ପିସି ଚାରୋଟି ଉପାୟରେ ଶିକ୍ଷାଲାଭକୁ କୌତୁକିଆ କରିଥାଏ!

 

‘‘ଆମେ ଚାହୁଁ ଯେ ଲୋକଙ୍କୁ ଶିକ୍ଷାଲାଭ କରିବା ପାଇଁ ନେବା ପାଇଁ ଶିକ୍ଷାଲାଭକୁ ଲୋକଙ୍କ ପାଇଁ ଆଣିବା।’’

- ଇଲିଅଟ୍ ମାସି

 

କୌଣସି ବିଷୟ ସମସ୍ତଙ୍କ ପାଇଁ ବିରକ୍ତିକର ହୋଇନଥାଏ।  ଠିକ୍ ସେହିପରି ଭାବରେ କୌଣସି ବିଷୟ ସମସ୍ତଙ୍କ ପାଇଁ ମୂଳରୁ ଉତ୍ସାହଜନକ ହୋଇନଥାଏ।  ଏକ ମୋନୋଟୋନସ୍ ବା ଚିରାଚରିତ ବିଷୟରେ ଛାତ୍ରଛାତ୍ରୀଙ୍କ ମନ ଲଗାଇ ରଖିବା ଶିକ୍ଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥାଏ ଏବଂ ଯଦି ଠିକ୍ ଉପାୟରେ ଏହି କାର୍ଯ୍ୟ କରାଯାଏ ନାହିଁ ତେବେ ଏହା କରିବା କଷ୍ଟକର ହୋଇପାରେ। ଏହି ପରିପ୍ରେକ୍ଷୀରେ ଶିକ୍ଷାଲାଭ ଉଦ୍ଦେଶ୍ୟରେ ପିସି ବ୍ୟବହାର କରିବା ଏକ ସହଜସାଧନ ହୋଇଥାଏ। ଆପଣ ଛାତ୍ରଛାତ୍ରୀଙ୍କ ମନ ନିବେଶରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ କରିପାରିବେ। ବିରକ୍ତିକର ବିଷୟ ବିରକ୍ତିକର ହେବ ନାହିଁ, ଏକ ପିସିର ସୌଜନ୍ୟ!

 

ଇତିହାସ

ଇତିହାସରେ ଅଧିକାଂଶ ପ୍ରସିଦ୍ଧ ଚଳଚ୍ଚିତ୍ରର ସମସ୍ତ ଉପାଦାନ ରହିଥାଏ ଯେପରିକି ପୋକାହୋଣ୍ଟାସ୍ କିମ୍ବା ନାଇଟ ଆଟ୍ ଦ ମ୍ୟୁଜିୟମ୍ ତେଣୁ ଏହା ପିଲାମାନେ ଶିଖିବା ପାଇଁ ଆଗ୍ରହୀ ହେବା ପରି ବିଷୟ ହୋଇଥିବା ଉଚିତ୍। ଆପଣଙ୍କ ଶିକ୍ଷାଦାନ ବା ଟିଚିଂରେ ସହାୟତା ପାଇଁ ଭିଜୁଆଲ୍ ମିଡିଆ ବ୍ୟବହାର କରିବା ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମୁହଁରେ ଶୂନ୍ୟତା ପରିବର୍ତ୍ତେ ସନ୍ତୋଷ ଭରିଦେବାରେ ସହାୟକ ହୋଇପାରେ। ଚଳଚ୍ଚିତ୍ର ନିର୍ମାତାଙ୍କର ଏହି ବିଷୟ ପ୍ରତି ତୀବ୍ର ଭଲପାଇବା ରହିଛି। ଉଦାହରଣ ସ୍ୱରୂପ, ଯଦି ଆପଣ ଚାହାନ୍ତି ଯେ ଆପଣଙ୍କ ପିଲାମାନେ ହୋଲୋକଷ୍ଟ କେତେ ଗୁରୁତର ଥିଲା, ଆପଣ ସମ୍ଭବତଃ ସେମାନଙ୍କୁ ଦେଖାଇପାରିବେ ଯେ ଦ ପିଆନିଷ୍ଟ, ସିଣ୍ଡଲର୍ସ ଲିଷ୍ଟ କିମ୍ବା ଦ ଡାଇରି ଅଫ୍ ଆନିଫ୍ରାଙ୍କ୍। ଏହି ସିନେମା ଦେଖିବା ପରେ ଆପଣ ଫିଲ୍ମର ଐତିହାସିକ ସଠିକତା ଓ ଯେଉଁ ଅଂଶ ସେଥିରେ ପ୍ରତିଫଳିତ ହୋଇଛି  ସେ ବିଷୟରେ ଆଲୋଚନା କରିପାରିବେ।  ଅଧିକନ୍ତୁ, ପିସି ରିସୋର୍ସ ବ୍ୟବହାର କରିବା, ଛାତ୍ରଛାତ୍ରୀଙ୍କୁ ଉଲ୍ଲେଖନୀୟ ପରିମାଣର ବିଷୟ ଅନୁସନ୍ଧାନ କରିବାକୁ ଦେଇଥାଏ।  

 

 ବିଜ୍ଞାନ

ଯଦି ପିଲାମାନଙ୍କର ଏକ ପ୍ରିୟ ପ୍ରଶ୍ନ ଖୋଜାଯାଏ, ସମ୍ଭବତଃ ଏହା ହେବ ‘‘କାହିଁକି?’’ ପୃଥିବୀ ବିଷୟରେ ସେମାନଙ୍କ ପ୍ରାକୃତିକ ଉତ୍କଣ୍ଠାକୁ ଉତ୍ସାହିତ କରିବା ଦ୍ୱାରା ଏବଂ ସେମାନଙ୍କୁ କିପରି ନିଜ ପାଇଁ ନିଜେ ଉତ୍ତର ଖୋଜିବେ ଶିକ୍ଷା ଦେବା ଦ୍ୱାରା। ଛାତ୍ରଛାତ୍ରୀଙ୍କୁ ବହି ବାହାରକୁ ନେଇଯିବା ଏବଂ ସେମାନଙ୍କୁ ବିଜ୍ଞାନର କାର୍ଯ୍ୟାଭ୍ୟାସ ପ୍ରୟୋଗ ଦର୍ଶାଇବା ଚାବିକାଠି ହୋଇଥାଏ। ଆପଣ ସେମାନଙ୍କୁ ଏହି ପ୍ରକ୍ରିୟାରେ ଜଡ଼ିତ  ହେବା ପାଇଁ ଆଲୋଚନା କରିବା ପାଇଁ ସମ୍ଭାବନା ପ୍ରଦାନ କରନ୍ତୁ।  ତାହା ପରେ, ଏହି ପରୀକ୍ଷଣରେ ଆଗକୁ ବଢ଼ିବା ଦ୍ୱାରା ଦର୍ଶାଇଥାଏ ଯେ ସେମାନେ କିପରି ଭାବରେ ଶିକ୍ଷା କରିଥିବା ବିଷୟକୁ ପ୍ରୟୋଗ କରିଥାନ୍ତି ଏହାଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନ କୌତୁକିଆ ମନେ ହେବ। 

 

ଗଣିତ

କେତେକ ଛାତ୍ରଛାତ୍ରୀଙ୍କ ପାଇଁ ଅଙ୍କ ସ୍ରୋତର ପ୍ରତିକୂଳରେ ଦୌଡ଼ିବା ସଦୃଶ ହୋଇଥାଏ।  ସବୁବେଳେ ସଂଖ୍ୟାଗୁଡ଼ିକ କିପରି ପରସ୍ପର ସହିତ ଫିଟ୍ ହୋଇଥାନ୍ତି ସେ ବିଷୟରେ ଭଲଭାବରେ ବୁଝି ହୋଇନଥାଏ ଏବଂ ବେଳେ ବେଳେ ଏହା କାଠିକର ପାଠ ହୋଇଥାଏ। ସୌଭାଗ୍ୟର ବିଷୟ ଟେକ୍ନୋଲୋଜି ବହୁତ ଅଗ୍ରଗତି କଲାଣି ଏବଂ ଏହାଫଳରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଉପାୟରେ ଏହାକୁ ଶିଖି ପାରୁଛନ୍ତି ସହଜ କରିପାରୁଛନ୍ତି। ଏହି ୱେବସାଇଟଗୁଡ଼ିକ ଇଣ୍ଟରଆକ୍ଟିଭ୍ ଆକ୍ଟିଭିଟି ପ୍ରଦାନ କରେ ଏବଂ ଭିଜୁଆଲ୍ ରିପ୍ରେଜେଣ୍ଟେସନ୍ ଛାତ୍ରଛାତ୍ରୀଙ୍କ ମନ ଲଗାଇ ରଖିବାରେ ସାହାଯ୍ୟ କରିପାରେ। ଯେତେବେଳେ ଛାତ୍ରଛାତ୍ରୀ ଶ୍ରେଣୀରେ ଶିକ୍ଷା କରିଥିବା ବିଷୟକୁ ବାସ୍ତବ ଜୀବନରେ ବିଭିନ୍ନ ବିଷୟରେ ପ୍ରତିଫଳିତ ହେଉଥିବା ହୃଦୟଙ୍ଗମ କରନ୍ତି ଏହା ସେମାନଙ୍କୁ ସେମାନେ ଶିଖିଥିବା ବିଷୟ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିଥାଏ। 

 

ଭୁଗୋଳ

ସଠିକ ଭୁଗୋଳ ଶିକ୍ଷା କରିବା ସହିତ ଛାତ୍ରଛାତ୍ରୀମାନେ ଶ୍ରେଣୀ ଗୃହ ଭିତରେ ରହି ମଧ୍ୟ ସାରା ପୃଥିବୀ ଭ୍ରମଣ କରିପାରିବେ। ଶିକ୍ଷାଲାଭ କରିବାଠାରୁ ମାନଚିତ୍ରରେ ବିଭିନ୍ନ ଦେଶ ଚିହ୍ନଟ କରିବା, ବିଭିନ୍ନ ସମୟ କ୍ଷେତ୍ରକୁ ବୁଝିବା। ଏକ PC ବ୍ୟବହାର କରି ଜଣେ ଛାତ୍ର, ଗୁଗୁଲ୍ ଆର୍ଥରେ ସାରା ପୃଥିବୀର ବୈଶିଷ୍ଟ୍ୟ ଦେଖିପାରିବେ । ଏହା ହେଉଛି ପିଲାମାନଙ୍କୁ ସେମାନେ ବାସ କରୁଥିବା ପୃଥିବୀ ବିଷୟରେ ଶିକ୍ଷା ଦେବାରେ ଏକ ଆଦର୍ଶ ବିଧି, ଯାହାଫଳରେ ଛାତ୍ରଛାତ୍ରୀମାନେ ତାଙ୍କର ଜ୍ଞାନ ବ୍ୟକ୍ତିଗତ ଭୁଗୋଳ ତୁଳନାରେ ଅଧିକ ପରିବର୍ଦ୍ଧିତ କରିଥାନ୍ତି। 

 

ଯଦି ଆପଣଙ୍କ ବିଷୟଗୁଡ଼ିକ ପ୍ରାସଙ୍ଗିକ ଏବଂ ସମ୍ପର୍କିତ ହୋଇଥାଏ, ଛାତ୍ରଛାତ୍ରୀ ପୃଥିବୀର ଅଧିକ ବୋରିଂ ବିଷୟ ମଧ୍ୟ ଶିକ୍ଷା କରିବା ପାଇଁ ପ୍ରୋତ୍ସାହିତ ହେବେ।