ଆପଣଙ୍କ ଚାରିପଟର ପୃଥିବୀ ଦିନକୁ ଦିନ ଡିଜିଟାଲ୍ ହେଉଛି, ପିଲାମାନଙ୍କ ଲାଳନପାଳନରେ ମଧ୍ୟ ଏହାର ଭୂମିକା ରହିଛି ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ! ତାହା ଠିକ୍ 2018 ମସିହାରେ ଶିକ୍ଷାର କଥା ଆସିଲେ ପିତାମାତା ମଧ୍ୟ ଟେକ୍ନୋଲୋଜି ସହ ଅଭ୍ୟସ୍ତ ହେବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
ଗୁଣବତ୍ତା ସମୀକ୍ଷା ସହିତ ଗୁଣବତ୍ତା ଗବେଷଣା! ପିସି ଟୁଲ୍ ଯେପରିକି ଗୁଗୁଲ୍ ସର୍ଚ୍ଚ, ଗୁଗୁଲ୍ ସ୍କଲାର ଏବଂ କିଡଲ୍ ସହିତ ଗବେଷଣା କରିବା କେବଳ ସହଜ ହୋଇନଥାଏ ତାହା ସହିତ ଅଧିକ ଦ୍ରୁତ ମଧ୍ୟ ହୋଇଥାଏ ଗୁଗୁଲସ୍ ସ୍କଲାର୍ ପ୍ରାୟ ସବୁ ବିଷୟରେ ଗବେଷଣା ପେପର୍ ଏବଂ ନିବନ୍ଧ ପାଇଁ ଭରସାଯୋଗ୍ୟ ସୂଚନା ପ୍ରଦାନ କରିଥାଏ।
ବହୁସମୟରେ, ପିଲାମାନେ ଠିକ୍ ସମୟରେ କାମ କରନ୍ତି ନାହିଁ ଏବଂ ହୋମ୍ୱାର୍କ ଆରମ୍ଭ ନ କରି ଅଯଥା ସମୟ ନଷ୍ଟ କରିଥାନ୍ତି। ଏହାର ମୁଖ୍ୟ କାରଣ ହେଉଛି ସଠିକ୍ ଦିଗର ଅଭାବ। ୱେବସାଇଟ୍ ଯେପରିକି ଟେମ୍ପଲେଟଲ୍ୟାବ୍, ରଚନା ଲେଖିବା ପାଇଁ ଆପଣଙ୍କ ସନ୍ତାନକୁ ଭରସାଯୋଗ୍ୟ ଆରମ୍ଭ ବିନ୍ଦୁ ପ୍ରଦାନ କରିଥାଏ।
ବିଭିନ୍ନ ପ୍ରକାରର ଫର୍ମାଟରେ ଏଗୁଡ଼ିକ ଉପଲବ୍ଧ ରହିଥାଏ ଯେପରିକି ୱାର୍ଡ, ପିପିଟି, ଏକ୍ସେଲ୍, ଭିଡ଼ିଓ ଇତ୍ୟାଦି, ପିସିରେ ଆପଣଙ୍କ ସନ୍ତାନ ଭିନ୍ନ ଭିନ୍ନ ଦକ୍ଷତାର ବିକାଶ ପାଇଁ ସୁଯୋଗ ପାଇଥାଏ। ୱାର୍ଡ ରଚନା ଲେଖିବା ପାଇଁ, ଏକ୍ସେଲ ହିସାବ କରିବା ପାଇଁ ଓ ପିପିଟି ସନ୍ତାନର ଉପସ୍ଥାପନା ଦକ୍ଷତା ବିକଶିତ କରିବାରେ ସାହାଯ୍ୟ କରିଥାଏ।
ପିସି ଆପଣଙ୍କ ସନ୍ତାନକୁ ସବୁଜିନିଷ ଏକାଠି ରଖିବାକୁ ସାହାଯ୍ୟ କରେ ଯାହାକି ସେ ଦ୍ରୁତ ଗତିରେ ଏବଂ ସରଳ ଭାବରେ ସନ୍ଧାନ କରିପାରନ୍ତି। ରିସୋର୍ସ ଯେପରିକି କ୍ୟାଲେଣ୍ଡର, ଏଭରନୋଟ୍ ଏବଂ ୱାନ୍ ନୋଟ୍ ସବୁଜିନିଷ ଡକୁମେଣ୍ଟ, ୱେବସାଇଟ୍, ଚାର୍ଟ ଇତ୍ୟାଦିରୁ ଏକାଠି ରଖିବାରେ ସାହାଯ୍ୟ କରେ- ତେଣୁ ଆପଣଙ୍କୁ ପରୀକ୍ଷା ସମୟରେ ବ୍ୟସ୍ତବିବ୍ରତ ହେବାକୁ ପଡେ ନାହିଁ।
ଶବ୍ଦ ଉଚ୍ଚାରଣ କରିବାଠାରୁ ଜଟିଳ ବୈଜ୍ଞାନିକ ବିଷୟ ପର୍ଯ୍ୟନ୍ତ ପ୍ରତ୍ୟେକ ବିଷୟରେ କିଛି ନା କିଛି ଆପଣଙ୍କ ପାଇଁ ଓ ଆପଣଙ୍କ ସନ୍ତାନଙ୍କ ପାଇଁ ରହିଥାଏ ଯାହାକି ଆପଣ ପିସି ରିସୋର୍ସରୁ ସର୍ଚ୍ଚ କରିପାରନ୍ତି। ସହଜରେ ବୁଝିହେବା ପରି ଶୈଳୀରେ ଶିକ୍ଷା ସମ୍ପର୍କିତ ଭିଡ଼ିଓର ଏକ ପ୍ରକୃଷ୍ଟ ସ୍ଥାନ ହେଉଛି ୟୁଟ୍ୟୁବ୍।
ଆପଣଙ୍କ ସନ୍ତାନକୁ ଦିନକ ପାଇଁ ହୋମୱାର୍କ କରିବା ପାଇଁ ପ୍ରରୋଚିତ କରିବାକୁ ପିସି ମଧ୍ୟ ଉପାଦେୟ ହୋଇଥାଏ। ଆପଣଙ୍କ ସନ୍ତାନକୁ ଗୋଟିଏ ଘଣ୍ଟା ପିସିରେ ପାଠ ପଢ଼ିଲେ 15 ମିନିଟ୍ ଖେଳିବାକୁ ଦେବା ପାଇଁ କହି ସୁନିଶ୍ଚିତ କରିପାରିବେ ଯେ ଆପଣଙ୍କ ସନ୍ତାନ ଏକାଗ୍ର ଭାବରେ ସେହି ସମୟ ଭିତରେ ସମସ୍ତ ହୋମୱାର୍କ ସମାପ୍ତ କରିଥାନ୍ତି।
ସଠିକ ଟୁଲ୍ ଏବଂ ସମ୍ବଳ ହୋମୱାର୍କକୁ ଏକ କାର୍ଯ୍ୟକଳାପ କରିଥାଏ ଯାହାକି ଆପଣଙ୍କ ସନ୍ତାନର କମ୍ ବୟସର ଶିକ୍ଷାଲାଭର ସମ୍ଭାବନା ଉନ୍ମୁକ୍ତ କରିଥାଏ। ହୋମୱାର୍କ କରିବା ଆନନ୍ଦମୟ ହେଉ!
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.