ଆପଣଙ୍କ ସନ୍ତାନ ପାଇଁ ଲ୍ୟାପ୍ଟପ୍ ବାଛିବା ଆପଣଙ୍କ ପାଇଁ ଲ୍ୟାପ୍ଟପ୍ ବାଛିବାଠାରୁ ଭିନ୍ନ ହୋଇପାରେ। ଆପଣ ସନ୍ତାନ ପାଇଁ ଲ୍ୟାପ୍ଟପ୍ ବାଛିବା ସମୟରେ ସଠିକ୍ ପସନ୍ଦ ପୂର୍ବରୁ ବିଭିନ୍ନ ବର୍ଗ ପରୀକ୍ଷା କରିବା ଆବଶ୍ୟକ।
ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଷ୍ଠ ଲ୍ୟାପ୍ଟପ୍ ବାଛିବା ପାଇଁ ଏକ ମାର୍ଗଦର୍ଶନ।(୧)
ଲ୍ୟାପ୍ଟପ୍ ବାଛିବା ପୂର୍ବରୁ ଏ ବିଷୟରେ ବିଚାର କରିବା ନିହାତି ଗୁରୁତ୍ୱପୂର୍ଣ୍ଣ। ଏହା କେତେ ବଡ଼ ଅଛି ଏବଂ ଆପଣଙ୍କ ସନ୍ତାନ ଏହାକୁ ବ୍ୟବହାର କରିବା ପାଇଁ କେତେ ଆରାମଦାୟକ ଅନୁଭବ କରୁଛି। ଆପଣଙ୍କ ସନ୍ତାନ ପାଇଁ ସଠିକ ବିକଳ୍ପ ବ୍ୟବହାର କରି ଦେଖିବା ପୂର୍ବରୁ କେତେକ ମଡେଲ୍ ବାଛି ସ୍ଥିର କରିବା ଭଲ। ଆପଣଙ୍କ ସନ୍ତାନକୁ ଅଧିକ ଯେଉଁଟି ଅଧିକ ଆରାମଦାୟକ ହେବ ତାହା ହିଁ ଶ୍ରେଷ୍ଠ ପସନ୍ଦ ହେବା ଉଚିତ।
ଆପଣଙ୍କ ସନ୍ତାନ ଲ୍ୟାପ୍ଟପ୍ରେ କେଉଁ ପ୍ରକାରର କାର୍ଯ୍ୟ କରିବା ବୋଲି ଆଶା କରୁଛନ୍ତି ବିଚାର କରନ୍ତୁ। ଏହା ଗ୍ରାଫିକ୍ସ ଏବଂ ହେବି ଡିଜାଇନ ହେବ କିମ୍ବା ପ୍ରାଥମିକ ଭାବରେ ୱାର୍ଡ ପ୍ରୋସେସିଂ ସହିତ କେତେକ କଷ୍ଟମ ଟୁଲ୍ର ମିଶ୍ରଣ ହେବ। ଆପଣଙ୍କ ସନ୍ତାନର ସ୍କୁଲରେ ବ୍ୟବହାର ପାଇଁ ଆବଶ୍ୟକ ହେଉଥିବା ସଫ୍ଟଓୟାର ପ୍ରୋଗ୍ରାମ ଉପରେ ନଜର ପକାନ୍ତୁ ଏବଂ ସେହି ଅନୁଯାୟୀ ସଠିକ ବିନ୍ୟାସ ବାଛନ୍ତୁ।
ଆପଣଙ୍କର ସନ୍ତାନର ଲ୍ୟାପ୍ଟପ୍ ବ୍ୟବହାରକୁ ବୁଝିବା ମଧ୍ୟ ଆପଣ ଏକ ଟଚ୍ ସ୍କ୍ରିନ୍ ଆବଶ୍ୟକ କରନ୍ତି କି ନା ସ୍ଥିର କରିବାରେ ସହାୟକ ହେବ। ଯଦିଓ କଡ଼ାକଡ଼ି ଭାବେର ଆବଶ୍ୟକ ହୋଇନଥାଏ ଏକ ଟଚ୍ ସ୍କ୍ରିନ୍ ବହୁ ସୁବିଧା ଦେଇଥାଏ। ଯଦି ଆପଣ ଏହାକୁ ପାରିବାରିକ ମନୋରଞ୍ଜନ ତଥା ଶିକ୍ଷାର ସାଧନ ଭାବରେ ଦେଖୁଛନ୍ତି ତେବେ ଏହା ମଧ୍ୟ ହ୍ୟାଣ୍ଡି ବା ସୂକ୍ଷ୍ମ ହେବା ଆବଶ୍ୟକ।
ଦୃଢ଼ ଏବଂ ସ୍ଥାୟୀ ଲ୍ୟାପ୍ଟପ୍ ବାଛନ୍ତୁ ଯାହାକି ପିଲାମାନଙ୍କ ଦ୍ୱାରା ବ୍ୟବହାର କଲା ବେଳେ ହାତରୁ ପଡ଼ିଗଲେ କିମ୍ବା ତାହା ଉପରେ କୌଣସି ଜିନିଷ ଢ଼ାଳି ହୋଇଗଲେ ନଷ୍ଟ ହେଉନଥିବ। ଡେଲ୍ ଛାତ୍ରଛାତ୍ରୀଙ୍କ ପାଇଁ କେତେକ ଶ୍ରେଷ୍ଠ ଲ୍ୟାପ୍ଟପ୍ ଆଣିଛନ୍ତି ଯାହାକି ବିଭିନ୍ନ କଠୋର ପରିସ୍ଥିତିର ମୁକାବିଲା କରିପାରିଥାଏ।
ଯଦି ଆପଣଙ୍କର ସନ୍ତାନ ବିଦ୍ୟାଳୟରେ ଲ୍ୟାପ୍ଟପ୍ ବ୍ୟବହାର କରିବେ ତେବେ ପ୍ରୋବାବିଲିଟି ବା ସମ୍ଭାବ୍ୟତା ଏବଂ ବ୍ୟାଟେରୀ ଲାଇଫ୍ ବିଷୟରେ ମୁଖ୍ୟତଃ ବିଚାର କରିବେ। ଏହି ଡିଭାଇସ ବହୁ ସମୟ ପର୍ଯ୍ୟନ୍ତ ଚାର୍ଜରେ କାମ କରିବା ଆବଶ୍ୟକ ଯାହାଫଳରେ ଏହା ଶ୍ରେଣୀରେ କିମ୍ବା ଏକ ମହତ୍ୱପୂର୍ଣ୍ଣ ଆସାଇନମେଣ୍ଟରେ ଅଫ୍ ହେବ ନାହିଁ। ଏହା ସହିତ ଯଦି ଆପଣଙ୍କ ସନ୍ତାନ କେବଳ ଘରେ ମେସିନ ବ୍ୟବହାର କରିବେ ତେବେ ବ୍ୟାଟେରୀ ଲାଇଫ୍ ତୁଳନାରେ ଅଧିକ ଟେକ୍ନିକାଲ୍ ନିର୍ଦ୍ଧାରଣ ପ୍ରତି ଦୃଷ୍ଟି ଦେବା ଶ୍ରେୟସ୍କର ହେବ।
ଯଦି ଆପଣଙ୍କ ସନ୍ତାନ ପାଇଁ ଆପଣ ଏକ କମ୍ପ୍ୟୁଟର ଖୋଜୁଛନ୍ତି ଏବଂ ଏକ ଉପଯୁକ୍ତ ପିସି ଖୋଜିବା ପାଇଁ ନିଷ୍ପତ୍ତି ନେବାରେ ଆମର ପ୍ରଶ୍ନାବଳି ବ୍ୟବହାର କରନ୍ତୁ। (୨)
Aarambh is a pan-India PC for Education initiative engineered to enhance learning using the power of technology; it is designed to help parents, teachers and children find firm footing in Digital India. This initiative seeks to connect parents, teachers and students and provide them the necessary training so that they can better utilise the PC for learning, both at school and at home.
ଆପଣଙ୍କ ପିଲାଙ୍କ ପାଇଁ ହାଇବ୍ରିଡ୍ ଶିକ୍ଷା କିପରି କାର୍ଯ୍ୟ କରିବ ସେହି ସମ୍ବନ୍ଧରେ ସୂଚନା l
ଦୁରନ୍ତ ଶିକ୍ଷଣ ସମୟରର ପିଲାମାନଙ୍କର ଉନ୍ନତି ରେବାର କାରଣ
ଆଧୁନିକ ସମୟରେ ପିଲାମାନଙ୍କର ଲାଳନପାଳନକୁ ଟେକ୍ନୋଲୋଜି କିପରି ଭାବରେ ପରିବର୍ତ୍ତନ କରିଛି
ଆପଣଙ୍କ ପିଲାମାନଙ୍କୁ ପଢ଼ାଇବା ସମୟରେ ସହାନୁଭୂତି ଏବଂ ଦୟାର ଗୁରୁତ୍ୱ
ସାଧାରଣ ଅବସ୍ଥା ଫେରୁଛି, ଆପଣଙ୍କ ପିଲା ଶିକ୍ଷାର ହାଇବ୍ରିଡ୍ ମଡେଲକୁ କିପରି ଗ୍ରହଣ କରୁଛି ତାକୁ ସେଥିରେ ଆପଣ କିପରି ସାହାଯ୍ୟ କରିପାରିବେ ତାହା ଶିଖନ୍ତୁ