ସୋସିଆଲ୍ ମେଡିଆ କିପରି ଏକ ଶିକ୍ଷଣ ଟୁଲ୍ ହୋଇପାରିବ

ବିଗତ ଦୁଇ ଦଶନ୍ଧି ମଧ୍ୟରେ ସୋସିଆଲ୍ ମେଡିଆର ବିକାଶ ସହିତ ଲୋକମାନଙ୍କ ମନରେ ଏହି ଆପ୍ଲିକେସନଗୁଡ଼ିକ ପ୍ରତି ଏକ ନକାରାତ୍ମକ ଛବି ରହିଆସିଛି l ସୋସିଆଲ୍ ମେଡିଆର ଅତ୍ୟଧିକ ବ୍ୟବହାରର ଖରାପ ପ୍ରଭାବ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଯାଇଛି l କିନ୍ତୁ ଏହି ପ୍ଲାଟଫର୍ମଗୁଡ଼ିକ କିପରି ଭାବରେ ପିଲା ଏବଂ ଯୁବ ଶିକ୍ଷାର୍ଥୀମାନଙ୍କ ନିମନ୍ତେ ଲାଭଦାୟକ ତାହା ଦର୍ଶାଉଥିବା କାରକଗୁଡ଼ିକର କଥା ଅସମାହିତ ରହିଗଲା l ସେଇଥିପାଇଁ, ଆମେ ସୋସିଆଲ ମେଡିଆର ସେହି ଦିଗଗୁଡ଼ିକ ପ୍ରତି ଗୁରୁତ୍ୱ ଦେଉ ଯାହା କି ସମସ୍ତଙ୍କ ପାଇଁ ଲାଭଦାୟକ ହୋଇପାରିବ, ବିଶେଷକରି ଯୁବ ଶିକ୍ଷାର୍ଥୀମାନଙ୍କ ପାଇଁ ଏବଂ ଏହା ଜରୁରୀ ଅଟେ l

1. ଏକ ଶିକ୍ଷଣ ଟୁଲ୍ ଭାବରେ: ରେଡ୍ଡୀଟ୍, କୋରା ଏବଂ ୱିକିପେଡିଆ ଭଳି ଅନେକଗୁଡ଼ିଏ ସୋସିଆଲ ମେଡିଆ ପ୍ଲାଟଫର୍ମ ରହିଛନ୍ତି ଯାହାକୁ ଏକ ଶିକ୍ଷଣ ଟୁଲ ଭାବରେ ବ୍ୟବହାର କରାଯାଇପାରିବ ଏବଂ ଏଗୁଡ଼ିକ ମୁକ୍ତ ପ୍ଲାଟଫର୍ମ ଅଟନ୍ତି l  ଏକ ନିର୍ଦ୍ଧିଷ୍ଟ କ୍ଷେତ୍ର ପ୍ରତି ଆଗ୍ରହୀ ଥିବା ଏକ ଗୋଷ୍ଠୀର ବ୍ୟକ୍ତିମାନେ ଚ୍ୟାନେଲଗୁଡ଼ିକ ସୃଷ୍ଟି କରନ୍ତି, ଯେଉଁଠାରେ ସେମାନେ ପ୍ରଶ୍ନ ପଚାରନ୍ତି ଏବଂ ପ୍ରଶ୍ନର ଉତ୍ତର ଦିଅନ୍ତି l ସାରା ବିଶ୍ୱରୁ ଏଥିରେ ଲୋକମାନେ ରହିଥାଆନ୍ତି, ଏହାର ମାନେ ହେଉଛି ବିସ୍ତୃତ ଦୃଷ୍ଟିକୋଣ l ଏହା କେବଳ ଆପଣଙ୍କ ପିଲାମାନଙ୍କୁ ସେମାନଙ୍କ ପ୍ରଶ୍ନର ଉତ୍ତରଗୁଡ଼ିକ ପ୍ରଦାନ କରିବ ତାହା ନୁହେଁ, ଏହା ମଧ୍ୟ ସେମାନଙ୍କୁ ସାରା ବିଶ୍ୱର ଲୋକମାନଙ୍କର ମତାମତକୁ ବିଶ୍ଳେଷଣ କରିବାକୁ ଦେବ l

2. ଶ୍ରେଣୀ ପାଇଁ ଫେସବୁକ୍ ଗୃପଗୁଡ଼ିକ: ସମସ୍ତ ସୋସିଆଲ୍ ମେଡିଆ ପ୍ଲାଟଫର୍ମଗୁଡ଼ିକର ଏହା ହେଉଛି ଏକ ଅନ୍ୟତମ ସର୍ବୋତ୍ତମ ବୈଶିଷ୍ଟ୍ୟ l ଆପଣ ଶିକ୍ଷଣ ବିଷୟବସ୍ତୁ ସେୟାର କରିପାରିବେ, ଦେଖିପାରିବେ ଏବଂ ଆପଣଙ୍କ ଶ୍ରେଣୀ ଫେସବୁକ୍ ଗୃପରେ ସମସ୍ୟାଗୁଡ଼ିକର ସମାଧାନ ପାଇପାରିବେ l ଏହା କେବଳ ଦକ୍ଷ ତାହା ନୁହେଁ ଆହୁରି ମଧ୍ୟ ଗୋଟିଏ ସ୍ଥାନରେ ସମସ୍ତ ଶିକ୍ଷଣ ବିଷୟବସ୍ତୁ ଗଚ୍ଛିତ ରଖିବାର ଏକ ମହାନ ଉପାୟ ଅଟେ l ଏହି ଗୃପରେ ଆପଣ ଏକ ଉତ୍ତମ ଆଲୋଚନାଗୁଡ଼ିକର ଆୟୋଜନ କରିପାରିବେ କିମ୍ବା ଆପଣ ପାଠରୁ ଶିଖିଥିବା ସମସ୍ତ କଥାଗୁଡ଼ିକୁ ପରୀକ୍ଷା କରିବା ପାଇଁ କ୍ୱିଜ୍ ଆୟୋଜନ କରିପାରିବେ l

3. ଶିକ୍ଷଣ ଉତ୍ସଗୁଡ଼ିକୁ ପିନ୍ କରିବାକୁ ପିନଟରେଷ୍ଟ: ଉପଭୋକ୍ତାମାନଙ୍କୁ ଭଲ ଲାଗୁଥିବା ଉତ୍ସଗୁଡ଼ିକୁ ଏବଂ ସେମାନଙ୍କର ଆସାଈନମେଣ୍ଟ ପାଇଁ ଶିକ୍ଷଣ ଉତ୍ସଗୁଡ଼ିକୁ ସହଜରେ ପିନ୍ କରିବାକୁ ପିନଟରେଷ୍ଟ ତାହାର ଉପଭୋକ୍ତାମାନଙ୍କୁ ଅନୁମତି ଦିଏ l ବିଷୟଗୁଡ଼ିକ ଅନୁସାରେ ଆପଣ ମଧ୍ୟ ସେଗୁଡ଼ିକୁ ବିଭାଗୀକରଣ କରିପାରିବେ l ଏହି ଉପାୟରେ ଆପଣଙ୍କ ପିଲା କେବଳ ଯେ ବ୍ୟବସ୍ଥିତ ରହିବ ତାହା ନୁହେଁ ଆହୁରି ମଧ୍ୟ ସେ ଘଣ୍ଟା ଘଣ୍ଟା ସମୟ ବିତାଇ ଅନୁସନ୍ଧାନ କରୁଥିବା ସମସ୍ତ ଡାଟାକୁ ଅଭିଗମ୍ୟ କରିପାରିବ l

ଏହିପରି ଭାବରେ ସୋସିଆଲ୍ ମେଡିଆ ଯୁବ ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ବିରାଟ ଶିକ୍ଷଣ ପ୍ଲାଟଫର୍ମ ହୋଇପାରିବ l