‘‘ ପିସି କେବଳ ଛାତ୍ରଛାତ୍ରୀମାନଙ୍କ ପାଇଁ ସହାୟକ ହୋଇଥାଏ ନୁହେଁ, ଏହା ମଧ୍ୟ ଶିକ୍ଷକମାନଙ୍କ ପାଇଁ ଅଭିନବ ଓ ସୃଜନଶୀଳ ଭିତ୍ତିଭୂମି ପ୍ରଦାନ କରିଥାଏ; ସେମାନଙ୍କୁ ଶିକ୍ଷାଦାନରେ ଉତ୍ସାହିତ କରିବା ପାଇଁ ନୂଆ ନୂଆ ପଦ୍ଧତିକୁ ନେଇ ପରୀକ୍ଷା ନିରୀକ୍ଷା କରିବାରେ ସାହାଯ୍ୟ କରିଥାଏ।’’
-ଶ୍ରୀମତୀ ଆକାଂକ୍ଷା ବକ୍ସି-ଜଏଣ୍ଟ ଡାଇରେକ୍ଟର ସିଡ଼ଲିଂ ଇଣ୍ଟରନ୍ୟାସନାଲ ଏକାଡେମୀ
ଛାତ୍ରଛାତ୍ରୀଙ୍କ ଜୀବନରେ ଜଣେ ଶିକ୍ଷକଙ୍କର ଭୂମିକା ନିର୍ଦ୍ଧାରିତ ହୋଇ ରହିଥାଏ। ଗବେଷଣାରୁ ଜଣାପଡ଼ିଛି ଯେ ଭଲ ଶିକ୍ଷକମାନେ ହିଁ ଛାତ୍ରଛାତ୍ରୀଙ୍କ ଜୀବନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି- କେବଳ ଶିକ୍ଷାକ୍ଷେତ୍ରରେ ନୁହେଁ ଜୀବନର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସଫଳତା ହାସଲରେ ସହାୟକ ହୋଇଥାନ୍ତି। ଉତ୍ସାହୀ, ପ୍ରେରଣାପ୍ରଦାନକାରୀ ଏବଂ ପ୍ରଭାବଶାଳୀ ଶିକ୍ଷକ ଉଚ୍ଚମାନର ଶିକ୍ଷାର ମୂଳଦୁଆ ହୋଇଥାନ୍ତି। [1]
ସଠିକ ଦିଗରେ ମାତ୍ର କେତୋଟି ପଦକ୍ଷେପ ନେଇ ଜଣେ ଶିକ୍ଷକ, ଶିକ୍ଷା ଲାଭ ସହିତ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ସୁଧାର ଆଣିପାରିବେ।
ଯେଉଁ ଛାତ୍ରଛାତ୍ରୀମାନେ ମୂଳ ବିଷୟକୁ ବୁଝି ବାସ୍ତବରେ ପ୍ରୟୋଗ କରନ୍ତି ସେମାନେ ବିଷୟକୁ ଗଭୀର ଭାବରେ ହୃଦୟଙ୍ଗମ କରିଥାନ୍ତି ଏବଂ ସେମାନେ କେବଳ ବିଷୟକୁ ଘୋଷି ମନେ ରଖୁଥିବା ପିଲାଙ୍କ ତୁଳନାରେ ପରୀକ୍ଷାରେ ଭଲ ନମ୍ବର ରଖିଥାନ୍ତି ବୋଲି ଏକ ନୂତନ ୟୁଚିକାଗୋ -ଲେଡ ଅଧ୍ୟୟନରୁ ଜଣାପଡ଼ିଛି। କାର୍ଯ୍ୟ କରିବା ଦ୍ୱାରା ଶିକ୍ଷା କରିବା ପଦ୍ଧତି ବିଭିନ୍ନ ସ୍ଥାନକୁ ଯାତ୍ରା କରିବା, ଭର୍ଚୁଆଲ ସିମୁଲେସନ, ଲ୍ୟାବ ଭିଜିଟ୍ ଏବଂ ଦଳଗତ କାର୍ଯ୍ୟକଳାପ ତଥା ପଠିତ ବିଷୟର ତତ୍କାଳ କାର୍ଯ୍ୟାଭ୍ୟାସ ପ୍ରୟୋଗକୁ ଅନ୍ତର୍ଭୁକ୍ତ କରିବା। [2]
ସହବନ୍ଧନ ବା ମିଳିତ ଭାବରେ କାର୍ଯ୍ୟକରିବା ଛାତ୍ରଛାତ୍ରୀଙ୍କର ପାରସ୍ପରିକ ଦକ୍ଷତା, ସମୟ ପରିଚାଳନା ଏବଂ ଆୟୋଜନ ଦକ୍ଷତା ବିକଶିତ କରିବାର ଏକ ଚମତ୍କାର ଉପାୟ। ଦଳଗତ କାର୍ଯ୍ୟକଳାପଗୁଡ଼ିକ ଅନ୍ତର୍ଭୁକ୍ତ କରିପାରେ ତର୍କ, ଉପସ୍ଥାପନା, ରିପୋର୍ଟ ଏବଂ ଛାତ୍ରଛାତ୍ରୀମାନେ କେଉଁ ବିଷୟରେ ଦକ୍ଷ ଓ କେଉଁଥିରେ ଉନ୍ନତି ଆବଶ୍ୟକ କରନ୍ତି ଜାଣିବା ପାଇଁ ବିଭିନ୍ନ ସ୍ତରର ମାନସ ମନ୍ଥନ ଅଧିବେଶନ ଇତ୍ୟାଦି
ଯଦି ଜଣେ ଛାତ୍ର ସ୍ପଷ୍ଟ ଭାବରେ ଭାଷା ପ୍ରତି ଆଗ୍ରହ ଦର୍ଶାଉଥାନ୍ତି, ତାଙ୍କୁ ବାହ୍ୟ କାର୍ଯ୍ୟକଳାପ ଯେପରିକି ଭାଷଣ ଏବଂ ତର୍କ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉତ୍ସାହିତ କରାଯିବା ଆବଶ୍ୟକ। ଅନ୍ୟପକ୍ଷରେ ଯଦି ଜଣେ ଛାତ୍ର ଗୋଟିଏ ନିର୍ଦ୍ଦିଷ୍ଟ ବିଷୟ ଯେପରିକି ବୀଜଗଣିତରେ ଦୁର୍ବଳ ଥାନ୍ତି ତେବେ ତାଙ୍କୁ Wikispace classroom. [3] ମାଧ୍ୟମରେ ଅତିରିକ୍ତ ଶିକ୍ଷଣ ସାମଗ୍ରୀ ଯୋଗାଇ ଦିଆଯାଇପାରିବ। ଏହାସହିତ ଛାତ୍ରଛାତ୍ରୀମାନଙ୍କୁ ପରସ୍ପରଠାରୁ ଶିକ୍ଷା କରିବା ପାଇଁ ସଠିକ ସୁଯୋଗ ଦିଆଯାଇପାରିବ, ଯେପରିକି ଦଳଗତ ଭାବରେ ପ୍ରୋଜେକ୍ଟ କରିବା।
ପିସି ସମର୍ଥ ଶିକ୍ଷାଲାଭ ଛାତ୍ରଛାତ୍ରୀମାନଙ୍କୁ ବିଷୟକୁ ଶୀଘ୍ର ତଥା ଗଭୀର ଭାବରେ ବୁଝିବା ପାଇଁ ସାହାଯ୍ୟ କରିଥାଏ। [4] ଅନ୍ଲାଇନ ଟୁଲ୍ରେ ସିମୁଲେସନଠାରୁ ଆରମ୍ଭ କରି ପିସି ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ପ୍ରଦାନ କରିଥାଏ। ଘୋଷା ପାଠ ତୁଳନାରେ ଛାତ୍ରମାନେ ଏହାକୁ ଅଧିକ ଗଭୀର ଭାବରେ ବୁଝିପାରିଥାନ୍ତି ଏବଂ ବିଷୟକୁ ଅଧିକ ଦିନ ପର୍ଯ୍ୟନ୍ତ ମନେ ରଖିପାରନ୍ତି ଓ ଏହା ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ।
ଶିକ୍ଷକମାନେ ପ୍ରତିଦିନ ନୂଆ ନୂଆ ଶିକ୍ଷାଲାଭ ଅନୁଭୂତି ଲାଭ କରିଥାନ୍ତି ଏବଂ ଏମିତି ଛୋଟ ଛୋଟ ପଦକ୍ଷେପ ଗ୍ରହଣ କରି ବ୍ୟାପକ ପରିବର୍ତ୍ତନ ଆଣିଥାନ୍ତି। ଏହି କୌଶଳଗୁଡ଼ିକର ପ୍ରୟୋଗ ଶ୍ରେଣୀଗୃହର ଅନୁଭୂତିକୁ ଉଚ୍ଚକୋଟିର କରିବା ସହ ପିଲାମାନଙ୍କ ଭିତରେ ଶିକ୍ଷାଲାଭ ପ୍ରତି ଭଲପାଇବା ସୃଷ୍ଟି କରିଥାଏ।
ତେବେ, ଆପଣମାନେ କିପରି ଶ୍ରେଣୀଗୃହର ନିତିଦିନିଆ ଅନୁଭୂତିରେ ଉନ୍ନତି ଆଣୁଛନ୍ତି? #DellAarambh ବ୍ୟବହାର କରି ଆମକୁ Tweet କରନ୍ତୁ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ହାଇବ୍ରିଡ୍ ବନାମ ମିଶ୍ରିତ ଶିକ୍ଷା
ଏକ ମୁକ୍ତ ଶିକ୍ଷାର୍ଥୀ ଗୋଷ୍ଠୀର ବିକାଶ କରିବା ପାଇଁ ସ୍କ୍ରିନ ମାଧ୍ୟମରେ ପହଞ୍ଚ
ବିଦ୍ୟାର୍ଥୀମାନେ ସେମାନଙ୍କର କ୍ୟାମେରା ଅନ୍ କରିବାକୁ ଉତ୍ସାହିତ କରିବା ପାଇଁ କୌଶଳଗୁଡ଼ିକ
ସାତଟି ଉପାୟରେ ଟେକ୍ନୋଲୋଜି ଶିକ୍ଷକମାନଙ୍କୁ କୌଶଳଗୁଡ଼ିକ ପଢ଼ାଇବାରେ ଆଗକୁ ବଢ଼ାଇଛି
ଶୀର୍ଷକ: ଦୂର ଶିକ୍ଷା - ଛୋଟ ପିଲାମାନଙ୍କର ମନଯୋଗ ରକ୍ଷା କରିବା ଏବଂ ନିୟୋଜିତ ରହିବାରେ ସାହାଯ୍ୟ କରିବା ପାଇଁ 8ଟି ଟିପ୍ପଣୀ