ବହୁ ବ୍ୟକ୍ତି ବିଶ୍ୱାସ କରନ୍ତି ଯେ ଜଣେ ବ୍ୟକ୍ତି ଗୋଟିଏ ବିଷୟ ଯେତେ ଅଧିକ ଥର ଆବୃତ୍ତି କରିବେ ତାହାକୁ ସେତେ ଶୀଘ୍ର ମନେପକାଇପାରିବେ। ଏହି ଶିକ୍ଷା ପଦ୍ଧତିକୁ କୁହାଯାଏ ରୋଟ୍ ଲର୍ଣ୍ଣିଂ। ଅନିତା ଆକାଇ, ସ୍ୱାସ୍ଥ୍ୟ ବିଜ୍ଞାନ ଶିକ୍ଷାର ସ୍ନାତକୋତ୍ତର ଛାତ୍ରୀ ହାମିଲଟନ୍ର ମ୍ୟାକ୍ମ୍ୟାଷ୍ଟର ବିଶ୍ୱବିଦ୍ୟାଳୟର କହନ୍ତି ଯେ ‘‘କୌଣସି ପ୍ରମାଣ ନାହିଁ ଯେ ମନେରଖିବା ଉତ୍ତମ ଶିକ୍ଷାଲାଭ ପ୍ରଦାନ କରିଥାଏ। ଏହା ଏକ ପ୍ରକାର ଶିକ୍ଷାଲାଭର ଦ୍ରୁତ ସମାଧାନ।’’ [1]
ଏହାର ବିପରୀତ ହେଉଛି ଇଣ୍ଟରଆକ୍ଟିଭ୍ ଲର୍ଣ୍ଣିଂ ଏକ କୌଶଳ ଯାହା ମାଧ୍ୟମରେ ଛାତ୍ରଛାତ୍ରୀ ଶିକ୍ଷାଲାଭରେ ଲିପ୍ତ ରହନ୍ତି, ବିଷୟକୁ ବୁଝନ୍ତି ତାହା ପରେ ଦୈନନ୍ଦିନ ଜୀବନରେ ସେସବୁ ପ୍ରୟୋଗ କରନ୍ତି। ଉଭୟେ ଶିକ୍ଷାଲାଭ କୌଶଳର ଲାଭ ରହିଛି। ଏହି ନିବନ୍ଧ ରୋଟ୍ ଲର୍ଣ୍ଣିଂ କିପରି ଭାବରେ ସୃଜନଶୀଳ ଚିନ୍ତନ ଦକ୍ଷତାକୁ ପ୍ରଭାବିତ କରିଥାଏ ତାହା ବର୍ଣ୍ଣନା କରିଛି।
ସୃଜନଶୀଳତାର କ୍ଷମତାର ଅର୍ଥ କୌଣସି ସମସ୍ୟାର ନୂତନ, ମୌଳିକ ବା ସ୍ୱତନ୍ତ୍ର ସମାଧାନ ଆଣିଦେବା ବା ମୌଳିକ ଚିନ୍ତାଧାରା ଉପସ୍ଥାପନ କରିବା। ଏହା ବିବିଧ ଚିନ୍ତନ ବ୍ୟବହାର କରିଥାଏ, ଯାହାକି ସମସ୍ୟା ସମାଧାନ କରିବା ପାଇଁ ବହୁ ସମ୍ଭାବ୍ୟ ସମାଧାନ ଉପସ୍ଥାପନ କରିଥାଏ, ଏହାର ବିପରୀତ କନଭର୍ଜେଣ୍ଟ ବା କେନ୍ଦ୍ରାଭିମୁଖୀ ଚିନ୍ତାଧାରା ଯାହାକି ସମସ୍ୟାକୁ ଗୋଟିଏ ସଠିକ ଉତ୍ତରରେ ସମାଧାନ କରିବାକୁ ଦର୍ଶାଏ। ରୋଟେ ଲର୍ଣ୍ଣିଂର ନିଷ୍କର୍ସ ହେଉଛି କନଭର୍ଜେଣ୍ଟ ବା କେନ୍ଦ୍ରାଭିମୁଖୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା, ଯେତେବେଳେ ଏକା ଏକକ ଶିକ୍ଷାଲାଭ କୌଶଳ ଭାବରେ ବ୍ୟବହୃତ ହୋଇଥାଏ ଏହା ଶିଶୁର ବିବିଧ ଚିନ୍ତନ ଦକ୍ଷତାକୁ ସୁପ୍ତ କରି ରଖିଥାଏ ଫଳରେ ସୃଜନଶୀଳ ଭାବରେ ଚିନ୍ତା କରିବାର ଦକ୍ଷତା ହ୍ରାସ ପାଇଥାଏ। [2]
ବିଦ୍ୟାଳୟରେ ଅଧିକାଂଶ ପ୍ରକଳ୍ପ ଏବଂ ପାଠ୍ୟ ଅନୁଶୀଳନୀ ଶିଶୁର ନିର୍ଦ୍ଦିଷ୍ଟ ସମସ୍ୟା ସମାଧାନର କରିବାର ବେଗ ଉପରେ ଆଧାରିତ ହୋଇଥାଏ। ସେଗୁଡ଼ିକ ଦ୍ରୁତ ବେଗରେ ସମାଧାନରେ ପହଞ୍ଚିବା ଉପରେ କେନ୍ଦ୍ରିତ ହୋଇଥାଏ, ସମସ୍ୟାର ବିକଳ୍ପଗୁଡ଼ିକ ଉପରେ କେନ୍ଦ୍ରିତ ହୋଇନଥାଏ (ଏବଂ ହୁଏତ, ଅଧିକ ସୃଜନଶୀଳ ହୋଇଥାଏ)।
ଏହିପରି ଭାବରେ ରୋଟେ ଲର୍ଣ୍ଣିଂ ସୂଚାଇଥାଏ ଯେ ସମସ୍ତ ସମସ୍ୟାର ଏକମାତ୍ର ‘‘ସଠିକ୍ ସମାଧାନ ରହିଛି’’ ଏହିପରି ଭାବରେ ଧ୍ୟାନ ଦେବା ଖୁବ୍ ଶୀଘ୍ର ଉତ୍ତରଦେବା ଉପରେ କେନ୍ଦ୍ରିତ ହୋଇଥାଏ। ଦୀର୍ଘକାଳୀନ ଦୃଷ୍ଟିରୁ ଏହା ଛାତ୍ରଛାତ୍ରୀଙ୍କର ବିଭିନ୍ନ ସମ୍ଭାବନା ବିଷୟରେ ଗବେଷଣା କରିବା ଓ ପ୍ରତ୍ୟେକ ସମସ୍ୟା ଓ ପରିସ୍ଥିତି ପାଇଁ ସର୍ଜନାତ୍ମକ ଶୈଳୀରେ ଚିନ୍ତା କରିବାର କ୍ଷମତାକୁ ହ୍ରାସ କରିଥାଏ।
ରୋଟେ ଲର୍ଣ୍ଣିଂର ଅନ୍ୟ ନିଶ୍ଚିତ ଫଳାଫଳ ହେଉଛି ଏହା ଛାତ୍ରଛାତ୍ରୀଙ୍କର କୌଣସି ବିଷୟରେ ଆଗ୍ରହ ନାଶ କରିଥାଏ। ଡ୍ରିଲ୍ ଆଣ୍ଡ୍ କିଲ୍ ହେଉଛି ଏକ ପଦ ଯାହାକୁକି ଶିକ୍ଷାବିତ୍ମାନେ କୌଣସି ବିଷୟରେ ଦକ୍ଷତା ହାସଲ କରିବା ପାଇଁ ବ୍ୟବହୃତ ଶିକ୍ଷାଦାନ ଏବଂ ଶିକ୍ଷାଲାଭ ପଦ୍ଧତି ବିଷୟରେ ବର୍ଣ୍ଣନା କରିବା ପାଇଁ ବ୍ୟବହାର କରିଥାନ୍ତି। ଉଦାହରଣ ସ୍ୱରୂପ:
୧. ଶରୀର ଭିତରେ ଥିବା ମାଂସପେଶୀ ବା ହାଡ଼ଗୁଡ଼ିକର ତାଲିକା
୨. ଗୁଣନ ଖନ୍ଦା
୩. ପର୍ଯ୍ୟାୟ ସାରଣୀ
ବହୁ ଶିକ୍ଷାବିତ୍ ଡ୍ରିଲ୍ ଆଣ୍ଡ୍ କିଲ୍ ଧାରାକୁ ଅଗ୍ରାହ୍ୟ କରନ୍ତି, କାରଣ ଏହା କେବଳ ମନେରଖିବା ବା ରୋଟେ ଲର୍ଣ୍ଣିଂକୁ ପ୍ରୋତ୍ସାହିତ କରେ। ଏହା ଗଭୀର, ବିଷୟ ଉପରେ ଆଧାରିତ ଶିକ୍ଷାଲାଭର ବିରୋଧ କରେ। ଅଧିକନ୍ତୁ ଏହା ଛାତ୍ରଛାତ୍ରୀଙ୍କୁ ବିଷୟବସ୍ତୁର ପରୋକ୍ଷ ଉପଭୋକ୍ତା କରିଦିଏ। ଫଳରେ ସେମାନେ ବିରକ୍ତ ହୋଇଯାଆନ୍ତି, ସେମାନଙ୍କ ପାଖରେ କୌଣସି ତାଲିକା ନଥାଏ ଏବଂ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସେମାନେ ଶିକ୍ଷା କରିବାକୁ ଅନିଛା ପ୍ରକାଶ କରନ୍ତି। [3]
ଏହି ନିବନ୍ଧ ସଂକ୍ଷେପରେ ସୃଜନଶୀଳତା ସମ୍ପର୍କିତ ରୋଟେ ଲର୍ଣ୍ଣିଂର ପ୍ରଭାବ ବର୍ଣ୍ଣନା କରିଥାଏ। ଏହା ହେଉଛି ଆଇସ୍ ବର୍ଣ୍ଣଙ୍କର ସୂଚନା। ରୋଟେ ଲର୍ଣ୍ଣିଂ ପିଲାମାନଙ୍କର ସୃଜନଶୀଳ ଚିନ୍ତାଧାରାକୁ ପ୍ରଭାବିତ କରେ କାରଣ ଏହା ‘‘ବୁଝିବା’’ ବଦଳରେ ‘‘ଜାଣିବା’’କୁ ଉତ୍ସାହିତ କରେ, ନିମ୍ନରେ ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦର୍ଶାଯାଇଛି।
ଏକ ଧାରଣା ସର୍ଭେ ଦର୍ଶାଇଛି ଯେ ଦେଶ ବ୍ୟାପି ପ୍ରାୟ ୮୦% ବିଦ୍ୟାଳୟରେ ନିମ୍ନ ମାନର ଶିକ୍ଷାଲାଭର ମୁଖ୍ୟ କାରଣ ହେଉଛି ରୋଟେ ଲର୍ଣ୍ଣିଂ । ପିତାମାତାମାନେ ଶିଶୁକୁ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରିବା, ଅନଲାଇନ ଶିକ୍ଷାଲାଭ କରିବାକୁ ଏବଂ ଇଣ୍ଟରଆକ୍ଟିଭ୍ ମାଧ୍ୟମରେ ଶିକ୍ଷା କରିବାକୁ ଉତ୍ସାହିତ କରି ପ୍ରମାଣ କରିପାରିବେ ଯେ ଘୋଷିବା ଦ୍ୱାରା ଶିକ୍ଷା କରିବାଠାରୁ ଇଣ୍ଟରଆକ୍ଟିଭ୍ ମାଧ୍ୟମ ଅଧିକ ଉପାଦେୟ।
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ