ଦିନ ଥିଲା କେବଳ କ୍ରୀଡ଼ା ବା କଳାକୁ ସଉକ୍ ଭାବରେ ଗ୍ରହଣ କରାଯାଉଥିଲା- ଆଜିକାଲି ଟେକ୍ନୋଲୋଜି ଭିତ୍ତିକ ସଉକ୍ ଲୋକପ୍ରିୟ ହେଲାଣି। ଆପଣ ଅବସର ସମୟରେ ବିଭିନ୍ନ ସୃଜନଶୀଳ ସଉକ୍ ଆପଣଙ୍କ କମ୍ପ୍ୟୁଟର୍ ମାଧ୍ୟମରେ ଅଭ୍ୟାସ କରପାରିବେ। ଆପଣ ସାରା ବିଶ୍ୱ ବିଷୟରେ ଜାଣିପାରିବେ ଓ ନିଜର ସୁନ୍ଦର କଳାକୃତି ସୃଷ୍ଟି କରିପାରିବେ।
ଆସନ୍ତୁ ଏହି ସରଳ ଟେକ୍ନୋଲୋଜିଭିତ୍ତିକ ସଉକ୍ ଆରମ୍ଭ କରନ୍ତୁ!
ବ୍ଲଗ୍ ହେଉଛି ଏକ ଡାଇରୀ ଷ୍ଟାଇଲ୍ର ୱେବ୍ସାଇଟ୍ ଯାହାକି ଅନ୍ଲାଇନ୍ ଶ୍ରୋତାମାନଙ୍କୁ ଅନୌପଚାରିକ ଭାବରେ ମଗ୍ନକରି ରଖିବା ପାଇଁ ବ୍ୟବହାର କରାଯାଇଥାଏ। ବ୍ଲଗିଙ୍ଗ୍ ଅନ୍ଲାଇନ୍ ଜର୍ଣ୍ଣାଲ୍ ରକ୍ଷଣାବେକ୍ଷଣ ପାଇଁ କିମ୍ବା ଏପରିକି ଆପଣଙ୍କ ଚାତୁରୀର ପ୍ରଦର୍ଶନ ପାଇଁ ଏକ ଉତ୍ତମ ମାଧ୍ୟମ ହୋଇଥାଏ। ପାରମ୍ପରିକ ବ୍ଲକ୍ ପାଠ୍ୟ ଓ ଚିତ୍ର ବ୍ୟବହାର କରୁଥିବା ବେଳେ ବ୍ଲଗିଂର କଳା
ବିଭିନ୍ନ ଗଣମାଧ୍ୟମ ଓ ଭିତ୍ତିଭୂମିରେ ପ୍ରସାରିତ ହୋଇଛି। ଆପଣ ସାଉଣ୍ଡକ୍ଲାଉଡ୍ ପରି ପ୍ଲାଟ୍ଫର୍ମରୁ ଏବେ ପୋଡ୍କାଷ୍ଟକୁ ଇଣ୍ଟିଗ୍ରେଟ୍ କରି ଆପଣଙ୍କ ସ୍ୱର ସାରାବିଶ୍ୱକୁ ଶୁଣାଇପାରିବେ କିମ୍ବା 104 ବର୍ଣ୍ଣ ବା କମ୍ର ‘ମାଇକ୍ରୋବ୍ଲଗ୍’ ପାଇଁ ଟୁଇଟର କିମ୍ବା ଇନ୍ଷ୍ଟାଗ୍ରାମ୍କୁ ଯାଆନ୍ତୁ। ଆପଣ ଯେଉଁ ପ୍ଲାଟ୍ଫର୍ମ ବା ମାଧ୍ୟମ ବ୍ୟବହାର କରନ୍ତୁ ନା କାହିଁକି ବ୍ଲଗିଂ ଆପଣଙ୍କୁ ସାରା ପୃଥିବୀ ସହିତ ସଂଯୁକ୍ତ କରିବା ପାଇଁ ଏକ ଚମତ୍କାର ଉପାୟ।
କମ୍ପ୍ୟୁଟର୍ ସଫ୍ଟୱେୟାର ଆପ୍ ଏବଂ ୱେବ୍ସାଇଟ୍ ତିଆରି ପାଇଁ କଣ ବ୍ୟବହାର କରାଯାଇଥାଏ ଭାବୁଛନ୍ତି କି? ଉତ୍ତର ହେଉଛି କୋଡ୍। ଆପଣଙ୍କ ବ୍ରାଉଜର, ଆପଣଙ୍କ ଓଏସ, ଆପଣଙ୍କ ଫୋନ୍ର ଆପ୍ଲିକେସନ୍, ଫେସ୍ବୁକ୍ ଏବଂ ଏହି ୱେବ୍ସାଇଟ୍ ସବୁକିଛି କୋଡ୍ରୁ ତିଆରି। କୋଡିଂ ହେଉଛି ଏକ ଆକର୍ଷଣୀୟ ଏବଂ ଲୋଭନୀୟ ସଉକ୍ ଯାହାକୁ କି ଦୃଢ଼ କ୍ୟାରିଅର୍ ଗଠନରେ ରୂପାନ୍ତରିତ କରାଯାଇପାରିବ। ଏବଂ କିଏ ଜାଣେ ଆପଣ ହୁଏତ ପରବର୍ତ୍ତୀ ଫେସ୍ବୁକ୍ ସୃଷ୍ଟି କରିବା ଦିଗରେ ଅଗ୍ରସର ହେଉଥାଇପାରନ୍ତି! ଏଠାରେ ଆପଣଙ୍କ ପାଇଁ ଆପଣ ଚାହୁଁଥିବା କେତେକ ବିଷୟ ସହିତ କୋଡିଂର ମୌଳିକ ବିଷୟ ବୁଝିବା ପାଇଁ ମାର୍ଗଦର୍ଶନ ଦିଆଯାଇଛି।
ଏକ ଭ୍ଲଗ୍ (କିମ୍ବା ଭିଡ଼ିଓ ବ୍ଲଗ୍) ହେଉଛି ଏକ ବ୍ଲଗ୍ ଯାହାକି ଭିଡ଼ିଓ ବିଷୟବସ୍ତୁ ଧାରଣ କରେ। ଆପଣ ସରଳ ଭାବରେ ଆପଣଙ୍କର ଭ୍ଲଗ୍ ଆରମ୍ଭ କରିବାକୁ ବାଛି ପାରିବେ ଏବଂ ଆପଣଙ୍କ ଦର୍ଶକମାନଙ୍କୁ ଦୈନନ୍ଦିନ କାର୍ଯ୍ୟକଳାପ ଦେଖାଇପାରିବେ କିମ୍ବା ସେମାନଙ୍କ ପାଇଁ ପରୀକ୍ଷା କରି ଦେଖିବାକୁ ଏକ ଡିଆଇୱାଇ କାର୍ଯ୍ୟକଳାପ ସୃଷ୍ଟି କରିପାରିବେ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବହୁ ବୃତ୍ତିଧାରୀ ଭ୍ଲଗ୍ର ଏହିପରି ଭାବରେ ତାଙ୍କର ଭ୍ଲଗ୍ ଆରମ୍ଭ କରିଛନ୍ତି। ଲିଲି ସିଂ ଏ.କେ.ଏ. ସୁପରଓମ୍ୟାନ, ଶ୍ରଦ୍ଧା ଶର୍ମା, ତନ୍ମୟ ଭଟ୍ଟ ହେଉଛନ୍ତି କେତେକ ଭ୍ଲଗ୍ର ଯେଉଁମାନେ ନିଜ ଘରେ ଭିଡ଼ିଓ ସୁଟିଂ କରି ଯଶ ଅର୍ଜ୍ଜନ କରିଛନ୍ତି। ଠିକ୍ ସେହିପରି ଭାବରେ ସେରଜେଡ୍ ସ୍ରଫ୍, ପ୍ରସିଦ୍ଧ ୟୁଟ୍ୟୁବ୍ ଟ୍ରାଭେଲ୍ ଏବଂ ବ୍ୟୁଟି ବ୍ଲଗ୍ର ମେକ୍ଅପ୍ ଟିପ୍ସ ଭ୍ଲଗିଂ ଦ୍ୱାରା ଲୋକପ୍ରିୟତା ହାସଲ କରିଛନ୍ତି। ସେ ମଧ୍ୟ ଡେଲ୍ ଫ୍ୟୁଚୁରିଷ୍ଟ୍ର ଏକ ଅଂଶ ଥିଲେ: ଏକ ଇଭେଣ୍ଟ୍ ଯାହାକି ଆପଣଙ୍କ ସଉକ୍ ଓ କ୍ୟାରିଅର୍ରେ ରୂପାନ୍ତରିତ କରିବା ଉପରେ ଆଧାରିତ।
ସେମାନଙ୍କର ଭ୍ଲଗ୍ ଦେଖିବା ଆପଣଙ୍କୁ ନିଜ ଶୈଳୀର ଭ୍ଲଗ୍ ଆରମ୍ଭ କରିବାରେ ସାହାଯ୍ୟ କରିପାରେ। ନିଜକୁ ଭିନ୍ନ କରି ଦର୍ଶାଇବା ପାଇଁ ଉଚ୍ଚମାନର ଭ୍ଲଗ୍ ନିମନ୍ତେ ଏହି ଲେଖାରେ ଦିଆଯାଇଥିବା ସୂଚନା ପଢ଼ନ୍ତୁ।
ଯଦି ଆପଣ ଆନାଲଗ୍ ଏବଂ ଡିଜିଟାଲ୍ ଜଗତ ମଧ୍ୟରେ ରହିଥିବା ସମ୍ପର୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଏହା ଏକ ସଠିକ୍ ସଉକ୍! ଫଟୋଗ୍ରାଫି ଆପଣଙ୍କୁ ଭଲଭାବରେ ଦେଖିବା ପାଇଁ ଶକ୍ତି ଦେଇଥାଏ ଏବଂ ଆପଣ କିପରି ଜୀବନର ସ୍ମରଣୀୟ ମୂହୁର୍ତ୍ତଗୁଡ଼ିକ ସାଇତି ରଖିପାରିବେ ଶିଖାଇଥାଏ। ଆପଣ ସ୍ପଷ୍ଟ ଚିତ୍ର ସୁଟିଂ ଶିକ୍ଷା କରିବା ପରେ, ଫଟୋ ଏଡିଟିଂ ବିଷୟରେ ସୂଚନା ପାଇଁ ଏହି ମାର୍ଗଦର୍ଶନ ଦେଖିପାରିବେ ଏବଂ ନିଜର ମାଷ୍ଟରପିସ୍ ତିଆରି ଆରମ୍ଭ କରିପାରିବେ।
ଏହି ନୂଆ ଯୁଗର ସଉକ ଅସୁମାରୀ ସମ୍ଭାବନାର ଦ୍ୱାର ଖୋଲିଦିଏ। ସେଗୁଡ଼ିକ ଆପଣଙ୍କର ସଉକ୍ର ଚିନ୍ତାଧାରା ଉପରେ ଗୁରୁତ୍ୱ ଦିଏ, ଆପଣ ନିଜର ଚିନ୍ତାଧାରାକୁ ରୁପାୟିତ କରିବା ପାଇଁ ଓ ସେଗୁଡ଼ିକ ସାରା ବିଶ୍ୱକୁ ଦର୍ଶାଇବା ପାଇଁ କେବଳ ଗୋଟିଏ କମ୍ପ୍ୟୁଟର୍ ଦରକାର କରନ୍ତି।
ତେବେ ଆପଣ କେଉଁଟି ବାଛିଲେ?
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.