକ୍ନୋଲୋଜି ନିର୍ଦ୍ଦେଶିତ ହୋଇଥିବା କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ବକ୍ତବ୍ୟ ଚିହ୍ନଟକରଣ ବା ସ୍ପିଚ୍ ରେକଗନିସନକୁ ବ୍ୟବହାର କରେ, ସୂଚନାକୁ ଆକ୍ସେସ୍ କରିବା ଅଧିକ ସହଜ ହୋଇଥାଏ, ଫଳରେ ମୂଲ୍ୟବାନ ସମୟ ବଞ୍ଚିଥାଏ । 1ବାସ୍ତବରେ, କୌତୁକିଆ ଖେଳ ସୃଷ୍ଟି କରିବା ଦ୍ୱାରା, ଏହାକୁ ଶ୍ରେଣୀଗୃହ ଶିକ୍ଷଣକୁ ବୃଦ୍ଧି କରିବା ପାଇଁ ବ୍ୟବହାର କରାଯାଇପାରିବ ଯେଉଁଠାରେ ଛାତ୍ରଛାତ୍ରୀମାନେ ଭଏସ୍ ଟେକ୍ନୋଲୋଜି ମାଧ୍ୟମରେ ନୂଆ ଧାରଣା ଶିକ୍ଷା ଲାଭ କରିପାରିବେ ।2

 

2. 5G

 

 

5G ହେଉଛି ପରବର୍ତ୍ତୀ ପିଢିର ୱେୟାରଲେସ୍ ଟେକ୍ନୋଲୋଜି ଯାହା ହେଉଛି 4G ର ଅଦ୍ୟତିତ ସଂସ୍କରଣ ବା ଅପ୍ରେଗ୍ରେଡେଡ୍ ଭର୍ସନ । ଏଥିରେ ଏକାଧିକ ଲାଭ ଯଥା କମ ଲ୍ୟାଗିଂ କିମ୍ବା ବଫରିଂ ରହିଛି । ଏହାକୁ ଅଧିକ ସ୍ୱତନ୍ତ୍ର କରୁଥିବା ବିଷୟ ହେଉଛି ଏହା ସ୍ମାର୍ଟଫୋନ୍ ବାହାରେ ଯଥା କମ୍ପ୍ୟୁଟର୍ , IoT ଓ ସ୍ମାର୍ଟ୍ ଡିଭାଇସ୍ ଗୁଡ଼ିକରେ ସଂଯୋଜ୍ୟତା ବା କନେକ୍ଟିଭିଟିକୁ ସକ୍ଷମ କରିପାରେ ।3

 

3. ଡାଟା ଆନାଲିଟିକ୍ସ

 

 

ଏହା ବହୁ ପରିମାଣରେ ଅମାର୍ଜିତ ଡାଟାକୁ ଗୋଟେ କାର୍ଯ୍ୟଯୋଗ୍ୟ ଓ ଉପଯୋଗୀ ଫର୍ମାଟ୍ ରେ ପରିଣତ କରିବା ପାଇଁ ପ୍ରକ୍ରିୟାକରଣ ବା ପ୍ରୋସେସିଂକୁ ଜଡିତ କରିଥାଏ । ଏହାକୁ ଡାଟାର ଅର୍ଥ ବାହାର କରିବା ପାଇଁ, ସମସ୍ୟାକୁ ଚିହ୍ନଟ କରିବାକୁ ଏବଂ ଡାଟାକୁ କିପରି ବ୍ୟବହାର କରିବା ସମ୍ପର୍କରେ ସୁପାରିଶ କରିବାକୁ ବ୍ୟବହାର କରାଯାଇପାରିବ । 4ଉଦାହରଣ ସ୍ୱରୂପ, ଶିକ୍ଷକମାନେ ଜଣେ ବିଦ୍ୟାର୍ଥୀଙ୍କର ଶିକ୍ଷଣ ସାମର୍ଥ୍ୟ ଏବଂ ଅଗ୍ରାଧିକାର ଅନୁସାରେ ଅନୁଭୂତିକୁ ପ୍ରୟୋଗ କରିବା ପାଇଁ ପରୀକ୍ଷା ସ୍କୋର୍ ଗୁଡ଼ିକୁ ବିଶ୍ଳେଷଣ କରିପାରିବେ ।

 

4. ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍

 

 

ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (IoT) ହେଉଛି ଇଣ୍ଟରନେଟ୍ ଓ ପରସ୍ପର ସହିତ ଡିଭାଇସ୍ ଗୁଡିକ ସଂଯୋଗ ବା କନେକ୍ଟ କରିବା, ଫଳରେ ଗୋଟେ ବିରାଟ ନେଟୱାର୍କ ସୃଷ୍ଟି କରିଥାଏ ଯାହା ଡାଟା ସଂଗ୍ରହ କରିବା ସହିତ ସେୟାର୍ କରିଥାଏ । ଆଜିକାଲି, IoT ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଯଥା ସ୍ୱ-ଡ୍ରାଇଭିଂ କାର୍ , ଫିଟନେସ୍ ଡିଭାଇସ୍ ଏବଂ ଘରୋଇ ସାଧନଗୁଡିକରେ ଦେଖାଯାଇପାରିବ, 6ଏବଂ ଅନଲାଇନ୍ ରେ ଶିକ୍ଷଣ ସାମଗ୍ରୀକୁ ଉପଲବ୍ଧ କରାଇବାରେ, ଗ୍ରେଡ୍ ପରିଚାଳନା କରିବାରେ ଏବଂ ଅନଲାଇନ୍ ରେ କ୍ଲାସ୍ ନେବା କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ।7

5. ସାଇବର୍ ସିକ୍ୟୁରିଟି

 

 

ମହତ୍ତ୍ୱପୂର୍ଣ୍ଣ ସୂଚନା ଯଥା ବ୍ୟାଙ୍କିଂ ବିବରଣୀରେ ଡିଜିଟାଲ ଉପସ୍ଥିତି ରହିବା ସହିତ, ସାଇବର୍ ସିକ୍ୟୁରିଟି ଉନ୍ନତ ହେବାର ଆବଶ୍ୟକତା ରହିଛି । ବର୍ତ୍ତମାନ, ବର୍ଦ୍ଧିତ ଇଣ୍ଟରନେଟ୍ କନେକ୍ଟିଭିଟି କାରଣରୁ ଅନେକ ବିପଦ ଯଥା ଟାର୍ଗେଟ୍ କରାଯାଉଥିବା ରାନସମୱେୟାର, ଫିଶିଂ ଓ ମୋବାଇଲ୍ ବ୍ୟାଙ୍କିଂ ଆଟାକ୍ ରହିଛି । କ୍ରମାଗତ ରୂପେ ବିକଶିତ ଟେକ୍ନୋଲୋଜି ଯଥା AI ସହାୟତାରେ, ଆମେ ଏହି ସମସ୍ୟାଗୁଡିକ ବିରୁଦ୍ଧରେ ଲଢେଇ କରିପାରିବା ଏବଂ ଇଣ୍ଟରନେଟ୍ କୁ ସୁରକ୍ଷିତ କରିପାରିବା ।8

ଆଗାମୀ ଟ୍ରେଣ୍ଡଗୁଡ଼ିକ ବିଷୟରେ ଶିକ୍ଷା ଲାଭ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ, ଆମର ପିଲାମାନଙ୍କୁ ଅତ୍ୟାବଶ୍ୟକ PC ଦକ୍ଷତା ସହିତ ସଜ୍ଜିତ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଜିର 2020ରେ, ଚାଲନ୍ତୁ ଏକାଠି ଟେକ୍ନୋଲୋଜିକୁ ଆପଣାଇ ନେବା!