ହୋମ୍ୱାର୍କ ଏହି ଠାରୁ ବନ୍ଦ ରହିବ, ଏଠାରେ 7ଟି ପିସି ସମ୍ବଳ ରହିଛି ଯାହା ଆପଣଙ୍କ ସହାୟତା କରିବ

 

ଘରକାମ ଦୁଇ ପ୍ରକାରର ହୋଇଥାଏ – ଗୋଟିଏ ପ୍ରକାର ଯାହା ଆପଣଙ୍କୁ କରିବାକୁ ହୋଇଥାଏ ଓ ଅନ୍ୟ ପ୍ରକାର ଯାହା ଆପଣ କରିବାକୁ ଇଚ୍ଛା କରନ୍ତି । ଯେତେ ବେଳେ ଆପଣ କୌଣସି ଏକ ଛବି ସହିତ ଏକ ପିସିକୁ ଯୋଡନ୍ତି, ସେତେ ବେଳେ ଘରକାମ ଆପଣ ଇଚ୍ଛା କରୁଥିବା ଗତିବିଧିରେ ପରିଣତ ହୋଇଯାଏ । ଏହି ପିସି ସମ୍ବଳ ସହାୟତାରେ ,ପାଠପଢା ପୂର୍ବଅପେକ୍ଷା ଅଧିକ ରୁଚିକର ମନେହେବ ।

1. ଆପଣଙ୍କ ତଥ୍ୟ ସବୁ ସଠିକ୍ କରନ୍ତୁ

ତ୍ୱରିତ ଗତିରେ ବିଜ୍ଞାନଠାରୁ ଆରମ୍ଭ କରି ସାମାଜିକ ବିଜ୍ଞାନ ପର୍ଯ୍ୟନ୍ତ ସମସ୍ତ ତଥ୍ୟ-ଯାଞ୍ଚ କରିବାପାଇଁ, ଦୟାକରି ଫେକ୍ଟ ମୋନ୍ଷ୍ଟର୍ର ବ୍ୟବହାର ବ୍ୟବହାର କରିବା ପାଇଁ ସହଜ ସର୍ଚ୍ଚ ବକ୍ସର ସହାୟତା ସେହି ସମୟରେ ନିଅନ୍ତୁ ।

2. ଡିଜିଟାଲ୍ ପାଠ୍ୟପୁସ୍ତକ ବ୍ୟବହାର କରି ଅନୁସନ୍ଧାନର ଗତି ବଢାନ୍ତୁ

ଆପଣ ଆପଣଙ୍କ ପାଠ୍ୟପୁସ୍ତକ ବିଦ୍ୟାଳୟରେ ଛାଡିଦେଇଛନ୍ତି ବା କିଛି ସମୟ ପାଇଁ ଗୋଟିଏ ଆବଶ୍ୟକ ଅଛି? ତେବେ ହଜାର ହଜାର ପାଠ୍ୟପୁସ୍ତକ ପାଖରେ ପହଞ୍ଚିବା ପାଇଁ ଆପଣଙ୍କର ଏକମାତ୍ର ସ୍ଥାନ ହେଉଛି ସିକେ12 ।

3. ଗୋଟିଏ ସ୍ଥାନରେ ଦେଖନ୍ତୁ ଓ ଶିଖନ୍ତୁ

କୌଣସି ତତ୍ତ୍ୱ ନେଇ ମନରେ ପ୍ରଶ୍ନ ଉଠୁଛି? ତେବେ ଏହାର ମୌଳିକ ତଥ୍ୟମାନ ବୁଝିବା ପାଇଁ ୟୁଟ୍ୟୁବ୍ ହେଉଛି ସର୍ବୋତ୍କୃଷ୍ଟ ପ୍ରାରମ୍ଭିକ ବିନ୍ଦୁ ଓ ଅଧିକ ଜାଣିବାପାଇଁ ପିସିର ସମ୍ବଳମାନ ଦେଖନ୍ତୁ ।

4. ଆପଣ ଯେଉଁ ବିଷୟରେ ପଢୁଛନ୍ତି ତାହା ଯଥାର୍ଥରେ ଜାଣନ୍ତୁ ।

ଘଟିଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା ଗୁଗୁଲ ଆର୍ଟ ଓ କଲଚରରେ ସରଳ କାହାଣୀ ମାଧ୍ୟମରେ ରହିଛି । ଭବିଷ୍ୟତରେ ଏହାକୁ ପରୋକ୍ଷ ଭାବେ ଖୋଜି ଦେଖିବା ସମ୍ଭାବନା ରହିଛି ।

5. ଇଂରାଜୀ ଭାଷା, ସରଳୀକୃତ

ସ୍ମୁପ୍ ହେଉଛି ସେହି ସ୍ଥାନ ଯେଉଁଠାରେ ସେକ୍ସପିଅର୍ଙ୍କ କାହାଣୀମାନ ବର୍ତ୍ତମାନ ପ୍ରଚଳିତ ଇଂରାଜୀରେ ପଢିହେବ, କ୍ଲାସିକ୍ ଗୁଡିକର ଅନ୍ତର୍ନିହିତ ଅର୍ଥ ବୁଝିହେବ ଓ ବ୍ୟାକରଣ ଉନ୍ନତ କରି ହେବ ।

6. ଆପଣଙ୍କ ଇଚ୍ଛାମୁତାବକ ଗଣିତ ଅଭ୍ୟାସ କରନ୍ତୁ

ସ୍କୁମ୍ପର ଗଣିତ କୁଟୀରରେ ଦିଆଯାଇଥିବା ସୋପାନ ଭିତ୍ତିକ ନୀତି ଓ ନିୟମ ଗୁଡିକ ସମସ୍ୟା ସମାଧାନ ଅଭ୍ୟାସ କରିବା ପାଇଁ ଓ ତୁମର ଜ୍ଞାନର ସୀମାରେ ରହିଥିବା ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଏକ ବଡ ସମ୍ବଳ ଅଟେ ।

7. ପର୍ଯ୍ୟାୟ ସାରଣୀ ଜାଣିବାରେ ଦକ୍ଷ ହୁଅନ୍ତୁ

ପର୍ଯ୍ୟାୟ ସାରଣୀରେ ରହିଛି ସଙ୍କେତ, ଆଣବିକ ସଂଖ୍ୟା ଓ ବାସ୍ତବ ଜୀବନରେ ଏହାର ବ୍ୟବହାର, ଏହାସହିତ ରହିଛି ସମସ୍ତ ରସାୟନିକ ପଦାର୍ଥ ମାନଙ୍କର ଉଦ୍ଭାବନର କାହାଣୀ, ଯାହା ଆପଣଙ୍କ ଜାଣିବା ପାଇଁ ଉଦ୍ଦିଷ୍ଟ ।

ଏହା ସବୁବେଳେ ପ୍ରୟୋଜନୀୟ ଯେ ପିସିର ସମ୍ବଳ ଗୁଡିକ ବିଷୟରେ ଅନୁସନ୍ଧାନ କରିବାପାଇଁ କିଛି ସମୟ ଖର୍ଚ୍ଚ କରନ୍ତୁ, ସେଗୁଡିକ ବ୍ୟବହାର କରନ୍ତୁ ଓ ଅଧିକ ଉପଦେଶ ପାଇଁ ବନ୍ଧୁ ଓ ପରିବାର ବର୍ଗଙ୍କୁ ପଚାରନ୍ତୁ, ଯାହା ଫଳରେ ଆପଣ ପିସିଠାରୁ ସର୍ବାଧିକ ଲାଭ ପାଇପାରିବେ । କାହିଁକିନା, ଜଣେ ଶିକ୍ଷାର୍ଥୀ ଭାବେ ଆପଣ ସବୁଠାରୁ ଭଲ ପାଇବା ପାଇଁ ଇଚ୍ଛା କରିବେ ଓ ଏହି ସବୁକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଯାଞ୍ଚ କରାଯାଇଥିବା ଏହି ଟିପ୍ ଗୁ଼ଡିକ ପ୍ରସ୍ତୁତ କରାଯାଇଛି – ସଫଳତା ପାଇଁ ଆପଣ ପ୍ରସ୍ତୁତ !