ଏହି ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଆଧୁନିକ ଶିକ୍ଷା ଉପାୟଗୁଡ଼ିକ ବିଗତ ବର୍ଷଗୁଡ଼ିକର ଶିକ୍ଷା ବାସ୍ତବତା ଠାରୁ ବହୁ ଦୂରରେ l ଏହି ଦିନଗୁଡ଼ିକରେ ପିତାମାତାମାନଙ୍କୁ ସେମାନଙ୍କର ପିଲାମାନଙ୍କର ଶିକ୍ଷଣ ଏବଂ ବିକାଶ ସହିତ ଅନେକ ବିଷୟରେ ହଟଚମଟ ହେବାକୁ ପଡ଼ିବ, ଯେଉଁ ସମୟରେ କି ଅନେକ ଜିନିଷ ନିମନ୍ତେ ନୀତିନିୟମ ସବୁ ପୁନରାବୃତ୍ତି କରାଯାଇଛି l
ବିଗତ ଦିନଗୁଡ଼ିକରେ ଆଧୁନିକ ପିତାମାତାମାନେ ବିଦ୍ୟାଳୟର ଶିକ୍ଷକମାନଙ୍କ ସହିତ ଏକାଠି କାମ କରୁଥିଲେ ଏବଂ ଟେକ୍ନୋଲୋଜି ଏକ ସହାୟକ ଭାବରେ କାମ କରୁଥିଲା  ଏବଂ ଅଭାବକୁ ପୂରଣ କରୁଥିଲା, କିନ୍ତୁ ଏବେ ବିପରୀତ ହୋଇଛି l
1. ଆପ୍ ମାଧ୍ୟମରେ ଶିକ୍ଷା ସକ୍ରିୟକରଣ: ଅଫଲାଇନ ପାଠପଢ଼ାରୁ ଅନଲାଇନ କ୍ଲାସରୁମକୁ ହୋଇଥିବା ପରିବର୍ତ୍ତନକୁ ସୁଗମ କରିବା ପାଇଁ ପିତାମାତାମାନେ ବିଭିନ୍ନ ପ୍ରକାରର ଆପ୍ ଏବଂ ଶିକ୍ଷଣ ସରଞ୍ଜାମଗୁଡିକର ପରଖ କରିଆସୁଛନ୍ତି, ସେଗୁଡ଼ିକ ମଧ୍ୟରେ ଯେମିତିକି ଅଭିନବ ଶିକ୍ଷଣ କାର୍ଯ୍ୟକ୍ରମ ସହିତ ଖାନ୍ ଏକାଡେମୀ କିଡ୍ସ ଏବଂ କଷ୍ଟକର ହୋମୱାର୍କ ପ୍ରଶ୍ନଗୁଡ଼ିକୁ ସମାଧାନ କରିବାକୁ ବ୍ରେନଲି l
2. ଶିକ୍ଷାକୁ କୌତୁକପୂର୍ଣ୍ଣ କରିବା: କିଣ୍ଡରଲିଙ୍ଗ୍ କିଡ୍ସ ରେଡିଓ ଭଳି ଆପ୍ ଏହାର କ୍ୱାଲିଟି ଅଡିଓ ବିଷୟବସ୍ତୁର ବିରାଟ ଭଣ୍ଡାର ପାଇଁ l ଛୋଟ ପିଲାମାନଙ୍କୁ ସ୍ପାନିସ ଭାଷା ଉପସ୍ଥାପନ କରିବା ପାଇଁ ଫାବଲିଙ୍ଗୁଆ, ଛୋଟ ପିଲାମାନଙ୍କ ଭିତରେ ସମସ୍ୟା ସମାଧାନ କରିବା ଦକ୍ଷତା ବୃଦ୍ଧି କରିବାକୁ ଥିଙ୍କରୋଲ୍ସ ପ୍ଲେ ଆଣ୍ଡ କୋଡ୍, ଏହା ସଙ୍ଗେ ସଙ୍ଗେ ଶିଖିବା ସମୟରେ ପିତାମାତା ଏବଂ ପିଲାମାନଙ୍କ ମଧ୍ୟରେ ସମ୍ପର୍କ ଗଢିବାରେ ସାହାଯ୍ୟ କରେ l
3. ପିତାମାତାଙ୍କ ନିୟନ୍ତ୍ରଣର ଉପଯୋଗ/ଟେକ୍ନୋଲୋଜିର ଦାୟିତ୍ବପୂର୍ଣ୍ଣ ଉପଯୋଗ: ପିଲାମାନେ ସେମାନଙ୍କ ବନ୍ଧୁମାନଙ୍କ ସହିତ ଯେପରି କଥାବାର୍ତ୍ତା ହୁଅନ୍ତି ତାହା ଟେକ୍ନୋଲୋଜି ବଦଳାଇ ଦେଇଛି l ପିତାମାତାମାନଙ୍କ ପାଇଁ ଅନିବାର୍ଯ୍ୟ କଥାଟି ହେଉଛି, କଷ୍ଟୋଡିଓ, କାସ୍ପରସ୍କାଏ ସେଫ୍ କିଡ୍ସ ଇତ୍ୟାଦି ଭଳି ପିତାମାତାଙ୍କ ନିୟନ୍ତ୍ରଣଗୁଡିକୁ ବ୍ୟବହାର କରି ପିଲାମାନଙ୍କୁ ନିରାପଦ ବ୍ରାଉଜ କରିବା ଆଚରଣର ଗୁରୁତ୍ୱ ବିଷୟରେ ପ୍ରବର୍ତ୍ତାଇବା l ସେମାନଙ୍କୁ ଅନଲାଇନ ସୁରକ୍ଷା ଏବଂ ଗୋପନୀୟତାର ଗୁରୁତ୍ୱ ବିଷୟରେ ଶିକ୍ଷାଦେବା ଏବଂ ଡିଜିଟାଲ୍ ନାଗରିକତ୍ବ କ'ଣ ସେ ବିଷୟରେ ସେମାନଙ୍କୁ ବୁଝାଇବା l ଯାହା ଫଳରେ ଏହା ସେମାନଙ୍କୁ ଇଣ୍ଟରନେଟର ପ୍ରକୃତ କ୍ଷମତାକୁ ଉପରକୁ ଉଠାଇବାରେ ସାହାଯ୍ୟ କରିପାରିବ l
ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନଶୀଳ ସମୟକୁ ଗ୍ରହଣ କରିବା ଆଜିର ପିତାମାତାମାନଙ୍କ ପାଇଁ ଜରୁରୀ କଥା ହୋଇଛି l ଉପଯୁକ୍ତ କୌଶଳଗୁଡ଼ିକ ଜାଣିକରି ପିତାମାତାମାନେ ସେମାନଙ୍କର ପିଲାର ଶିକ୍ଷଣ ପରିବେଶକୁ ମଜାଦାର, ନିରାପଦ, ଏବଂ ଫଳପ୍ରଦ କରିପାରିବେ l ଅଧିକ ଶିକ୍ଷଣ ସମ୍ଭାବନା ସହିତ ପିଲାମାନଙ୍କୁ ସଶକ୍ତ କରିବା ପାଇଁ PC ସ୍ଵାକ୍ଷରତାକୁ ଡେଲ୍ ପ୍ରୋତ୍ସାହିତ କରେ l ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ l
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ
କିପରି ପ୍ରଭାବଶାଳୀ ଅନଲାଇନ ଶିକ୍ଷା ସୃଷ୍ଟି କରିବାକୁ ହେବ, ଯାହାକୁ ପିଲାମାନେ ଭଲପାଇବେ