ଆପଣ ଯେତେବେଳେ ଘୋଷି ପଢ଼ିବାକୁ ଚାହାଁନ୍ତି ନାହିଁ ଅଧ୍ୟୟନର ପାଞ୍ଚଟି ଉପାୟ

 

ଘୋଷା ପାଠ ଗୁରୁତ୍ୱପୂର୍ଣ୍ଣ ସୂତ୍ରଗୁଡ଼ିକ ଓ ଜଟିଳ ନାମଗୁଡ଼ିକ ମନେ ରଖିବା ପାଇଁ ଆବଶ୍ୟକ ହୋଇଥାଏ କିନ୍ତୁ ନିଶ୍ଚିତ ଭାବରେ କେବଳ ଆପଣଙ୍କର ଅଧ୍ୟୟନଶୈଳୀ ହେବା ଅନୁଚିତ୍। ସମଗ୍ର ଅଧ୍ୟୟନ ରୁଟିନ୍କୁ ଆପଣଙ୍କ ପାଇଁ ଅଧିକ କୌତୁକିଆ ଓ ଦୀର୍ଘ କାଳୀନ ଭିତ୍ତିରେ ମଙ୍ଗଳକାରୀ କରିବା ପାଇଁ ଏକ ପିସି ସାହାଯ୍ୟରେ ଏସବୁ ମିକ୍ସ ଏକାଠି କରିବା ଭଲକଥା।

ଆପଣ ଯେତେବେଳେ ଘୋଷି ପଢ଼ିବାକୁ ଚାହାଁନ୍ତି ନାହିଁ ଅଧ୍ୟୟନର ପାଞ୍ଚଟି ଉପାୟ:

1. ଆପଣଙ୍କ ନିଜର ‘‘ପାଠ୍ୟପୁସ୍ତକ’’ ଲେଖନ୍ତୁ

ଆପଣ ଡାଇଗ୍ରାମ୍, ମାଇଣ୍ଡ ମ୍ୟାପ୍, ପ୍ରେଜେଣ୍ଟେସନ୍ ହ୍ୟାଣ୍ଡଆଉଟ୍ ବ୍ୟବହାର କରି ଯାହା ଶିକ୍ଷାଲାଭ କଲେ ଲେଖନ୍ତୁ-ବିଶେଷ କରି ଯେଉଁ ପ୍ରକାରର ପଠନ ସାମଗ୍ରୀ ଆପଣଙ୍କୁ ଅଧିକ ସରଳ ମନେ ହେଉଛି। ଏହାର ସବୁଠାରୁ ବଡ଼ ଲାଭ ହେଉଛି ଯେ ଆପଣ ଅଧ୍ୟୟନ ସମୟରେ ସମ୍ପୂର୍ଣ୍ଣ ସତର୍କ ରହିବେ ଏବଂ ସମସ୍ତ ପଠନ ସାମଗ୍ରୀ ଗୋଟିଏ ସ୍ଥାନରେ ପାଇବେ।

2. ସଫଳ ହେବା ପର୍ଯ୍ୟନ୍ତ ଚେଷ୍ଟା କରନ୍ତୁ, ଶିକ୍ଷା କରନ୍ତୁ, ବିଫଳ ହୁଅନ୍ତୁ ଏବଂ ପୁଣି ଦୋହରାନ୍ତୁ

ଏଥିରେ ଟିକିଏ ଅଧିକ ସମୟ ଲାଗିଥାଏ କିନ୍ତୁ ଏହା ମୂଲ୍ୟବାନ। ଏହା ବୈଜ୍ଞାନିକ ବିଷୟବସ୍ତୁ ପରୀକ୍ଷା କରିବା ହେଉ କିମ୍ବା ଏକ ମେକରସ୍ପେସ୍ ପ୍ରୋଜେକ୍ଟ କରିବା ହେଉ କିମ୍ବା ଆପଣଙ୍କ ତୃତୀୟ ଭାଷାରେ କାହାସହିତ ସମ୍ପୂର୍ଣ୍ଣ ଯୋଗାଯୋଗ କରିବା ହେଉ-ଦକ୍ଷତା ଲାଭ କରିବା ପର୍ଯ୍ୟନ୍ତ ପ୍ରୟାସ ଜାରି ରଖନ୍ତୁ।

3. ଡାୟାଲଜିକ୍ ଲର୍ଣ୍ଣିଂ ପ୍ରୟାସ କରନ୍ତୁ

ଡାୟାଲଜିକ୍ ଲର୍ଣ୍ଣିଂ ପ୍ଲେସଗୁଡିକ ସାଧାରଣତଃ ବିଷୟକୁ ଭଲଭାବରେ ବୁଝିବା ପାଇଁ ଆଲୋଚନା ଓ ବକ୍ତବ୍ୟ ଉପରେ ଜୋର୍ ଦେଇଥାନ୍ତି। ଏଥିପାଇଁ, ଏକାଠି ଉତ୍ତର ଖୋଜି ପାଇବା ପାଇଁ ଆପଣଙ୍କ ସାଥିମାନଙ୍କୁ ଏକାଠି କରନ୍ତୁ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପରସ୍ପରର ଟେଷ୍ଟ ନିଅନ୍ତୁ।

4. ଆପଣ ନିକଟରେ ଶିଖିଥିବା ସୂଚନାରୁ ନିଜ ପାଇଁ କ୍ୱିଜ ତିଆରି କରନ୍ତୁ

ଅତୀତର ପ୍ରଶ୍ନପତ୍ର ଅଭ୍ୟାସ କରିବା ଭଲ ନମ୍ବର ରଖିବା ପାଇଁ ଏକ ବହୁ ପରୀକ୍ଷିତ ପଦ୍ଧତି। ଆପଣ କ୍ୱିଜଲେଟ୍ ରେ ପ୍ରଶ୍ନପତ୍ର ତିଆରି କରିପାରିବେ ଏବଂ ନିଜେ ସେଗୁଡ଼ିକୁ ମାର୍କ ଦେଇ ଦେଖିପାରିବେ ଯେ ଆପଣ କେତେ ଭଲ ପାଠ ପଢ଼ିଛନ୍ତି ଏବଂ ଏହା ପରୀକ୍ଷା ପାଇଁ ଆତ୍ମବିଶ୍ୱାସ ବୃଦ୍ଧି କରିବ।

5. ଉଦ୍ଧାର କରିବା ପାଇଁ ଫ୍ଲାସକାର୍ଡ

ପରୀକ୍ଷାର କିଛି ଦିନ ପୂର୍ବରୁ ଫ୍ଲାସକାର୍ଡ କ୍ରାମ୍ ରେ ତିଆରି କରିପାରିବେ ଏବଂ ପ୍ରତିଦିନ ଏହା ଉପରେ ନଜର ପକାଇ ସୁନିଶ୍ଚିତ କରିପାରିବେ ଯେ ଆପଣ ସଠିକ ଧାରାରେ ଅଧ୍ୟୟନ କରୁଛନ୍ତି। ପ୍ରତିଦିନ ଏହି ନୋଟ୍ସ ଉପରେ ନଜର ପକାଇ ଆପଣ ପରୀକ୍ଷା ପୂର୍ବରୁ ଥରେ ଦି ଥର ରିଭିଜନ୍ ତୁଳନାରେ ସବୁକିଛି ଅଧିକ ଭଲ ଭାବରେ ମନେ ରଖିପାରିବେ।

ଏ ସମସ୍ତ ଅଧ୍ୟୟନ ପଦ୍ଧତିରୁ ଯଥାସମ୍ଭବ ସୁଫଳ ହାସଲ କରିବା ପାଇଁ, ଆପଣଙ୍କ ସମୟ ସୂଚୀରେ ଗବେଷଣା କରନ୍ତୁ। ଗୋଟିଏ ପିସିରେ ଆକ୍ସେସ କରନ୍ତୁ ରିସର୍ଚ୍ଚ କେବଳ ଦ୍ରୁତ ହୋଇନଥାଏ ବରଂ ଏହା ଆପଣ ଯାହା ଅଧ୍ୟୟନ କରିଛନ୍ତି ତାହାକୁ ସଞ୍ଚୟ କରି ରଖିବା ଓ ନୋଟ୍ରେ ଟିପି ରଖିବା ଏବଂ ଆପଣଙ୍କ ରିଭିଜନ୍ ପାଇଁ ଜିତାପଟ ସ୍ଥିତି ନିମନ୍ତେ ଏକ ପ୍ରଭାବଶାଳୀ ଉପାୟ ହୋଇଥାଏ।