କିପରି ଡିଜିଟାଲ୍ ପିତାମାତା ହେବେ

ଡିଜିଟାଲ ଯୁଗର ଅଗ୍ରଗତି ସହିତ ପିମାମାତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ଶିଶୁର ସାମଗ୍ରିକ ବିକାଶ ପାଇଁ ଆପଣଙ୍କ ଶିଶୁକୁ ଡିଜିଟାଲ୍‌ ଜଗତ ସହିତ ପରିଚିତ କରାଇବେ। ସେମାନଙ୍କର ଜୀବନର ବ୍ୟାପକ ଅଂଶ ବିଭିନ୍ନ ପ୍ରକାରର ଟେକ୍ନୋଲୋଜି ବ୍ୟବହାରରେ ବିତିବ। ଏଥିପାଇଁ ‘ଡିଜିଟାଲ୍‌ ପିତାମାତା’ ଚିନ୍ତାଧାରା ଉଦୟ ହୋଇଛି- ଯେଉଁମାନେ ସେମାନଙ୍କର ସନ୍ତାନକୁ ଦ୍ରୁତଗତିରେ ବିକଶିତ ହେଉଥିବା ଟେକ୍ନୋଲୋଜି କ୍ଷେତ୍ରରେ ତାଙ୍କର ଶିଶୁକୁ ଦକ୍ଷ ଭାବରେ ଠିଆ କରାଇବା ପାଇଁ ତାଲିମ ଦେଇଥାନ୍ତି। ଏହା ସୁନିଶ୍ଚିତ କରେ ଯେ ପିଲାମାନେ ଦୈନନ୍ଦିନ ଜୀବନରେ ଟେକ୍ନୋଲୋଜି ବ୍ୟବହାରରେ ଅଭ୍ୟସ୍ତ ହୋଇଯାଆନ୍ତି।


ବର୍ତ୍ତମାନ ଆପଣ ଜାଣିଲେ କିଏ ଡିଜିଟାଲ୍‌ ପିତାମାତା ହୋଇଥାନ୍ତି, ଏଠାରେ ଆପଣ କିପରି ଜଣେ ଡିଜିଟାଲ୍‌ ପିତାମାତା ହୋଇପାରିବେ ଦିଆଯାଇଛି। 

 

୧. ଡିଜିଟାଲ୍‌ ପରିସର ବିଷୟରେ ଶିକ୍ଷା କରନ୍ତୁ

ଡିଜିଟାଲ୍‌ ପିତାମାତା ହେବା ପାଇଁ ପ୍ରଥମ ପଦକ୍ଷେପ ହେଉଛି ନିଜକୁ ଶିକ୍ଷା ଦେବେ ଏବଂ ଅତ୍ୟାଧୁନିକ ପ୍ରାଦ୍ୟୋଗିକ ବିକାଶ ସହିତ ତାଳ ମିଳାଇ ଅଗ୍ରସର ହେବେ। ଯାହାଫଳରେ ଆପଣ ପିଲାମାନଙ୍କୁ ସେମାନେ କିପରି ଡିଜିଟାଲ୍‌ ସ୍ପେସ୍‌ ନାଭିଗେଟ୍‌ କରିପାରିବେ ଶିଖାଇପାରିବେ। ହିନ୍ଦୁରେ ପ୍ରକାଶିତ ଡିଜିଟାଲ୍‌ ପିତାମାତା ସମ୍ପର୍କିତ ନିବନ୍ଧରେ ରିପୋର୍ଟ କରାଯାଇଛି ଯେ ବହୁ ପିତାମାତା ସେମାନଙ୍କ ଶିଶୁକୁ ଅନ୍‌ଲାଇନ୍‌ରେ କିମ୍ବା କମ୍ପ୍ୟୁଟର୍‌ରେ ତତ୍ତ୍ୱାବଧାନ କରିବା କଷ୍ଟକର ମନେକରୁଛନ୍ତି। ଏହାର କାରଣ ହେଉଛି ସେମାନେ ନିଜେ କମ୍ପ୍ୟୁଟର୍‌ କିପରି କାର୍ଯ୍ୟ କରେ ସେ ବିଷୟରେ ଭଲଭାବରେ  ବୁଝନ୍ତି ନାହିଁ। ଏହି ପରିସ୍ଥିତିରେ ନିଜେ ଟେକ୍ନୋଲୋଜି ବିଷୟରେ ଜ୍ଞାନ ଲାଭ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଥାଏ।

୨. ଅନ୍‌ଲାଇନ୍‌ରେ ତଥା ଅଫ୍‌ଲାଇନ୍‌ରେ ବା ସାଧାରଣ ଜୀବନରେ ଉପାଦେୟ ମୂଲ୍ୟବୋଧ ଆପଣଙ୍କ ଶିଶୁ ଭିତରେ ବିକଶିତ କରନ୍ତୁ

ଇଣ୍ଟରନେଟ୍‌ ଶିଶୁମାନଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ଖେଳପଡ଼ିଆ ତିଆରି କରେ ଯାହା ମାଧ୍ୟମରେ ଶିଶୁ ବିଭିନ୍ନ ଆଚରଣ ଶିକ୍ଷା କରିଥାଏ। ଏହା ମଧ୍ୟରୁ ସବୁଠାରୁ ବିପଦଜନକ ହେଉଛି ସାଇବର ବୁଲିଂ। ସିଙ୍ଗାପୁରର ମିଡ଼ିଆ ଲିଟେରାସି କାଉନସିଲ ଅନୁଯାୟୀ ପିତାମାତାଙ୍କ ପାଇଁ ଜଣେ ‘ନୀତିବାନ୍‌ ପ୍ରଶିକ୍ଷକ’ଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ଯାହା ସୁନିଶ୍ଚିତ କରେ ଯେ ତାଙ୍କର ଶିଶୁ ସାଇବର ବୁଲିଂ କିମ୍ବା ଅନ୍ୟାନ୍ୟ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଅନ୍‌ଲାଇନ୍‌ ଆଚରଣରେ ଭାଗ ନିଏ ନାହିଁ।

 

୩. ଗୋପନୀୟତାରେ ହସ୍ତକ୍ଷେପ କରିବା ବ୍ୟତୀତ ସଦାସର୍ବଦା କମ୍ପ୍ୟୁଟର୍‌ ଆକ୍ସେସ୍‌ ତତ୍ତ୍ୱାବଧାନ କରନ୍ତୁ

ଆପଣ ଉପଯୁକ୍ତ ମନେ କରୁଥିବା ଉପାୟରେ ସମସ୍ତ ଆକ୍ସେସ୍‌ ତତ୍ତ୍ୱାବଧାନ ଓ ଅନୁଧ୍ୟାନ କରାଯିବା ଆବଶ୍ୟକ। ଆପଣଙ୍କ ଡିଭାଇସ୍‌କୁ ନିୟନ୍ତ୍ରଣ କରିବା ପାଇଁ ବହୁପ୍ରକାର ସଫ୍ଟଓୟାର୍‌ ରହିଛି, ଯାହା ମାଧ୍ୟମରେ ଆପଣ ଜାଣିପାରିବେ ଯେ ଆପଣଙ୍କ ଶିଶୁ କେତେବେଳେ କଣ ବ୍ୟବହାର କରିଛି। ଆପଣଙ୍କ ୱାଇଫାଇ ଏବଂ କମ୍ପ୍ୟୁଟର୍‌କୁ ପାସୱାର୍ଡ଼ ଦ୍ୱାରା ସୁରକ୍ଷିତ କରିବାକୁ ଭୁଲନ୍ତୁ ନାହିଁ। ଏହା ଆପଣଙ୍କୁ ସେମାନଙ୍କର ଅଭିଗମ୍ୟତା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ। ପିସିକୁ ଘରର ସାଧାରଣ କ୍ଷେତ୍ରରେ ରଖନ୍ତୁ ଯାହାଫଳରେ ଆପଣଙ୍କ ଶିଶୁ ଆପଣଙ୍କ ଅଜାଣନ୍ତରେ ଡିଭାଇସ୍‌ ଆକ୍ସେସ କରିପାରିବ ନାହିଁ।

 

ଏହି ଡିଜିଟାଲ୍‌ ସ୍ପେସ୍‌ ପିତାମାତାଙ୍କୁ ଶିକ୍ଷାକରିବା, ଖେଳିବା ଓ ଆପଣଙ୍କ ଶିଶୁଙ୍କ ସହ ସମ୍ପର୍କ ଦୃଢ଼ କରିବା ପାଇଁ ସୁଯୋଗ ପ୍ରଦାନ କରିଥାଏ। ବର୍ତ୍ତମାନର ସମୟ ହେଉଛି ଆପଣଙ୍କ ଶିଶୁଙ୍କର ମଙ୍ଗଳ ପାଇଁ କମ୍ପ୍ୟୁଟର୍‌କୁ ଏକ ସାଧନ ଭାବରେ ସ୍ୱାଗତ କରିବାର ସମୟ। ଡିଜିଟାଲ୍‌ ପ୍ୟାରେଣ୍ଟିଂ ହେଉଛି ସନ୍ତାନର ଲାଳନପାଳନର କେନ୍ଦ୍ର। ଯାହାକି ଆପଣଙ୍କ ଶିଶୁ ବଡ଼ହୋଇ ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ଦାୟିତ୍ୱଶୀଳ ନାଗରିକ ହେବା ସୁନିଶ୍ଚିତ କରେ।