ସ୍କ୍ରିନ୍ ଟାଇମ୍ ଆପଣଙ୍କ ସନ୍ତାନର ଶିକ୍ଷା ଲାଭ ପାଇଁ ଏକ ପ୍ରଭାବଶାଳୀ ଉପାୟ ହୋଇପାରେ। କିନ୍ତୁ ଏହା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଯେ ଏଥିପାଇଁ ଆପଣଙ୍କ ସନ୍ତାନ ମଧ୍ୟ ସଠିକ୍ ୱେବସାଇଟ୍ ବ୍ୟବହାର କରନ୍ତି।ଯେଉଁ ୱେବସାଇଟ୍ଗୁଡ଼ିକ ଶିକ୍ଷା ଓ ମନୋରଞ୍ଜନ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତି ସେଥିରେ ପିଲାମାନେ ରୁଚି ରଖିଥାନ୍ତି ଏବଂ ଏହା ସେମାନଙ୍କୁ ଶିକ୍ଷା ଲାଭ କରିବାରେ ସାହାଯ୍ୟ କରିଥାଏ।
ସଠିକ ୱେବସାଇଟ୍ ଖୋଜି ବାହାର କରିବା ଏକ କଠିନ କାର୍ଯ୍ୟ ହୋଇଥାଏ। ପିଲାକୁ ୱେବସାଇଟରେ ଅଭ୍ୟସ୍ତ କଲାବେଳେ ସେ ସଠିକ୍ ସୂଚନା ଲାଭ କରୁଛନ୍ତି ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
ଆପଣଙ୍କ ସନ୍ତାନକୁ ସୁଶିକ୍ଷା ଲାଭ କରିବାରେ ସାହାଯ୍ୟ କରିବା ପାଇଁ ସଠିକ୍ ୱେବସାଇଟ୍ ବାଛିବା ନିମନ୍ତେ ଏକ ଚେକଲିଷ୍ଟ ଦିଆଯାଇଛି।
ଆପଣ ବାଛିଥିବା ୱେବସାଇଟ୍ ଆପଣଙ୍କ ସନ୍ତାନର ଶିକ୍ଷା ଲାଭର ସ୍ତର ସହିତ ସମକକ୍ଷ ହୋଇପାରେ। ଆପଣଙ୍କ ସନ୍ତାନ ପାଇଁ ସବୁଠାରୁ ବଡ଼ ନିର୍ଣ୍ଣାୟକ ବିଷୟ ହେଉଛି ତାଙ୍କର ବୟସ ଓ ଗ୍ରେଡ୍ । ଏହି ଦୁଇଟି ବିଷୟ ସହିତ ପିତାମାତା ମଧ୍ୟ କେଉଁ ବିଷୟ ଓ ଦକ୍ଷତାରେ ଉନ୍ନତି ଆବଶ୍ୟକ ବିଚାର କରିବା ଉଚିତ। ଆପଣଙ୍କ ସନ୍ତାନ ପାଇଁ କଠିନ ମନେ ହେଉଥିବା ଇଣ୍ଟରଆକ୍ଟିଭ୍ ୱେବସାଇଟ ଉପରେ ନଜର ପକାନ୍ତୁ।
ବହୁ ୱେବସାଇଟରେ ଏକ ‘ଫ୍ରିମିୟମ୍’ ମଡେଲ୍ ରହିଥାଏ। ଯେଉଁଠାରେ ବ୍ୟବହାର କରିବା ପାଇଁ ସୂଚନାର ପରିମାଣ ଉପରେ ଏକ ସୀମା ରହିଥାଏ। ତେଣୁ ପରେ ଆଶ୍ଚର୍ଯ୍ୟ ହେବା ଏଡାଇବା ପାଇଁ ମୂଲ୍ୟ ବିଷୟରେ ଯାଞ୍ଚ କରି ନିଅନ୍ତୁ ଯେପରିକି ପରେ କୌଣସି ଲୁକ୍କାୟିତ ଖର୍ଚ୍ଚ ବିଷୟରେ ଜାଣିବା ଫଳରେ ଆପଣଙ୍କ ସନ୍ତାନର ଶିକ୍ଷା ଲାଭ ବିଷୟରେ ବାଧା ଉପୁଜିପାରେ। ଉପଭୋକ୍ତା ରେଟିଂ, ରିଭ୍ୟୁଜ୍ ଏବଂ ଏଜୁକେଟରଙ୍କ ସୁପାରିଶ ଆପଣଙ୍କୁ ଏକ ୱେବସାଇଟ୍ ଆକ୍ସେସ୍ କରିବା ପାଇଁ ପୈଠ କରିବେ କି ନା କିମ୍ବା ଅନ୍ୟ ଏକ ବିକଳ୍ପ ଖୋଜିବେ ସ୍ଥିର କରିବାରେ ସାହାଯ୍ୟ କରିବ।
ସଠିକ୍ ସୂଚନା ଏବଂ ଉତ୍ସ ମଧ୍ୟ ଆପଣଙ୍କ ସନ୍ତାନର ଶିକ୍ଷାଲାଭ ବଳୟରେ ପରିବର୍ତ୍ତନ ଆଣିଦେଇପାରେ। ସହପାଠୀମାନଙ୍କ ମଧ୍ୟରେ ଏବଂ ଏହି କ୍ଷେତ୍ରର ବିଶେଷଜ୍ଞଙ୍କ ମଧ୍ୟରେ ୱେବସାଇଟର ଲୋକପ୍ରିୟତା ଯଥାର୍ଥତାର ଏକ ଉତ୍ତମ ଚିହ୍ନଟକାରୀ ହୋଇଥାଏ। ବିଭିନ୍ନ ଉତ୍ସରୁ ରିଭ୍ୟୁ ପଢ଼ି ଏବଂ ଶିକ୍ଷକମାନଙ୍କୁ ପଚାରି ଓ ଶିକ୍ଷକମାନଙ୍କୁ ଓ ସେମାନଙ୍କର ସାଙ୍ଗସାଥୀଙ୍କୁ ପଚାରି ସେମାନଙ୍କର ମତାମତ ନେଇ ସୁନିଶ୍ଚିତ କରନ୍ତୁ ଯେ ୱେବସାଇଟର ବିଷୟବସ୍ତୁ ଆପଣଙ୍କ ସନ୍ତାନର ଶିକ୍ଷା ଲାଭ ପାଇଁ ଯଥାର୍ଥ।
ଏହା ବୁଝିହେଉଛି ଯେ ଅନଲାଇନ୍ ସେଫ୍ଟି ବା ନିରାପତ୍ତା ପିତାମାତାଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ। ପିତାମାତା ନିରାପତ୍ତା ଓ ଭରସାଯୋଗ୍ୟତା ଯାଞ୍ଚ କରିବା ପାଇଁ, ମାଲ୍ ୱେୟାର୍, ପପ୍ ଅପ୍, ଇନଭାସିଭ ଆଡଭର୍ଟାଇଜିଂ ଏବଂ ଫଲ୍ଟିଲିଙ୍କ ରହିଛି ଗୋଟିଏ ୱେବସାଇଟ୍ ଭଲ ଭାବରେ ବ୍ରାଉଜ୍ କରି ଦେଖିବେ । ଅଧିକ ନିରାପତ୍ତା ପାଇଁ, ପିତାମାତା ଗୁଗୁଲ୍ ଟ୍ରାନ୍ସପିରେନ୍ସି ରିପୋର୍ଟ ଟୁଲ୍ (Google Transparency Report Tool.) ବ୍ୟବହାର କରି ଏହା ପିଲାମାନଙ୍କ ପାଇଁ ନିରାପଦ କି ନା ଚିହ୍ନଟ କରିପାରିବେ।
 
ପର୍ଯ୍ୟାୟ 1: ଆପଣ ଯାଞ୍ଚ କରିବାକୁ ଚାହୁଁଥିବା ୱେବସାଇଟ୍ ଲିଙ୍କ କପି କରି ପେଷ୍ଟ କରନ୍ତୁ।
ପର୍ଯ୍ୟାୟ 2: ଏଣ୍ଟର ଦବାନ୍ତୁ
ପର୍ଯ୍ୟାୟ 3: ଫଳାଫଳ ଦେଖନ୍ତୁ
କଥାବାର୍ତ୍ତା ହେବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଭିନ୍ନ ବିଷୟ ଜାଣିବା ପାଇଁ ଆପଣଙ୍କ ସନ୍ତାନର ସହପାଠୀ ଓ ଉପର ଶ୍ରେଣୀର ପିଲାମାନଙ୍କ ସହିତ ଓ ତାଙ୍କର ପିତାମାତାଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଏହା ମଧ୍ୟ ସୁନିଶ୍ଚିତ କରନ୍ତୁ ଯେ ଆପଣ ସଠିକ୍ ପ୍ରକାରର ପିସି ବାଛିଛନ୍ତି: https://www.dellaarambh.com/odia/pick-right-school-pc/
 
 
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ