‘‘ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ବ୍ୟବସାୟ ଦିନକୁ ଦିନ ପରସ୍ପର ସହିତ ଅଧିକରୁ ଅଧିକ ଜଡ଼ିତ ହେବାରେ ଲାଗିଛି। ମୁଁ ଭାବୁନାହିଁ ଯେ କୌଣସି ବ୍ୟକ୍ତି ଗୋଟିଏକୁ ବାଦ୍ ଦେଇ ଅନ୍ୟଟି ବିଷୟରେ କିଛି କହିପାରିବେ’’
-ବିଲ୍ ଗେଟ୍ସ
ଆଜିକାଲି ସ୍କୁଲ୍ରେ ଯୋଗ ଦେଉଥିବା ୬୫ ପ୍ରତିଶତ ଛାତ୍ରଛାତ୍ରୀ ଆମେ ଜାଣିନଥିବା ବା ଚିନ୍ତା କରିନଥିବା ସମ୍ପୂର୍ଣ୍ଣ ନୂଆ ପ୍ରକାରର ବୃତ୍ତି ଗ୍ରହଣ କରୁଛନ୍ତି। ଏହି ବୃତ୍ତିଗୁଡ଼ିକ କ’ଣ ବୋଲି ଭାବୁଛନ୍ତି କି? [1]
3D ଡିଜାଇନ୍ ସ୍ପେଶିଆଲିଷ୍ଟ
ଜଣେ 3D ଡିଜାଇନ୍ ସ୍ପେଶିଆଲିଷ୍ଟ ହେଉଛନ୍ତି ଏପରି ବ୍ୟକ୍ତି ଯେକି 3D ଡିଜାଇନ୍ ସ୍ପେଶିଆଲିଷ୍ଟ ଏବଂ ଟୁଲ୍ ଏହା ସମ୍ପର୍କିତ ଡିଜାଇନ୍ ଆପ୍ଲିକେସନ ଭଲଭାବରେ ବୁଝିଥାନ୍ତି। ଏହି ବୃତ୍ତିରେ ଉତ୍କର୍ଷତା ହାସଲ କରିବା ପାଇଁ ଆବଶ୍ୟକ ଦକ୍ଷତା ହେଉଛି ଡିଜାଇନ୍ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଏବଂ ଶିଳ୍ପଭିତ୍ତିକ ସଫ୍ଟୱେୟାରରେ ଦକ୍ଷତା। ଡିଜାଇନରମାନଙ୍କର ସବୁକ୍ଷେତ୍ରରେ ବ୍ୟାପକ ଚାହିଦା ରହିଛି। ଆସବାବପତ୍ରଠାରୁ ପ୍ରୋସ୍ଥେଟିକ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଡିଜାଇନରଙ୍କ ପାଇଁ ବିଭିନ୍ନ ସୁଯୋଗ ରହିଛି।
ଭର୍ଚୁଆଲ ରିଅଲିଟି ଏକ୍ସପେରିଏନ୍ସ ଡିଜାଇନର
ଭର୍ଚୁଆଲ ରିଅଲିଟି ହେଉଛି ଏକ କମ୍ପ୍ୟୁଟରରୁ ଉତ୍ପନ୍ନ ହେଉଥିବା ପରିବେଶ ଯାହାକି ଆପଣଙ୍କୁ ସ୍ୱତନ୍ତ୍ର ହେଡସେଟ୍ ସହିତ ବିଭିନ୍ନ ବାସ୍ତବତା ଅନୁଭବ କରିବାକୁ ଦେଇଥାଏ। ଏହି ଡିଜାଇନର ଗବେଷଣା କରିବେ, କୌଶଳ ନିର୍ଦ୍ଧାରଣ କରିବେ, ପରିକଳ୍ପନା କରିବେ ଏବଂ ଏକ ‘‘ ବିଶ୍ୱାସଯୋଗ୍ୟ’’ ଭର୍ଚୁଆଲ ଅନୁଭୂତି ପ୍ରଦାନ କରିବେ ଯାହାକି ବାହ୍ୟ ପୃଥିବୀ ସଦୃଶ ବାସ୍ତବ ମନେହେଉଥିବ। ଉପଭୋକ୍ତାଙ୍କ ଆଚରଣକୁ ଗଭୀର ଭାବରେ ବୁଝୁଥିବା ତଥା ସୃଜନଶୀଳତା ରହିଥିବା ଏହି ଭୂମିକା ପାଇଁ ମୁଖ୍ୟ ଆବଶ୍ୟକ ଗୁଣ ହୋଇଥାଏ, ଏହି ଗୁଣ ସହିତ ସମକାଳୀନ ଟେକ୍ନୋଲୋଜିକାଲ୍ ଦକ୍ଷତା ମଧ୍ୟ ଅନ୍ୟତମ ଆବଶ୍ୟକତା ହୋଇଥାଏ। ଭିଆର୍ କ୍ଷେତ୍ରରେ ଭର୍ଚୁଆଲ ଟ୍ରେନିଂ କନଫରେନ୍ସ, ଟିମ୍ ମିଟିଂ, ଦୁର୍ଗମ ସ୍ଥାନରେ ଛୁଟି କଟାଇବା, ଫାଣ୍ଟାସି ରନିଂ ଟ୍ରେଲ୍ ଏବଂ ଆହୁରି ଅନେକ ସୁଯୋଗ ରହିଛି। [2]
ଡିଜିଟାଲ୍ କରେନ୍ସି ଆଡଭାଇଜର୍ସ
ଡିଜିଟାଲ୍ କରେନ୍ସି ଯେପରିକି ବିଟକଏନ୍ ବ୍ୟାପକ ଭାବରେ ନିବେଶ ପାଇଁ ବିଶେଷଜ୍ଞମାନଙ୍କ ଦ୍ୱାରା ବ୍ୟବହୃତ ହୋଇଛି ଏବଂ ଏହାର ବହୁତ ଚାହିଦା ରହିଛି। ଜଣେ ଡିଜିଟାଲ୍ କରେନ୍ସି ଆଡଭାଇଜର ଲୋକମାନଙ୍କୁ ଦର୍ଶାଇବେ ଯେ ଏହି ନୂତନ ଆର୍ଥିକ ପରିସଂସ୍ଥାନରେ ସେମାନଙ୍କର ଧନସମ୍ପତ୍ତିର ପରିଚାଳନା କରିବେ। ଏହି ଆଡଭାଇଜର ଆର୍ଥିକ ପରିଚାଳନା, ଆକାଉଣ୍ଟିଂ ବା ହିସାବ ନିରୀକ୍ଷଣ, କମ୍ପ୍ୟୁଟର ସିକ୍ୟୁରିଟି ଏବଂ ଅପରେଟିଂ ସିଷ୍ଟମ ସହିତ ଅଭ୍ୟସ୍ତ ହେବା ଉଚିତ। [3]
ହ୍ୟୁମାନ ଟେକ୍ନୋଲୋଜି ଇଣ୍ଟିଗ୍ରେସନ ସ୍ପେଶିଆଲିଷ୍ଟ
ହ୍ୟୁମାନ ଟେକ୍ନୋଲୋଜି ଇଣ୍ଟିଗ୍ରେସନ ସ୍ପେଶିଆଲିଷ୍ଟ ଟେକ୍ନୋଲୋଜିର ଦୈନନ୍ଦିନ ବ୍ୟବହାର ଦିଗରେ ସାମଗ୍ରିକ କାର୍ଯ୍ୟ କରିଥାନ୍ତି। ଅବଶ୍ୟ ଘର ବା ହେଉ କାର୍ଯ୍ୟାଳୟ ଟେକ୍ନୋଲୋଜି ଆଜିକାଲି ଦୈନନ୍ଦିନ ଜୀବନର ଆବଶ୍ୟକତା ପାଲଟିଗଲାଣି। ତେଣୁ ଉତ୍ପାଦକତା ବୃଦ୍ଧି ପାଇଁ ଟେକ୍ନୋଲୋଜିର ବ୍ୟବହାର ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ ପାଲଟିଛି। ପାରସ୍ପରିକ ଯୋଗାଯୋଗ ଦକ୍ଷତା ଏବଂ ଆଇଟି ବିଷୟରେ ଜ୍ଞାନ ଅପରିହାର୍ଯ୍ୟ ହୋଇପଡ଼ିବ, ଯାହାଫଳରେ ଜଣେ ଗ୍ରାହକ ବିନା ବାଧାରେ ଏକାଧିକ ଡିଭାଇସ୍ ଓ ସଫ୍ଟୱେୟାର ବ୍ୟବହାର କରି ସେଥିରୁ ଶ୍ରେଷ୍ଠ ଫଳାଫଳ ହାସଲ କରିପାରିବେ।
ଏ ସମସ୍ତ ବୃତ୍ତିରେ ସାଧାରଣ ସୂତ୍ର ହେଉଛି ଟେକ୍ନୋଲୋଜି। ଆଜିକାଲିର ପିଲାମାନେ ଟେକ୍ନୋଲୋଜି ସହିତ ଅଭ୍ୟସ୍ତ ହେବା ସହିତ ଆସନ୍ତାକାଲିର କାର୍ଯ୍ୟକ୍ଷମ ନାଗରିକରେ ପରିଣତ ହେବେ। ତେଣୁ ଉପଯୁକ୍ତ ଆରମ୍ଭ ପାଇଁ ବାଛନ୍ତୁ ସଠିକ ପିସି http://www.dellaarambh.com/pick-right-school-pc/
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ