ଭବିଷ୍ୟତରେ ପିଲାମାନଙ୍କର ସଫଳତାରେ ଟେକ୍ନୋଲୋଜିରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ପିସି ସମର୍ଥ ଶିକ୍ଷାଲାଭ ଅଳ୍ପବୟସରୁ ପିଲାମାନଙ୍କର ବିକାଶ ପାଇଁ ତଥା ଭବିଷ୍ୟତର ଅଭିବୃଦ୍ଧି ପାଇଁ ଦୃଢ଼ ମୁଳଦୂଆ ସ୍ଥାପନ କରିଥାଏ।. [1] ପାଠ୍ୟକ୍ରମ ବାହାର ବିଷୟ ଜାଣିବା ସହ ଏହା ଅନ୍ୟାନ୍ୟ ଆନୁଷଙ୍ଗିକ ଦକ୍ଷତା ପ୍ରଦାନ କରିଥାଏ ଏବଂ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇଥାଏ।
ଗବେଷଣା ହେଉ, ସୂଚନା ଏକାଠି କରିବା କିମ୍ବା ପ୍ରକଳ୍ପରେ କାମ କରିବା ହେୟ, ପିସି ସମର୍ଥ ଶିକ୍ଷାଲାଭ ପିଲାମାନଙ୍କୁ ନିଜର ଶିକ୍ଷାଲାଭକୁ ନିଜ ନିୟନ୍ତ୍ରରେ ରଖିବାକୁ ସାହାଯ୍ୟ କରେ। ପିଲାମାନେ ନିଜର ଆବଶ୍ୟକତା ଅନୁଯାୟୀ ଶିକ୍ଷାଲାଭ କରିଥାନ୍ତି, କେବଳ ବିଦ୍ୟାଳୟରେ ନୁହେଁ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଭଲ କରିଥାନ୍ତି କାରଣ ଏହା ପିଲାମାନଙ୍କ ଭିତରେ ‘‘ ମୁଁ କରିପାରିବି’’ ମନୋଭାବ ସୃଷ୍ଟି କରିଥାଏ।
ଆପଣଙ୍କ ପିଲା ଯେକୌଣସି ବୃତ୍ତି ବାଛନ୍ତୁ ନା କାହିଁକି କମ୍ପ୍ୟୁଟର ବିଷୟରେ ଜ୍ଞାନ ଓ ବିଭିନ୍ନ ପରିବର୍ତ୍ତନକୁ ଗ୍ରହଣ କରିବାର କ୍ଷମତା ଆବଶ୍ୟକ ହେବ। ଯେଉଁ ପିଲାମାନେ କମ ବୟସରୁ ଘରେ ଏବଂ ବିଦ୍ୟାଳୟରେ କମ୍ପ୍ୟୁଟର ବ୍ୟବହାର କରି ଶିକ୍ଷା କରନ୍ତି ସେମାନେ ଭବିଷ୍ୟତର କାର୍ଯ୍ୟକ୍ଷେତ୍ର ପାଇଁ ଘରୁ ମୌଳିକ ଅଭ୍ୟାସ କରିନେଇଥାନ୍ତି। କଥାରେ ଅଛି ‘‘ ଅଭ୍ୟାସ ହିଁ ସଠିକତା ଆଣିଦିଏ’’, ଏଠାରେ ମଧ୍ୟ ପିସି ଓ ଟେକ୍ନିକାଲ୍ ଜ୍ଞାନ ଆତ୍ମବିଶ୍ୱାସ ବଢ଼ାଇଥାଏ।
ପିସି ସମର୍ଥ ଶିକ୍ଷାଲାଭ ବିଭିନ୍ନ କୌଶଳ ଓ କାର୍ଯ୍ୟକଳାପ ବ୍ୟବହାର କରେ ଯାହାକି ଶିକ୍ଷାଲାଭର ଦକ୍ଷତାରେ ଉନ୍ନତି ଆଣେ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜଟିଳ ଚିନ୍ତନ ଦକ୍ଷତା ବିକଶିତ କରେ। ଉଦାହରଣ ସ୍ୱରୂପ ଡିଜିଟାଲ କ୍ଷେତ୍ରରେ ସାଥୀମାନଙ୍କ ନେତୃତ୍ୱରେ କାର୍ଯ୍ୟକଳାପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିକଳ୍ପ ଆଭିମୁଖ୍ୟ ସୃଷ୍ଟି କରିଥାଏ। ସେମାନେ ଅନ୍ଲାଇନ୍ ଆଲୋଚନା ଫୋରମରେ ପରସ୍ପରର ଚିନ୍ତାଧାରା ବିଷୟରେ ଆଲୋଚନା କରିଥାନ୍ତି, ଅନ୍ୟପକ୍ଷରେ ସେମାନଙ୍କର ବିଶ୍ଳେଷଣ କରିବାର କ୍ଷମତା ତୀକ୍ଷ୍ମ ହୋଇଥାଏ ଓ ସେମାନେ ନିଜର ମତାମତ ଉପସ୍ଥାପନ କରିବା ପାଇଁ ସକ୍ଷମ ହୋଇଥାନ୍ତି।
ଦଳଗତ କାର୍ଯ୍ୟ ସଦାସର୍ବଦା ଶ୍ରେଣୀଗୃହର ଏକ ମହତ୍ୱପୂର୍ଣ୍ଣ ଅଂଶ ହୋଇଥାଏ, ପିସି ସମର୍ଥ ଶିକ୍ଷାଲାଭ କ୍ଷେତ୍ରରେ ପଠନ ସାମଗ୍ରୀ ଓ ଟୁଲ୍ ତତ୍କାଳ ବ୍ୟବହାର କରାଯାଇପାରେ ତେଣୁ ଏହା ଅଧିକ ସହଜ ଓ ଶୀଘ୍ର ହୋଇଥାଏ। ଉଦାହରଣ ସ୍ୱରୂପ, ଛାତ୍ରଛାତ୍ରୀମାନେ ଏକ Wikispaces Classroom ବ୍ୟବହାରକାରୀ ପରସ୍ପରର କାର୍ଯ୍ୟ ଦେଖିପାରିବେ, ଗବେଷଣା କରିପାରିବେ, ଗୋଟିଏ ଡ୍ରାଇଭ୍ରେ ସୂଚନା ଏକାଠି କରିପାରିବେ ଏପରିକି ସେମାନଙ୍କର ଚିନ୍ତାଧାରାକୁ Makerspaceରେ ପ୍ରକାଶିତ କରିପାରିବେ। ଏହି କାର୍ଯ୍ୟକଳାପ ସେମାନଙ୍କୁ କିପରି ଏକାଠି ମିଳିମିଶି କାର୍ଯ୍ୟ କରିପାରିବେ ଶିଖାଇଥାଏ, ଏହି ଦକ୍ଷତା ସେମାନେ ବଡ଼ ହେଲାପରେ ଅତ୍ୟନ୍ତ ସହାୟକ ହୋଇଥାଏ।
ପିସି ସମର୍ଥ ଶିକ୍ଷାଲାଭ ପିଲାମାନଙ୍କ ପାଇଁ ସୁଯୋଗର ଜଗତର ଦ୍ୱାର ଖୋଲି ଦେଇଥାଏ ଏବଂ ସେମାନଙ୍କୁ ଭବିଷ୍ୟତର ଟେକ୍ନୋଲୋଜି ଉପରେ ଆଧାରିତ ସମୟର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ କରିଥାଏ।
ତେବେ ବିଭିନ୍ନ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ ଆସନ୍ତାକାଲିର ମୁକାବିଲା କରିବା ପାଇଁ ଆପଣଙ୍କ ପିଲାଙ୍କୁ ଆପଣ କିପରି ପ୍ରସ୍ତୁତ କରୁଛନ୍ତି ?
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ