‘‘ଆମେ ଯାହା ଆନନ୍ଦରେ ଶିକ୍ଷା କରୁ, କେବେ ଭୁଲିଯାଉନା।’’- ଆଲଫ୍ରେଡ୍ ମର୍ସିଅର। ପର୍ସନାଲ୍ କମ୍ପ୍ୟୁଟର ଆମର କାର୍ଯ୍ୟ କରିବାର ଧାରା ଏପରିକି ଆମର ସୃଷ୍ଟି କରିବାର ଧାରା ଓ ଶିକ୍ଷାଲାଭର ଧାରା ସବୁଥିରେ ବ୍ୟାପକ ପରିବର୍ତ୍ତନ ଆଣିଦେଇଛି। ପ୍ରତ୍ୟେକ କାର୍ଯ୍ୟାଳୟରେ କମ୍ପ୍ୟୁଟର ଅପରିହାର୍ଯ୍ୟ ହେବା ପରେ ଆଜିକାଲି ଶିକ୍ଷାର ମହତ୍ୱପୂର୍ଣ୍ଣ ସାଧନ ଭାବରେ କମ୍ପ୍ୟୁଟରକୁ ଗ୍ରହଣ କରାଯାଉଛି। ପିସିଭିତ୍ତିକ ଶିକ୍ଷାଲାଭ ପାରମ୍ପରିକ ପଦ୍ଧତି ତୁଳନାରେ ଅଧିକ ସୁଫଳ ଦେଇଥାଏ। ଏଥିରେ ଆନ୍ତଃକ୍ରିୟା ବା ଇଣ୍ଟରଆକ୍ଟିଭିଟି ଅଧିକ ରହିଥାଏ, ଏହା ଅଧିକ ଉତ୍ସାହ ଉତ୍ତେଜନା ସୃଷ୍ଟି କରିଥାଏ। ଏହା ମଧ୍ୟ ଦେଇ ବ୍ୟାପକ ଉତ୍ସ ଆକସେସ କରିହୁଏ ଏବଂ ଏହା ବିଷୟବସ୍ତୁକୁ ଗଭୀର ଭାବରେ ବୁଝିବାରେ ସାହାଯ୍ୟ କରିଥାଏ। ଏହା ଶିକ୍ଷାଲାଭର ସାଧନ ଭାବରେ କେବଳ ବିଦ୍ୟାଳୟରେ ନୁହେଁ ଘରେ ମଧ୍ୟ ଅପରିମିତ ମୂଲ୍ୟ ପ୍ରଦାନ କରିଥାଏ।
ପିସିଭିତ୍ତିକ ଶିକ୍ଷାଲାଭଗୁଡ଼ିକ ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ ଯାହା ଯୋଗାଇ ଦେଉଛି ସେଥିରେ ସୀମିତ ହୋଇନଥାନ୍ତି। ବିଦ୍ୟାଳୟ ପାଇଁ କମ୍ପ୍ୟୁଟର ବ୍ୟାପକ ଶିକ୍ଷାଲାଭ ସଫ୍ଟଓୟାର ଏବଂ ଶିକ୍ଷାଲାଭ ପ୍ରୋଗ୍ରାମ ଯୋଗାଇ ଦେଇଥାଏ ଯାହାକି ଶିକ୍ଷାଲାଭକୁ ଅଧିକ ସହଜ କରିଥାଏ। ଏହା ସହିତ ଇଣ୍ଟରନେଟର ବ୍ୟବହାର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ଏପରିକି ନିଜ ଘରେ ଶିକ୍ଷାଲାଭ ସାଧନର ବ୍ୟାପକ ନେଟୱାର୍କ ଟ୍ୟାପ୍ କରିବାକୁ ଦେଇଥାଏ।
ଯେତେବେଳେ କମ୍ପ୍ୟୁଟର ଶିକ୍ଷାଲାଭ ପାଇଁ ବ୍ୟବହାର କରାଯାଇଥାଏ, ଛାତ୍ରଛାତ୍ରୀମାନେ ଅଧ୍ୟାୟ କିମ୍ବା ମଡ୍ୟୁଲ ପୁନଃଆଲୋଚନାରେ ସୀମିତ ହୋଇନଥାନ୍ତି। ପ୍ରକୃତରେ ସେମାନେ ଗୋଟିଏ ବିଷୟକୁ ଗଭୀର ଭାବରେ ବୁଝିବା ପାଇଁ ଯେତେ ଥର ଇଛା ଗୋଟିଏ ଅଧ୍ୟାୟ ଆକସେସ କରିପାରନ୍ତି। ଏହାର ଅର୍ଥ ମୁଖ୍ୟ ବିଷୟକୁ ବାରମ୍ବାର ଯାଇ, ବାରମ୍ବାର ଶୁଣି ସହଜରେ ବୁଝି ହୋଇଥାଏ।
ସିମୁଲେସନ ବା ଉତ୍ସାହ ଉଦ୍ଦିପନା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଚେୟାରରେ ବସି ନିରାପଦରେ ବିଜ୍ଞାନଭିତ୍ତିକ ବିଷୟଗୁଡ଼ିକୁ ବୁଝିବାକୁ ଦେଇଥାଏ। ଉଦାହରଣସ୍ୱରୂପ ସେମାନେ ଭର୍ଚୁଆଲ୍ ପରୀକ୍ଷା କରିପାରିବେ ଏବଂ ରାସାୟନିକ ପଦାର୍ଥଗୁଡ଼ିକ ପରସ୍ପର ସହିତ କିପରି ଭାବରେ ପ୍ରତିକ୍ରିୟା କରନ୍ତି ଦେଖିପାରିବେ। କେବଳ ସେତିକି ନୁହେଁ ସମୁଲେସନ ଛାତ୍ରଛାତ୍ରୀଙ୍କୁ କୌଣସି ବିଷୟରେ ଗଭୀର ଜ୍ଞାନ ହାସଲ କରିବା ପାଇଁ ବାରମ୍ବାର ଭର୍ଚୁଆଲ୍ କାର୍ଯ୍ୟ କରିବାକୁ ଦେଇଥାଏ।
ଗବେଷଣାରୁ ଜଣାପଡ଼ିଛି ଯେ ପିସି ଭିତ୍ତିକ ଶିକ୍ଷାଲାଭ କୌଣସି ବିଷୟକୁ ଗଭୀର ଭାବରେ ବୁଝିବାରେ ସାହାଯ୍ୟ କରେ ଯାହାଫଳରେ ଛାତ୍ରଛାତ୍ରୀ ତାଙ୍କର ଚିନ୍ତାଧାରା ବା ବିଷୟରେ ଦକ୍ଷତା ହାସଲ କରିଥାନ୍ତି। ତାହା ପରେ ସେମାନେ ସେହି ଅଧ୍ୟାୟ ବ୍ୟବହାର କରି ବିଭିନ୍ନ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିଥାନ୍ତି। ଉଭୟେ ବିଷୟ ଦ୍ୱାରା ପ୍ରେରିତ ଏବଂ ବିଷୟଜନିତ ବିଷୟଗୁଡ଼ିକୁ ବୁଝିପାରିଥାନ୍ତି।(୧)
ବିଦ୍ୟାଳୟରେ ଏବଂ ଘରେ ବ୍ୟବହୃତ କମ୍ପ୍ୟୁଟରଗୁଡ଼ିକ ପିଲାମାନଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ଶିକ୍ଷାଲାଭର ସାଧନ ହୋଇଥାଏ।(୨) ଉପରୋକ୍ତ ସୁବିଧା ସହିତ ସେଗୁଡ଼ିକ ବିଭିନ୍ନ ଜାଗତିକ ସୂଚନା ପ୍ରଦାନ କରିଥାଏ। ସେଗୁଡ଼ିକ ମଧ୍ୟ ଇଣ୍ଟରଆକ୍ଟିଭ୍ ଶିକ୍ଷାଲାଭ ସୁବିଧା ପାଇଁ ବ୍ୟବହାର କରାଯାଇପାରିବ ଯାହା ଦ୍ୱାରା ପିଲାମାନେ କମ୍ପ୍ୟୁଟରରେ ବିଭିନ୍ନ ବିଷୟ ଦେଖି ଭଲ ଭାବରେ ଶିକ୍ଷା କରିପାରିବେ।(୩)
ଆଜି ହିଁ ଘରକୁ ଗୋଟିଏ ପିସି ଆଣନ୍ତୁ ଏବଂ ଏକ ନୂତନ ଶିକ୍ଷାଲାଭର ତରଙ୍ଗ ଆରମ୍ଭ କରନ୍ତୁ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ