ଆପଣଙ୍କ ସନ୍ତାନ ଭିତରେ ଲୁକ୍କାୟିତଭାବେ ରହିଥିବା ବୈଜ୍ଞାନିକକୁ କିଭଳି ଭାବେ ବାହାରକୁ ଆଣିବେ

 

ଶିକ୍ଷାର୍ଥୀମାନେ ଦୁଇ ପ୍ରକାରର – ଗୋଟିଏ ପ୍ରକାର ଯିଏ ବିଜ୍ଞାନ ପାଠ କଥା ଶୁଣିବା ମାତ୍ରେ ଖୁସି ହୋଇଯାଆନ୍ତି ଓ ଅନ୍ୟ ଯେଉଁମାନେ ଏହି ବିଷୟ ପ୍ରତି ବେଶି ଆକର୍ଷିତ ହୁଅନ୍ତି ନାହିଁ । ଗୋଟିଏ ପିସି ଆପଣଙ୍କ ସନ୍ତାନ ଭିତରେ ସୁପ୍ତ ହୋଇରହିଥିବା ଜିଜ୍ଞାସାକୁ ଜାଗ୍ରତ କରିବାରେ ସାହା୍ଯ୍ୟ କରିଥାଏ, ତେବେ କେବଳ ବିଜ୍ଞାନ ବିଷୟ ପାଇଁ ନୁହେଁ ବରଂ ଅନ୍ୟ ବିଷୟ ପାଇଁ ମଧ୍ୟ । ଗୋଟିଏ ପିସି ମାଧ୍ୟମରେ ତତ୍କ୍ଷଣାତ୍ ସୂଚନା ହସ୍ତଗତ ହେବା ଓ ପାରସ୍ପରିକ ଆଦାନପ୍ରଦାନ ହେଇପାରିବା ଯୋଗୁ ଏହା ଆପଣଙ୍କ ସନ୍ତାନ ଭିତରେ ଲୁଚି ରହିଥିବା ବୈଜ୍ଞାନିକକୁ ବାହାରକୁ ଆଣି ପାରିଥାଏ ।

1. ନାସା କିଡ୍ସ କ୍ଲବ୍ ସହିତ ଦୁଃସାହାସିକ ମହାକାଶ ଯାତ୍ରା ଆରମ୍ଭ କରନ୍ତୁ

ଆପଣ ମହାକାଶ ବିଷୟରେ କିଛି ଅନୁସନ୍ଧାନ କରିବାକୁ ଚାହୁଁଥିଲେ ସର୍ବପ୍ରଥମେ ଯେଉଁ ନାମ ମନକୁ ଆସିଥାଏ ତାହା ହେଉଛି ନାସା । ନାସା କିଡ୍ସ କ୍ଲବ୍ରେ ମହାକାଶ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗେମ୍ ରୂପରେ ରହିଛି ଯାହା ଉଭୟ ଆଦାନପ୍ରଦାନକାରୀ ଓ ଶିକ୍ଷଣୀୟ ଅଟେ, ଏହାସହିତ ଲୋଭନୀୟ ଚିତ୍ର ଗ୍ୟାଲେରୀ, ବର୍ତ୍ତମାନ କାର୍ଯ୍ୟକ୍ଷମଥିବା ପ୍ରୋଜେକ୍ଟ ସମ୍ବନ୍ଧୀୟ ତଥ୍ୟ ଓ ଗୁରୁତ୍ୱହୀନ କଥାମାନ । [1] ସହଜରେ ବୁଝିହେବା ଭଳି ସରଳ ଭାଷା ବ୍ୟବହାର କରାଯାଇଛି ଓ ଅଧିକାଂଶ ଚିତ୍ରକୁ କାର୍ଟୁନ୍ ଆକାରରେ ପ୍ରକାଶ କରାଯାଇଛି, ଯାହାଫଳରେ ପିଲାମାନେ ସହଜରେ ନିରସ ହେବେ ନାହିଁ ଓ ନିଜର ଆବଷ୍କାର ଜାରି ରଖିବେ ।

2. ସେଲ୍ କ୍ରାଫ୍ଟ ସହିତ ଏହାକୁ ଗେମ୍ରେ ପରିଣତ କରନ୍ତୁ

ବେଳେବେଳେ, ଶ୍ରେଣୀରେ ପଢାଯାଇଥିବା ସମସ୍ତ ବିଷୟ ବୁଝିବା କଷ୍ଟକର ହୋଇଯାଏ । ବିଜ୍ଞାନ ଧାରଣା ସମ୍ବଳିତ ଗେମ୍ ମାନ ଖେଳିବା ଦ୍ୱାରା, ଆପଣଙ୍କ ସନ୍ତାନମାନେ ଏହାକୁ ଭଲଭାବେ ବୁଝିବା ସହଜ ହୋଇଥାଏ । ଏହିପରି ଏକ ଗେମ୍ ହେଉଛି ସେଲ୍ କ୍ରାଫ୍ଟ, ଏକ ଉଚ୍ଚକୋଟୀର କଳା ଓ ଆଦାନପ୍ରଦାନକାରୀ ଗେମ୍ ଯାହା କୋଷର କାର୍ଯ୍ୟକାରୀତାକୁ ଜୀବନ ପ୍ରଦାନ କରିଥାଏ । [2] ଖେଳାଳି ଜଣକ କୋଷିକା ଯାହା ତୁମେ!ଅଟ, ତାକୁ ହରାଇବା ପୂର୍ବରୁ ଗୋଟିଏ ଭୂତାଣୁକୁ ହରାଇବା ପାଇଁ ଏକ କୋଷିକାର ଭୂମିକା ଗ୍ରହଣ କରିଥାଏ । ଏହି ଆମୋଦଦାୟକ ଭୂମିକା ଯୋଗୁ ହିଁ ପିଲାମାନେ ଗେମ୍କୁ ଖେଳିବା ଜାରି ରଖିଥାନ୍ତି ଓ ଏହାଫଳରେ କୋଷିକାମାନଙ୍କ ଦୁନିଆର ବହୁ ଗଭୀରତାକୁ ପ୍ରବେଶ କରିପାରନ୍ତି ।

3. ସାଇନ୍ସ କିଡ୍ ମାନଙ୍କ ସହିତ ପ୍ରକୃତରେ ବିଜ୍ଞାନ ପ୍ରୟୋଗ ବିଷୟରେ ଜାଣନ୍ତୁ

ପ୍ରୟୋଗମାନ ଦେଖିବା ଓ ସେଗୁଡିକ କରିବା ହେଉଛି ବିଜ୍ଞାନ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ଅଂଶ । ସାଇନ୍ସ କିଡ୍ର ସହାୟତାରେ, ପିସିରେ ସିଧାସଳଖ ବିଭିନ୍ନ ପ୍ରୟୋଗମାନ ଦେଖିବା ସମ୍ଭବପର, କୌଣସି ଉତ୍ସ ଉପଲବ୍ଧ ନଥିଲେମଧ୍ୟ । [3] ସମସ୍ତ ପିଲା ବିଷୟର ଅନୁସନ୍ଧାନ କରିବା ଉଚିତ, ଏହା ସହିତ ବୁଝିବାପାଇଁ ଯେତେଥର ଆବଶ୍ୟକ ସେତେଥର ଭିଡିଓ ଦେଖିବା ଉଚିତ ଓ ନୂତନକରି ଶିଖିଥିବା ବିଷୟକୁ ବାସ୍ତବ – ଜୀବନ ସହିତ ଯୋଡିବାପାଇଁ ଆହୁରି ଅଧିକ ପଢିବା ଉଚିତ – ଯାହା ଆପଣଙ୍କ ସନ୍ତାନକୁ ପରୀକ୍ଷା ପାଇଁ ଅଧିକ ସମୟ ପର୍ଯ୍ୟନ୍ତ ମନେରଖିବାରେ ସାହାଯ୍ୟ କରିବ ।

ଯେତେବେଳେ ଗୋଟିଏ ପିଲା ଭିତରେ ଲୁକ୍କାୟିତ ଭାବେ ରହିଥିବା ବୈଜ୍ଞାନିକକୁ ଉପଯୁକ୍ତ ମାର୍ଗଦର୍ଶନ ଦେବା କଥା ବିଚାର କରାଯାଏ, ସେତେବେଳେ ଏହା ଆପଣଙ୍କୁ ସାହାଯ୍ୟ କରିବାପାଇଁ ଆପଣଙ୍କ ନିକଟରେ ଉପଲବ୍ଧ ରହେ ଓ ମେକର୍ସ୍ପେସ୍ ପ୍ରୋଜେକ୍ଟ୍ ଏହା ହିଁ କରିଥାଏ । ବିଭିନ୍ନ ପ୍ରକାରର ଜିଜ୍ଞାସା ଦୂର କରିବା ପାଇଁ ଓ ପ୍ରତି ବୟସ ପାଇଁ ବହୁ ସଂଖ୍ୟକ ଧାରଣା ଗୋଟିଏ ପିସି ତତ୍କ୍ଷଣାତ୍ ପ୍ରଦାନ କରିଥାଏ, ଯାହା ଆପଣଙ୍କ ସନ୍ତାନ ବିଜ୍ଞାନ ଦୁନିଆର ଶୀର୍ଷରେ ରହିବା ସୁନିଶ୍ଚିତ କରିଥାଏ ।