ଆପଣଙ୍କ ସନ୍ତାନର ଶିକ୍ଷାଲାଭର ସମ୍ଭାବନା ଉନ୍ମୁକ୍ତ କରିବା ପାଇଁ ୫ଟି ଉପାୟ

‘‘ଶିକ୍ଷାର ମୂଳଦୁଆ ଉପରେ ହିଁ ଆମର ଭବିଷ୍ୟତ ଗଠନ ହୋଇଥାଏ’’ - କ୍ରିଷ୍ଟିନ୍ ଗ୍ରେଗୋରେ

 

ପିତାମାତାଙ୍କ ପାଇଁ, ତାଙ୍କର କୋମଳ ସନ୍ତାନ କେବଳ ଶିକ୍ଷା ବ୍ୟବସ୍ଥାରେ ଭାଗନେବା ପରିବର୍ତ୍ତେ ବିଦ୍ୟାଳୟରେ ଉତ୍କର୍ଷତା ହାସଲ କରିବା ମୁହୂର୍ତ୍ତ ପରି ଗୌରବର ମୁହୂର୍ତ୍ତ ଆଉ କିଛି ନଥାଏ। ଶ୍ରେଣୀରେ ଭଲ ପ୍ରଦର୍ଶନ ପାଇଁ ପିଲାବେଳୁ ସନ୍ତାନର ଶିକ୍ଷାଲାଭର କ୍ଷମତା ବା ସମ୍ଭାବନା ଉନ୍ମୁକ୍ତ କରିବାକୁ ପଡେ। ଆପଣଙ୍କର ସନ୍ତାନର କିପରି ସହାୟତା କରିବେ ପର୍ଯ୍ୟାୟ ଅନୁଯାୟୀ ଏଠାରେ ମାର୍ଗଦର୍ଶନ ଦିଆଯାଇଛି।

 

୧) ପଢ଼ିବାକୁ ଏକ ଦୈନିକ ଅଭ୍ୟାସ କରିବା

ଆପଣଙ୍କ ସନ୍ତାନ ପ୍ରତିଦିନ ପଢ଼ିବାର ସବୁଠାରୁ ବଡ଼ ଲାଭ ହେଉଛି ନିଜର ଚିନ୍ତାଧାରାକୁ ନିମଗ୍ନ କରିବା ପାଇଁ ସୁଯୋଗ ପାଇବା ଏବଂ ଭଲ ଲେଖିବା। ଖବର କାଗଜର ଖେଳ ପୃଷ୍ଠା ହେଉ କିମ୍ବା ପ୍ରସିଦ୍ଧ ଉପନ୍ୟାସର ଏକ ଅଧ୍ୟାୟ ପଢ଼ିବା ଦ୍ୱାରା ଆପଣଙ୍କ ଶିଶୁ ନୂଆ ନୂଆ ଶବ୍ଦ ଶିଖିଥାଏ ଏବଂ ଭାଷାକୁ ଭଲ ଭାବେ ବୁଝିଥାଏ।

 

୨) ସେମାନଙ୍କର ସୃଜନଶୀଳ ଦିଗକୁ ପ୍ରସ୍ଫୁଟିତ କରନ୍ତୁ

ପ୍ରତ୍ୟେକ ବୟସ ବର୍ଗ ପାଇଁ ଏକ ମେକରସ୍ପେସ୍ (Makerspace) ପ୍ରକଳ୍ପ ରହିଛି ଏବଂ ଏଥିପ୍ରତି ଆଗ୍ରହ ଦେଖାନ୍ତୁ, ଆପଣଙ୍କୁ ଆପଣଙ୍କ ଶିଶୁକୁ କୌତୁକିଆ ଜିନିଷ ଖୋଜି ବାହାର କରିବାକୁ ଉତ୍ସାହିତ କରିବାକୁ ହେବ ଓ ଆବଶ୍ୟକ ସାମଗ୍ରୀ ଯୋଗାଇଦେବାକୁ ହେବ। ପ୍ରଥମେ କଷ୍ଟ ମନେ ହେଉଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ବିଜୟର ଅନୁଭବ ହେବ ଏବଂ ଆଉ ପ୍ରଥମ ସଫଳତାଠାରୁ ବଡ଼ କିଛି ନାହିଁ!

 

୩) ସେମାନଙ୍କୁ ଗେମ୍ ଖେଳିବାକୁ ଦିଅନ୍ତୁ

ଶ୍ରେଷ୍ଠ ଅଂଶ ହେଉଛି ଆପଣଙ୍କ ଶିଶୁର ଅଧ୍ୟୟନ ରୁଟିନରେ ଗେମ୍ ଯୋଗ କରିବା ଯାହାଫଳରେ ସେମାନେ କେବେ ବି ଖେଳିଲା .ବେଳେ କହିବେ ନାହିଁ ଯେ ‘‘ମୁଁ ବୋର୍ ହୋଇଯାଇଛି’’। ଏହା ପରୀକ୍ଷା ପାଇଁ ପଢ଼ିବା ସମୟରେ ବିରାମ ହୋଇପାରେ କିମ୍ବା ସମୁଦାୟ ଅଂଶ ସମ୍ପୂର୍ଣ୍ଣ କରିବା ପାଇଁ ସ୍ୱତନ୍ତ୍ର ଟ୍ରିଟ୍ ହୋଇପାରେ। ଶ୍ରେଷ୍ଠ ଅଂଶ ହେଉଛି ଆପଣଙ୍କ ଶିଶୁ ସାଧ୍ୟମତେ ପ୍ରୟାସ କରିବ ଏବଂ ଏହା ତାଙ୍କ ଭିତରରେ ଥିବା ସମ୍ଭାବନାକୁ ଉନ୍ମୁକ୍ତ କରିବାରେ ସହାୟକ ହେବ।

 

୪) ଆପଣଙ୍କ ଶିଶୁର ଶିକ୍ଷାଲାଭର ଶୈଳୀ ଚିହ୍ନଟ କରନ୍ତୁ

ସମୟକ୍ରମେ ଏବଂ ବିଷୟ ଉପରେ ନିର୍ଭର କରି, ଆପଣଙ୍କ ଶିଶୁ ମଧ୍ୟରେ ଶିକ୍ଷାଲାଭର ଶୈଳୀ ସୃଷ୍ଟି ହେବ ଯାହାକି କାମ କରିଥାଏ। ପିତାମାତା ଭାବରେ, ଆପଣଙ୍କୁ ଏହି ଶୈଳୀ ଚିହ୍ନିବା ସୁନିଶ୍ଚିତ କରିବାକୁ ହେବ ଏବଂ ସଠିକ ପିସି ସମ୍ବଳ ବ୍ୟବହାର କରିବାକୁ ଉତ୍ସାହିତ କରିବାକୁ ହେବ।

 

୫) ନିର୍ଦ୍ଦିଷ୍ଟ ମତାମତ ଦିଅନ୍ତୁ

ନିଜର ଦକ୍ଷତା ଅନୁଯାୟୀ ଖେଳିବାକୁ ଚେଷ୍ଟା କରିବା ଓ ପରୀକ୍ଷା କରିବା ପରାମର୍ଶ ଦିଆଯାଇଥାଏ ଓ ଆପଣଙ୍କ ଶିଶୁ ଦୁର୍ବଳ ରହିଥିବା ବିଷୟଗୁଡ଼ିକରେ କ’ଣ କରିବେ?
ପ୍ରଥମ ପଦକ୍ଷେପ ହେଉଛି ଶିକ୍ଷକଙ୍କୁ ନିର୍ଦ୍ଦିଷ୍ଟ, ସଂଶୋଧନଯୋଗ୍ୟ ବିଷୟ ପାଇଁ ମତାମତ ଦେବାକୁ ଅନୁରୋଧ କରିବେ ଏବଂ ସେହି ଅନୁଯାୟୀ ସହାୟତା ଲାଭ କରିବେ। ଏଠାରେ ମୁଖ୍ୟ ଚାବିକାଠି ହେଉଛି ଆପଣଙ୍କ ସନ୍ତାନଙ୍କ ଶିକ୍ଷକଙ୍କୁ ଅନେକ ପ୍ରଶ୍ନ ପଚାରନ୍ତୁ ଯାହାର ଉତ୍ତର କେବଳ ହଁ ବା ନାହିଁରେ ସୀମିତ ନଥିବ।

ଭୁଲନ୍ତୁ ନାହିଁ ଯେ ପିସି ହେଉଛି ଆପଣଙ୍କ ସନ୍ତାନର ସଫଳତା ପାଇଁ ଏକ ଚମତ୍କାର ମୋଟିଭେସନାଲ ଟୁଲ୍ ବା ପ୍ରୋତ୍ସାହନ ପ୍ରଦାନକାରୀ ଉପକରଣ