କିପରି ଭାବରେ ଆପଣଙ୍କ ଶିଶୁ ପାଇଁ ଠିକ୍ ସ୍କୁଲ୍ ବାଛିବେ

 

ପ୍ରତି ପିତାମାତା ତାଙ୍କ ସନ୍ତାନକୁ ସବୁଠାରୁ ଭଲ ଜିନିଷ ଦେବାକୁ ଚାହାଁନ୍ତି, ଏପରିକି ଭଲ ସ୍କୁଲରେ ପଢ଼ାଇବାକୁ ମଧ୍ୟ ଇଚ୍ଛା କରିଥାନ୍ତି। ପିତାମାତାଙ୍କ ପାଇଁ ଆଦରର ସନ୍ତାନ ନିମନ୍ତେ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥାଏ।

ଏହି ଯାଞ୍ଚ ତାଲିକା ସହିତ ଆପଣଙ୍କ ସନ୍ତାନର ଭବିଷ୍ୟତର-ସ୍କୁଲ୍ ବାଛିବାରେ ସୂଚନା ସମ୍ବଳିତ ନିଷ୍ପତ୍ତି ନେବାରେ ସହାୟକ ହେବ।

1) ପ୍ରଥମେ ଅବସ୍ଥାନ ନିର୍ଦ୍ଧାରଣ କରନ୍ତୁ

ଆପଣ ଚାହାନ୍ତି ନାହିଁ ଯେ ଆପଣଙ୍କ ସନ୍ତାନ ଯିବା ଆସିବା କରିବାରେ ଘଣ୍ଟା ଘଣ୍ଟା ସମୟ ବିତାଇ ଏବଂ ଘରକୁ ଫେରି କ୍ଲାନ୍ତ ହୋଇ ଖେଳାଖେଳି ବା ପାଠପଢ଼ା କରିବାକୁ କୁଣ୍ଠାବୋଧ କରୁ। ଏହି କାରଣରୁ ସ୍କୁଲ୍ ଘରଠାରୁ ଏକଘଣ୍ଟାରୁ ଅଧିକ ଦୂରତା ମଧ୍ୟରେ ଅବସ୍ଥିତ ହୋଇନଥିବା ଏବଂ ସୁରକ୍ଷିତ ସ୍ଥାନରେ ରହିଥିବା ମଧ୍ୟ ଆବଶ୍ୟକ ହୋଇଥାଏ।

2) ଏହାର ସୁନାମର ସମୀକ୍ଷା କରନ୍ତୁ

ଆପଣ ଜାଣିଥିବା ପ୍ରତ୍ୟେକ ସମ୍ପର୍କୀୟ, ପିତାମାତା, ସହକର୍ମୀ, ପଡୋଶୀଙ୍କ ସହିତ କଥାବାର୍ତ୍ତା ହୁଅନ୍ତୁ ଏବଂ ଏପରିକି ସୂଚନା ସମ୍ବଳିତ ନିଷ୍ପତ୍ତି ନେବା ପାଇଁ କୋରା(Quora) ରେ ଅନୁସନ୍ଧାନ କରନ୍ତୁ। ଏହା ଆପଣଙ୍କୁ ଆପଣ ଖୋଜୁଥିବା ସ୍କୁଲ୍ ବିଷୟରେ ସୂଚନା ଦେବ। ଗୁଗୁଲ୍ ରିଭ୍ୟୁ ଉପରେ ନଜର ପକାଇବାକୁ ଭୁଲନ୍ତୁ ନାହିଁ!

3) ପାଠ୍ୟଖସଡା ବିଷୟ ଆସିଲେ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ

ଆଇସିଏସ୍ ଇ, ସିବିଏସ୍ ଇ, ଆଇବି କିମ୍ବା ରାଜ୍ୟ ବୋର୍ଡ?

ଏ ସମସ୍ତ ଆପଣଙ୍କ ଅଞ୍ଚଳରେ କେଉଁ ବୋର୍ଡ ଉପଲବ୍ଦ ରହିଛି ଏବଂ ଆପଣଙ୍କ ସନ୍ତାନ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମାନ ବୋର୍ଡରେ ପଢ଼ିପାରିବ କି? ଆପଣ ସନ୍ତାନକୁ କୌଣସି ସ୍କୁଲରେ ନାମ ଲେଖାଇବା ପୂର୍ବରୁ ପ୍ରତି ବୋର୍ଡ ବିଷୟରେ ଯଥାସମ୍ଭବ ସୂଚନା ସଂଗ୍ରହ କରନ୍ତୁ।

4) ମୋ ପିସି ବ୍ୟତୀତ ନୁହେଁ

ଆପଣଙ୍କ ସନ୍ତାନର ଦାବି ଠିକ୍ ଏହାହିଁ ହେବ। ତେଣୁ ଆପଣଙ୍କ ସନ୍ତାନ ପାଇଁ ଏପରି ବିଦ୍ୟାଳୟ ଖୋଜନ୍ତୁ ଯେଉଁଠାରେ ଉନ୍ନତ କମ୍ପ୍ୟୁଟର ରୁମ୍ ରହିଥିବ ପିଲାମାନେ ନିଜର କମ୍ପ୍ୟୁଟର ବିଦ୍ୟାଳୟକୁ ଆଣିପାରିବେ। ଶିକ୍ଷକମାନଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ହେବ ଯେ ସେମାନେ ଟେକ୍ନୋଲୋଜି ସହିତ ଅଭ୍ୟସ୍ତ। ସର୍ବୋପରି ଆପଣ ଚାହାଁନ୍ତି ଯେ ଆପଣଙ୍କ ସନ୍ତାନ କାର୍ଯ୍ୟ ଜଗତରୁ ପାଦ ଦେବା ପୂର୍ବରୁ ପିସିର ବ୍ୟବହାର ବିଷୟରେ ମୌଳିକ ବିଷୟ ଜାଣିଥିବେ।

5) ଆନୁସଙ୍ଗିକ କାର୍ଯ୍ୟକଳାପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ

ବୟସ୍କମାନେ ଯେପରି କାମ ସହିତ ମନୋରଞ୍ଜନ ପାଇଁ କୌଣସି ନା କୌଣସି କାର୍ଯ୍ୟ କରିଥାନ୍ତି ଠିକ୍ ସେହିପରି ଆପଣଙ୍କ ସନ୍ତାନ ଅଧ୍ୟୟନ ସହିତ ମନକୁ ଶାନ୍ତି ଦେବା ପାଇଁ ଅନ୍ୟ କିଛି କାର୍ଯ୍ୟକଳାପ କରିବାକୁ ଚାହିଁପାରନ୍ତି। ସ୍କୁଲ ଶେଷ ହେବା ପରେ ଆପଣଙ୍କ ଶିଶୁକୁ  ପାଠରୁ ବିରାମ ଦେବା ପାଇଁ ଓ ଶିଶୁର ସାମାଜିକ ଚାଲିଚଳନରେ ଉନ୍ନତି ଆଣିବା ପାଇଁ ଆନୁସଙ୍ଗିକ କାର୍ଯ୍ୟକଳାପ ଚମତ୍କାର ସୁଯୋଗ ହୋଇଥାଏ। ପ୍ରକୃତରେ ସ୍କୁଲ୍ ଆପଣଙ୍କ ସନ୍ତାନର ବିକାଶ ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ଯୋଗାଇ ଦେଇଥାଏ।

ସଠିକ୍ ସ୍କୁଲ୍ ଏସବୁ କ୍ଷେତ୍ରରେ ଫରକ ସୃଷ୍ଟି କରିଥାଏ