ଆପଣଙ୍କ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଟିଳ ଚିନ୍ତାଧାରା ଉଦ୍ରେକ କରିବା ପାଇଁ

 

ଜଟିଳ ଭାବନା ହେଉଛି କେବଳ କୌଣସି ଜିନିଷ ଉପର ଠାଉରିଆ ଭାବରେ ପଢ଼ିବାଠାରୁ ଭିନ୍ନ। ଏହା ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ବର୍ତ୍ତମାନ ସମୟର ଏକ *ଜଟିଳ* (ଆବଶ୍ୟକ) ଦକ୍ଷତା ଯାହାକି ଭବିଷ୍ୟତ ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବ।

ରଳ ଭାଷାରେ କହିଲେ ଉଭୟ ପାର୍ଶ୍ୱରୁ ସୂଚନା ସମୀକ୍ଷା କରି ମତାମତ ଦେବାର ସାମର୍ଥ୍ୟ ଏବଂ ଆବଶ୍ୟକ ସ୍ଥଳେ ଏହାକୁ ବିରୋଧ କରିବାର ସାମର୍ଥ୍ୟ। ଆପଣଙ୍କ ଛାତ୍ରଛାତ୍ରୀମାନେ ଶ୍ରେଣୀରେ ପଢ଼ାଯାଉଥିବା କୌଣସି ବିଷୟ ପଛରେ ରହିଥିବା ତର୍କ ଓ ବୋଧଶକ୍ତି ବିଷୟରେ ବୁଝିବାକୁ ସକ୍ଷମ ହେବେ, ଏହା ସେମାନଙ୍କୁ ପରୀକ୍ଷାରେ ଭଲ କରିବା ପାଇଁ ସାହାଯ୍ୟ କରିବ- ଘୋଷି ଘୋଷି ମନେ ରଖିବାର ଆବଶ୍ୟକତା କମ୍ କରିବା!

ଏଠାରେ ପାଞ୍ଚୋଟି ଉପାୟ ଦିଆଯାଇଛି ଯାହା ମାଧ୍ୟମରେ ଆପଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଟିଳ ଭାବନା ଦକ୍ଷତାକୁ ସୁପରଚାର୍ଜ କରିପାରିବେ:

1) ଆଜିର ପ୍ରଶ୍ନ

ଏହି ଅଧିବେଶନ ଶେଷରେ, ଆପଣଙ୍କ ଛାତ୍ରଛାତ୍ରୀଙ୍କୁ ଏପରି ପ୍ରଶ୍ନ ପଚାରନ୍ତୁ ଯେ ସେମାନେ ପ୍ରକୃତରେ ଚିନ୍ତାରେ ପଡ଼ିଯିବେ- ଯେପରିକି ‘‘ଯଦି ପୃଥିବୀ ଚଟ୍ କା ହୋଇଥାନ୍ତା କଣ ହୋଇଥାନ୍ତା?’’ ଏପରି କାର୍ଯ୍ୟକଳାପ ଆପଣଙ୍କ ପିଲାମାନଙ୍କୁ ‘‘କାହିଁକି’’ ନିୟମ ବିଷୟରେ ଚିନ୍ତା କରିବା ପାଇଁ ଉତ୍ସାହିତ କରିବ।

2) ‘‘କାହିଁକି’’

ଶ୍ରେଣୀରେ ସାଧାରଣ ରୁଟିରେ ପରିବର୍ତ୍ତନ ଫଳରେ ଆପଣଙ୍କ ଛାତ୍ରଛାତ୍ରୀମାନେ ବୋଧଶକ୍ତି ବିକଶିତ ହେବ। ଉଦାହରଣସ୍ୱରୂପ ସେମାନଙ୍କୁ ପଚାରନ୍ତୁ ‘‘ପତ୍ରଗୁଡ଼ିକ କାହିଁକି ସବୁଜ’’ ଏବଂ ଦେଖନ୍ତୁ ଯେ ସେମାନେ କଣ କହୁଛନ୍ତି! ଏହି କାର୍ଯ୍ୟକଳାପ ଆପଣଙ୍କ ଶ୍ରେଣୀର ପିଲାମାନଙ୍କୁ ଅଧିକ ନିମଗ୍ନ କରି ରଖିବ ଓ ଚଞ୍ଚଳ କରିରଖିବ।

3) ତର୍କ କରିବା ଭଲ

ଛାତ୍ରଛାତ୍ରୀମାନଙ୍କୁ ସେମାନେ ପ୍ରକୃତରେ ରୁଚି ରଖୁଥିବା ସମ୍ପର୍କରେ ତର୍କ କରିବାକୁ କହନ୍ତୁ ଯେପରିକି ୟୁନିଫର୍ମ ବାଧ୍ୟତାମୂଳକ ହେବା ଉଚିତ୍ କି। ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହେବା ଲକ୍ଷ୍ୟ କଲେ ଆପଣ ଅଧିକ କଠିନ ବିଷୟ ଦେଇପାରିବେ। ଛାତ୍ରଛାତ୍ରୀମାନଙ୍କୁ ସୂଚନା ସହିତ ତର୍କ କରିବା ପାଇଁ ପିସି ବ୍ୟବହାର କରି ଗବେଷଣା କରିବାକୁ ଉତ୍ସାହିତ କରନ୍ତୁ।

4) ବିଭିନ୍ନ ବିଷୟକୁ ଏକାଠି ଯୋଡ଼ନ୍ତୁ

ଟେକ୍ ଟୁଲ୍ ଯେପରିକି ମାଇଣ୍ଡମେଷ୍ଟର ବ୍ୟବହାର କରି ବିଭିନ୍ନ ବିଷୟକୁ ପରସ୍ପର ସହିତ ଯୋଡ଼ନ୍ତୁ। ଏହି ସଂଯୋଗ ଆପଣଙ୍କ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଅଧିକ ଭଲ ଭାବରେ ମନେ ରଖିବାକୁ ସାହାଯ୍ୟ କରିବ। ସର୍ବୋପରି ଦିନ ଶେଷରେ ଭଲ ନମ୍ବର ଆସିଥାଏ।

5) ଏହା ଠିକ୍ ନା ଭୁଲ୍?

ଗୁଗୁଲ୍ ଫର୍ମ କିମ୍ବା ସର୍ଭେ ମଙ୍କି ବ୍ୟବହାର କରି ଛାତ୍ରଛାତ୍ରୀମାନେ ଠିକ୍ ଭୁଲ୍ ବା ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ଅଭ୍ୟାସ କରିପାରିବେ ଏହା ଫଳରେ ସେମାନେ ପ୍ରକୃତରେ କଠିନ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହେବେ। ଏହି ପ୍ରଶ୍ନଉତ୍ତର ପାଇଁ ବଜଫିଡ୍ ଏକ ଚମତ୍କାର ଦୃଷ୍ଟାନ୍ତ ହେବ।

ଏକ ପିସି ବ୍ୟବହାର କରିବା ଏବଂ ବିଷୟବସ୍ତୁକୁ ଅଧିକ ଭଲ ଭାବରେ ଜାଣିବା ସମ୍ପର୍କରେ ଶିକ୍ଷାଦାନ କ୍ଷେତ୍ରରେ ବହୁ ଆଲୋଚନା ହୋଇଥାଏ ଏହାର କାରଣ ହେଉଛି ପିସି ଛାତ୍ରଛାତ୍ରୀମାନଙ୍କୁ ଅଧିକ ସ୍ୱାଧୀନ ଭାବରେ ଶିକ୍ଷା କରିବାରେ ସାହାଯ୍ୟ କରିଥାଏ ଓ ପିଲାମାନଙ୍କ ଭିତରେ ପଢିବା ପ୍ରତି ଭଲ ପାଇବା ସୃଷ୍ଟି କରିଥାଏ।